“ ଯଦି କୋଭିଡ୍‌- ୧୯ ଯିବନି, ତାହାହେଲେ ବୋଧହୁଏ ଚଳିତ ଥର ମୋର ଜମିରେ ଧାନ ଚାଷର ଏହା ଅନ୍ତିମ ଋତୁ ହେବ,” ବୋଲି କେନ୍ଦ୍ରୀୟ କଶ୍ମୀରର ଗଣ୍ଡେର୍‌ବାଲ ଜିଲ୍ଲାର ନାଗବଳ ଗ୍ରାମରେ ଥିବା ତାଙ୍କର ପାରିବାରିକ ଜମିରେ ଦିନସାରା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଅବୁଦୁଲ୍‌ ରେହମାନ, ତାଙ୍କ ସ୍ତ୍ରୀ ପାଇଁ ଗିଲାସରେ ଢାଳିଥିବା ପାଣି ପିଉପିଉ  କହିଲେ ।

ସେ ତାଙ୍କ ପରିବାରର ଏହି ଛୋଟ ଜମି – ୧ ଏକରଠୁ କମ୍‌ –ରେ ପ୍ରାୟ ୧୦ ବର୍ଷ ପରେ କାମ କରୁଥିଲେ । “ପ୍ରବାସୀ ଶ୍ରମିକମାନେ (ମୁଖ୍ୟତ ବିହାର ଓ ଉତ୍ତର ପ୍ରଦେଶର) ଅଳ୍ପ ସମୟରେ ଅଧିକ କାମ କରିବାକୁ ସମର୍ଥ ଥିବାରୁ ମୋର ପଇସା ବଞ୍ଚିଥାଏ, ଆଉ ଏହି କାରଣରୁ ମୁଁ ନିଜେ ମୋର ଜମିରେ କାମ କରିବାକୁ ବନ୍ଦ କରିଦେଲି । “ହେଲେ, ବର୍ତ୍ତମାନ, ଯଦି ‘ବାହାରର’ ସେହି ଶ୍ରମିକମାନେ ଆସିବେ ନାହିଁ,’’ ତାହାହେଲେ “ମତେ ଧାନ ଚାଷ ବନ୍ଦ କରିବାକୁ ପଡିପାରେ’’ ବୋଲି ୬୨ ବର୍ଷର ଜଣେ ପୂର୍ବତନ ସରକାରୀ କର୍ମଚାରୀ କୁହନ୍ତି ।

“ପ୍ରାୟ ୧୫ ବର୍ଷ ପରେ ମୁଁ ମୋର ଜମିରେ ଫସଲ ଆଦାୟ ବେଳେ ଉପସ୍ଥିତ ଅଛି । ଧାନ କିଭିଳି ଅମଳ କରାଯାଏ, ତାହା ମଧ୍ୟ ଆମେ ଭୁଲିଗଲୁଣି,” ବୋଲି ୬୦ ବର୍ଷ ବୟସ୍କ ହଲିମା କୁହନ୍ତି । ଗତ ମାସ, ଆଦାୟ ସମୟରେ, ସେ ଦୁଇ କିଲୋମିଟର ଦୂରରେ ଅବସ୍ଥିତ ସେମାନଙ୍କ ଘରୁ ତାଙ୍କର ୨୯ ବର୍ଷ ବୟସ୍କ ପୁଅ ଅଲି ମହମ୍ମଦ- ଯିଏ ପ୍ରାୟତଃ ବାଲି ଉଠେଇବା ସ୍ଥଳ ଓ ନିର୍ମାଣସ୍ଥଳଗୁଡିକରେ ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି. - ଓ ସ୍ୱାମୀଙ୍କ ପାଇଁ ଖାଇବାକୁ ଖାଦ୍ୟ ଆଣୁଥିଲେ ।

କେନ୍ଦ୍ରୀୟ କଶ୍ମୀରର ଧାନ ଜମିରେ, ଗୋଟିଏ ଧାନର ଗୋଟିଏ କେନାଲ୍‌ (୮କେନାଲ୧ ଏକର ସହିତ ସମାନ) ଆଦାୟ କରିବାକୁ ପ୍ରବାସୀ ଶ୍ରମିକମାନେ ପାରିଶ୍ରମିକ ବାବଦକୁ ୧,୦୦୦ ଟଙ୍କା ନେଇଥାନ୍ତି ଓ ୪-୫ ଜଣ ଶ୍ରମିକ ଦଳଗତ ଭାବେ ଦିନକୁ ୪-୫କେନାଲ ଧାନ ଆଦାୟ କରିପାରନ୍ତି । ସ୍ଥାନୀୟ ଶ୍ରମିକମାନେ ଅଧିକ ମଜୁରି ଦାବି କରୁଛନ୍ତି – ଜଣେ ବ୍ୟକ୍ତି ଦୈନିକ ମଜୁରି ବାବଦକୁ ୮୦୦ ଟଙ୍କା ଦାବି କରନ୍ତି ଓ ଚାରିଜଣ ଶ୍ରମିକ ମିଶି ସାଧାରଣତଃ ଦିନକୁ ୧ କେନାଲ ( ଅତିବେଶୀରେ ୧.୫ ରୁ ୨ ଏକର ମଧ୍ୟରେ) ଆଦାୟ କରିଥାନ୍ତି । ଏଥିପାଇଁ କେନାଲ ପିଛା ମୋଟ ୩,୨୦୦  ଟଙ୍କା ବ୍ୟୟ କରିବାକୁ ପଡେ ।

ମାର୍ଚ୍ଚରୁ ଆରମ୍ଭ ହୋଇଥିବା ତାଲାବନ୍ଦ – ଯାହା ଅଗଷ୍ଟ ୫, ୨୦୧୯ ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା କାରଣରୁ ଲାଗୁ ହୋଇଥିବା ତାଲାବନ୍ଦର ଠିକ୍‌ ପରେ ଆରମ୍ଭ ହୋଇଥିଲା, ଯେତେବେଳେ ସମସ୍ତ ଅଣ-ସ୍ଥାନୀୟ ବାସିନ୍ଦାକୁ ୨୪ ଘଣ୍ଟା ମଧ୍ୟରେ କଶ୍ମୀର ଛାଡି ଚାଲିଯିବାକୁ କୁହାଯାଇଥିଲା – ର ଅର୍ଥ ଏହା ଯେ ଚାଷକାମ ପାଇଁ ପ୍ରବାସୀ ଶ୍ରମିକ ଆଉ ସହଜରେ ଉପଲବ୍ଧ ହେବେ ନାହିଁ । ଅଳ୍ପ କେତେଜଣ ଯେଉଁମାନେ ରହିଯାଇଥିଲେ, ସେମାନେ ଏପ୍ରିଲ୍‌ - ମେ’ରେ ଧାନ ବୁଣିବା ଋତୁରେ ଧାନବୁଣା କାମରେ ନିଜକୁ ନିୟୋଜିତ କରିଥିଲେ – ହେଲେ ସବୁଠାରୁ ଅଧିକ ପରିଶ୍ରମ ଅଗଷ୍ଟ-ସେପ୍ଟେମ୍ବରରେ ଆଦାୟ ଋତୁରେ କରିବାକୁ ପଡେ ବୋଲି ଏଠାର ଚାଷୀମାନେ କୁହନ୍ତି ।

ନାଗବଳଠାରୁ ପ୍ରାୟ ଦୁଇ କିଲୋମିଟର ଦୂରତାରେ ଅବସ୍ଥିତ ଦରେଣ୍ଡ ଗ୍ରାମର ଅସ୍ତିଆକ୍‌ ଅହମ୍ମଦ  ରାଠେର୍‌, ଯିଏ ସାତ କେନାଲ ଜମିର ମାଲିକ ଅଟନ୍ତି ତଥା ମଜୁରିଆ ଭାବେ କରନ୍ତି, ବର୍ଣ୍ଣନା କରି କହିଲେ ଯେ, “ଚଳିତ ଆଦାୟ ଋତୁରେ ଚାରିଜଣିଆ ସ୍ଥାନୀୟ ଶ୍ରମିକଙ୍କ ଗୋଟିଏ ଦଳ ଏକ କେନାଲ ଆଦାୟ କରିବାକୁ ୩,୨୦୦ ଟଙ୍କା ମଜୁରି ଦାବି କରୁଛନ୍ତି । ଆଉ ବର୍ତ୍ତମାନ ପରିସ୍ଥିତିରେ ଆମକୁ ଏପରି ଶ୍ରମିକ ମିଳୁଛନ୍ତି ଯେଉଁମାନେ ଦିନ ମଜୁରିଆ ଭାବେ କାମ କରନ୍ତି ଓ ଯାହାର ଧାନ ଆଦାୟ ସମ୍ବନ୍ଧିୟ କୌଣସି ଅଭିଜ୍ଞତା ମଧ୍ୟ ନାହିଁ ।  ହେଲେ, ଆମେ ମଧ୍ୟ ଉପାୟହୀନ, ଆଗାମୀ ବର୍ଷର ବୁଣା କାର୍ଯ୍ୟ ପାଇଁ ଆମକୁ ଜମି ପ୍ରସ୍ତୁତ କରିବାକୁ ହେବ । ଏତିକି କାମ କରିବାକୁ ପ୍ରବାସୀ ଶ୍ରମିକମାନେ କେବଳ ୧,୦୦୦ଟଙ୍କା ନେଇଥାନ୍ତି’’।
PHOTO • Muzamil Bhat

ଯଦି କୋଭିଡ୍‌- ୧୯ ଯିବନି, ତାହାହେଲେ ବୋଧହୁଏ ଚଳିତ ଥର ମୋର ଜମିରେ ଧାନ ଚାଷର ଏହା ଅନ୍ତିମ ଋତୁ ହେବ,” ବୋଲି କେନ୍ଦ୍ରୀୟ କଶ୍ମୀରର ଗଣ୍ଡେର୍‌ବାଲ ଜିଲ୍ଲାର ନାଗବଳ ଗ୍ରାମରେ ଥିବା ତାଙ୍କର ପାରିବାରିକ ଜମିରେ ଦିନସାରା ଅକ୍ଲାନ୍ତ ପରିଶ୍ରମ କରିବା ପରେ ଅବୁଦୁଲ୍‌ ରେହମାନ, ତାଙ୍କ ସ୍ତ୍ରୀ  ଗିଲାସରେ ଢାଳିଥିବା ପାଣି ପିଉପିଉ କହିଲେ

ଅହମଦ୍‌ ରାତେର୍‌ ଓ ଏଠାରେ ରହୁଥିବା ଅନ୍ୟ କିଛି ଚାଷୀ ରବି ଋତୁରେ ଗଣ୍ଡେର୍‌ବାଲର ସେହି ଚାଷୀ ପରିବାରଗୁଡିକ ଯେଉଁମାନେ ଛୋଟ ଛୋଟ ଜମିର ମାଲିକ ଅଟନ୍ତି, ସେମାନଙ୍କ ପାଇଁ ସୋରିଷ, ମଟର ଓ ଅନ୍ୟାନ୍ୟ ଫସଲ କରିଥାନ୍ତି । ହେଲେ, ଧାନ ହେଉଛି ପ୍ରଧାନ ଅବଲମ୍ବନ , ବିଶେଷକରି ତିନି କିସମର ଧାନ ଚାଷ କରାଯାଏ – ସାଲିମାର-୩, ସାଲିମାର-୪ ଓ ସାଲିମାର-୫ ବୋଲି କୃଷି ନିର୍ଦ୍ଦେଶକ ଅଲ୍‌ତାଫ୍‌ ଆଇଜାଜ୍‌ ଅନ୍ଦ୍ରାବି କୁହନ୍ତି ।

କଶ୍ମୀରରେ୧.୪୧ଲକ୍ଷ ହେକ୍ଟର ଜମିରେ ଧାନ ଚାଷ କରାଯାଏ – ଯାହାର ପରିମାଣ ଚାଷ କାର୍ଯ୍ୟ ପାଇଁ ବ୍ୟବହାର ହେଉଥିବା ସମୁଦାୟ ଜମିର ପ୍ରାୟ ୨୮ ପ୍ରତିଶତ (୪୯.୬ ହେକ୍ଟରରୁ) ଅଟେ, ବୋଲି କୃଷି ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପକ୍ଷରୁ ଯୋଗାଯାଇଥିବା ତଥ୍ୟରେ ଦର୍ଶାଯାଇଛି । “ଏଠାର ମୁଖ୍ୟ (ଖାଦ୍ୟ) ଫସଲ ହେଉଛି ଧାନ ଓ ଏଠାରେ ଉତ୍ପାଦନ ହେଉଥିବା ଧାନର ମିଠା ସ୍ୱାଦ କଶ୍ମୀର ବାହାରେ ଅନ୍ୟ କୌଣସି ସ୍ଥାନରେ ମିଳିବନି” ବୋଲି ଅନ୍ଦ୍ରାବି କୁହନ୍ତି । ପ୍ରଚୁର ପାଣି ଉପଲବ୍ଧ ହେଉଥିବା କଶ୍ମୀର ଉପତ୍ୟକାରେ ହେକ୍ଟର ପିଛା ପାଖାପାଖି ୬୭ କ୍ୱିଣ୍ଟାଲ ଧାନ ଉତ୍ପାଦନ ହୋଇଥାଏ ବୋଲି ମଧ୍ୟ ସେ ପ୍ରକାଶ କରିଛନ୍ତି । ଏହି ଫସଲ ଯୋଗୁଁ ଅନେକ ଲୋକଙ୍କୁ ମଜୁରି ଆଧାରରେ କର୍ମ ନିୟୋଜନ ମିଳିଥାଏ ଓ ଏଠାରେ ରହୁଥିବା ଅଧିକାଂଶ ଚାଷୀ ପରିବାର ସେମାନେ ଆଦାୟ କରିଥିବା ଚାଉଳକୁ ନିଜ ବ୍ୟବହାର ପାଇଁ ରଖନ୍ତି, ବିଶେଷକରି ଭୟଙ୍କର ଶୀତଦିନରେ ବ୍ୟବହାର କରିବା ପାଇଁ ।

ହେଲେ, ଚଳିତ ବର୍ଷ ରହମାନ ଓ ରାଥେର୍‌ଙ୍କ ଭଳି ଚାଷୀମାନେ, ଯେଉଁମାନେ ଛୋଟ ଛୋଟ ଜମିଖଣ୍ଡର ମାଲିକ ଅଟନ୍ତି, ସେମାନଙ୍କୁ ଦୁଇ ସ୍ତରରେ କ୍ଷତି ସହିବାକୁ ପଡୁଛି । ପ୍ରଥମତଃ, ତାଲାବନ୍ଦ କାରଣରୁ ଇଟା ଭାଟିରେ ଦିନ ମଜୁରିଆ ଭାବେ କାମ କରି ସେମାନେ ଯାହା ଉପାର୍ଜନ କରୁଥିଲେ, ତାହା ଅନେକ ମାସ ହେବ ସେମାନଙ୍କୁ ହରାଇବାକୁ ପଡିଛି – ଏଠାରେ ଜଣେ ଦିନ ମଜୁରିଆର ଦୈନିକ ପାରିଶ୍ରମିକ ପ୍ରାୟ ୬୦୦ଟଙ୍କା ଅଟେ – ଇଟା ଭାଟି, ବାଲି ଓ ନିର୍ମାଣ ସ୍ଥଳିରେ । ଆଉ ବର୍ତ୍ତମାନର ଆଦାୟ ସମୟରେ, ସ୍ଥାନୀୟ ଶ୍ରମିକମାନଙ୍କୁ ସେମାନଙ୍କ ବ୍ୟୟ ସାମର୍ଥ୍ୟ ବାହାରେ ମଧ୍ୟ ମଜୁରି ପ୍ରଦାନ କରି ଭଡାରେ ନିୟୋଜିତ କରିବା ବ୍ୟତୀତ ସେମାନଙ୍କ ପାଖରେ ଅନ୍ୟ କୌଣସି ବିକଳ୍ପ ନାହିଁ ।

ସଂଘର୍ଷ କରୁଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି  କେନ୍ଦ୍ରୀୟ କଶ୍ମୀରର ବୁଦ୍‌ଗାମ ଜିଲ୍ଲାର କରିପୋରା ଗ୍ରାମର ୩୮ ବର୍ଷ ବୟସ୍କ ରିୟାଜ୍‌ ଅହମଦ୍‌ ମୀର । ତାଲାବନ୍ଦ କାରଣରୁ ତାଙ୍କୁ ତାଙ୍କର ବାଲି ଉଠାଇବା କାମ ହରାଇବାକୁ ପଡିଛି ଓ ବର୍ତ୍ତମାନ ସେ ତାଙ୍କର ୧୨ କାନାଲ୍‌ରୁ ଭଲ ଉତ୍ପାଦନ ହେବ ବୋଲି ଆଶା ରଖିଛନ୍ତି । “ବର୍ତ୍ତମାନ ମୁଁ ମୋର ଜମିକୁ ନେଇ ଆଶାବାଦୀ ଅଛି, ହେଲେ ଅସମୟ ବର୍ଷା (ସେପ୍ଟେମ୍ବରର ପ୍ରଭମଭାଗରେ) କାରଣରୁ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଛି,’’ ବୋଲି ସେ ମତେ କିଛି ସପ୍ତାହ ପୂର୍ବେ କହିଥିଲେ । “ମୁଁ ଭାବୁଛି, ଯଦି ସେହି ପ୍ରବାସୀ ଶ୍ରମିକମାନେ ଆଜି ଏଠାରେ ଉପସ୍ଥିତ ଥାଆନ୍ତେ, ତାହାହେଲେ ସେମାନଙ୍କର ଦ୍ରୁତ ଆଦାୟ କୌଶଳ ଯୋଗୁଁ ବୋଧହୁଏ ମୁଁ ମୋର କିଛି ଧାନ ବଞ୍ଚାଇ ପାରିଥାନ୍ତି ।’’

ଏବଂ ଦାରେଣ୍ଡ ଗ୍ରାମର ୫୫ବର୍ଷ ବୟସ୍କ ଅବ୍‌ଦୁଲ୍‌ ହମିଦ ପର୍‌ରା ଯିଏ ତାଙ୍କର ଚାରି କେନାଲ ଜମିରେ କାମ କରୁଥିଲେ, ଅନୁରୂପ ଆଶା ପ୍ରକାଶ କରିଛନ୍ତି: “ ବୋଧହୁଏ କଶ୍ମୀରର ଧାନ ଜମିରେ ପ୍ରବାସୀ ଶ୍ରମିକମାନେ ପ୍ରଥମଥର ପାଇଁ ଅନୁପସ୍ଥିତ ଅଛନ୍ତି”।(ଗତ ବର୍ଷ ସେମାନେ ଉପସ୍ଥିତ ଥିଲେ, ଯଦିଓ ସେମାନଙ୍କ ସଂଖ୍ୟା ଅଳ୍ପ ଥିଲା ।) “ଆମେମାନେ କର୍ଫ୍ୟୁଠାରୁ ଆରମ୍ଭ କରି ତାଲାବନ୍ଦ, ହର୍‌ତାଲ ପର୍ଯ୍ୟନ୍ତ ସବୁ ସମୟରେ କାମ କରିଛୁ, ହେଲେ କୋଭିଡ୍‌ ସମୟ ସେ ସବୁଠାରୁ ଭିନ୍ନ । ମୁଁ ଆଶା କରୁଛି ଯେ ଭବିଷ୍ୟତରେ ଆମେ ପ୍ରବାସୀ ଶ୍ରମିକମାନଙ୍କୁ ଆମ ଜମିରେ ପୁଣିଥରେ କାମ କରୁଥିବା ଦେଖିବାକୁ ପାଇବୁ।’’

ସମ୍ଭବତଃ ଏହି ଆଶା ସବୁ ଅତି ଶୀଘ୍ର ବାସ୍ତବରେ ପରିଣତ ହେବାକୁ ଯାଉଛି । ଗତ ଦୁଇ ସପ୍ତାହରୁ ଅଧିକ ସମୟ ହେଲାଣି, ଅନ୍ୟ ରାଜ୍ୟରୁ ଶ୍ରମିକମାନେ ଧିରେ ଧିରେ ଉପତ୍ୟାକାକୁ ଫେରୁଥିବା ଦେଖାଯାଉଛି ।

PHOTO • Muzamil Bhat

ଦକ୍ଷ ଶ୍ରମିକଙ୍କ ଅଭାବ ଯୋଗୁଁ କେନ୍ଦ୍ରୀୟ କଶ୍ମୀରର ଗାଣ୍ଡେର୍‌ବାଲ୍‌ ଜିଲ୍ଲାର ଅନେକ ପରିବାର ଅନେକ ବର୍ଷ ପରେ ଚଳିତ ଥର ସେମାନଙ୍କ ଜମିରେ ଆଦାୟ ସମୟରେ କାମ କରୁଛନ୍ତି


PHOTO • Muzamil Bhat

ବୁଦ୍‌ଗାମ୍‌ ଜିଲ୍ଲାର କରିପୋରା ଗ୍ରାମର ରିୟାଜ ଅହମଦ ମୀର, ତାଙ୍କ ଧାନ ଜମିରୁ ଅତିରିକ୍ତ ଜଳ ଅପସାରଣ କରୁଛନ୍ତି । ତାଲାବନ୍ଦ କାରଣରୁ ତାଙ୍କୁ ତାଙ୍କର ବାଲି ଉଠେଇବା କାମ ହରାଇବାକୁ ପଡିଛି ଓ ବର୍ତ୍ତମାନ ସେ ତାଙ୍କର ୧୨ କେନାଲ୍‌ରୁ ଭଲ ଉତ୍ପାଦନ ହେବ ବୋଲି ଆଶା ରଖିଛନ୍ତି । ହେଲେ ଅସମୟ ବର୍ଷା ( ସେପ୍ଟେମ୍ବରର ପ୍ରଥମ ଭାଗରେ) କାରଣରୁ ଅଧିକାଂଶ ଫସଲ ନଷ୍ଟ ହୋଇଯାଇଛି,’’ ବୋଲି ସେ ମତେ କିଛି ସପ୍ତାହ ପୂର୍ବେ କହିଥିଲେ । “ମୁଁ ଭାବୁଛି ଯେ ଯଦି ସେହି ପ୍ରବାସୀ ଶ୍ରମିକମାନେ ଆଜି ଏଠାରେ ଉପସ୍ଥିତ ଥାଆନ୍ତେ, ତାହାହେଲେ ସେମାନଙ୍କର ଦ୍ରୁତ ଆଦାୟ କୌଶଳ ଯୋଗୁଁ ବୋଧହୁଏ ମୁଁ ମୋର କିଛି ଧାନ ବଞ୍ଚାଇ ପାରିଥାନ୍ତି...’’


PHOTO • Muzamil Bhat

ବଦ୍‌ଗାମ୍‌ ଜିଲ୍ଲାର ଗୁଡ୍‌ସାଥୋ ଅଞ୍ଚଳର ରଫିକା ବାନୋ, ୬୦, ତାଙ୍କ ପରିବାରର ୧୨ - କେନାଲ ଧାନ ଜମିରୁ ବଣୁଆ ଘାସ ଉପାଡୁଛନ୍ତି ଓ ଗଛଗୁଡିକୁ ସୁସ୍ଥ ରିଖିବାକୁ ଚେଷ୍ଟା କରୁଛନ୍ତି


PHOTO • Muzamil Bhat

ବଦ୍‌ଗାମ୍‌ ଜିଲ୍ଲାର ଗୁଡ୍‌ସାଥୁ ଅଞ୍ଚଳର ୬୨ ବର୍ଷ ବୟସ୍କ ଅନ୍ୟ ଜଣେ ଚାଷୀ (ତାଙ୍କ ନାମ ମଧ୍ୟ ରଫିକା),  ତାଙ୍କ  ଧାନ ଜମିରୁ ବଣୁଆ ଘାସ ଉପାଡି ସେଗୁଡିକୁ  ଗାଇଗୋରୁଙ୍କ ପାଇଁ ନେବାକୁ ଏକାଠି କରୁଛନ୍ତି


PHOTO • Muzamil Bhat

ଗାଣ୍ଡେରବାଲ ଜିଲ୍ଲାର ଦାରେଣ୍ଡ ଗ୍ରାମର ଇସ୍ତିଆକ୍‌ ଅହମଦ୍‌ ରାଥେର ଏକ ଆଲୁମିନିୟମ ଡ୍ରମ୍‌ ସହାୟତାରେ ଧାନକୁ ଅଲଗା କରିବା ପାଇଁ ଗଛଗୁଡିକୁ ବାଡାଉଛନ୍ତି । ‘ମୋର ସାତ କେନାଲ୍‌ ଜମି ଅଛି ଓ ଗତ ୧୫ବର୍ଷ ହେବ ମୁଁ ଚାଷ କାମ କରିଆସୁଛି, ‘ ବୋଲି ସେ କହିଲେ । ‘ବର୍ତ୍ତମାନ ସମୟରେ ପ୍ରବାସୀ ଶ୍ରମିକମାନଙ୍କ ବିନା କାମ କରିବା ଅତ୍ୟନ୍ତ କଷ୍ଟକର ଅଟେ, ଆମ ମଧ୍ୟରୁ ଅନେକ ଚାଷ କାମ କରିବା ପାଇଁ ସେମାନଙ୍କ ଉପରେ ନିର୍ଭରଶୀଳ ଅଟନ୍ତି


PHOTO • Muzamil Bhat

ଗାଣ୍ଡେର୍‌ବାଲ୍‌ ଜିଲ୍ଲାର ଦାରେଣ୍ଡ ଗ୍ରାମର ଅବ୍‌ଦୁଲ ହମିଦ ପାରେ, ୫୫ ତାଙ୍କର ଚାରି କେନାଲ ଜମିରେ ଧାନ ଗଦା କରୁଛନ୍ତି । “ବୋଧହୁଏ କଶ୍ମୀରର ଧାନ ଜମିରେ ପ୍ରବାସୀ ଶ୍ରମିକମାନେ ପ୍ରଥମଥର ପାଇଁ ଅନୁପସ୍ଥିତ ଅଛନ୍ତି” । ଆମେମାନେ କର୍ଫ୍ୟୁ ଠାରୁ ଆରମ୍ଭ କରି ତାଲାବନ୍ଦ, ହର୍‌ତାଲ ପର୍ଯ୍ୟନ୍ତ ସବୁ ସମୟରେ କାମ କରିଛୁ, ହେଲେ ଏହି କୋଭିଡ୍‌ ସମୟ ସେ ସବୁଠାରୁ ଭିନ୍ନ । ମୁଁ ଆଶା କରୁଛି ଯେ ଭବିଷ୍ୟତରେ ଆମେ ପ୍ରବାସୀ ଶ୍ରମିକମାନଙ୍କୁ ଆମ ଜମିରେ ପୁଣିଥରେ କରୁଥିବା ଦେଖିବାକୁ ପାଇବୁ''


PHOTO • Muzamil Bhat

ଗଣ୍ଡେରବାଲ ଜିଲ୍ଲାର ଦାରେଣ୍ଡ ଗ୍ରାମରେ, କଶ୍ମିରୀ ଚାଷୀମାନେ ଧାନଗଛଗୁଡିକୁ ବିଡାକରି ମୁଣ୍ଡ ଉପରେ ଲଦି ଖୋଲା ପଡିଆରେ ଶୁଖେଇବାକୁ ନେଉଛନ୍ତୁ


PHOTO • Muzamil Bhat

ଗାଣ୍ଡରବାଲ ଜିଲ୍ଲାର ଡାରେଣ୍ଡ ଗ୍ରାମରେ, କାଶ୍ମୀରର ଜଣେ ଯୁବତୀ (ଯିଏ ନାମ କହିବାକୁ ଚାହୁଁନଥିଲେ) ଖଳା ପ୍ରକ୍ରିୟା ପାଇଁ ମୁଣ୍ଡରେ ଧାନ ଗୁଣ୍ଡ ବୋହି ନେଉଥିଲେ


PHOTO • Muzamil Bhat

ଶ୍ରୀନଗର-ଲେହ ଜାତୀୟ ରାଜପଥରେ ଗଣ୍ଡେରବାଲ ଜିଲ୍ଲାର ଗୁଣ୍ଡ ଅଞ୍ଚଳ ଦେଇ ଯାଇଥିବା ଶ୍ରୀନଗର-ଲେହ ଜାତୀୟ ରାଜପଥର ପାର୍ଶ୍ୱରେ ଧାନ ଫସଲ ସମ୍ପୂର୍ଣ୍ଣ ପାଚିଯାଇଛି

ଅନୁବାଦ: ଓଡ଼ିଶାଲାଇଭ୍‍

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Muzamil Bhat

Muzamil Bhat is a Srinagar-based freelance photojournalist.

Other stories by Muzamil Bhat