ଗୋଟିଏ ଘର ଯାହା ଅନେକ ଯନ୍ତ୍ରଣା ଦେଖିଛି- ସେଠି ତଥାପି ହସ ଅଛି।

ଜଳ ଅଭାବରେ ଥିବା ତାମିଲନାଡ଼ୁ- ଏମିତି ଗୋଟିଏ ଜମି ଅଛି, ଯେଉଁଠି ଫୁଲ ଫୁଟୁଛି।

ଦ୍ରୁତ ଭାବରେ ମୃତ୍ତିକା ଉର୍ବରତା ହରାଉଥିବା- ଏକ ରାଜ୍ୟରେ ଏହି ଛୋଟ କ୍ଷେତ ଯେଉଁଟି କେବଳ ଜୈବିକ ଖତ ବ୍ୟବହୃତ ହେଉଛି।

ବୃହତ୍ କୃଷକ ବିପର୍ଯ୍ୟୟ ମଧ୍ୟରେ - ଦୁଇଟି ସନ୍ତାନର ଏହି ଏକାକିନୀ ମା’ସଂଗ୍ରାମ କରୁଛନ୍ତି ଏବଂ ଏପର୍ଯ୍ୟନ୍ତ କୃଷକ ଭାବରେ ବଞ୍ଚିବାକୁ କଷ୍ଟ କରୁଛନ୍ତି।

ତାଙ୍କ କାହାଣୀ ଓ ସଂଘର୍ଷ - ପ୍ରଥମେ ପରୀ ଦ୍ୱାରା ରେକର୍ଡ କରାଯାଇଥିଲା- ଏହାକୁ ଚେନ୍ନାଇରେ ସ୍ୱୀକାର କରାଯାଇଥିଲା, ଯେଉଁଠିକୁ ସେ ଚଳିତ ସପ୍ତାହରେ ‘ଗୃହୋଦ୍ୟୋଗୀ’ ପୁରସ୍କାର ଗ୍ରହଣ କରିବାକୁ ଆସିଥିଲେ। ଘରୁ ବ୍ୟବସାୟ କରୁଥିବା ମହିଳାମାନଙ୍କୁ ଏହି ପୁରସ୍କାର ସମ୍ମାନିତ କରେ।

ଶିବଗଙ୍ଗାଇ ଜିଲ୍ଲାର ମୁଥୁଲ୍ ଗାଁରେ ଥିବା ଏକ ସାହି ମେଲାକାଡ଼ୁର ଚନ୍ଦ୍ରା ସୁବ୍ରମଣ୍ୟନ୍। ଯେ କୌଣସି ପୁରୁଷ କୃଷକଙ୍କ ତୁଳନାରେ କଠିନ ପରିଶ୍ରମ କରନ୍ତି। ସେ ଛୋଟ ବାଳକଙ୍କ ପୋଷାକ ପିନ୍ଧନ୍ତି।  ସେ ହସି ହସି କୁହନ୍ତି, ଏହା ମୋ ପୁଅର ସାର୍ଟ। ତାଙ୍କ ପୁଅ ୧୦ବର୍ଷର ଏବଂ ସେ ୨୯ବର୍ଷ। ସେ ନିଜ ନାଇଟି ଉପରେ ଏହି ନୀଳ ପୋଷାକଟି ପିନ୍ଧିଥିଲେ। ଏତେ ପରସ୍ତ ପୋଷାକ ସତ୍ତ୍ୱେ ସେ ପୂର୍ବ ତୁଳନାରେ କ୍ଷୀଣକାୟ ମନେ  ହେଉଥିଲେ। ମୁଁ ପଚାରିଲି, ତୁମେ କ’ଣ ପାଇଁ ଏତେ ଝଡ଼ିଯାଇଛ? ସେ ଭାରାପ୍ପୁ (ପାଚେରି) ଆଡ଼କୁ ହାତ ଦେଖାଇ କହିଲେ ‘‘କାମ’’। ସେ ତାହାକୁ ଜମି ମଧ୍ୟରେ ନିଜେ ତିଆରି କରିଛନ୍ତି।  ସେ କହିଲେ, ‘‘ଏହା ଏଠି ଖୁବ୍ ଅଣଓସାରିଆ ଥିଲା। ତେଣୁ ମୁଁ ମାଟି ଖୋଳି ଏହାକୁ ଦୃଢ଼ କରିଛି।’’ ମୁଁ ଦେଖିଛି ପୁରୁଷ ଲୋକମାନେ ମଧ୍ୟ ଏହି କାମ ବିଷୟରେ ଚିନ୍ତା କଲେ ଡରିଯାଆନ୍ତି।

PHOTO • Aparna Karthikeyan

ସମ୍ପାଙ୍ଗୀ ବା ରଜନୀଗନ୍ଧା ଫୁଲ ଚନ୍ଦ୍ରାଙ୍କ କ୍ଷେତରୁ ତୋଳାଯାଉଛି। ଡାହାଣ: ତାଙ୍କ ଝିଅ ଇନୟା ଫୁଲଭର୍ତ୍ତି ଏକ ବ୍ୟାଗ ଦେଖାଉଛି।

ଚନ୍ଦ୍ରା ଦିନରାତି କାମ କରନ୍ତି। ଜୁଲାଇ ମାସର ଆରମ୍ଭରେ ମୁଁ ତାଙ୍କ ଘରେ ପହଞ୍ଚି ଦେଖିଲି, ଘରେ ଥିବା କୁକୁଡ଼ା ରାବିବାର ଅନେକ ପୂର୍ବରୁ ସେ ଉଠିଯାଇଥିଲେ। ଏହା ପ୍ରାୟ ରାତି ୧ଟା ଥିଲା। କାରଣ ସମ୍ପାଙ୍ଗୀ- ରଜନୀଗନ୍ଧା ଫୁଲ ତୋଳିବାର ଏହା ଶ୍ରେଷ୍ଠ ସମୟ। ଫୁଲ ତାମିଲନାଡ଼ୁରେ ବହୁଳ ପରିମାଣରେ ଚାଷ କରାଯାଏ ଏବଂ ବିବାହ ପୂଜା ନିମନ୍ତେ ଫୁଲ ମାଳରେ ବହୁଳ ଭାବରେ ବ୍ୟବହୃତ ହୁଏ।

ସେ ମୋତେ କହିଲେ, ଫୁଲର ଦର ଏହା କେଉଁ ସମୟରେ ତୋଳା ଯାଇଛି ତାହା ଉପରେ ନିର୍ଭର କରେ। ସେ ଥଣ୍ଡା କରିବା ପାଇଁ କ୍ଷୀରକୁ ଗୋଟିଏ ପାତ୍ରରୁ ଅନ୍ୟ ପାତ୍ରକୁ ଢାଳୁଥିଲେ। ‘‘ସନ୍ଧ୍ୟାରେ ତୋଳା ଯାଇଥିବା ଫୁଲ କମ୍ଦର ହୁଏ। ଏହା ସମ୍ପୂର୍ଣ୍ଣ ଭାବରେ ଫୁଟିବା ପାଇଁ ପରଦିନ ସକାଳଯାଏଁ ଅପେକ୍ଷା କରିବାକୁ ହୁଏ। ଏହା କେବଳ ସମୟ ନଷ୍ଟ। ରାତିରେ ତୋଳାଯାଇଥିବା ଫୁଲ ସବୁଠୁ ଭଲ। ଏହାକୁ ପିଅନ୍ତୁ।’’ ସେ ମୋତେ ସତେଜ ଦୁଗ୍ଧ ଦେଲେ। ବହଳିଆ ଏବଂ ଚିନି ମିଶାଯାଇଥିବା। ଚନ୍ଦ୍ରା ଚା’ ପିଇଲେ। ଏଥିରେ ମିଲ୍କ ବିସ୍କୁଟ ବୁଡ଼ାଇଲେ ଏବଂ ତାଙ୍କର ପ୍ରାତଃ ଭୋଜନ ହୋଇଗଲା। ସେ କହିଲେ, ‘‘ଚାଲନ୍ତୁ ଯିବା,’’ ଏବଂ ମୁଁ ତାଙ୍କୁ ଅନୁସରଣ କଲି।

୨୦୧୪ରେ ମୁଁ ପ୍ରଥମଥର ପାଇଁ ଚନ୍ଦ୍ରାଙ୍କୁ ତାଙ୍କ ମେଲାକାଡ଼ୁ ଫାର୍ମରେ ଭେଟିଥିଲି- ତାଙ୍କ ସ୍ୱାମୀ ଆତ୍ମହତ୍ୟା କରିବାର ଗୋଟିଏ ବର୍ଷ ପରେ। ସେହି ବିପର୍ଯ୍ୟୟର ଦୁଇ ସପ୍ତାହ ପୂର୍ବରୁ ଚନ୍ଦ୍ରାଙ୍କ ପିତା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ମାତ୍ର ୨୪ବର୍ଷ ବୟସ ଏବଂ ସେତେବେଳେକୁ ଏତେସବୁ ଘଟିଗଲାଣି- ଦୁଇଟି ଛୋଟ ପିଲା- ସେ ନିଜ ବିଧବା ମା’ଙ୍କ ସହ ରହିବାକୁ ଫେରିଆସିଲେ। ଉଭୟ ମହିଳା ବଞ୍ଚିବା ପାଇଁ ଚାଷ କଲେ।

PHOTO • Aparna Karthikeyan

ଚନ୍ଦ୍ରା, ଝିଅ ଇନୟା ଏବଂ ପୁଅ ଧନୁଷ କୁମାରଙ୍କ ସହ ତାଙ୍କ କ୍ଷେତରେ। ଡାହାଣ: ଚେନ୍ନାଇରେ ‘ଗୃହୋଦ୍ୟୋଗୀ’ ପୁରସ୍କାର ଗ୍ରହଣ ସମୟରେ

ଚନ୍ଦ୍ରାଙ୍କର ୪ଏକର ଜମି ଅଛି। ଭଲ ବର୍ଷା ହେଉଥିବା ବର୍ଷମାନଙ୍କରେ ସେ ଏଥିରେ ଧାନ ଏବଂ ଆଖୁ କରିଥିଲେ। କିନ୍ତୁ ଦୁଇଟି ଅନିୟମିତ ମୌସୁମୀ ଦେଖିବା ପରେ ସେ ପନିପରିବା ଚାଷ କଲେ, ଏହାକୁ ନିଜେ ସ୍ଥାନୀୟ ବଜାରରେ ବିକ୍ରି କଲେ। ଚଳିତବର୍ଷ ସେ ଫୁଲ ଉପରେ ଆଶା ରଖିଛନ୍ତି। ୨ଏକର ଫୁଲ ପାଇଁ ଏବଂ ଅଧ ଏକର ପରିବା ପାଇଁ। ବଳକା ଖାଲିପଡ଼ିଛି। ଫୁଲ କ୍ଷେତରେ ସବୁଦିନ କାମ କରିବା ଖୁବ୍କଷ୍ଟକର- କିନ୍ତୁ ସେ ନିଜେ ସବୁ କରନ୍ତି। ଫୁଲ ତୋଳାଳିମାନେ ଦିନକୁ ୧୫୦ ଟଙ୍କା ଦାବି କରନ୍ତି। ସେ କହିଲେ, ‘‘ସେମାନେ ଯୋଡ଼ିରେ ଆସନ୍ତି। ଯଦି ମୁଁ ଗୋଟିଏ ରାତିରେ ୩୦୦ ଟଙ୍କା ଲେଖାଏଁ ଦେବି ତା’ହେଲେ ମୁଁ କ’ଣ ରୋଜଗାର କରିବି?’’

ସେ ହାତ ଦେଖାଇ କହିଲେ, ‘‘ସେଇଠି ରଜନୀଗନ୍ଧା କ୍ଷେତ’’। ମୁଁ ଦେଖିବା ପୂର୍ବରୁ ବାସ୍ନାରୁ ଜାଣିପାରିଥିଲି। ୨ ଏକର ସୁନ୍ଦର ଏବଂ ସବୁଜ। ଲମ୍ବା ଡେମ୍ଫଗୁଡ଼ିକ ଚନ୍ଦ୍ରାଙ୍କ କାନ୍ଧ ପର୍ଯ୍ୟନ୍ତ ପହଞ୍ଚିଯାଉଥିଲା। ଡେମ୍ଫର ଉପରେ ଫୁଲଗୁଡ଼ିକ ଏକଦମ୍ଖୁନ୍ଦାଖୁନ୍ଦି ହୋଇ ହୋଇଥିଲା। ପ୍ରତ୍ୟେକ ଧାଡ଼ି ମଝିରେ ପତଳା ସ୍ଥାନ ଥିଲା ଏବଂ ପ୍ରତି ରାତିରେ ନାଇଟି ପିନ୍ଧି ଏବଂ ଖଣି ଲ୍ୟାମ୍ପ ଲଗାଇ ସେ ଆସୁଥିଲେ। ଚନ୍ଦ୍ରା କୁହନ୍ତି, ‘‘୮୦୦ ଟଙ୍କା, କିନ୍ତୁ ଖୁବ୍ଶକ୍ତିଶାଳୀ। ଏପରିକି ଧାଡ଼ିବାନ୍ଧି ଯାଉଥିବା ପିମ୍ପୁଡ଼ିମାନଙ୍କୁ ବି ମୁଁ ଦେଖିପାରେ।’’ ଯେତେବେଳେ ସାରା ଦୁନିଆ ଶୋଇଥାଏ, ସେତେବେଳେ ସେ ଚାରିଘଣ୍ଟା ଫୁଲ ତୋଳିବାରେ କଟାନ୍ତି।

ବେଳେବେଳେ ସାପ ଏବଂ ବିଛା ଶୋଇନଥାନ୍ତି। ନିକଟରେ ତାଙ୍କୁ ଏକ ବିଛା କାମୁଡ଼ି ଦେଇଥିଲା। ମୁଁ ସତର୍କ ହୋଇ ପଚାରିଲି, ତୁମେ କ’ଣ କଲ? ମୁଁ ଯେତେବେଳେ ଗମ୍ବୁଟ୍ପିନ୍ଧିବାକୁ କହିଲି ସେ ହସି ହସି କହିଲେ, ମୁଁ ତାକୁ ଶୁଆଇଦେଲି।

PHOTO • Aparna Karthikeyan

ଚନ୍ଦ୍ରାଙ୍କ ୨ଏକର ଜମିରେ ରଜନୀଗନ୍ଧା ଚାଷ ହୋଇଛି। ସେ ନିଜ କ୍ଷେତ୍ରରେ ଜୈବିକ ଖତ ହିଁ ବ୍ୟବହାର କରନ୍ତି।

ପ୍ରତିଦିନ ସକାଳ ୫.୩୦ ସମୟରେ ସେ ଏହି ତୋଳା ଫୁଲଗୁଡ଼ିକୁ ଏକ ବସ୍ତାରେ ଭର୍ତ୍ତି କରନ୍ତି ଏବଂ ରେଲୱେ କ୍ରସିଂ ନିକଟରେ ପହଞ୍ଚନ୍ତି। ଯେଉଁଠାରୁ ଗୋଟିଏ ଟ୍ରକ୍ଏହାକୁ ମଦୁରାଇ ନେଇଯାଏ।

ଘରକୁ ଫେରି ସେ ପିଲାମାନଙ୍କ କଥା ବୁଝନ୍ତି- ଧନୁଷ କୁମାର ୫ମ ଶ୍ରେଣୀରେ ଏବଂ ଇନୟା ୨ୟ ଶ୍ରେଣୀରେ ପଢ଼ନ୍ତି। ସେ ସେମାନଙ୍କ ପାଇଁ ମଧ୍ୟାହ୍ନ ଭୋଜନ ଭର୍ତ୍ତି କରନ୍ତି। ସେ କୁହନ୍ତି, ‘‘ଏହି ନୂଆ ସ୍କୁଲରେ ପୁରୁଣା ସ୍କୁଲରେ ଖର୍ଚ୍ଚ ଦୁଇଗୁଣ। କିନ୍ତୁ ମୁଁ ସେମାନଙ୍କ ପାଇଁ ସବୁକିଛି ଭଲ ଚାହୁଁଛି। ନଚେତ ମୁଁ ଦିନରାତି କାହିଁକି କାମ କରୁଛି?’’ ଏହାପରେ ସେ ତାଙ୍କ ପନିପରିବାକୁ ହାଟକୁ ନିଅନ୍ତି। ଏହି ଅର୍ଥକୁ ସେ ବୋନସ୍କୁହନ୍ତି। ଏହି ଅର୍ଥରେ ସେ ଅଧିକ ଫଳ ଓ ଜଳଖିଆ କିଣିପାରନ୍ତି। ‘‘ପାଣି ଥିବାବେଳେ ଆମେ ଧାନ ଚାଷ କରୁଥିଲୁ। କିନ୍ତୁ ଏବେ ?’’

ତାଙ୍କ ମା’ ଭିତରକୁ ଆସିଲେ। ପଞ୍ଜୁରୀରେ ଥିବା ଗିନି ପିଗ୍ମାନଙ୍କୁ ଦେଖାଇ ସେ କହିଲେ, ‘‘ତୁମେ ଏହାକୁ ବିକ୍ରି କରିପାରିବ? ଯଦି ଏହା କୁକୁଡ଼ା କିମ୍ବା ଛେଳି ହୋଇଥାଆନ୍ତା, ତୁମେ ଖାଇପାରିଥାନ୍ତ। କିନ୍ତୁ ଏଗୁଡ଼ିକର ଉପଯୋଗିତା କ’ଣ?’’ ଏହି ତର୍କ ଦୁଇବର୍ଷ ହେବ ଚାଲିଛି। ଚନ୍ଦ୍ରାଙ୍କର ଉତ୍ତର ମୂଷାଗୁଡ଼ିକ ପୋଷାଜୀବ । ସେଗୁଡ଼ିକୁ ଖିଆଯିବା ଉଚିତ୍ନୁହେଁ।

ଯେଉଁଦିନ ତାଙ୍କର ସୌଭାଗ୍ୟ ଥାଏ ସେଦିନ ସେ ଅପରାହ୍ନରେ କେଇଘଣ୍ଟା ଶୋଇପଡ଼ନ୍ତି- ସେ ରାତିର ଅନେକ ନିଦ ହରାନ୍ତି। ବର୍ତ୍ତମାନ ସେ ମଟର ଲଗାଇବାକୁ ଉଠିଲେ। ସେ ପଚାରିଲେ, ‘‘ପାଣି ଦେଖିବେ?’’ ଏହା ଥଣ୍ଡା ଏବଂ କଳା ଥିଲା। ଏକ ଖୋଲା କୂଅ, ଯାହାର ବ୍ୟାସ ପ୍ରାୟ ୨୦ଫୁଟ୍ତା’ର ଖୁବ୍ତଳେ ଥିଲା ପାଣି। ଚନ୍ଦ୍ରା ଏବଂ ତାଙ୍କ ଭାଇ ସେମାନଙ୍କ ବୋର୍ୱେଲ୍ରୁ ଏହି ୭୫ ଫୁଟ କୂଅରେ ପାଣି ସଂରକ୍ଷିତ କରି ରଖିଥିଲେ ଏବଂ ଏହିଠାରୁ ତାଙ୍କ ଜମିକୁ ପାଣି ମଡ଼ାଉଥିଲେ।’’ ମୋ ବୋର୍ୱେଲ୍୪୫୦ଫୁଟରେ ପଡ଼ିଛି। କିନ୍ତୁ ମୋ ଭାଇର ନୂଆ ବୋର୍ୱେଲ ପାଇଁ ଆମକୁ ପାଣି ପାଇବା ନିମନ୍ତେ ୧୦୦୦ ଫୁଟ ଡ୍ରିଲ କରିବାକୁ ପଡ଼ିଲା।

PHOTO • Aparna Karthikeyan

ଚନ୍ଦ୍ରା ମାଇନର୍ସ ଲ୍ୟାମ୍ପ ପିନ୍ଧିଲେ, ଯାହାଦ୍ୱାରା ରାତିରେ ସେ ପିମ୍ପୁଡ଼ି ଚାଲୁଥିବା ମଧ୍ୟ ଦେଖିପାରନ୍ତି। ଡାହାଣ: ଖୋଲାକୂଅ, ଯେଉଁଠାରେ ସେ ଏବଂ ତାଙ୍କ ଭାଇ ନିଜ ବୋର୍ୱେଲ୍ରୁ ପାଣି ସଂଗ୍ରହ କରି ରଖନ୍ତି।

ସେ ହସିହସି କହିଲେ, ‘‘ଯେତେବେଳେ ଭଲ ବର୍ଷା ହୁଏ, ଏହି କୂଅ ଭର୍ତ୍ତି ହୋଇଯାଏ। ଏପରିକି ପାଣି ବୋହିଯାଏ। ଥରେ ଆମେ ପିଲାମାନଙ୍କ ଅଣ୍ଟାରେ ପ୍ଲାଷ୍ଟିକ୍ ଚେନ୍ବାନ୍ଧି ପାଣିରେ ଛାଡ଼ିଦେଇଥିଲୁ।’’ ମୋର ଅସନ୍ତୁଷ୍ଟ ଚେହେରା ଆଡ଼କୁ ଅନାଇ ସେ କହିଲେ, ‘‘ସେମାନେ ବୁଡ଼ିନଥାନ୍ତେ। ସେ କେନ୍ଗୁଡ଼ିକ ତାଙ୍କୁ ଭସାଇ ରଖିବ। ନଚେତ ସେମାନେ କେମିତି ପହଁରିବା ଶିଖିବେ?’’

ଆମ ପାଖରେ ପହଞ୍ଚିଯାଇଥିବା ପିଲାଙ୍କୁ ଚନ୍ଦ୍ରା ଗାଳି ଦେଲେ। ‘‘କେଶ କେତେ ଶୁଖିଲା।’’ ଯାଅ, ତେଲ ଲଗାଇ କୁଣ୍ଡାଇବ।’’ ଆମେ ପିଜୁଳି ତୋଳିବାକୁ ଯିବାକୁ ସେ ଏବଂ ତାଙ୍କର ମା’ ଜୋର୍ଦେଲେ। ସେ କହିଲେ, ମୁଁ କିଛି ଘରକୁ ନେବା ଦରକାର।

ଭାଇଙ୍କ କ୍ଷେତରୁ ଜସ୍ମିନ୍ତୋଳିବା ସମୟରେ ଚନ୍ଦ୍ରା ମୋତେ କହିଲେ, ମୁଁ ସମ୍ପୂର୍ଣ୍ଣ ଭାବରେ ଫୁଲ ଚାଷ କରିବାକୁ ଚାହୁଁଛି। ରଜନୀଗନ୍ଧାର ଦାମ୍ ଅସ୍ଥିର। କିନ୍ତୁ ମୁଁ ଏଥିରେ ଲାଭ ଦେଖୁଛି। ସେ ପ୍ରତି ଏକର ରଜନୀଗନ୍ଧା ପାଇଁ ଲକ୍ଷେ ଟଙ୍କା ଲେଖାଏଁ ପୁଞ୍ଜି ଖଟାଇଛନ୍ତି। ୪୦୦୦୦ ଟଙ୍କା ବଲ୍ବ ପାଇଁ ଏବଂ ପ୍ରାୟ ୩୦୦୦୦ ଟଙ୍କା ବୁନ୍ଦା ଜଳସେଚନ ପାଇଁ ଏବଂ ବଳକା କ୍ଷେତ ଏବଂ ଗଛ ପ୍ରସ୍ତୁତି ପାଇଁ। ସେ କୁହନ୍ତି, ‘‘ମୁଁ କେବଳ ଜୈବିକ ଖତ, ଗୋବର ବ୍ୟବହାର କରେ।’’ ରଜନୀଗନ୍ଧା ଫୁଲ ଫୁଟିବା ପାଇଁ ୭ମାସ ସମୟ ଲାଗେ ଏବଂ ଏହି ଅମଳ ସ୍ଥିର ହେବା ପାଇଁ ଆଉ କେଇମାସ ଲାଗେ।

PHOTO • Aparna Karthikeyan

ଚନ୍ଦ୍ରା ସେମାନଙ୍କ ଜମିରୁ ତୋଳିଥିବା ପିଜୁଳି ଭର୍ତ୍ତି କରିବା ପାଇଁ ଇନୟା ଏକ ବ୍ୟାଗ ଧରିଛନ୍ତି।

ବର୍ତ୍ତମାନ ସେ ଦିନକୁ ୪୦ କେଜି ଫୁଲ ତୋଳୁଛନ୍ତି। ଭଲ ଦିନମାନଙ୍କରେ ୫୦ କେଜି। କିନ୍ତୁ ଏହାର ଦାମ୍ଅନେକ ବଦଳେ। ସେ କୁହନ୍ତି, ‘‘କିଲୋକୁ ୫ଟଙ୍କାରୁ ୩ଶହ ଟଙ୍କାରୁ ଅଧିକ ପର୍ଯ୍ୟନ୍ତ। ଏହା ବିବାହ ଏବଂ ଉତ୍ସବ ଋତୁମାନଙ୍କରେ ଖୁବ୍ଅଧିକ ହୋଇଯାଏ ଏବଂ ଏହା ପରେ ପରେ ଖସିଯାଏ। ଯଦି ମୁଁ ଦୈନିକ କେଜି ପିଛା ହାରାହାରି ୫୦ଟଙ୍କାରୁ ୧୦୦ ଟଙ୍କା ପାଇବି, ତା’ହେଲେ ମୋର ଲାଭ ହେବ। ଚନ୍ଦ୍ରା ସ୍ୱୀକାର କଲେ ପ୍ରତିମାସରେ ଏହି ଦୁଇ ଏକରରୁ ମାସକୁ ୧୦ ହଜାର ଟଙ୍କା ପାଉଛନ୍ତି। ବେଳେବେଳେ ଏହାଠାରୁ ଅଧିକା। ଯେତିକି ଅର୍ଥ ଖର୍ଚ୍ଚ କରିଛନ୍ତି, ରକ୍ଷଣାବେକ୍ଷଣ ସମସ୍ତ ଋଣ ଏବଂ ସୁଧ ଦେବା ପରେ ଏତିକି ବଳୁଛି। ଏଇଥିରେ ତାଙ୍କ ପରିବାର ଚଳେ। ପରିବାରୁ ସେ ମାସକୁ ଆଉ ୨୦୦୦ ଟଙ୍କା ପାଉଛନ୍ତି।

ଏପରିକି ସେ ଏକ ଏଲ୍ଆଇସି ବୀମା ପଲିସିରେ ମଧ୍ୟ କିଛି ପୁଞ୍ଜି ଖଟାଇଛନ୍ତି। ସେ ନିଜର ପନିପରିବା ଗଛକୁ ମଧ୍ୟ ସୀମିତ କରିବେ। (ଆଚାର ପାଇଁ ଖଟା ପାଳଙ୍ଗ ପରବର୍ତ୍ତୀ ଯୋଜନା) ସେ କହିଲେ, ‘‘ସେସବୁ ଖାଲି ଜମିକୁ ଦେଖୁଛ, ମୁଁ କେବେ ବି ଆଗରୁ ସେମିତି ଛାଡ଼ିନଥିଲି… କିନ୍ତୁ ବିନା ବର୍ଷାରେ ଚାଷ କରିବାରେ କ’ଣ ଲାଭ? ତରଭୁଜ ଏପରିକି ନଡ଼ିଆ ମଧ୍ୟ ଶୁଖିଯାଉଛି।’’

ତାଙ୍କ ଘରକୁ ଫେରିଲୁ, ସେ ସୂତାରେ ଫୁଲ ଗୁନ୍ଥି ମୋ କେଶରେ ଲଗାଇବାକୁ ବାଧ୍ୟ କଲେ। ସେ କହିଲେ, ‘‘କିଛି ତୁମ ଝିଅ ପାଇଁ ନେଇଯାଅ।।’’  ମୁଁ କହିଲି, ‘‘ମୁଁ ମୁମ୍ବାଇରେ ପହଞ୍ଚିବା ବେଳକୁ ସେଗୁଡ଼ିକ ନଥିବ।’’ ମୋ ଝିଅର ଫଟୋ ତାଙ୍କୁ ଦେଖାଇ ତାଙ୍କୁ କହିଲି, ‘‘ତା’ର କେଶ ଦେଖୁଛ? ଏହି କେଶ ବିନ୍ୟାସରେ ସେ ଫୁଲ ଲଗାଇପାରିବନି।’’ ଏହାଦେଖି ଚନ୍ଦ୍ରା ହସିଲେ ଏବଂ ମୋତେ ପଚାରିଲେ, ‘‘ଆପଣ ତାକୁ ବୋତଲେ ତେଲ ଏବଂ ପାନିଆଟେ ଦେଇପାରୁନାହାନ୍ତି?’’ ଏହାପରେ ତାଙ୍କ ହସ ଥିଲା ଖରାଦିନିଆ ବର୍ଷା ପରି।

ଫଟୋ: ଅପର୍ଣ୍ଣା କାର୍ତ୍ତିକେୟନ

ଅନୁବାଦ: ଓଡ଼ିଶାଲାଇଭ୍

Aparna Karthikeyan

Aparna Karthikeyan is an independent multimedia journalist. She documents the vanishing livelihoods of rural Tamil Nadu and volunteers with the People's Archive of Rural India.

Other stories by Aparna Karthikeyan
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE