"ଓ,ଆପଣ କୋଲକାତାରୁ ଆସିଛନ୍ତି କି?"ସେ ମୋ ଆଡ଼କୁ ଚାହିଁ ପଚାରିବା ସମୟରେ ତାଙ୍କ ଆଖି ଦୁଇଟି ଝଲସି ଉଠୁଥିଲା। "ମୁଁ ମଧ୍ୟ ଅନେକ ଥର କାମର ସନ୍ଧାନରେ କୋଲକାତା ଏବଂ ହାୱଡ଼ାଯାଇଥିଲି। ବେଳେବେଳେ ମୋର ଭାଗ୍ୟ ଭଲ ଥାଏ, ବେଳେବେଳେ ନଥାଏ। ଶେଷରେ, ମୁଁ ଏଠାରେ ପହଞ୍ଚିଥିଲି।"

ଲଦାଖର ଏହି ସ୍ଥାନଟି ସମୁଦ୍ର ପତ୍ତନଠାରୁ ୧୦,୦୦୦ ଫୁଟ ଉଚ୍ଚରେ।ଏବଂ ରାଜୁ ମୁର୍ମୁ,ଝାଡ଼ଖଣ୍ଡରେ ଥିବା ତାଙ୍କ ଘରଠାରୁ ପ୍ରାୟ ୨୫୦୦ କିଲୋମିଟର ଦୂରରେ ରହି ଏକ ପରିଚିତ ସହରର ସ୍ମୃତିରୁ ଉଷ୍ମତା ଆଣୁଛନ୍ତି କାରଣ ଏହି ଦୁର୍ଗମ ହିମାଳୟ ମରୁଭୂମିରେ ସଂଧ୍ୟା ହେବା ପରେ ତାଙ୍କ ତମ୍ବୁ ବାହାରେ ତାପମାତ୍ରା ତୀବ୍ର ହ୍ରାସ ପାଇଥାଏ।ବିଦ୍ୟୁତ୍ ନ ଥିବାରୁ ଅନ୍ଧାର ଖୁବ୍ ଶୀଘ୍ର ରାଜୁ ଏବଂ ତାଙ୍କ ସହକର୍ମୀ ଶ୍ରମିକମାନଙ୍କ ତମ୍ବୁକୁ ଚାରିଆଡୁ ଆଚ୍ଛାଦିତ କରିଦେବ।

ଦେଶର କେତେକ ଉଚ୍ଚ ରାସ୍ତା ନିର୍ମାଣ କରିବା ପାଇଁ ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ବାବୁପୁର ଗାଁରୁ ୩୧ ବର୍ଷୀୟ ରାଜୁ ଅନ୍ୟ ଶ୍ରମିକମାନଙ୍କ ପରି ଲଦାଖକୁ ସବୁବେଳେ ଆସିଥାନ୍ତି। ସେ କୁହନ୍ତି, "ଏହା ମୋର ଚତୁର୍ଥ ବର୍ଷ। ମୁଁ ଗତ ବର୍ଷ ମଧ୍ୟ ଆସିଥିଲି।କ 'ଣ କରିବା? ମୋ ଗାଁରେ ଚାକିରି ନାହିଁ"। ରାଜୁ ଏବଂ ତାଙ୍କ ରାଜ୍ୟର ଅନ୍ୟ ନଅ ଜଣ ସେମାନଙ୍କ ରାସ୍ତା ନିର୍ମାଣ ସ୍ଥାନଠାରୁ ଦୁଇ କିଲୋମିଟର ଦୂରରେ ଥିବା ଛୋଟ ତମ୍ବୁଗୁଡ଼ିକରେ ରୁହନ୍ତି। ସେମାନେ ସମୁଦ୍ର ପତ୍ତନଠାରୁ ୧୭,୫୮୨ ଫୁଟ ଉଚ୍ଚରେ ଖାରଦୁଙ୍ଗ ଲା (ଖାରଦଙ୍ଗ ଗ୍ରାମ ନିକଟରେ) ଏବଂ ୧୦,୦୦୦ ଫୁଟରେ ଥିବା ନୁବ୍ରା ଉପତ୍ୟକା ମଧ୍ୟରେ ଏକ ଗିରିପଥ ନିର୍ମାଣ କରୁଛନ୍ତି।

ଲଦାଖର ସୁଦୂର ତଥା ବିଚ୍ଛିନ୍ନ ଅଞ୍ଚଳ,ଐତିହାସିକ ଭାବରେ ବାଣିଜ୍ୟ, ଧର୍ମ ଏବଂ ସଂସ୍କୃତିର ଆଦାନ ପ୍ରଦାନ ପାଇଁ ସୀମା ଅତି ଗୁରୁତ୍ୱପୂର୍ଣ୍ଣ  ଥିବା ବେଳେ ଝାଡ଼ଖଣ୍ଡ, ଛତିଶଗଡ, ବିହାର, ମଧ୍ୟପ୍ରଦେଶ ଏବଂ ଦେଶର ଅନ୍ୟାନ୍ୟ ସ୍ଥାନର ପ୍ରବାସୀ ଭାରତୀୟଙ୍କ ପାଇଁ ଏବେ ଏକ କାର୍ଯ୍ୟକ୍ଷେତ୍ର ପାଲଟିଛି।ଲଦାଖର ନୂତନ ପ୍ରଶାସନିକ ସ୍ଥିତି ଘରୋଇ ନିର୍ମାଣକାରୀଙ୍କ ପାଇଁ ଏହି ଅଞ୍ଚଳରେ ପ୍ରବେଶ କରିବା ସମ୍ଭବ କରିଛି।ସୀମାନ୍ତ ସଡକ ସଂଗଠନ ସହିତ କେନ୍ଦ୍ର ଅଞ୍ଚଳର ପ୍ରଶାସନ ବାଣିଜ୍ୟିକ ଏବଂ ସାମରିକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ଭିତ୍ତିଭୂମି ପ୍ରକଳ୍ପକୁ ମଧ୍ୟ ତ୍ୱରାନ୍ୱିତ କରିଛନ୍ତି। ଏହି କାରଣରୁ ଲଦାଖରେ ପ୍ରବାସୀ ଶ୍ରମିକମାନଙ୍କର ପ୍ରବାହ ବୃଦ୍ଧି ପାଇଛି।

ଆପଣ ସେମାନଙ୍କୁ ବେଳେବେଳେ ସେମାନଙ୍କ ପରିବାର ସହିତ ରାସ୍ତା କଡ଼ରେ ୧୧x ୮.୫ ଫୁଟରୁ ଅଧିକ ବଡ଼ ହୋଇନଥିବା କାନଭାସ୍ ଟେଣ୍ଟରେ ଦେଖିପାରିବେ।ସଡ଼କ କାର୍ଯ୍ୟ ଅଗ୍ରଗତି କଲାବେଳେ ଏହି ଇମ୍ପ୍ରୋଭାଇଜଡ୍ କ୍ୟାମ୍ପଗୁଡ଼ିକ ଆଗକୁ ସ୍ଥାନାନ୍ତର ହୋଇଚାଲିଥାଏ।ପ୍ରତ୍ୟେକ ଜନଗହଳିପୂର୍ଣ୍ଣ ତମ୍ବୁ,ବ୍ୟାଗ,ଜିନିଷ ଏବଂ ବାସନରେ ପରିପୂର୍ଣ୍ଣ ହୋଇଥାଏ। ଏହାପାଖାପାଖି ୧୦ ଜଣଙ୍କ ପାଇଁ ଘର ଭାବରେ କାର୍ଯ୍ୟ କରିଥାଏ, ଯେଉଁମାନେ କି ଶୀତଳ ଭୂମିରେ ଖାଲି କମ୍ବଳ ଉପରେ ଶୋଇଥା’ନ୍ତି।ସେମାନେ ବିଦ୍ୟୁତ୍ ବିନା ବଞ୍ଚନ୍ତି, କଠିନ ଶୀତର ମୁକାବିଲା କରନ୍ତି ଏବଂ ପ୍ରାୟତଃଉପଯୁକ୍ତ ସୁରକ୍ଷା ସରଞ୍ଜାମ ବିନା ଉପ-ଶୂନ୍ୟ ତାପମାତ୍ରାରେ କାର୍ଯ୍ୟ କରନ୍ତି।ଅସହଯୋଗୀ ଜଳବାୟୁ, ଭିତ୍ତିଭୂମି ପ୍ରକଳ୍ପରେ ଜଡିତ ଅତ୍ୟଧିକ ଖର୍ଚ୍ଚ, ଏବଂ ଗୁଣାତ୍ମକ ଯାନ୍ତ୍ରିକ ଉପକରଣର ଅଭାବ ଅର୍ଥ ଶ୍ରମିକମାନେ ଅତ୍ୟଧିକ ଭାର ବହନ କରି ରାସ୍ତା ନିର୍ମାଣ ଏବଂ ପୁନଃନିର୍ମାଣ କରନ୍ତି।ଏହି ସବୁ ଏକ ଉଚ୍ଚ-ଉଚ୍ଚତାରେ କରାଯାଏ ଯେଉଁଠାରେ ଅମ୍ଳଜାନ ସ୍ତର କମ୍ ରହିଥାଏଏବଂ ଏହି ପରି କଷ୍ଟକର କାମ ପାଇଁ ମିଳୁଥିବା ଦେୟ ଏକ ପରିବାର ଚଳାଇବା ପାଇଁ ମଧ୍ୟ ପର୍ଯ୍ୟାପ୍ତ ନୁହେଁ।

PHOTO • Ritayan Mukherjee

ଖାରଦୁଙ୍ଗ ଲା ପାସ୍ ନିକଟରେ , ଝାଡ଼ଖଣ୍ଡର ଜଣେ ଶ୍ରମିକ ପଥର ବୋହି ନେଇଥିଲେ ଅସହଯୋଗୀ ଜଳବାୟୁ , ଭିତ୍ତିଭୂମି ପ୍ରକଳ୍ପରେ ଜଡିତ ଅତ୍ୟଧିକ ଖର୍ଚ୍ଚ , ଏବଂ ଗୁଣାତ୍ମକ ଯାନ୍ତ୍ରିକ ଉପକରଣର ଅଭାବ ଅର୍ଥ ହେଉଛି ଶ୍ରମିକମାନେ ଓଜନିଆ ଭାର ଉଠାଇବା ଏବଂ ଭାର ବହନ କରି ରାସ୍ତା ନିର୍ମାଣ ଏବଂ ପୁନଃନିର୍ମାଣ କରିବା

"ଡୁମକାରୁ ଆସିଥିବା ୪୦ ଦଶକ ମଧ୍ୟ ଭାଗରେ ଥିବା ଅମୀନ ମୁର୍ମୁ କୁହନ୍ତି, "ମୁଁ ଫେରିବା ବେଳକୁ ୫ ରୁ ୬ ମାସ ମଧ୍ୟରେ ମୁଁ ପ୍ରାୟ ୨୨,୦୦୦ ରୁ ୨୫,୦୦୦ ଟଙ୍କା ସଞ୍ଚୟ କରିପାରିବି। ଏହା ଛଅ ଜଣିଆ ପରିବାର ପାଇଁ ପ୍ରଯ୍ୟାପ୍ତ ନୁହେଁ।" ତାଙ୍କ ପରି ଶ୍ରମିକମାନେ ସେମାନଙ୍କୁ ଦିଆଯାଇଥିବା କାର୍ଯ୍ୟଗୁଡ଼ିକର ପ୍ରକୃତି ଉପରେ ନିର୍ଭର କରି ଦିନକୁ ୪୫୦ ରୁ ୭୦୦ ଟଙ୍କା ରୋଜଗାର କରନ୍ତି।୧୪ ଏବଂ ୧୦ ବର୍ଷ ବୟସର ଦୁଇପିଲାଙ୍କ ପିତା ଖାରଦୁଙ୍ଗ ଲାସ୍ଥିତ ଉତ୍ତର ପୁଲୁରେ ତାଙ୍କ କ୍ୟାମ୍ପରେ ଆମ ସହ କଥା ହୋଇଥିଲେ,ଏହି ମହାମାରୀ ବହୁତ ଦିନ ହେବ ଲାଗି ରହିଥିବାରୁ ତାଙ୍କ ପିଲାମାନଙ୍କର ପାଠପଢ଼ା ଅଟକି ଯାଇଥିବାହେତୁ ଅସନ୍ତୋଷ ପ୍ରକାଶ କରିଥିଲେ। ସ୍କୁଲଗୁଡ଼ିକ ଅନଲାଇନ୍ ପାଠପଢା ଆରମ୍ଭ କଲାପରେ ସ୍ମାର୍ଟଫୋନ୍ କିଣିବାକୁ ତାଙ୍କ ପାଖରେ ଟଙ୍କା ନଥିଲା।"ମୋ ଅଞ୍ଚଳରେ ଅଧିକାଂଶ ପରିବାର ଗୋଟିଏ ବି ଯୋଗାଇ ଦେଇପାରୁ ନାହାନ୍ତି। ମୋର ବଡ଼ ପୁଅ ଅଧ୍ୟୟନ ବନ୍ଦ କରି ଦେଇଛି।ଯଦି ମୁଁ କିଛି ଅତିରିକ୍ତ ଅର୍ଥ ସଞ୍ଚୟ କରେ, ତେବେ ମୁଁ ସାନ ପାଇଁ ସ୍ମାର୍ଟଫୋନ୍ କିଣିବି।କିନ୍ତୁ ପ୍ରତି ମାସରେ ଇଣ୍ଟରନେଟ୍ ଚାର୍ଜ କିଏ ବହନ କରିବ? "ସେ କୁହନ୍ତି।

ଅମୀନଙ୍କ ପାଖ କ୍ୟାମ୍ପରେ ଶ୍ରମିକମାନଙ୍କର ଏକ ଗୋଷ୍ଠୀ ତାସ୍‍ ଖେଳୁଥିବା ସମୟରେ ମୁଁ ଭିତରକୁ ଯାଇଥିଲି। ୩୨ ବର୍ଷୀୟ ହମିଦ ଅନସାରୀ ଯିଏକି ମଧ୍ୟ ଝାଡ଼ଖଣ୍ଡର ବାସିନ୍ଦା କହିଲେ, "ସାର୍, ଦୟାକରି ଆମ ସହିତ ଯୋଗ ଦିଅନ୍ତୁ, ଆଜି ରବିବାର, ଛୁଟିଦିନ"। ଏହା ଏକ ଭଦ୍ର ତଥା ଖୁସିଗପ କରୁଥିବା ଗୋଷ୍ଠୀ। ସେମାନଙ୍କ ମଧ୍ୟରୁ ଜଣେ କହିଲେ: "କୋଲକାତାର ହୋଇଥିବାରୁ ଆପଣ ନିଶ୍ଚୟ ଜାଣିଥିବେ ଯେ ଝାଡ଼ଖଣ୍ଡ କୋଭିଡରେ କେତେ ମାତ୍ରାରେ ପ୍ରଭାବିତ ହୋଇଛି। ଅନେକ ସଂଖ୍ୟାରେ ମୃତ୍ୟୁ ହୋଇଛି ଏବଂ ଅସଂଖ୍ୟ ଚାକିରି ହରାଇଛନ୍ତି। ଗତ ବର୍ଷ ଆମେ ବହୁତ କଷ୍ଟରେ ପରିଚାଳନା କରିଥିଲୁ, କେବଳ ବଞ୍ଚିବା ପାଇଁ ଖାଉଥିଲୁ। ତେଣୁ ଏହି ବର୍ଷ [୨୦୨୧] ସମୟ ନଷ୍ଟ ନକରି ଆମେ ଯଥାଶୀଘ୍ର ଏଠାକୁ ଆସିଥିଲୁ।"

‘‘୧୯୯୦ ଦଶକରୁ ମୁଁ ଜଣେ ନିର୍ମାଣ ଶ୍ରମିକ ଭାବରେ ଲଦାଖକୁ ଆସୁଛି, କିନ୍ତୁ ଗତ ବର୍ଷ ସବୁଠାରୁ ଭୟଙ୍କର ଥିଲା।।ନିଜର ୫୦ ଦଶକରେ ଥିବା ଝାଡ଼ଖଣ୍ଡି ଗୋଷ୍ଠୀର ଅନ୍ୟ ଜଣେ ସଦସ୍ୟ ଘନି ମିୟା କୁହନ୍ତି, ଯିଏ ୨୦୨୦ ମସିହା ଜୁନରେ ଅନଲକ୍ କରିବାର ପ୍ରଥମ ପର୍ଯ୍ୟାୟରେ ଏଠାକୁ ଆସିଥିଲେ’’ ସେଠାରେ ୧୫ ଦିନ ପରେ, ଆମେ କାର୍ଯ୍ୟରେ ଯୋଗ ଦେବାକୁ ସମର୍ଥ ହୋଇଥିଲୁ। କିନ୍ତୁ ସେହି ଦୁଇ ସପ୍ତାହରେ ବହୁତ ମାନସିକ ଯନ୍ତ୍ରଣା ସହିବାକୁ ପଡିଥିଲା।"

ଲେହ ସହରକୁ ଫେରିବା ବାଟରେ ମୁଁ ଝାଡ଼ଖଣ୍ଡର ଆଉ ଏକ ଯୁବ ଗୋଷ୍ଠୀକୁ ଭେଟିଲି।ସେମାନେ କୁହନ୍ତି, "ଆମେ ରୋଷେଇ କରିବାକୁ, ଶ୍ରମିକମାନଙ୍କୁ ସହାୟତା କରିବାକୁ ଏଠାକୁ ଆସିଛୁ। ଆମର ଦୈନିକ ଦେୟ ପ୍ରକୃତରେ କେତେ ତାହା ମଧ୍ୟ ଆମେ ଜାଣି ନାହୁଁ। କିନ୍ତୁ ସେଠାରେ [ଗାଁରେ] ଏକ ନିଷ୍କ୍ରିୟ ଜୀବନଯାପନ କରିବା ଅପେକ୍ଷା ଏଠାରେ କାମ କରିବା ଭଲ।" ସେମାନଙ୍କ ମଧ୍ୟରୁ ପ୍ରତ୍ୟେକଙ୍କ ପାଇଁ, ସେମାନଙ୍କ ପରିବାରରେ ମହାମାରୀର ବାସ୍ତବତା ସହ ସଂଗ୍ରାମ କରୁଥିବା କାହାଣୀ ସହିତ, ଗୋଟିଏ ଆଶ୍ୱାସନା ରହିଛି - ସେମାନେ ସମସ୍ତେ କୋଭିଡ୍ -୧୯ ଟୀକାକରଣର ପ୍ରଥମ ମାତ୍ରା ପାଇଛନ୍ତି ( ଦେଖନ୍ତୁ: ଲଦାଖରେ: ୧୧,୦୦୦ ଫୁଟ ଉଚ୍ଚରେ ବାହୁରେ ଇଞ୍ଜେକ୍‍ସନ୍‍ )

PHOTO • Ritayan Mukherjee

ଲେହର ମୁଖ୍ୟ ବଜାର ଅଞ୍ଚଳରେ ଶ୍ରମିକମାନେ ଏକ ହୋଟେଲ ନିର୍ମାଣ କରୁଛନ୍ତି ଲଦାଖର ନୂତନ ପ୍ରଶାସନିକ ସ୍ଥିତି ଏହି ଅଞ୍ଚଳରେ ବେସରକାରୀ ନିର୍ମାଣକାରୀ କମ୍ପାନୀଗୁ ଡ଼ି କ ପାଇଁ ସୁଯୋଗ ସୃଷ୍ଟି କରିଛି


PHOTO • Ritayan Mukherjee

ଲେହ ସହରରେ, ଜଣେ ଶ୍ରମିକ ତାଙ୍କ କଷ୍ଟଦାୟକ କାର୍ଯ୍ୟସୂଚୀରୁ କ୍ଷଣିକ ବିରତି ନେଉଛନ୍ତି


PHOTO • Ritayan Mukherjee

ଭାରତ ଏବଂ ଚୀନ୍ ମଧ୍ୟରେ ସୀମାରେ ବଢୁଥିବା ଉତ୍ତେଜନା ଲଦାଖର ଭିତ୍ତିଭୂମି ପ୍ରକଳ୍ପଗୁଡ଼ିକୁ ନୂତନ ଉତ୍ସାହ ପ୍ରଦାନ କରିଥିଲା ଝାଡ଼ଖଣ୍ଡ , ଛତିଶଗଡ , ବିହାର ଏବଂ ଅନ୍ୟାନ୍ୟ ରାଜ୍ୟରୁ ବହୁ ଶ୍ରମିକ କାମ ପାଇଁ ଏଠାକୁ ଯାଉଛନ୍ତି


PHOTO • Ritayan Mukherjee

ଲଦାଖରେ ଚରମ ଜଳବାୟୁ ଅନୁଭୁତ ହୋଇଥାଏ। ଗ୍ରୀଷ୍ମଋତୁ ଅପରାହ୍ନରେ ଯେତେବେଳେ ଉତ୍ତାପ ବଢ଼େ, ସେହି ତାପମାତ୍ରା ଏବଂ ଉଚ୍ଚତାରେ ସଡ଼କ ନିର୍ମାଣ କାର୍ଯ୍ୟରେ ନିୟୋଜିତ ଥିବା କର୍ମଚାରୀଙ୍କ ପକ୍ଷେ କାର୍ଯ୍ୟ କରିବା ଅଧିକ କଷ୍ଟକର ହୋଇଯାଏ


PHOTO • Ritayan Mukherjee

ଖାରଦୁଙ୍ଗ ଲାର ଦକ୍ଷିଣ ପୁଲୁ ନିକଟରେ ଝାଡ଼ଖଣ୍ଡର ଏକ ଶ୍ରମିକ ଦଳ ଏକ ରାସ୍ତା ନିର୍ମାଣ କରୁଛନ୍ତି


PHOTO • Ritayan Mukherjee

ସୀମା ସଡ଼କ ସଂଗଠନର ଜଣେ କର୍ମଚାରୀ ଖରାପ ହୋଇଯାଇଥିବା ରାସ୍ତାର ଉପରିଭାଗକୁ ସଫା କରୁଛନ୍ତି


PHOTO • Ritayan Mukherjee

ଏକ କ୍ଷତିଗ୍ରସ୍ତ ରୋଡ୍ - ରୋଲର୍ ଖୋଲା ସ୍ଥାନରେ ଛି ଡ଼ା ହୋଇଛି ଭୂମି ଅତ୍ୟଧିକ କଠିନ ହୋଇଥିବାରୁ ଯାନ ଏବଂ ଯନ୍ତ୍ରଗୁଡ଼ିକ ପ୍ରାୟତଃ ଭାଙ୍ଗିଯାଇଥାଏ


PHOTO • Ritayan Mukherjee

ଝାଡ଼ଖଣ୍ଡର ଜଣେ ପ୍ରବାସୀ କୁହନ୍ତି,"ମୁଁ ଏଠାରେ ଏକ ଘରୋଇ କମ୍ପାନୀ ପାଇଁ କାର୍ଯ୍ୟ କରୁଛି ଯାହା ଏହାର ନେଟୱାର୍କକୁ ବିସ୍ତାର କରୁଛି"


PHOTO • Ritayan Mukherjee

ସେମାନଙ୍କର ଛଅ ମାସର ଚୁକ୍ତି ଅବଧି ମଧ୍ୟରେ ବିଦ୍ୟୁତ୍ କିମ୍ବା ପର୍ଯ୍ୟାପ୍ତ ଶଯ୍ୟା ସାମ ଗ୍ରୀ ବ୍ୟତିତ ଘର ଭାବରେ କାର୍ଯ୍ୟ କରୁଥିବା ଛୋଟ ଛୋଟ ଟେଣ୍ଟଗୁଡିକ


PHOTO • Ritayan Mukherjee

ରବିବାର ଅପରାହ୍ନରେ ଝାଡ଼ଖଣ୍ଡର ଡୁମକା ଜିଲ୍ଲାର ଜଣେ ଶ୍ରମିକ ଅମୀନ ମୁର୍ମୁ ମଧ୍ୟାହ୍ନ ଭୋଜନ ବିରତି ନେଉଛନ୍ତି। ୧୪ ଏବଂ ୧୦ ବର୍ଷ ବୟସର ଦୁଇ ପୁଅଙ୍କ ବାପା, ସେ ନିଜର ପିଲାମାନଙ୍କର ମହାମାରୀ କାରଣରୁ ବନ୍ଦ ହୋଇଯାଇଥିବା ପାଠପଢ଼ାକୁ ନେଇ ଚିନ୍ତିତ। ଘରେ ଥିବା ତାଙ୍କ ପିଲାମାନଙ୍କ ପାଇଁ ଫୋନ୍ କିଣିବାକୁ ତାଙ୍କ ପାଖରେ ଅର୍ଥ ନାହିଁ, ତେଣୁ ସେମାନେ ଅନଲାଇନ୍ କ୍ଲାସରେ ପଢ଼ିବାକୁ ଅସମର୍ଥ

PHOTO • Ritayan Mukherjee

କାମରୁ ବିରତି ସମୟରେ ଜଣେ ଶ୍ରମିକ ମୋବାଇଲ୍ ଫୋନରେ ଏକ ଚଳଚ୍ଚିତ୍ର ଦେଖୁଛନ୍ତି


PHOTO • Ritayan Mukherjee

ଖାରଦୁଙ୍ଗ ଲାର ଉତ୍ତର ପୁଲୁରେ ଏକ ତମ୍ବୁ ଭିତରେ କାର୍ଡ ଖେଳୁଥିବା ଏକ ପ୍ରବାସୀ ଶ୍ରମିକଦଳ, ୫୦ ବର୍ଷ ବୟସରେ ଘାନି ମିୟା ୧୯୯୦ ଦଶକ ପୂର୍ବରୁ ଝାଡ଼ଖଣ୍ଡର ଡୁମକା ଜିଲ୍ଲାରୁ ଲଦାଖ ଯାତ୍ରା କରୁଛନ୍ତି


PHOTO • Ritayan Mukherjee

ଏହି ଗୋଷ୍ଠୀ କୁହନ୍ତି,"ଆମର ଦୈନିକ ମଜୁରୀ କେତେ ତାହା ଆମେ ଜାଣିନାହୁଁ। ଶ୍ରମିକମାନଙ୍କ ପାଇଁ ରୋଷେଇ କରିବାକୁ ଆମେ ଏଠାକୁ ଆସିଛୁ"


PHOTO • Ritayan Mukherjee

ଏକ ଭଙ୍ଗା ତମ୍ବୁ ଏକ କାମଚଳା ଶୌଚାଳୟ ଭାବରେ ବ୍ୟବହୃତ ହୁଏ - ପ୍ରବାହିତ ଜଳ ନାହିଁ କି ଡ୍ରେନେଜ୍‌ର ବ୍ୟବସ୍ଥା ମଧ୍ୟ ନାହିଁ


PHOTO • Ritayan Mukherjee

ଝାଡ଼ଖଣ୍ଡରୁ ଋତୁକାଳୀନ ପ୍ରବାସୀ ଶ୍ରମିକମାନେ ଖାରଦୁଙ୍ଗ ଲା ଗିରିପଥ ନିକଟରେ ଏକ ଛୋଟ ରେଷ୍ଟୁରାଣ୍ଟରେ କାମ କରନ୍ତି। ସେମାନେ ୧୭,୫୮୨ ଫୁଟ ଖାରଦୁଙ୍ଗ ଲା ଏବଂ ୧୦,୦୦୦ ଫୁଟ ନୁବ୍ରା ଉପତ୍ୟକା ମଧ୍ୟରେ ଏକ ଗିରିପଥ ନିର୍ମାଣ କରୁଛନ୍ତି। ଅନେକ ପର୍ଯ୍ୟଟନ ଋତୁରେ ରାସ୍ତା କଡ଼ରେ ଥିବା ଭୋଜନାଳୟରେ କାମ କରନ୍ତି ଏବଂ ସେମାନଙ୍କର ଏକ ସାପ୍ତାହିକ ଛୁଟି - ରବିବାରରେ ମଧ୍ୟ କିଛି ଅତିରିକ୍ତ ଟଙ୍କା ରୋଜଗାର କରନ୍ତି


PHOTO • Ritayan Mukherjee

ଏକ ଛୋଟ କେବିନ୍ ଭିତରେ ପୋଷାକ ଏବଂ ଅନ୍ୟାନ୍ୟ ଜିନିଷ ରହିଛି ଯାହାକି ୮ରୁ ୧୦ ଶ୍ରମିକଙ୍କର ଅଟେ


PHOTO • Ritayan Mukherjee

ନିମୋ ଅଞ୍ଚଳରେ ଝାଡ଼ଖଣ୍ଡର ପ୍ରବାସୀ ଶ୍ରମିକମାନେ: "ସେଠାରେ [ଗାଁରେ] ଏକ ନିଷ୍କ୍ରିୟ ଜୀବନଯାପନ କରିବା ଅପେକ୍ଷା ଏଠାରେ କାମ କରିବା ଭଲ"


PHOTO • Ritayan Mukherjee

ଶୀତ ଦିନେ , ଚୁମାଥଙ୍ଗ ଅଞ୍ଚଳ ନିକଟରେ କାମ କରୁଥିବା ଏକାକୀ ଶ୍ରମିକ


PHOTO • Ritayan Mukherjee

ପୂର୍ବ ଲଦାଖର ହାନଲେ ଗ୍ରାମରେ ଝାଡ଼ଖଣ୍ଡର ପ୍ରବାସୀ ଶ୍ରମିକଙ୍କ ଏକ ଦଳ ଏକ ଉଚ୍ଚ ଟେନସନ୍ ବିଦ୍ୟୁତ୍ ଲାଇନ ଠିକ୍ କରୁଛନ୍ତି। ସେମାନଙ୍କର କୌଣସି ପ୍ରତିରକ୍ଷା ଉପକରଣ ନାହିଁ


PHOTO • Ritayan Mukherjee

ଶ୍ରମିକମାନଙ୍କ ପୋଷାକ ଏବଂ ଶଯ୍ୟା ହାନଲେ ଗ୍ରାମରେ ସୂର୍ଯ୍ୟକିରଣରେ ରଖାଯାଇଥିବା ଏକ ସ୍କୁଟର ଉପରେ ଶୁଖିଛି


ଅନୁବାଦ: ଓଡ଼ିଶାଲାଇଭ୍‍

Ritayan Mukherjee

Ritayan Mukherjee is a Kolkata-based photographer and a 2016 PARI Fellow. He is working on a long-term project that documents the lives of pastoral nomadic communities of the Tibetan Plateau.

Other stories by Ritayan Mukherjee
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE