ଲୋକଗୀତଗୁଡ଼ିକ ସର୍ବଦା ସାଂସ୍କୃତିକ ଜ୍ଞାନ ଓ ସାମାଜିକ ଚଳଣିର ବାହକ ରୂପେ କାର୍ଯ୍ୟ କରେ। ସାମାଜିକ ପରିବର୍ତ୍ତନ ଓ ସଚେତନତା ସୃଷ୍ଟି କରିବାରେ ମଧ୍ୟ ଅଧିକାଂଶତଃ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ। ଲୋକସଙ୍ଗୀତ ମୂଳତଃ ଗୋଷ୍ଠୀ ସଂସ୍କୃତି ସହ ଜଡ଼ିତ ଓ ଏକ କଥିତ ଧାରା ହୋଇଥିବାରୁ ପ୍ରତି ପ୍ରତିବେଦନରେ ତହିଁରେ ପରିବର୍ତ୍ତନ ଘଟିଥାଏ।
ଲୋକସଙ୍ଗୀତର ଅନ୍ତର୍ନିହିତ ପୁନଃପ୍ରସ୍ତୁତି କ୍ଷମତା ବଳରେ ଗ୍ରାମାଞ୍ଚଳ ମହିଳାଙ୍କ ଲିଙ୍ଗଗତ ବାସ୍ତବତା ସମ୍ପର୍କରେ ଏଠାରେ ପ୍ରଦତ୍ତ ଗୀତରେ ସଚେତନତାର ବାର୍ତ୍ତା ପ୍ରଦାନ କରାଯାଇଛି। କଚ୍ଛ ଓ ଅହମଦାବାଦର କଣ୍ଠଶିଳ୍ପୀମାନେ ଗାଇଥିବା ଏହି ଗୀତ ସାମାଜିକ ସମାଲୋଚନାକୁ ଭାବାବେଗ ସହ ଯୋଡ଼ିଛନ୍ତି।
ଏହି ଗୀତର ସ୍ୱତନ୍ତ୍ରତା ହେଲା କି ପ୍ରଚ୍ଛଦରେ ଯେଉଁ ସବୁ ବାଦ୍ୟ ଯନ୍ତ୍ର ବାଜିଛି। ସେଗୁଡ଼ିକ ମଧ୍ୟରେ ରହିଛି ଯୌଥ- ବଂଶୀଯୁକ୍ତ ପବନଚାଳିତ ଯୋଡ଼ି ପାୱା ବା ଆଲ୍ଘୋଜା, ଯାହାକୁ ପାକିସ୍ତାନର ସିନ୍ଧ୍ ଓ କଚ୍ଛ, ରାଜସ୍ଥାନ ଓ ଭାରତର ପଞ୍ଜାବ ପରି ଉତ୍ତର ପଶ୍ଚିମ ଅଞ୍ଚଳର ଶିଳ୍ପୀମାନେ ବଜାନ୍ତି।
કચ્છી
પિતળ તાળા ખોલ્યાસી ભેણ ત્રામેં તાળા ખોલ્યાસી,
બાઈએ જો મન કોય ખોલેં નાંય.(૨)
ગોઠ જા ગોઠ ફિરયાસી, ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય. (૨)
પિતળ તાળા ખોલ્યાસી ભેણ ત્રામે તાળા ખોલ્યાસી,
બાઈએ જો મન કોય ખોલે નાંય. (૨)
ઘરજો કમ કરયાસી,ખેતીજો કમ કરયાસી,
બાઈએ જે કમ કે કોય લેખે નાંય.
ઘરજો કમ કરયાસી, ખેતીજો કમ કરયાસી
બાઈએ જે કમ કે કોય નેરે નાંય
ગોઠ જા ગોઠ ફિરયાસી, ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય.
ચુલુ બારયાસી ભેણ,માની પણ ગડયાસી ભેણ,
બાઈએ કે જસ કોય મિલ્યો નાંય. (૨)
ગોઠ જા ગોઠ ફિરયાસી ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય. (૨)
સરકાર કાયધા ભનાય ભેણ,કેકે ફાયધો થ્યો ભેણ,
બાઈએ કે જાણ કોઈ થિઈ નાંય (૨)
ગોઠ જા ગોઠ ફિરયાસી ભેણ ગોઠ જા ગોઠ ફિરયાસી,
બાઈએ જો મોં કોય નેરે નાંય (૨)
ଓଡ଼ିଆ
ତୁମେ କଂସାର କୋଲପ ଖୋଲିଲ, ତୁମେ ତମ୍ବାର ମୁଦକୁ ଖୋଲିଲ
କିନ୍ତୁ କେହି ଜଣେ ବି ଖୋଲି ପାରିଲନି ତା’ର ହୃଦୟର ତାଲା
ଓ ଜଣେ ନାରୀର ଭାବନା କ’ଣ ବୁଝି ପାରିଲନି। (୨)
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଓଢ଼ଣି ତଳେ ଯାହା ସବୁବେଳେ ଲୁଚି ରହିଥାଏ। (୨)
ତୁମେ କଂସାର କୋଲପ ଖୋଲିଲ, ତୁମେ ତମ୍ବାର ମୁଦକୁ ଖୋଲିଲ
କିନ୍ତୁ କେହି ଜଣେ ବି ଖୋଲି ପାରିଲନି ତା’ର ହୃଦୟର ତାଲା
ଓ ଜଣେ ନାରୀର ଭାବନା କ’ଣ ବୁଝି ପାରିଲନି। (୨)
ଆମେ ଘରେ ଖଟଣି ଓ
ଚାଷ ଜମିରେ ପରିଶ୍ରମ କରୁ।
କିନ୍ତୁ ଆମେ କରୁଥିବା କାମ କାହାର ଦୃଷ୍ଟିରେ ବା ପଡ଼େ?
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଯାହା ରହିଯାଏ
ସବୁବେଳେ ପର୍ଦ୍ଦା ଆଢୁଆଳରେ।
ଆମେ ତୁମ ରୋଷେଇ ଘରେ ଚୁଲି ଜଳାଉ ଓ ରୁଟି ମଧ୍ୟ ବେଲୁ।
କିନ୍ତୁ କେବେ ଧନ୍ୟବାଦ ଦିଏ ନାହିଁ କେହି ଜଣେ ନାରୀକୁ।
କେହି ଜଣେ, କେହି ଜଣେ ବି ପ୍ରସଂଶା କରେ ନାହିଁ ତା’ର। (୨)
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଯାହା ରହିଯାଏ ସବୁବେଳେ
ପର୍ଦ୍ଦା ଆଢୁଆଳରେ। (୨)
ଶାସନତନ୍ତ୍ର ନିୟମ ତିଆରି କରେ
କିନ୍ତୁ କାହାର ଲାଭ ହୁଏ, କହ ମୋ ଭଉଣୀ, ବାରମ୍ବାର?
ଆମ ନାରୀମାନଙ୍କୁ କେହି ଦିଅନ୍ତି ନାହିଁ ଖବର। (୨)
ଗାଁ ପରେ ଗାଁ ତୁମେ ବୁଲୁଥାଅ
କିନ୍ତୁ କେବେ ଥରେ ତା’ ମୁହଁ ପ୍ରତି ଧ୍ୟାନ ଦେଲନାହିଁ,
ଯାହା ରହିଯାଏ
ସବୁବେଳେ ପର୍ଦ୍ଦା ଆଢୁଆଳରେ। (୨)
ଗୀତର ପ୍ରକାର : ପ୍ରଗତିଶୀଳ
ବର୍ଗ : ସ୍ଵାଧୀନତା ଓ ସଚେତନତାର ଗୀତ
ଗୀତ : ୮
ଗୀତର ନାମ : ପିତ୍ତଲ ତାଳା ଖୋଲାସି, ତ୍ରାମେନ ତାଳା ଖୋଲ୍ୟାସି
ସ୍ଵର ସଂଯୋଜନା : ଦେଭାଲ ମେହେଟ୍ଟା
କଣ୍ଠଶିଳ୍ପୀ : କଚ୍ଛ ଓ ଅହମଦାବାଦର କଳାକାର
ବ୍ୟବହୃତ ବାଦ୍ୟଯନ୍ତ୍ର : ଢୋଲକ, ହାରମୋନିୟମ, ତାମ୍ବୁରି, ଯୋଡ଼ି ପାୱା (ଆଲଘୋଜା)
ରେକର୍ଡିଂ ବର୍ଷ : 1998, କେଏମଭିଏସ୍ ଷ୍ଟୁଡିଓ
ଏକ ଗୋଷ୍ଠୀ ବେତାର ସଂସ୍ଥା ସୁରବାଣୀ ଦ୍ୱାରା ରେକର୍ଡ କରାଯାଇଥିବା ଏହି ୩୪୧ଟି ସଙ୍ଗୀତ କଚ୍ଛ ମହିଳା ବିକାଶ ସଂଗଠନ (କେଏମଭିଏସ) ଜରିଆରେ ପରୀକୁ ମିଳିଛି।
କେଏମଭିଏସର ସମ୍ପାଦକ ପ୍ରୀତି ସୋନି, ଅରୁଣା ଢୋଲକିଆଙ୍କୁ ସେମାନଙ୍କ ସମର୍ଥନ ଓ ଭାରତୀବେନ୍ ଗୌରଙ୍କୁ ତାଙ୍କର ମୂଲ୍ୟବାନ ସହାୟତା ପାଇଁ ଅଶେଷ ଧନ୍ୟବାଦ।
କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ