ଗୋଟିଏ ପଟୁଆର ଆସୁଛି, ହର୍ଷୋଲ୍ଲାସ ଓ କଳରବ, ଯାହାକି ଏକାନ୍ତରେ ରହିଥିବା ବୌଦ୍ଧଧର୍ମୀ ପଡ଼ା ଗାଁ ମାଲିଆମାର ଅନ୍ୟ ଏକ ଶାନ୍ତ ଅପରାହ୍ନକୁ ଆନ୍ଦୋଳିତ କରୁଛି। ହଁ, ଏଇଟା ଅକ୍ଟୋବର ମାସ, କିନ୍ତୁ ପୂଜା ନାହିଁ କି ପେଣ୍ଡାଲ ନାହିଁ। ମୋଂପାର ୨ ରୁ ୧୧ ବର୍ଷ ବୟସର ଆଠ ଦଶ ଜଣ ପିଲାଙ୍କ ପଟୁଆର, ଯେଉଁମାନେ ସ୍କୁଲରେ ଦୂର୍ଗାପୂଜା ଛୁଟି ହେଇଥିବାରୁ ଘରେ ରହୁଛନ୍ତି।

ଅନ୍ୟ କେଉଁ ଦିନ ହେଇଥିଲେ ସ୍କୁଲ ଘଣ୍ଟା ସେମାନଙ୍କ ଖେଳ ସମୟ ଜଣାଇ ଦେଇଥାନ୍ତା। ଏଠାରୁ ପ୍ରାୟ ୭ରୁ ୧୦ କିଲୋମିଟର ଦୂରରେ ଦିରାଙ୍ଗରେ ଦୁଇଟି ଘରୋଇ ବିଦ୍ୟାଳୟ ଓ ଗୋଟିଏ ସରକାରୀ ବିଦ୍ୟାଳୟ ରହିଛି। ଏବଂ ସମସ୍ତ ବିଦ୍ୟାଳୟକୁ ପିଲାମାନେ ପ୍ରତିଦିନ ଚାଲିଚାଲି ଯାଆନ୍ତି, ଯାହାକି ପ୍ରାୟ ଦଶ ଦିନ ପାଇଁ ବନ୍ଦ ରହିଛି। ପାଖାପାଖି ସ୍ଵାଧୀନତାର ଏହି ସମୟରେ ପିଲାମାନେ କେତେବେଳେ ଖେଳିବା ସମୟ ଆପଣା ଛାଏଁ ଜାଣିଥାନ୍ତି। ତାହା ଅପରାହ୍ନ ୨ ଟା, ମଧ୍ୟାହ୍ନ ଖାଇବା ପରେ। ଏଭଳି ଏକ ସମୟ ଯେତେବେଳେ ସମୁଦ୍ରପତନଠାରୁ ୧୮୦୦ ମିଟର ଊର୍ଦ୍ଧ୍ଵରେ ଥିବା ଏହି ପଡ଼ା ଗାଁରେ ଇଣ୍ଟରନେଟ ସଂଯୋଗ କ୍ଵଚିତ ରହେ ସେତେବେଳେ ସେମାନେ ବାପା ମା’ଙ୍କୁ ମୋବାଇଲ ଫୋନ ଫେରାଇ ଦିଅନ୍ତି। ତାହା ସେମାନଙ୍କ ପାଇଁ ମୁଖ୍ୟ ରାସ୍ତାକୁ ଆସି ଅଗଣିତ ଥର ମଂଖା ଲାଇଦା (ଆକ୍ଷରିକ ଅର୍ଥରେ ‘ଅଖରୋଟ ଖେଳ) ଖେଳିବାର ସମୟ।

ଏହି ପଡ଼ା ଗାଁର ଚତୁର୍ଦ୍ଦିଗରେ ଥିବା ଜଙ୍ଗଲରେ ପ୍ରଚୁର ପରିମାଣରେ ଅଖରୋଟ ମିଳେ। ଏହି ଶୁଖିଲା ଫଳ ମିଳିବାରେ ଅରୁଣାଚଳ ପ୍ରଦେଶର ସ୍ଥାନ ହେଉଛି ଭାରତରେ ଚତୁର୍ଥ। ବିଶେଷତଃ ପଶ୍ଚିମ କାମେଙ୍ଗ ଜିଲ୍ଲାରେ ମିଳୁଥିବା ଅଖରୋଟ ତାହାର ‘ରପ୍ତାନି’ ଗୁଣ ପାଇଁ ଜଣାଶୁଣା। କିନ୍ତୁ ଏହି ପଡ଼ା ଗାଁରେ କେହି ଏହାକୁ ଚାଷ କରନ୍ତି ନାହିଁ। ପିଲାମାନେ ସେଗୁଡ଼ିକୁ ଜଙ୍ଗଲରୁ ପାଇଥାନ୍ତି। ମାଲିଆମାରେ ରହୁଥିବା ୧୭ ରୁ ୨୦ ପରିବାର ତିବ୍ଦତରୁ ଆସିଥିବା ପାରମ୍ପରିକ ଗ୍ରାମୀଣ ପଶୁପାଳକ ଓ ଶିକାରୀ-ସଂଗ୍ରହକାରୀ ଗୋଷ୍ଠୀର, ଯେଉଁମାନେ ଘରେ ବ୍ୟବହାର କରିବା ପାଇଁ ଲଘୁ ବନଜାତ ଦ୍ରବ୍ୟ ସଂଗ୍ରହ କରନ୍ତି। “ଗାଁ ଲୋକମାନେ ଦଳଦଳ ହୋଇ ପ୍ରତି ସପ୍ତାହରେ ଜଙ୍ଗଲ ଭିତରକୁ ଯାଆନ୍ତି ଓ ଛତୁ, ମଞ୍ଜି, କୋଳି, ଜାଳେଣି କାଠ ଓ ଅନ୍ୟାନ୍ୟ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଆଣନ୍ତି”, କହନ୍ତି ୫୩-ବର୍ଷୀୟ ରିଂଚିନ ଜୋମ୍ବା। ପ୍ରତି ଦିନ ଦିପହରେ ରାସ୍ତାକୁ ଆସିବା ପୂର୍ବରୁ ପିଲାମାନେ ସେମାନଙ୍କ ହାତମୁଠାରେ ଓ ପକେଟରେ ଅଖରୋଟ ଭର୍ତ୍ତିକରି ଆଣନ୍ତି।

ଦେଖନ୍ତୁ ଭିଡିଓ: ମୋଂପା ପଡ଼ା ଗାଁରେ ସାନ ମଣିଷମାନେ ଖେଳୁଥିବା ଖେଳ

ଅଖରୋଟଗୁଡ଼ିକୁ ରାସ୍ତା ଉପରେ ଗୋଟିଏ ଧାଡ଼ିରେ ରଖାଯାଏ। ପ୍ରତି ଖେଳାଳି ଗୋଟିଏ ଧାଡ଼ିରେ ତିନିଟି କରି ଅଖରୋଟ ରଖନ୍ତି। ତା’ ପରେ ସେମାନେ ପାଳି ପଡ଼ିବା ଅନୁଯାୟୀ ହାତରେ ଥିବା ଅଖରୋଟକୁ ଧାଡ଼ିରେ ରହିଥିବା ଅଖରୋଟକୁ ଲକ୍ଷ୍ୟ କରି ଫିଙ୍ଗନ୍ତି। ଯେତେ ଥର ତୁମେ ବଜେଇ ପାରିବ ସେତେ ଥର ତୁମେ ଜିତିବ। ତୁମେ ଜିତିଥିବା ଅଖରୋଟକୁ ପୁରସ୍କାର ଭାବେ ଖାଇପାରିବ! ଅସଂଖ୍ୟ ଥର ଖେଳି ଅଖରୋଟ ଖାଇ ଖାଇ ମନ ପୁରିଗଲେ ଆଉ ଗୋଟିଏ ଖେଳ ଖେଳନ୍ତି, ଥା ଖ୍ୟାନ୍ଦା ଲେଇଦା (ବଳ କଷାକଷି ଲଢ଼େଇ)।

ଏଥି ପାଇଁ ସାଜ ସରଞ୍ଜାମ ଦରକାର – ଦଉଡ଼ି ବଦଳରେ ଖଣ୍ଡେ କପଡ଼ା। ଏଠି ପୁଣି ପିଲାମାନେ ସେମାନଙ୍କ ଅଭିନବ କଳ୍ପନାରେ ପାରଙ୍ଗମ। ଏଗୁଡ଼ିକ ହେଉଛି ବାର୍ଷିକ ପୂଜା ପରେ ଲୋକମାନେ ସେମାନଙ୍କ ପରିବାରର ଦୀର୍ଘାୟୁ କାମନା କରି ଘର ଉପରେ ଲଗାଉଥିବା ବାନାର ଅବଶିଷ୍ଟ ଅଂଶ।

ପ୍ରତି କେଇ ଘଣ୍ଟା ଖେଳିବା ପରେ ଖେଳ ବଦଳେ। ସେଗୁଡ଼ିକ ମଧ୍ୟରେ ରହିଛି ଖୋ-ଖୋ, କବାଡ଼ି କିମ୍ବା ପାଣି ଖାତରେ ଡିଆଁକୁଦା। ଦିନେ ଦିନେ ପିଲାମାନେ ଖେଳଣା ଜେସିବି ଏକ୍ସକାଭେଟର ଦ୍ଵାରା ସେମାନଙ୍କ ବାପା ମା’ମାନେ ମନରେଗା କାମ ଜାଗାରେ ଖୋଳିବା କାମ କରୁଥିବା ଭଳି ସେମାନେ ଖୋଳାଖୋଳି କରନ୍ତି।

ସେମାନଙ୍କ ଭିତରୁ କେତେଜଣଙ୍କ ପାଇଁ ନିକଟରେ ଥିବା ଚୁଗ ମଠକୁ ଯାଇ ବୁଲିବା ପରେ ଦିନ ସରୁଥିବା ବେଳେ ଅନ୍ୟ କେହି କେହି ଚାଷଜମିକୁ ଯାଇ ସେମାନଙ୍କ ବାପା ମା’ଙ୍କୁ କାମରେ ସାହାଯ୍ୟ କରନ୍ତି। ସଞ୍ଜ ବେଳକୁ କମଳା ଓ ଖୁରମା ପରି ସଜ ଫଳ ଗଛରୁ ତୋଳି ଓ ଖାଇ ଖାଇ ‘ପଟୁଆର’ ଘରମୁହାଁ ଫେରେ।

ଅନୁବାଦ : ଓଡ଼ିଶାଲାଇଭ୍‍

Sinchita Parbat

সিঞ্চিতা পার্বত পিপলস আর্কাইভ অফ রুরাল ইন্ডিয়ার একজন সিনিয়র ভিডিও এডিটর। এরই পাশাপাশি তিনি একজন ফ্রিল্যান্স ফটোগ্রাফার এবং ডকুমেন্টারি ফিল্মমেকার। পূর্বে প্রকাশিত তাঁর প্রতিবেদনগুলি ‘সিঞ্চিতা মাজি’ এই বাইলাইনের অধীনে পারিতে পড়া যেতে পারে।

Other stories by Sinchita Parbat
Editor : Pratishtha Pandya

কবি এবং অনুবাদক প্রতিষ্ঠা পান্ডিয়া গুজরাতি ও ইংরেজি ভাষায় লেখালেখি করেন। বর্তমানে তিনি লেখক এবং অনুবাদক হিসেবে পারি-র সঙ্গে যুক্ত।

Other stories by Pratishtha Pandya
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE