ମୁଁ ଥକି ଯାଇଛି । ମୋ ଶରୀର ଓ ମନ ଭାରୀ ହୋଇପଡ଼ିଛି। ମୋ ଆଖି ମୃତ୍ୟୁର ଯନ୍ତ୍ରଣାରେ ଭରି ଯାଇଛି - ମୋ ଚାରି ପାଖରେ ପୀଡ଼ିତଙ୍କ ମୃତ୍ୟୁ। ମୁଁ ଯେଉଁ ସବୁ କାହାଣୀ ଉପରେ କାମ କରିଛି ସେଗୁଡ଼ିକୁ ଲେଖିପାରୁନାହିଁ। ମୁଁ ଏକ ଅଦ୍ଭୂତ ଶୂନ୍ୟତା ଅନୁଭବ କରୁଛି। ଯେତେବେଳେ ମୁଁ ଏ କାହାଣୀ ଲେଖିବା ଆରମ୍ଭ କରୁଛି, ସରକାର ଚେନ୍ନାଇର ଅନଗାପୁତୁରରେ ଦଳିତଙ୍କ ଘରକୁ ଧ୍ୱଂସ କରି ଦେଉଛି। ମୁଁ ଆହୁରି ସ୍ତବ୍ଧ ହୋଇଯାଇଛି।

୭ ଅକ୍ଟୋବର, ୨୦୨୩ରେ ତାମିଲନାଡ଼ୁ ହୋସୁରରେ ବାଣ ରଖାଯାଉଥିବା ଗୋଦାମରେ ଘଟିଥିବା ଶ୍ରମିକଙ୍କ ମୃତ୍ୟୁ ଘଟଣାରୁ ମୁଁ ଏବେ ସୁଦ୍ଧା ନିଜକୁ ଦୂରେଇ ପାରୁନାହିଁ । ଏବେ ସୁଦ୍ଧା ମୁଁ ୨୨ ଜଣଙ୍କ ମୃତ୍ୟୁ ଉପରେ ଲେଖିଛି। ଏମାନଙ୍କ ମଧ୍ୟରେ ରହିଛନ୍ତି ୧୭ରୁ ୨୧ ବର୍ଷ ବୟସ୍କ ବିଦ୍ୟାର୍ଥୀ। ସେମାନେ ସମସ୍ତେ ବାଣ ଗୋଦାମରେ କାମ କରୁଥିଲେ। ଆଠ ଜଣ ଯାକ ପିଲା ଗୋଟିଏ ସହର ବାସିନ୍ଦା ଥିଲେ ଓ ପରସ୍ପରର ଭଲ ବନ୍ଧୁ ଥିଲେ ।

ଯେବେଠାରୁ ମୁଁ ଫଟୋଗ୍ରାଫୀ ଶିଖିବା ଆରମ୍ଭ କରିଥିଲି, ସେବେଠାରୁ ବାଣ କାରଖାନା, ଗୋଦାମ ଓ ଦୋକାନରେ କାମ କରୁଥିବା ଲୋକଙ୍କ ବିଷୟରେ ଜାଣିବା ଲାଗି ଆଗ୍ରହୀ ରହିଛି । ମୁଁ ଦୀର୍ଘ ସମୟ ପର୍ଯ୍ୟନ୍ତ ଚେଷ୍ଟା କଲି କିନ୍ତୁ ମୋତେ ଆବଶ୍ୟକ ଅନୁମତି ମିଳିପାରିଲା ନାହିଁ । ମୋର ସମସ୍ତ ପଚରାଉଚରା ସମୟରେ, ମୋତେ କୁହାଗଲା ଯେ ଗୋଦାମକୁ ଯିବା ଲାଗି ମୋତେ କେବେ ବି ଅନୁମତି ମିଳିବ ନାହିଁ । ଫଟୋ ଉଠାଇବା ତ’ ଦୂରର କଥା ଭିତରକୁ ଯିବା ପାଇଁ ସୁଦ୍ଧା ଅନୁମତି ମିଳିବ ନାହିଁ।

ମୋ ବାପା-ମା’ କେବେ ବି ଦୀପାବଳିରେ ଆମ ପାଇଁ ନୂଆ ପୋଷାକ କିମ୍ବା ବାଣ କିଣିନାହାନ୍ତି। ସେ ଖର୍ଚ୍ଚ ଉଠାଇବା ସେମାନଙ୍କ ପକ୍ଷେ ସମ୍ଭବପର ନଥିଲା। ମୋ ବଡ଼ ବାପା - ବାପାଙ୍କ ସବୁଠୁ ବଡ଼ ଭାଇ, ଆମ ପାଇଁ ନୂଆ ପୋଷାକ କିଣୁଥିଲେ। ଆମେ ସବୁବେଳେ ଦୀପାବଳି ପାଳନ କରିବା କରିବା ଲାଗି ବଡ଼ବାପାଙ୍କ ଘରକୁ ଯାଉଥିଲୁ। ସେ ଆମ ପାଇଁ ବାଣ ମଧ୍ୟ କିଣି ଦେଉଥିଲେ ଏବଂ ବଡ଼ ବାପାଙ୍କ ସହିତ ସବୁ ପିଲାମାନେ ସେହିସବୁ ବାଣ ଫୁଟାଉଥିଲେ।

କିନ୍ତୁ ବାଣ ଫୁଟାଇବାରେ ମୋର ସେତେ ଆଗ୍ରହ ନଥିଲା। ମୁଁ ବଡ଼ ହେବା ସହିତ ବାଣ ଫୁଟାଇବା ଧୀରେ ଧୀରେ ସମ୍ପୂର୍ଣ୍ଣ ବନ୍ଦ କରିଦେଲି। ମୁଁ ଦୀପାବଳି ସମେତ ପର୍ବପର୍ବାଣୀ ପାଳନ କରିବା ମଧ୍ୟ ବନ୍ଦ କରିଦେଲି। ଫଟୋଗ୍ରାଫୀ କ୍ଷେତ୍ରରେ ପାଦ ଥାପିବା ପରେ ହିଁ ମୁଁ ସର୍ବହରା ବର୍ଗଙ୍କ ଜୀବନ ବିଷୟରେ ଜାଣିବାରେ ସକ୍ଷମ ହୋଇଥିଲି।

ଫଟୋଗ୍ରାଫୀ ମାଧ୍ୟମରେ ମୁଁ ଅନେକ କଥା ଶିଖିଲି। ପ୍ରତି ବର୍ଷ ଦୀପାବଳି ସମୟରେ ବାଣ ଗୋଦାମରେ ନିଆଁ ଲାଗୁଥିଲା ଏବଂ ଦୁର୍ଘଟଣା ଘଟୁଥିଲା। ମୁଁ ଏପରି ଏକ ସ୍ଥାନରେ ଥିଲି ଯେଉଁଠି ମୋର ଏପରି ଦୁର୍ଘଟଣାକୁ କୌଣସି ଖାତିର୍‌ ନଥିଲା।

The eight children killed in an explosion in a firecracker shop belonged to Ammapettai village in Dharmapuri district. A week after the deaths, the village is silent and no one is celebrating Diwali
PHOTO • M. Palani Kumar

ଧର୍ମପୁରୀ ଜିଲ୍ଲାର ଅମ୍ମନପେଟ୍ଟାଇ ଗ୍ରାମରେ ଥିବା ଏକ ବାଣ କାରଖାନାରେ ଏକ ବିସ୍ଫୋରଣ ଘଟି ଆଠ ଜଣ ପିଲା ପ୍ରାଣ ହରାଇଥିଲେ ମୃତ୍ୟୁର ଗୋଟିଏ ସପ୍ତାହ ପରେ ଗାଁ ସମ୍ପୂର୍ଣ୍ଣ ନୀରବ ହୋଇଯାଇଛି ଏବଂ କେହି ଦୀପାବଳି ପାଳନ କରୁନାହାନ୍ତି

ତେବେ, ଚଳିତ ବର୍ଷ (୨୦୨୩ରେ) ମୁଁ ଏହି ଦୁର୍ଘଟଣାକୁ ନେଇ ଲେଖିବି ବୋଲି ଚିନ୍ତା କଲି। ଏହି ସମୟରେ ତାମିଲନାଡ଼ୁ ଓ କର୍ଣ୍ଣାଟକ ସୀମାରେ ଥିବା କ୍ରିଷ୍ଣାଗିରି ନିକଟରେ ଏକ ବାଣ ବିସ୍ଫୋରଣ କରି ଗୋଟିଏ ଗାଁର ଆଠ ଜଣ ପିଲା ପ୍ରାଣ ହରାଇଥିବା ଘଟଣା ବିଷୟରେ ଶୁଣିଲି। ସାମାଜିକ ଗଣମାଧ୍ୟମରୁ ମୁଁ ଏହି ଘଟଣା ବିଷୟରେ ଜାଣିଲି, ଯେମିତି ଇନଷ୍ଟାଗ୍ରାମ୍‌ ଓ ଫେସ୍‌ବୁକରୁ ମୁଁ ଅନେକ ଘଟଣା ବିଷୟରେ ଜାଣିଥାଏ। ସାମାଜିକ ଗଣମାଧ୍ୟମରେ ମୁଁ ଆନ୍ଦୋଳନଗୁଡ଼ିକ ବିଷୟରେ ମଧ୍ୟ ଜାଣିବାକୁ ପାଇଥିଲି।

ଏହିପରି ଭାବେ ମୁଁ ଏ ଖବର ମଧ୍ୟ ପାଇଥିଲି। ମୁଁ ଯେତେବେଳେ କିଛି କମ୍ରେଡଙ୍କ ସହ କଥା ହେଲି, ସେମାନେ କହିଲେ ଯେ, ମୃତକମାନେ ଗୋଟିଏ ସହରର ବାସିନ୍ଦା ଏବଂ ସେମାନେ ଦୀପାବଳି ଋତୁରେ କାମ କରିବାକୁ ଯାଉଥିଲେ। ତାହା ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା। କାରଣ ଆମେ ମଧ୍ୟ ଋତୁକାଳୀନ କାମ ପାଇଁ ଯାଉଥିବା ଲୋକ। ବିନାୟକର ଚତୁର୍ଥୀ ସମୟରେ, ଆମେ ଅରୁଗମପୁଲ୍‌ (ଦୁବ ଘାସ) ଏବଂ ଏରକମ୍‌ପୁଲ୍‌ (ଅରଖ)ରେ ଫୁଲମାଳ ତିଆରି କରି ସେଗୁଡ଼ିକୁ ବିକ୍ରି କରିଥାଉ। ବିବାହ ଋତୁ ସମୟରେ, ଆମେ ବାହାଘର ଭୋଜି ରୋଷେଇ ସ୍ଥାନରେ କାମ କରୁ। ମୁଁ ମଧ୍ୟ ଏମିତି ଜଣେ ପିଲା ଯିଏକି ମୋ ପରିବାରର (ଆର୍ଥିକ) ପରିସ୍ଥିତି ପାଇଁ ଋତୁକାଳୀନ କାମଧନ୍ଦା କରି ରୋଜଗାର କରିଥାଏ।

ମୋ ଭଳି ଜଣେ ପିଲା ଋତୁକାଳୀନ କାମ କରିବାକୁ ଯାଇଥିଲା କିନ୍ତୁ ଗୋଟିଏ ଦୁର୍ଘଟଣାର ସମ୍ମୁଖିନ ହୋଇ ପ୍ରାଣ ହରାଇଲା। ଏହା ମୋତେ ଗଭୀର ଭାବେ ପ୍ରଭାବିତ କରିଥିଲା।

ମୁଁ ନିଶ୍ଚିତ ଭାବେ ଏହା ଉପରେ ଲେଖିବା ଉଚିତ୍‌। ତାମିଲନାଡ଼ୁର ଧର୍ମପୁରୀ ଜିଲ୍ଲାରେ ଥିବା ଆମୁର ତାଲୁକ ଅନ୍ତର୍ଗତ ଅମ୍ମନପେଟ୍ଟଇରୁ ମୁଁ କାମ ଆରମ୍ଭ କଲି। ଏହି ଗ୍ରାମ ତେନପନ୍ନାଇ ନଦୀ ତଟରେ ଅବସ୍ଥିତ ଯାହାକି ଧର୍ମପୁରୀ ଓ ତିରୁୱନମଲଇ ମଧ୍ୟରେ ପ୍ରବାହିତ ହୋଇଥାଏ। ନଦୀ ପାର୍‌ ହେଲେ ଆପଣ ତିରୁୱନମଲଇରେ ପହଞ୍ଚିଯିବେ।

ଗାଁରେ ପହଞ୍ଚିବା ପାଇଁ ମୋତେ ୩ଟି ବସ୍‌ ଧରିବାକୁ ହେଲା। ବସ୍‌ରେ ମୁଁ ଯେତିକି ସମୟ ବସିଲି କମ୍ରେଡ୍‌ମାନଙ୍କ ସହ କଥା ହେଲି, ଯେଉଁମାନେ ପରିସ୍ଥିତି ବିଷୟରେ ଜାଣିଥିଲେ। ଅମୁର୍‌ର ଜଣେ କମ୍ରେଡ୍‌ ମୋତେ ଅମ୍ମନପେଟ୍ଟଇ ଯାଉଥିବା ବସ୍‌ରେ ବସାଇ ଦେଇ ସେଠାକାର ବସ୍‌ ଷ୍ଟାଣ୍ଡରେ ଅଧିକ ଲୋକ ଅପେକ୍ଷା କରିଥିବା ମୋତେ କହିଲେ। ବସ୍‌ ଯେତେବେଳେ ଅମ୍ମନପେଟ୍ଟଇରେ ପ୍ରବେଶ କଲା ମୁଁ ପ୍ରଥମେ ଜାଲି ଭିତରେ ଆବଦ୍ଧ ଆମ୍ବେଦକରଙ୍କ ମୂର୍ତ୍ତିକୁ ଦେଖିଲି, ଯାହାକି ଭାରୀ ନିରବତାରେ ବୁଡ଼ି ରହିଥିଲା। ଗାଁରେ ମଧ୍ୟ ନିରବତା ଥିଲା। ଏହା ମଶାଣି ଭଳି ନିରବତା ଥିଲା। ସେହି ନିରବତା ମୋ ଶରୀର ଭିତରେ ବ୍ୟାପିଗଲା ଓ ମୁଁ ଥରିବାକୁ ଲାଗିଲି। କୌଣସି ଘରୁ କିଛି ଶବ୍ଦ ଶୁଭୁନଥିଲା - ଲାଗୁଥିଲା ଯେମିତି ସବୁ ଘର ଅନ୍ଧକାରରେ ବୁଡ଼ି ଯାଇଛି।

ଏହି କାମ ପାଇଁ ଯିବା ପରଠାରୁ ମୁଁ କିଛି ଖାଇବା ଭଳି ଅନୁଭବ କରିପାରୁନାହିଁ। ଆମ୍ବେଦକର ମୂର୍ତ୍ତି ଆଗରେ ଥିବା ଏକ ଚା’ ଦୋକାନରେ ମୁଁ ଚା’ ଓ ଦୁଇଟି ବରା ଖାଇଲି ଏବଂ କମ୍ରେଡଙ୍କ ଆସିବାକୁ ଅପେକ୍ଷା କରି ରହିଲି।

କମ୍ରେଡ୍‌ ଆସିଲେ ଏବଂ ମୋତେ ସେହି ପ୍ରଥମ ଘରକୁ ନେଇ ଗଲେ ଯେଉଁଠି ରହୁଥିବା ପରିବାର ନିଜ ପୁଅକୁ ହରାଇଥିଲା। ଘରେ ଆଜବେଷ୍ଟସ୍‌ ଛାତ ପଡ଼ିଥିଲା; କେବଳ ଗୋଟିଏ ପଟ ପ୍ଲାଷ୍ଟର୍‌ ହୋଇଥିଲା।

V. Giri was 17 years old when he passed away. The youngest son, he took up work because he didn't get admission in college for a paramedical course as his marks were not high enough
PHOTO • M. Palani Kumar

ମୃତ୍ୟୁ ବେଳକୁ ଭି . ଗିରିଙ୍କୁ ୧୭ ବର୍ଷ ହୋଇଥିଲା ପରିବାରର ସାନ ପୁଅ ହିସାବରେ ସେ ଏହି କାମକୁ ଆଦରି ନେଇଥିଲେ କାରଣ କମ୍ ନମ୍ବର ରଖିଥିବା ଯୋ ଗୁଁ ତାଙ୍କୁ ସ୍ୱାସ୍ଥ୍ୟକର୍ମୀ ପାଠ ପଢ଼ିବା ଲାଗି କଲେଜରେ ନାମ ଲେଖାଇବାର ସୁଯୋଗ ମିଳିନଥିଲା

ଆମେ ଭିତରୁ ବନ୍ଦ ଥିବା କବାଟ ବାଡ଼େଇଲୁ, କିଛି ସମୟ ପରେ ଜଣେ ମହିଳା ଆସି କବାଟ ଖୋଲିଲେ। ସେ ଅନେକ ଦିନ ଧରି ଶୋଇନଥିବା ଲାଗୁଥିଲେ। କମ୍ରେଡ୍‌ କହିଲେ, ଇଏ ହେଉଛନ୍ତି ଭି. ସେଲଭି (୩୭), ବାଣ ବିସ୍ଫୋରଣରେ ପ୍ରାଣ ହରାଇଥିବା ୧୭ ବର୍ଷ ବୟସ୍କ ଭି. ଗିରିଙ୍କ ମା’। ତାଙ୍କୁ ନିଦରୁ ଉଠାଇଥିବାରୁ ମୋ ମନରେ ଅନୁଶୋଚନା ଜାତ ହେଲା।

ଆମେ ଘର ଭିତରେ ପ୍ରବେଶ କରିବା କ୍ଷଣି ପ୍ଲାଷ୍ଟର ହୋଇନଥିବା କାନ୍ଥରେ ୟୁନିଫର୍ମ ପିନ୍ଧା ଜଣେ ବାଳକର ଫୁଲ ମାଳ ଚଢ଼ା ହୋଇଥିବା ଫଟୋ ଦେଖିଲୁ।

ଲକ୍‌ଡାଉନର ତୁରନ୍ତ ପରେ, ମୋ ନିଜ ଭାଇ ଗୋଟିଏ ବାଣ ଦୋକାନରେ ଋତୁକାଳୀନ କାମ କରିବାକୁ ଯାଇଥିଲା। ନଯିବା ଲାଗି ମୋର ସମସ୍ତ ନିବେଦନକୁ କର୍ଣ୍ଣପାତ କରାଗଲା ନାହିଁ। ସେ ଫେରି ଆସିବା ପର୍ଯ୍ୟନ୍ତ ମୋ ମା’ ତାଙ୍କୁ ନେଇ ନିୟମିତ ଚିନ୍ତାରେ ରହୁଥିଲେ।

ଗିରିଙ୍କ ମା’ କଥା କହିପାରୁନଥିଲେ। ମୁଁ ତାଙ୍କୁ ତାଙ୍କ ପୁଅ କଥା ପଚାରିବା କ୍ଷଣି, ସେ ଘରର ଗୋଟିଏ କୋଣରେ ବସି କାନ୍ଦିବାକୁ ଲାଗିଲେ। କମ୍ରେଡ୍‌ କହିଲେ, ଆମେ ପୀଡ଼ିତଙ୍କ ଭାଇଙ୍କୁ ଅପେକ୍ଷା କରିପାରିବା। ଗିରିଙ୍କ ଦ୍ୱିତୀୟ ଭାଇ ଆସି ପହଞ୍ଚିଲେ ଏବଂ ତାଙ୍କ ସାନ ଭାଇର ମୃତ୍ୟୁ ଘଟଣା ବିଷୟରେ ଆମକୁ କହିଥିଲେ।

‘‘ମୋ ନାଁ ସୁରିୟା, ମୋତେ ୨୦ ବର୍ଷ। ମୋ ବାପାଙ୍କ ନାଁ ବେଦିୟାପ୍ପାନ। ଆଠ ବର୍ଷ ତଳେ ହୃଦଘାତରେ ମୋ ବାପାଙ୍କର ପ୍ରାଣହାନି ଘଟିଥିଲା।’’

ସେ ଆମ ସହ କଥା ହେବା ପରେ, ତାଙ୍କ ମା’ କୁଣ୍ଠିତ ଓ ବାଷ୍ପରୁଦ୍ଧ ଗଳାରେ ଆମ ସହ କଥା ହୋଇଥିଲେ। ‘‘ତାଙ୍କ ମୃତ୍ୟୁ ପରେ ବଞ୍ଚିବା କଷ୍ଟକର ହୋଇପଡ଼ିଛି,’’ ସେ କହିଥିଲେ। ‘‘ମୋ ବଡ଼ ପୁଅ ଦ୍ୱାଦଶ ପାଠପଢ଼ା ଶେଷ କରିବା ପରେ ସହରକୁ ଯାଇ କାମ କଲା ଓ ଟଙ୍କା ପଠାଇଲା। ଆମେ ଆମର ଋଣ ପରିଶୋଧ କରିବା ଆରମ୍ଭ କଲୁ ଓ ତା’ର ଭାଇମାନେ ବଡ଼ ହେଉଥିଲେ। ଆମେ ତା’ ବାହାଘର କରାଇ ଦେବାକୁ ନିଷ୍ପତ୍ତି ନେଇଥିଲୁ ଏବଂ ତା’ର ବାହାଘରକୁ ମାତ୍ର ତିନି ମାସ ହୋଇଥିଲା। ଏତେ ଦୁଃଖକଷ୍ଟରେ ମୁଁ ମୋ ପିଲାମାନଙ୍କୁ ପାଠ ପଢ଼ାଇଥିଲି, ଏପରି ଘଟଣା ଘଟିବ ବୋଲି କେବେ ଭାବିନଥିଲି।’’

‘‘କେବଳ ସେ କଲେଜ ଯାଇନପାରିବା କାରଣରୁ, ସେ ଗୋଟିଏ କପଡ଼ା ଦୋକାନକୁ କାମ କରିବାକୁ ଯାଇଥିଲା ଏବଂ ତା’ପରେ ଦୁଇ ମାସ ଧରି ଘରେ ରହିଥିଲା। ସାଙ୍ଗମାନେ ଯାଉଥିବା କାରଣରୁ ସେ ବାଣ ଦୋକାନକୁ ଯାଇଥିଲା। ଆଉ ତା’ପରେ ଏମିତି ଘଟଣା ଘଟିଥିଲା।’’

Left: A photo from Giri's childhood placed within his late father Vediyappan's photo.
PHOTO • M. Palani Kumar
Right: His mother, V. Selvi couldn't speak. She sat in the corner of the house and started to cry when I asked her about Giri
PHOTO • M. Palani Kumar

ବାମ : ଗିରିଙ୍କ ପିଲାଦିନର ଏକ ଫଟୋ ତାଙ୍କର ସ୍ୱର୍ଗୀୟ ବାପା ବେଦିୟାପ୍ପନଙ୍କ ଫଟୋ ପାଖରେ ରଖାଯାଇଛି । ଡାହାଣ : ତାଙ୍କ ମା’, ଭି. ସେଲଭି କଥା କହିପାରିନଥିଲେ। ଗିରିଙ୍କ ବିଷୟରେ ପଚାରିବାରୁ ସେ ଘର କୋଣରେ ବସିପଡ଼ି କାନ୍ଦିବା ଆରମ୍ଭ କରି ଦେଇଥିଲେ

‘‘ଏହି ଋତୁ ସମୟରେ, ତମ୍ବି (ସାନ ଭାଇ) କେବଳ କପଡ଼ା ଦୋକାନକୁ କାମ କରିବାକୁ ଯାଉଥିଲା। ଚଳିତ ବର୍ଷ ସେ ଏହି କାମ କରିବା (ବାଣ ଦୋକାନରେ)କୁ ନିଷ୍ପତ୍ତି ନେଇଥିଲା। ସେ ଦ୍ୱାଦଶ ପରୀକ୍ଷା ପାସ୍‌ କରିବା ପରେ ସ୍ୱାସ୍ଥ୍ୟକର୍ମୀ ପାଠ୍ୟକ୍ରମରେ ନାମ ଲେଖାଇବାକୁ ଆବେଦନ କରିଥିଲା। କମ୍‌ ନମ୍ବର ରଖିଥିବା କାରଣରୁ ତା’ର ଆବେଦନ ଖାରଜ ହୋଇଯାଇଥିଲା। ତା’ପରେ ସେ କପଡ଼ା ଦୋକାନକୁ କାମ କରିବାକୁ ଗଲା। ଥରେ ଆଦି (ଜୁଲାଇ ମଧ୍ୟଭାଗରୁ ଅଗଷ୍ଟ ମଧ୍ୟଭାଗର ସମୟ ଯେତେବେଳେ କପଡ଼ା ଦୋକାନରେ ସ୍ୱତନ୍ତ୍ର ବିକ୍ରି ରିହାତି ଦିଆଯାଇଥାଏ), ସମୟରେ ସେ ୨୫,୦୦୦ (ଟଙ୍କା) ରୋଜଗାର କରିଥିଲା। ୨୦,୦୦୦ ଟଙ୍କା ଦେଇ ସେ ପରିବାର ଉପରେ ଥିବା ଋଣ ସୁଝିଥିଲା।

‘‘ଆଠ ବର୍ଷ ପୂର୍ବରୁ ଆମ ବାପା ଚାଲିଯିବା ପରେ, ଆମେ ଉଭୟ ମିଶି କପଡ଼ା ଦୋକାନକୁ ଯାଉଥିଲୁ ଏବଂ ଆମେ ରୋଜଗାର କରୁଥିବା ଟଙ୍କାରେ, ଆମର ଋଣ ପରିଶୋଧ କରୁଥିଲୁ। ଆମ ବଡ଼ ଭାଇ ବାହା ହେଲେ ଏବଂ ଏହି ପ୍ରକ୍ରିୟାରେ, ଆମେ ପୁଣି ୩୦,୦୦୦ ଟଙ୍କା ଋଣ କଲୁ।

‘‘ତେଣୁ, ଆମେ ସବୁ ପ୍ରକାର କାମ କଲୁ। ଆମ ଭିତରୁ ଅଧିକାଂଶଙ୍କ ପାଇଁ, ଯଦି ସବୁକିଛି ଠିକ୍‌ ଚାଲୁନଥିଲା, ଆମେ ଘରକୁ ଫେରି ଆସୁଥିଲୁ। ବାଣ ଦୋକାନ ମାଲିକ ଆମ ଅଞ୍ଚଳର ଜଣେ ପିଲା ସହ କଥା ହୋଇଥିଲେ ଏବଂ କହିଥିଲେ ଯେ ତାଙ୍କ ଦୋକାନରେ କାମ ଅଛି। ପ୍ରଥମେ ଗୋଟିଏ ଦଳ କାମକୁ ଗଲେ। ମୋ ଭାଇ ଦ୍ୱିତୀୟ ଦଳରେ କାମକୁ ଗଲା।

‘‘କାମକୁ ନେଇ ପିଲାମାନଙ୍କ ଭିତରେ ଝଗଡ଼ା ହେଲା, ତେଣୁ ମୋ ଭାଇ, ଗିରି, ଫେରି ଆସିଲା ଓ ଆମ ବଡ଼ ଭାଇଙ୍କ ସହ ରହିଲା। ସେ ତାଙ୍କ ସହିତ କାମରେ ରହୁଥିଲା ଆଉ ତା’ପରେ ମୋ ବଡ଼ ଭାଇ ଏଠାକୁ ମନ୍ଦିରକୁ କାମ କରିବାକୁ ଆସିଲେ।

‘‘ଏହି ସମୟରେ ମୋ ସାନ ଭାଇକୁ ବାଣ ଦୋକାନରେ କାମ କରୁଥିବା ପିଲାଙ୍କ ପାଖରୁ ଆଉ ଏକ କଲ୍‌ ଆସିଲା। ସେମାନେ ତା’କୁ ପୁଣିଥରେ କାମକୁ ଆସିବା ଲାଗି ଅନୁରୋଧ କଲେ। ମୋ ଭାଇ ୭ ଅକ୍ଟୋବର, ୨୦୨୩ରେ କାମକୁ ଗଲା। ସେହି ଦିନ ହିଁ ଦୁର୍ଘଟଣା ଘଟିଲା।

ସେ ମାତ୍ର ଗୋଟିଏ ଦିନ କାମ କରିଥିଲା।

ମୋ ଭାଇ ୩ ଅକ୍ଟୋବର, ୨୦୦୬ରେ ଜନ୍ମ ହୋଇଥିଲା। ଗୋଟିଏ ଦିନ ପୂର୍ବରୁ ଆମେ ତା’ର ଜନ୍ମଦିନ ପାଳିଥିଲୁ। ୭ ଅକ୍ଟୋବରରେ ଏପରି ଘଟଣା ଘଟିଲା।

କ’ଣ ଘଟିଥିଲା ଆମ ଭିତରୁ କେହି (ଏଠାରେ ଗାଁରେ) କିଛି ଜାଣିନଥିଲେ। ଜୀବନ ରକ୍ଷା ହୋଇଯାଇଥିବା ଗାଁର ଦୁଇ ଭାଇ ଆମକୁ ସୂଚନା ଦେଇଥିଲେ। ତା’ପରେ ଆମେ ଅନୁସନ୍ଧାନ କରି ଜାଣିବାକୁ ପାଇଲୁ ଯେ ଆମ ଗାଁର ସାତ ଜଣ ପିଲା ପ୍ରାଣ ହରାଇଛନ୍ତି। ଆମେ ଗୋଟିଏ କାର୍‌ ଭଡ଼ା କଲୁ ଏବଂ ମୃତଦେହ ଚିହ୍ନଟ କରିବାକୁ ଗଲୁ।

The photograph of another deceased, 19-year-old Akash, is garlanded and placed on a chair in front of the house. His father, M. Raja (right)
PHOTO • M. Palani Kumar

ଆଉ ଜଣେ ମୃତକ ଆକାଶ (୧୯)ଙ୍କ ଫଟୋରେ ଫୁଲମାଳ ଚଢ଼ା ହୋଇ ତାଙ୍କ ଘର ଆଗରେ ରଖାଯାଇଛି । ତାଙ୍କ ବାପା, ଏମ. ରାଜା ଫଟୋ ପାଖରେ ବସିଛନ୍ତି

ଗୋଟିଏ ମାମଲା ରୁଜୁ ହୋଇଥିଲା। କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କେ ପି ଅନବଲଗନ୍, ଜଣେ ବିଧାୟକ, ସାଂସଦ ଓ ଆହୁରି ଅନେକ ଲୋକ ଆସିଥିଲେ। ଜିଲ୍ଲାପାଳ ତିନି ଲକ୍ଷ ଟଙ୍କାର ଏକ ଚେକ୍‌ ଦେଇଥିଲେ। ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଆସିବେ ବୋଲି ସେମାନେ କହିଥିଲେ କିନ୍ତୁ ଆସିଲେ ନାହିଁ ।

ଶିକ୍ଷା ସ୍ତର ଅନୁଯାୟୀ ପ୍ରତ୍ୟେକ ପରିବାରକୁ ଗୋଟିଏ ସରକାରୀ ଚାକିରି ଦିଆଯାଉ ବୋଲି ଆମେ ଦାବି କରୁଛୁ।’’

ଗିରିଙ୍କ ପରିବାର କହିଥିଲେ ଯେ ଅନ୍ୟ ଦୁଇ ପୁଅ ମଧ୍ୟରୁ କାହାକୁ ଗୋଟିଏ ସରକାରୀ ଚାକିରି ମିଳିବ ବୋଲି ସେମାନଙ୍କର ଆଶା ଥିଲା। ‘‘ଆମେ ଯେନତେନ ପ୍ରକାରରେ ପେଟ ପୋଷିବା ଲୋକ। ଜଣଙ୍କୁ ସରକାରୀ ଚାକିରି ମିଳିଲେ ଆମ ପରିବାରକୁ ସହାୟକ ହେବ।’’

ଗିରିଙ୍କ ମା’ କଥା ହୋଇସାରିବା ପରେ ମୁଁ ତାଙ୍କ ଫଟୋ ବିଷୟରେ ପଚାରିଲି । ତାଙ୍କ ଭାଇ ଗୋଟିଏ ଫଟୋ ଦେଖାଇ ଆମକୁ ପିତାଙ୍କ ମୃତ୍ୟୁ ବିଷୟରେ କହିଥିଲେ। ଫ୍ରେମର ଗୋଟିଏ କୋଣରେ, ଛୋଟିଆ ଫଟୋ ଭିତରେ ଗିରିଙ୍କ ପିଲା ଦିନର ଫଟୋ ଥିଲା। ତାହା ଗୋଟିଏ ସୁନ୍ଦର ଫଟୋଗ୍ରାଫ ଥିଲା।

‘‘କରୁରର ସିପ୍‌କଟ୍‌ ଭଳି କିଛି ଯଦି ଆମ ପାଖରେ ଥାଆନ୍ତା ତା’ହେଲେ ଆମ ପିଲାମାନେ ଏତେ ଦୂରକୁ କାମ କରିବାକୁ ଯାଉନଥାନ୍ତେ। ଗତ ଥର ପିଲାମାନଙ୍କ ଭୁଲେଇ ଦିଆଯାଇଥିଲା । ସେମାନଙ୍କୁ କୁହାଗଲା ଯେ ସେମାନେ କାମକୁ ଫେରିଲେ ଗୋଟିଏ ଲେଖାଏଁ ନୂଆ ଫୋନ୍‌ ଦିଆଯିବ। ଗୋଦାମରେ ବାଣ ବିସ୍ଫୋରଣ ହେବ ବୋଲି କେହି ଜାଣିନଥିଲେ। ଶ୍ୱାସରୁଦ୍ଧ ହୋଇ ଆଠ ଜଣ ଯାକ ପୁଅ ମରିଗଲେ। ଆମେ ଯାଞ୍ଚ କରି ଜାଣିପାରିଲୁ ଯେ ପ୍ରବେଶ ପଥ ସେମାନଙ୍କ ବାହାରିବା ପାଇଁ ଖୁବ୍‌ ଛୋଟ ଥିଲା। ପ୍ରଥମ ଥର ପାଇଁ ପିଲାମାନେ ବାଣ ଦୋକାନରେ କାମ କରୁଥିଲେ,’’ କମ୍ରେଡ୍‌ ବାଲା କହିଥିଲେ।

କମ୍ରେଡ୍‌ ବାଲା ଯେତେବେଳେ ଏହି କଥା କହିଲେ, ମୋ ନିଜ ଭାଇ ବାଲାଙ୍କ କଥା ମୁଁ ମନେ ପକାଇଲି। ସେହି ସ୍ଥାନରେ ଗମ୍ଭୀର ପରିସ୍ଥିତି ସୃଷ୍ଟି ହେଲା। ମୁଁ ଅଣନିଃଶ୍ୱାସୀ ଅନୁଭବ କରୁଥିଲି, ମୋ ହୃଦୟ ବିଦାରିତ ହୋଇଯାଉଥିଲା।

ଆଠ ଜଣ ମୃତକଙ୍କ ପରିବାର ଲୋକମାନେ ସେମାନଙ୍କ ପ୍ରିୟଜନଙ୍କ ଫଟୋକୁ ଫ୍ରେମ୍‌ କରି ରଖିଥିଲେ। ପ୍ରତି ଘରେ ମଶାଣି ଭଳି ପରିବେଶ ଥିଲା। ଲୋକମାନେ ଯାଉଥିଲେ ଓ ଆସୁଥିଲେ। ଦୁର୍ଘଟଣା ଘଟିବାକୁ ଗୋଟିଏ ସପ୍ତାହ ବିତିସାରିଥିଲା କିନ୍ତୁ ଆଖିରୁ ଲୁହ ଓ ମନରୁ କୋହ ଦୂର ହେଉନଥିଲା। ପରିବାର ଲୋକମାନେ ସ୍ଥାଣୁ ପାଲଟିଯାଇଥିଲେ।

'This is the first time he was going to this kind of job,' says Akash's father.
PHOTO • M. Palani Kumar
A photo of Akash's mother (right) who passed away 12 years ago
PHOTO • M. Palani Kumar

ପ୍ରଥମ ଥର ପାଇଁ ସେ ଏପରି କାମକୁ ଯାଉଥିଲା,’’ ଆକାଶଙ୍କ ସମ୍ପର୍କରେ ଏମ. ରାଜା କୁହନ୍ତି । ତାଙ୍କ ମା’ (ଡାହାଣ) ୧୨ ବର୍ଷ ପୂର୍ବରୁ ପ୍ରାଣ ହରାଇଥିଲେ

Raja says Akash was particularly fond of  Dr. B.R. Ambedkar. 'He had hung his [Ambedkar’s] portrait [near his bed] so that he would be the first image to see when he woke up'
PHOTO • M. Palani Kumar

ଆକାଶ ଆମ୍ବେଦକରଙ୍କୁ ବହୁତ ଭଲ ପାଉଥିଲେ ବୋଲି ରାଜା କୁହନ୍ତି । ‘ସେ (ନିଜ ଖଟ ପାଖରେ) ତାଙ୍କର (ଆମ୍ବେଦକରଙ୍କ) ଫଟୋ ଝୁଲାଇଥିଲା ଯାହାଫଳରେ ନିଦରୁ ଉଠିବା ପରେ ପ୍ରଥମେ ତାଙ୍କ ଫଟୋ ଦେଖିପାରିବ,’ ସେ କୁହନ୍ତି

ଆଉଜଣେ ମୃତକ ୧୯ ବର୍ଷ ବୟସ୍କ ଆକାଶଙ୍କ ଫଟୋରେ ଫୁଲ ମାଳ ଟଙ୍ଗା ହୋଇ ତାଙ୍କ ଘର ଆଗରେ ଥିବା ଚୌକିରେ ରଖାଯାଇଥିଲା। ତାଙ୍କ ବାପା ସେହି ଫଟୋ ଆଗରେ ପଡ଼ି ରହିଥିଲେ। ସେମାନଙ୍କ ଘରେ ଦୁଇଟି ବଖରା ଥିଲା। ମୁଁ ଯେତେବେଳେ ସେମାନଙ୍କ ଘରକୁ ଗଲି, ମୁଁ ଆଉ ଗୋଟିଏ ଚେୟାର୍‌ ଉପରେ ଆକାଶଙ୍କ ମା’ଙ୍କ ଫଟୋ ରଖାଯାଇଥିବା ଦେଖିପାରିଲି।

ମୁଁ ଯେତେବେଳେ ଆକାଶଙ୍କ ବାପାଙ୍କ ସହିତ କଥା ହେବା ଆରମ୍ଭ କଲି, ତାଙ୍କ କାନ୍ଦ ବନ୍ଦ ହେଉନଥିଲା। ସେ ମଦ ନିଶାରେ ମଧ୍ୟ ଥିଲେ। ମୋ ସହିତ ଯାଇଥିବା କମ୍ରେଡ୍‌ ତାଙ୍କୁ ଶାନ୍ତ କରିବାକୁ ଚେଷ୍ଟା କଲେ ଏବଂ କଥା କରାଇଥିଲେ।

‘‘ମୁଁ ଏମ. ରାଜା (୪୭)। ମୁଁ ଚା’ ଦୋକାନରେ ଗ୍ଲାସ୍‌ ଧୋଇଥାଏ। ସାଙ୍ଗମାନେ ଯାଇଥିବାରୁ ମୋ ପୁଅ ସେହି ବାଣ ଦୋକାନକୁ ଯାଇଥିଲା। ସେ ଜଣେ ଭଲ ପିଲା ଥିଲା; ବୁଦ୍ଧିମାନ ବି ଥିଲା। ସେ ଯେତେବେଳେ କାମକୁ ଗଲା, ମୋତେ ୨୦୦ ଟଙ୍କା ଦେଇଥିଲା ଓ ମଦ ପିଇବାକୁ ମନା କରି ଦେଇଥିଲା। କହିଥିଲା, ସେ ୧୦ ଦିନରେ ଫେରିଆସିବ ଏବଂ ମୋର ଯତ୍ନ ନେବ। ପ୍ରଥମ ଥର ପାଇଁ ସେ ଏପରି ଏକ କାମ କରିବାକୁ ଯାଇଥିଲା। ମୁଁ ତା’କୁ କେବେ ବି କାମକୁ ଯିବା ପାଇଁ କହିନଥିଲି।’’

ଆକାଶ କିପରି ଆମ୍ବେଦକରଙ୍କୁ ନିର୍ଦ୍ଦିଷ୍ଟ ଭାବେ ଭଲ ପାଉଥିଲେ, ତାହା ରାଜା କୁହନ୍ତି। ‘‘ସେ (ନିଜ ଖଟ ପାଖରେ) ତାଙ୍କର (ଆମ୍ବେଦକରଙ୍କ) ଫଟୋ ଝୁଲାଇଥିଲା ଯାହାଫଳରେ ନିଦରୁ ଉଠିବା ପରେ ପ୍ରଥମେ ତାଙ୍କ ଫଟୋ ଦେଖିପାରିବ। ଆମ ପିଲାମାନେ କିଭଳି ଜୀବନରେ ନିଜ ଗୋଡ଼ରେ ଛିଡ଼ା ହେବା ଆରମ୍ଭ କରିଛନ୍ତି ସେ କଥା ମୁଁ ଚିନ୍ତା କରୁଥିଲି। ଆଉ ମୋ ପୁଅ ସହ ଏମିତି ଘଟଣା ଘଟିଗଲା। ପ୍ରଥମେ ସେ କାମ ପାଇଁ ଏକ କପଡ଼ା ଦୋକାନକୁ ଯାଇଥିଲା। ଏଥର ସେ ବାଣ ଦୋକାନକୁ ଯାଉଥିବା ବିଷୟରେ ମୁଁ ଆଦୌ ଜାଣିନଥିଲି। ଦୁଇ ବର୍ଷ ପରେ ସେ କଲେଜ୍‌ ଯିବା ଛାଡ଼ି ଦେଇଥିଲା, କିନ୍ତୁ ସେ କାମ କରୁ ବୋଲି ଆମେ କେବେ ଚାହିଁନଥିଲୁ। ମୁଁ ଦୈନିକ ୪୦୦ ଟଙ୍କାରେ ଏକ ଚା’ ଦୋକାନରେ କାମ କରିଥାଏ। ମୋର ଗୋଟିଏ ଝିଅ ଓ ଦୁଇ ପୁଅ ଅଛନ୍ତି। ମୁଁ କେବଳ ମୋ ପିଲାଙ୍କ ପାଇଁ ବଞ୍ଚିଥାଏ। ମୋ ସ୍ତ୍ରୀ ଚାଲିଯିବାର ପ୍ରାୟ ୧୨ ବର୍ଷ ବିତିସାରିଲାଣି।’’

Vedappan at 21 years old was the oldest of the young boys to die in the explosion. He was married just 21 days before his death
PHOTO • M. Palani Kumar

ବିସ୍ଫୋରଣରେ ପ୍ରାଣ ହରାଇଥିବା ୨୧ ବର୍ଷୀୟ ବେଦପ୍ପାନ ସବୁଠୁ ବଡ଼ ଥିଲେ। ମୃତ୍ୟୁର ୨୧ ଦିନ ପୂର୍ବରୁ ତାଙ୍କର ବାହାଘର ହୋଇଥିଲା

ତା’ପରେ ଆମେ ୨୧ ବର୍ଷ ବୟସ୍କ ବେଦପ୍ପାନଙ୍କ ଘରକୁ ଯାଇଥିଲୁ। କୋଟ୍‌ ସୁଟ୍‌ ପିନ୍ଧା ତାଙ୍କର ଗୋଟିଏ ଫଟୋ ଘର କାନ୍ଥରେ ଆମ୍ବେଦକରଙ୍କ ଫଟୋ ପାଖରେ ଝୁଲୁଥିଲା ଯାହା ଆମକୁ ତାଙ୍କ ମୃତ୍ୟୁର ସୂଚନା ଦେଉଥିଲା। ଆଠ ଜଣ ମୃତକଙ୍କ ମଧ୍ୟରେ ସେ ହିଁ ଏକମାତ୍ର ଥିଲେ ଯାହାଙ୍କର ବାହାଘର ହୋଇଥିଲା। ତାଙ୍କ ବାହାଘରକୁ ମାତ୍ର ୨୧ ଦିନ ହୋଇଥିଲା। ତାଙ୍କ ବାପାଙ୍କ ବ୍ୟତୀତ କେହି କଥା ହେବା ସ୍ଥିତିରେ ନଥିଲେ। ବେଦପ୍ପାନଙ୍କ ପତ୍ନୀ ଏହି ଆଘାତରୁ ବର୍ତ୍ତମାନ ସୁଦ୍ଧା ମୁକୁଳିପାରିନଥିଲେ।

‘‘ଆମେ ଧର୍ମପୁରୀ ଜିଲ୍ଲାର ଟି. ଅମ୍ମପଟ୍ଟି ଗ୍ରାମର ବାସିନ୍ଦା। ଆମର ପରିବାର ସେତେ ସ୍ୱଚ୍ଛଳ ନଥିଲା। ଆମ ଗାଁରୁ ଅତିକମ୍‌ରେ ୭ ଜଣ ଏବଂ ଜିଲ୍ଲାରୁ ୧୦ ଜଣ ଯାଇଥିଲେ। ରୋଜଗାର ଅଭାବ କାରଣରୁ ସେମାନେ ଏ ଚାକିରି ପାଇଁ ଯାଇଥିଲେ। ଯେତେବେଳେ ଏ ଘଟଣା ଘଟିଥଲା ସେତେବେଳେ ସେମାନଙ୍କୁ କାମ କରିବାର ଅତି ବେଶୀରେ ଦୁଇ କିମ୍ବା ତିନି ଦିନ ହୋଇଥିବ।

‘‘କର୍ଣ୍ଣାଟକ କିମ୍ବା ତାମିଲନାଡ଼ୁ ସରକାର କେହି ଏ ଦୁର୍ଘଟଣାର କାରଣ ଘୋଷଣା କଲେ ନାହିଁ। ମୃତ୍ୟୁ ପ୍ରମାଣପତ୍ର ହାସଲ କରିବା କଷ୍ଟକର ହୋଇପଡ଼ିଲା। ତାମିଲନାଡ଼ୁ ସରକାର ଆମକୁ ମୃତ୍ୟୁ ପ୍ରମାଣପତ୍ର ଦେବା ଉଚିତ୍‌, କ୍ଷତିପୂରଣ ଦେବା ଉଚିତ୍‌ ଏବଂ ପ୍ରତ୍ୟେକ ପରିବାର ପାଇଁ ଶୈକ୍ଷଣିକ ଯୋଗ୍ୟତା ଆଧାରରେ ସରକାରୀ ଚାକିରି ଯୋଗାଇ ଦେବା ଉଚିତ୍‌ ।’’

Left: A photo of Kesavan (pink shirt) with his mother, Krishnaveni and elder brother.
PHOTO • M. Palani Kumar
Right: His mother didn't know he was working in the cracker shop when he died in the explosion
PHOTO • M. Palani Kumar

ବାମ : ମା’ କ୍ରିଷ୍ଣାବେନୀ ଓ ବଡ଼ ଭାଇଙ୍କ ସହିତ କେଶବନ (ଗୋଲାପୀ ସାର୍ଟ)ଙ୍କ ଏକ ଫଟୋ। ଡାହାଣ : ବିସ୍ଫୋରଣରେ ମୃତ୍ୟୁବରଣ କରିବା ପର୍ଯ୍ୟନ୍ତ ସେ ବାଣ କାରଖାନାରେ କାମ କରୁଛନ୍ତି ବୋଲି ତାଙ୍କ ମା’ ଜାଣିନଥିଲେ

Left: Kumari's son Munivel was 20 years old when he died in the explosion. His photo, like all the other deceased, is displayed outside their home.
PHOTO • M. Palani Kumar
Right: Illumparidhi's parents, Bhanu and Senthilkumar stand near their son's photo
PHOTO • M. Palani Kumar

ବାମ : କୁମାରୀଙ୍କ ପୁଅ ମୁନିଭେଲ୍‌ ମାତ୍ର ୨୦ ବର୍ଷ ବୟସର ହୋଇଥିବା ବେଳେ ବିସ୍ଫୋରଣରେ ପ୍ରାଣ ହରାଇଥିଲେ। ଅନ୍ୟ ମୃତକଙ୍କ ଭଳି ତାଙ୍କ ଫଟୋ ସେମାନଙ୍କ ଘର ଆଗରେ ରଖାଯାଇଛି। ଡାହାଣ : ଇଲ୍ଲୁମପାରିଧିଙ୍କ ବାପା ମା’, ଭାନୁ ଓ ସେନ୍ତିଲ କୁମାର ସେମାନଙ୍କ ପୁଅର ଫଟୋ ପାଖରେ ଛିଡ଼ା ହୋଇଛନ୍ତି

କ୍ରିଷ୍ଣାବେନୀ ହେଉଛନ୍ତି ଆର. କେଶବନଙ୍କ ମା’। ୩୦ ବର୍ଷରୁ ଅଧିକ ବୟସ୍କ ଏ ମହିଳା ଜଣଙ୍କ କୁହନ୍ତି ତାଙ୍କ ପୁଅ ବାଣ କାରଖାନାରେ କାମ କରିବାକୁ ଯାଇଛି ବୋଲି ସେ ଜାଣିନଥିଲେ। ‘‘ସେ ତା’ର ସାଙ୍ଗମାନଙ୍କ ସହିତ ଯାଇଥିଲା। ଏବେ ସୁଦ୍ଧା ସରକାରଙ୍କ ତରଫରୁ କିଛି ସୂଚନା ମିଳିନାହିଁ କିନ୍ତୁ ସେମାନେ ଆମକୁ ଗୋଟିଏ ଚାକିରି ଦେବେ ବୋଲି ଆଶା ରହିଛି।’’

ଦୁର୍ଘଟଣାରେ ନିଜ ପୁଅକୁ ହରାଇଥିବା ୩୫ ବର୍ଷ ବୟସ୍କା କୁମାରୀ ସେହି ଦୁର୍ଘଟଣା ଘଟିବା ଦିନ ତାଙ୍କ ପୁଅ ଶେୟାର କରିଥିବା ସେଲଫି ବିଷୟରେ କହିଥାନ୍ତି। ‘‘ସେମାନେ ଏଭଳି ବିପଜ୍ଜନକ କାମକୁ ଏଥିପାଇଁ ଯାଇଥିଲେ କାରଣ ସେମାନେ ଦୀପାବଳି ସମୟରେ ଆମକୁ କିଛି ଦେବାକୁ ଚାହୁଁଥିଲେ। ଯାହାଦ୍ୱାରା ସେମାନେ ନୂଆ କପଡ଼ା କିମ୍ବା ଉପହାର ପାଇପାରିବେ। ସେମାନେ ବାଣ ଦୋକାନରୁ ୧,୨୦୦ ଟଙ୍କା ରୋଜଗାର କରୁଥିଲେ, ଅନ୍ୟପଟେ କପଡ଼ା ଦୋକାନରୁ ସେମାନଙ୍କୁ ମାତ୍ର ୭୦୦-୮୦୦ ଟଙ୍କା ମିଳୁଥିଲା।

‘‘କଳ୍ପନା କରନ୍ତୁ ଯେ ମଧ୍ୟାହ୍ନ ଭୋଜନ ସମୟରେ ତା’ର ସେଲ୍‌ଫି ଦେଖିବା ଏବଂ ଏହାର ତୁରନ୍ତ ପରେ ତା’ର ମୃତଦେହକୁ ଦେଖିବା ମୋତେ କେମିତି ଲାଗିଥିବ?

ଆମେ ଯେଉଁ ଦୁଃଖ ଭୋଗିଲୁ ଭଗବାନ ଆଉ କେଉଁ ପରିବାରକୁ ସେମିତି ଦୁଃଖ ନଦିଅନ୍ତୁ। ବାଣ ଦୋକାନରେ କୌଣସି ଦୁର୍ଘଟଣ ନଘଟୁ। ଯଦି କୌଣସି ସ୍ଥାନରେ ଏପରି ଘଟୁଛି ତା’ହେଲେ ଦୋକାନରେ ଥିବା ଲୋକମାନଙ୍କୁ ବାହାରକୁ ଆସିବା ପାଇଁ କୌଣସି ରାସ୍ତା ରହିବା ଉଚିତ୍‌ । ଯଦି ଏପରି ହେଉ ନାହିଁ ତା’ହେଲେ ଦୋକାନ ପରିଚାଳନା ପାଇଁ ଅନୁମତି ମିଳିବା ଉଚିତ୍‌ ନୁହେଁ। ଆମ ପରିବାର ଏପରି କ୍ଷତି ସହିଥିବା ଶେଷ ପରିବାର ହେଉ?’’

Left: A photo of T. Vijayaraghavan, Kesavan and Akash that they sent to their families by Whatsapp shortly before the accident took place.
PHOTO • M. Palani Kumar
Their charred bodies (right) were unrecognisable
PHOTO • M. Palani Kumar

ବାମ : ଟି. ବିଜୟରାଘବନ, କେସବନ୍‌ ଓ ଆକାଶଙ୍କ ଗୋଟିଏ ଫଟୋ ଯାହାକୁ ସେମାନେ ଦୁର୍ଘଟଣା ଘଟିବା ପୂର୍ବରୁ ନିଜ ପରିବାର ଲୋକଙ୍କୁ ପଠାଇଥିଲେ। ଡାହାଣ : ବିଜୟରାଘବନଙ୍କ ବାପା କୁହନ୍ତି, ‘ସେମାନେ ଏତେ ପୋଡ଼ିଯାଇଥିଲେ ଯେ ସେମାନଙ୍କୁ ଚିହ୍ନି ହେଉନଥିଲା‘

Saritha shows a photo of Vijayaraghavan on her phone. She says all the memories of her son are in the photos in her phone
PHOTO • M. Palani Kumar
Saritha shows a photo of Vijayaraghavan on her phone. She says all the memories of her son are in the photos in her phone
PHOTO • M. Palani Kumar

ସରିତା ନିଜ ଫୋନରେ ବିଜୟରାଘବନଙ୍କ ଏକ ଫଟୋ ଦେଖାଉଛନ୍ତି। ପୁଅର ସବୁତକ ସ୍ମୃତି ଫୋନରେ ଥିବା ଫଟୋ ଗୁଡ଼ିକରେ ରହିଛି

ଆମେ ଯେତେବେଳେ ୧୮ ବର୍ଷ ବୟସ୍କ ଟି. ବିଜୟରାଘବନଙ୍କ ଘରକୁ ଗଲୁ, ତାଙ୍କ ମା’ ବହୁତ ଅସୁସ୍ଥ ଥିଲେ ଏବଂ ଡାକ୍ତରଖାନାକୁ ଯାଇଥିଲେ। ଯେତେବେଳେ ସେ ଫେରି ଆସିଲେ, ସେ କେତେ ଥକି ଯାଇଥିଲେ ଆମେ ଦେଖିପାରିଲୁ। ତଥାପି ସେ ଆମ ସହିତ କଥା ହେଲେ କିନ୍ତୁ ଏହା ପୂର୍ବରୁ ବିଜୟରାଘବନଙ୍କ ଭଉଣୀ ଆମକୁ ଲସି ପିଇବାକୁ ଦେଇଥିଲେ।

‘‘ସେ କପଡ଼ା ଦୋକାନକୁ ଯାଉଥିବା ମୋତେ କହିଥିଲା। କାହିଁକି ସେ ବାଣ ଦୋକାନକୁ ଗଲା ମୁଁ ଜାଣେ ନାହିଁ । ମୁଁ ଜାଣେ ସେ କଲେଜ ପଢ଼ା ଖର୍ଚ୍ଚ ଦେବାକୁ ଚାହୁଁଥିଲା ଏବଂ ସେ ଆମ ଉପରେ ବୋଝ ହେବାକୁ ଚାହୁଁନଥିଲା କାରଣ ଆମ ପାଖରେ ଯେତିକି ଟଙ୍କା ଥିଲା ଆମେ ସବୁ ଝିଅର ଚିକିତ୍ସାରେ ଖର୍ଚ୍ଚ କରି ଦେଇଥିଲୁ। ସରକାର ଆମକୁ କିଛି ଚାକିରି ଦେଲେ ଆମେ କୃତଜ୍ଞ ହୋଇ ରହିବୁ’’ ୫୫ ବର୍ଷ ବୟସ୍କା ସରିତା କୁହନ୍ତି।

କିଛି କମ୍ରେଡ ଏବଂ ବିଜୟରାଘବନଙ୍କ ପିତାଙ୍କ ସହିତ, ଆମେ ସେହି ସ୍ଥାନକୁ ଗଲୁ ଯେଉଁଠି ଆଠ ଜଣ ପିଲାଙ୍କୁ ସମାଧି ଦିଆଯାଇଥିଲା। ‘‘ସେମାନେ ଏତେ ପୋଡ଼ି ଯାଇଥିଲେ ଯେ ଚିହ୍ନିବା କଷ୍ଟକର ଥିଲା। ଆମେ ସେମାନଙ୍କୁ ଏକାଠି ସମାଧି ଦେଇଥିଲୁ’’, ବିଜୟରାଘବନଙ୍କ ବାପା କୁହନ୍ତି।

ଆଠ ଜଣ କିଶୋରଙ୍କ ଦାହ ସଂସ୍କାରରେ ସାକ୍ଷୀ ରହିଥିବା ତେନପନ୍ନଇ ନଦୀ ଏବେ ବି ପ୍ରବାହିତ ହେଉଛି । ଭବିଷ୍ୟତ ପାଇଁ ସେହି ପିଲାଙ୍କ ମନରେ ଥିବା ସମ୍ଭାବନା ଓ ଭଲ ପାଇବା ସବୁକିଛି ଧୋଇଯାଇଛି।

ମୁଁ ଭାରୀ ମନ ନେଇ ସେଠାରୁ ଫେରି ଆସିଲି।

ଦୁଇ ଦିନ ପରେ, ସକାଳୁ ସକାଳୁ ମୁଁ ଆଉ ଗୋଟିଏ ଖବର ପଢ଼ିଲି - ବାଣ ତିଆରିର ଏକ ପ୍ରମୁଖ କେନ୍ଦ୍ର ଶିବକାଶୀରେ ୧୪ ଜଣଙ୍କର ମୃତ୍ୟୁ।

All the eight boys were cremated together
PHOTO • M. Palani Kumar

ସମସ୍ତ ଆଠ ଜଣ ପିଲାଙ୍କୁ ଏକାଠି ସମାଧି ଦିଆଗଲା

The Thenpannai river that flows between Dharmapuri and Thiruvannamalai districts of Tamil Nadu
PHOTO • M. Palani Kumar

ଧର୍ମପୁରୀ ଓ ତିରୁୱନ୍ନମଲଇ ଜିଲ୍ଲା ମଧ୍ୟରେ ପ୍ରବାହିତ ତେନପନ୍ନଇ ନଦୀ

ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

এম. পালানি কুমার পিপলস আর্কাইভ অফ রুরাল ইন্ডিয়ার স্টাফ ফটোগ্রাফার। তিনি শ্রমজীবী নারী ও প্রান্তবাসী মানুষের জীবন নথিবদ্ধ করতে বিশেষ ভাবে আগ্রহী। পালানি কুমার ২০২১ সালে অ্যামপ্লিফাই অনুদান ও ২০২০ সালে সম্যক দৃষ্টি এবং ফটো সাউথ এশিয়া গ্রান্ট পেয়েছেন। ২০২২ সালে তিনিই ছিলেন সর্বপ্রথম দয়ানিতা সিং-পারি ডকুমেন্টারি ফটোগ্রাফি পুরস্কার বিজেতা। এছাড়াও তামিলনাড়ুর স্বহস্তে বর্জ্য সাফাইকারীদের নিয়ে দিব্যা ভারতী পরিচালিত তথ্যচিত্র 'কাকুস'-এর (শৌচাগার) চিত্রগ্রহণ করেছেন পালানি।

Other stories by M. Palani Kumar
Editor : Kavitha Muralidharan

কবিতা মুরলীধরন চেন্নাই নিবাসী স্বতন্ত্র সাংবাদিক এবং অনুবাদক। তিনি ‘ইন্ডিয়া টুডে’ (তামিল) পত্রিকার পূর্বতন সম্পাদক, এবং তার আগে তিনি ‘দ্য হিন্দু’ (তামিল) সংবাদপত্রের রিপোর্টিং বিভাগের প্রধান ছিলেন। তিনি পারি’র স্বেচ্ছাকর্মী।

Other stories by কবিতা মুরলিধরন
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE