ଉତ୍ତର ଚେନ୍ନାଇର ତିରୁବାଲ୍ଲୁର ଜିଲ୍ଲା ସଂଲଗ୍ନ ଉପକୂଳବର୍ତ୍ତୀ ଗାଁଗୁଡ଼ିକର ସୀମାକୁ ସୁରକ୍ଷିତ ରଖନ୍ତି କାନ୍ନିସାମି। ମତ୍ସ୍ୟଜୀବୀ ସଂପ୍ରଦାୟର ଏହି ଇଷ୍ଟଦେବତାଙ୍କ ରୂପ, ସେମାନଙ୍କ ସଂପ୍ରଦାୟର ଜଣେ ସାଧାରଣ ବ୍ୟକ୍ତି ଭଳି: ସେ ଉଜ୍ଜ୍ୱଳ ରଙ୍ଗର ଶାର୍ଟ ପିନ୍ଧିଥାଆନ୍ତି, ଏବଂ ଭେଟି ପିନ୍ଧିବା ସହିତ ମୁଣ୍ଡରେ ଟୋପି ଲଗାଇଥାଆନ୍ତି। ସମୁଦ୍ର ଭିତରକୁ ଯିବା ପୂର୍ବରୁ, ନିରାପଦରେ ଫେରି ଆସିବା କାମନା କରି ମତ୍ସ୍ୟଜୀବୀମାନେ ତାଙ୍କ ପାଖରେ ପ୍ରାର୍ଥନା ଅର୍ପଣ କରିଥାଆନ୍ତି ।

ମାଛଧରାଳି ପରିବାରର ଲୋକେ କାନ୍ନିସାମିଙ୍କୁ ଭିନ୍ନ ଭିନ୍ନ ଅବତାରରେ ପୂଜା କରନ୍ତି ଏବଂ ଉତ୍ତର ଚେନ୍ନାଇରୁ ପାଲଭରକାଦୁ (ପୁଲିକଟ ଭାବରେ ସୁପରିଚିତ) ପର୍ଯ୍ୟନ୍ତ ସମଗ୍ର ଅଞ୍ଚଳରେ ଏହି ପୂଜାନୀତି ଖୁବ୍ ଲୋକପ୍ରିୟ ।

କାନ୍ନିସାମିଙ୍କ ମୂର୍ତ୍ତି କିଣିବା ଲାଗି ଏନ୍ନୁର କୁପ୍ପମର ମତ୍ସ୍ୟଜୀବୀମାନେ ପାଖାପାଖି ସାତ କିଲୋମିଟର ଦୂର ଆତିପାଟ୍ଟୁକୁ ଯାତ୍ରା କରିଥାଆନ୍ତି। ଜୁନ୍ ମାସରେ ପାଳିତ ହେଉଥିବା ଏହି ପର୍ବ ଏକ ବାର୍ଷିକ ଉତ୍ସବ ଏବଂ ଏହା ଏକ ସପ୍ତାହ ଧରି ଚାଲେ। ୨୦୧୯ରେ ମୁଁ ଏହି ଗାଁର ଗୋଟିଏ ମତ୍ସ୍ୟଜୀବୀ ଗୋଷ୍ଠୀ ସହିତ ସେଠାକୁ ଯାତ୍ରା କରିଥିଲି । ଆମେମାନେ ଉତ୍ତର ଚେନ୍ନାଇର ଥର୍ମାଲ ପ୍ଲାଣ୍ଟ ନିକଟ କୋଷାସ୍ତାଲାୟାର ନଦୀକୂଳରେ ଏକତ୍ର ହୋଇଥିଲୁ ଏବଂ ତା’ପରେ ଆତିପାଟ୍ଟୁ ଗାଁ ଅଭିମୁଖେ ଚାଲି ଚାଲି ଯାଇଥିଲୁ।

ଆମେ ଗୋଟିଏ ଦୁଇ ମହଲା ଘର ପାଖରେ ପହଞ୍ଚିଥିଲୁ ଏବଂ ସେହି ଘରର ଚଟାଣରେ କାନ୍ନିସାମିଙ୍କ ଅନେକଗୁଡ଼ିଏ ମୂର୍ତ୍ତି ଗୋଟିଏ ଧାଡ଼ିରେ ରହିଥିଲା । ସବୁ ମୂର୍ତ୍ତି ଧଳା କପଡ଼ାରେ ଗୁଡ଼ା ହୋଇଥିଲା।  ଧଳା ଗାରଗାରିଆ ଶାର୍ଟ ସହିତ ଭେଟି ପିନ୍ଧିଥିବା ଏବଂ ମୁଣ୍ଡରେ ତିରୁନୀର (ପବିତ୍ର ବିଭୂତି) ଲଗାଇଥିବା ୪୦ ବର୍ଷରୁ ଅଧିକ ବୟସର ଜଣେ ବ୍ୟକ୍ତି କର୍ପୂର ଜଳାଇ ମୂର୍ତ୍ତିଗୁଡ଼ିକ ଆଗରେ ଠିଆ ହୋଇଥିଲେ । ପ୍ରତି ମତ୍ସ୍ୟଜୀବୀଙ୍କ କାନ୍ଧରେ ସେଥିରୁଗୋଟିଏ ଲେଖାଏଁ ମୂର୍ତ୍ତି ରଖିବା ପୂର୍ବରୁ ସେ ପୂଜାଇ ରୀତିନୀତି ପାଳନ କରୁଥିଲେ।

Dilli anna makes idols of Kannisamy, the deity worshipped by fishing communities along the coastline of north Tamil Nadu.
PHOTO • M. Palani Kumar

ଦିଲ୍ଲୀ  ଆନ୍ନା, ଉତ୍ତର ତାମିଲନାଡୁର ଉପକୂଳ ରେଖା ସଂଲଗ୍ନ ଅଞ୍ଚଳର ମତ୍ସ୍ୟଜୀବୀ ସଂପ୍ରଦାୟର ଲୋକେ ପୂଜା କରୁଥିବା ଦେବତା କାନ୍ନିସାମିଙ୍କ ମୂର୍ତ୍ତି ଗଢ଼ନ୍ତି

ତାହା ଥିଲା ଦିଲ୍ଲି ଆନ୍ନା ଙ୍କ ସହିତ ମୋର ପ୍ରଥମ ସାକ୍ଷାତ ଏବଂ ସେ ସମୟର ପରିସ୍ଥିତି ଯୋଗୁଁ ମୁଁ ତାଙ୍କ ସହିତ କଥାବାର୍ତ୍ତା କରିପାରି ନଥିଲି । ମୂର୍ତ୍ତି କାନ୍ଧେଇ ଫେରୁଥିବା ମତ୍ସ୍ୟଜୀବୀମାନଙ୍କ ସହିତ ମୁଁ ଫେରିଆସିଥିଲି । ଆମେ କୋଷାସ୍ତାଲାୟାର ନଦୀ ପର୍ଯ୍ୟନ୍ତ ଚାରି କିଲୋମିଟର ବାଟ ଚାଲି ଚାଲି ଫେରିଥିଲୁ ଏବଂ ସେଠାରୁ ଏନ୍ନୁରକୁପ୍ପମରେ ପହଞ୍ଚିବାକୁ ଆଉ ତିନି କିଲୋମିଟର ଡଙ୍ଗାରେ ଯିବାକୁ ପଡ଼ିଥିଲା ।

ଗାଁରେ ପହଞ୍ଚି ଯିବା ପରେ ମତ୍ସ୍ୟଜୀବୀମାନେ ଆଣିଥିବା ମୂର୍ତ୍ତିଗୁଡ଼ିକୁ ଗୋଟିଏ ମନ୍ଦିର ପାଖରେ ଧାଡ଼ି କରି ରଖନ୍ତି । ପୂଜା ଏବଂ ରୀତିନୀତି ପାଳନ ନିମନ୍ତେ ସମସ୍ତ ଆବଶ୍ୟକ ସାମଗ୍ରୀ ମୂର୍ତ୍ତି ସାମନାରେ ରଖାଯାଏ। ବେଳ ବୁଡ଼ି ଅନ୍ଧାର ହେବା ବେଳକୁ ଦିଲ୍ଲୀ ଆନ୍ନାକୁପ୍ପମ କୁ ଆସନ୍ତି । ଗାଁ ଲୋକେ ମୂର୍ତ୍ତିଗୁଡ଼ିକର ଚାରିପଟେ ଏକାଠି ହେବା ଆରମ୍ଭ କରନ୍ତି । ଦିଲ୍ଲୀ ଆନ୍ନା ଗୋଟି ଗୋଟି କରି ମୂର୍ତ୍ତି ଉପରୁ ଧଳା କପଡ଼ା ହଟାଇ କାନ୍ନିସାମିଙ୍କ ଆଖିରେଡୋଳା ଆଙ୍କନ୍ତି । ଅଙ୍କନରେ ସେ ମାଇ (କଜଳ) ବ୍ୟବହାର କରନ୍ତି ଏବଂ ଏହି ନୀତିରୁ ହିଁ ପ୍ରତୀକାତ୍ମକ ରୂପରେ ମୂର୍ତ୍ତିର ଆଖି ଖୋଲିଥାଏ । ତା’ପରେ ସେ ଗୋଟିଏ କୁକୁଡ଼ାର ବେକକୁ ଛିଣ୍ଡାଇ ଦିଅନ୍ତି, ଯାହାକି ଏକ ବଳି ପ୍ରଥା ଏବଂ ଦୁଷ୍ଟାତ୍ମାକୁ ଘଉଡ଼ାଇ ଦେବା ଲାଗି ଉଦ୍ଦିଷ୍ଟ ବୋଲି ବିଶ୍ୱାସ କରାଯାଏ ।

ଏହି ସବୁ ରୀତିନୀତି ପରେ, କାନ୍ନିସାମିଙ୍କ ମୂର୍ତ୍ତିଗୁଡ଼ିକୁ ଗାଁ ଶେଷ ମୁଣ୍ଡକୁ ନିଆଯାଏ ।

ଏନ୍ନୋରର ଉପକୂଳବର୍ତ୍ତୀ ଏବଂ ହେନ୍ତାଳ ବଣରେ ଭରପୂର ଭୂଖଣ୍ଡରେ ମୁଁ ଅନେକ ଲୋକଙ୍କ ସହିତ ପରିଚିତ ହୋଇଥିଲି ଏବଂ ସେମାନଙ୍କ ମଧ୍ୟରୁ ଦିଲ୍ଲୀ ଆନ୍ନା ଜଣେ ଗୁରୁତ୍ୱପୂର୍ଣ୍ଣ ବ୍ୟକ୍ତି । କାନ୍ନିସାମିଙ୍କ ମୂର୍ତ୍ତି ଗଢ଼ିବାରେ ସେ ତାଙ୍କ ସାରା ଜୀବନ ଉତ୍ସର୍ଗ କରିଦେଇଛନ୍ତି। ମେ (୨୦୨୩)ମାସରେ ମୁଁ ଦିଲ୍ଲୀ ଆନ୍ନା ଙ୍କୁ ଭେଟିବା ଲାଗି ତାଙ୍କ ଆତିପଟ୍ଟୁ ଘରକୁ ଯାଇଥିଲି । ମୁଁ ତାଙ୍କ ଘରେ କିଛି ହେଲେ ଘରକରଣା ଜିନିଷ କିମ୍ବା ତାଙ୍କ ଆଲମିରାରେ କୌଣସି ସାଜସଜ୍ଜା ସାମଗ୍ରୀ ଦେଖି ନଥିଲି। ଖାଲି କାଦୁଅ ଓ ତୁଷ ଗଦା ଏବଂ ମୂର୍ତ୍ତିରେ ଭର୍ତ୍ତି;ଘର ଭିତର ସାରା ଓଦାମାଟିର ବାସ୍ନାରେ ଭରିଯାଇଥିଲା।

କାନ୍ନିସାମିଙ୍କ ମୂର୍ତ୍ତି ଗଢ଼ିବା ଲାଗି ପ୍ରଥମେ ଗାଁ ସୀମାରୁ ନିଆଯାଇଥିବା ମୁଠାଏ ଓଦା ମାଟିକୁ କାଦୁଅରେ ମିଶାଇବାକୁ ହୁଏ । ୪୪ ବର୍ଷୀୟ ଦିଲ୍ଲୀ ଆନ୍ନା କହନ୍ତି, “ଏମିତି କଲେ ଭଗବାନଙ୍କ ଶକ୍ତି ସେହି ଗାଁକୁ ଚାଲିଯିବ ବୋଲି ବିଶ୍ୱାସ ରହିଛି । ପିଢ଼ି ପରେ ପିଢ଼ି ଧରି ଆମ ପରିବାର କାନ୍ନିସାମିଙ୍କ ମୂର୍ତ୍ତି ଗଢ଼ି ଆସୁଛନ୍ତି। ମୋ ବାପା ଥିବା ବେଳେ ଏହି କାମ ପ୍ରତି ମୋର ଆଦୌ ଆଗ୍ରହ ନଥିଲା । ୨୦୧୧ରେ ମୋ ବାପାଙ୍କର ମୃତ୍ୟୁ ଘଟିଲା। ତା’ପରେ, ମୋ ବାପାଙ୍କ ପରେ ଏହି ବୃତ୍ତିକୁ ଆଗେଇ ନେବା ଲାଗି ସମସ୍ତେ ମୋତେ କହିଲେ... ଏବଂ ସେହି କାରଣରୁ ହିଁ ମୁଁ ଏହା କରୁଛି। ଏଠି ମୋ ସହିତ ଆଉ କେହି ନାହାନ୍ତି ।”

The fragrance of clay, a raw material used for making the idols, fills Dilli anna's home in Athipattu village of Thiruvallur district.
PHOTO • M. Palani Kumar

ମୂର୍ତ୍ତି ଗଢ଼ିବା ଲାଗି ବ୍ୟବହୃତ ଅନ୍ୟତମ କଞ୍ଚାମାଲ, ଓଦା ମାଟିର ବାସ୍ନାରେ ଭରିଯାଏ ତିରୁବାଲ୍ଲୁର ଜିଲ୍ଲାର ଆତିପାଟ୍ଟୁ ଗାଁରେ ଥିବା ଦିଲ୍ଲି ଆନ୍ନାଙ୍କ ଘର

Dilli anna uses clay (left) and husk (right) to make the Kannisamy idols. Both raw materials are available locally, but now difficult to procure with the changes around.
PHOTO • M. Palani Kumar
Dilli anna uses clay (left) and husk (right) to make the Kannisamy idols. Both raw materials are available locally, but now difficult to procure with the changes around.
PHOTO • M. Palani Kumar

କାନ୍ନିସାମିଙ୍କ ମୂର୍ତ୍ତି ଗଢ଼ିବା ଲାଗି ଓଦାମାଟି (ବାମ) ଏବଂ ତୁଷ (ଡାହାଣ) ବ୍ୟବହାର କରନ୍ତି ଦିଲ୍ଲି ଆନ୍ନା। ଦୁଇଟି ଯାକ କଞ୍ଚାମାଲ ସ୍ଥାନୀୟ ଅଞ୍ଚଳରେ ମିଳିଥାଏ, କିନ୍ତୁ ପରିବର୍ତ୍ତିତ ପରିସ୍ଥିତିରେ ଏବେ ଏହା ମିଳିବା କଷ୍ଟକର ହୋଇପଡ଼ିଛି

ଦିନକୁ ଆଠ ଘଣ୍ଟା ହିସାବରେ କାମ କଲେ, ଦିଲ୍ଲୀ ଆନ୍ନା ୧୦ ଦିନରେ ଏକକାଳୀନ ୧୦ଟି ମୂର୍ତ୍ତି ପ୍ରସ୍ତୁତ କରିପାରନ୍ତି । ବର୍ଷକ ଭିତରେ ସେ ପ୍ରାୟ ୯୦ଟି ମୂର୍ତ୍ତି ତିଆରି କରନ୍ତି । ତାଙ୍କ କାମ ସମ୍ପର୍କରେ ବୁଝାଇବାକୁ ଯାଇ ଦିଲ୍ଲି ଆନ୍ନା କହନ୍ତି, “ଗୋଟିଏ ମୂର୍ତ୍ତି ପାଇଁ ମୋତେ ୧୦ ଦିନ କାମ କରିବାକୁ ପଡ଼େ । ପ୍ରଥମେ ମୋତେ ମାଟିକୁ ଗୁଣ୍ଡ କରିବାକୁ ହୁଏ, ତା’ପରେ ସେଥିରୁ ଗୋଡ଼ିପଥର ବାଛି ସଫା କରିବାକୁ ପଡ଼େ, ପରେ ଏହି ଓଦାମାଟିରେ ବାଲି ଓ ତୁଷ ମିଶା ହୁଏ ।” ମୂର୍ତ୍ତିର ଢାଞ୍ଚାକୁ ସଶକ୍ତ କରିବା ଲାଗି ତୁଷ ବ୍ୟବହାର କରାଯାଏ ଏବଂ ଏହାକୁ ପରସ୍ତ ପରସ୍ତ କରି ମୂର୍ତ୍ତିରେ ଦିଆଯାଏ ।

ସେ କହନ୍ତି, “ମୂର୍ତ୍ତି ଗଢ଼ିବା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ, ମୁଁ ଏକାକୀ କାମ କରେ । ଜଣେ ସହକାରୀଙ୍କୁ ଦେବା ପାଇଁ ମୋ ପାଖରେ ପଇସା ନାହିଁ । ସାରା କାମ ଛାଇରେ କରିବାକୁ ପଡ଼େ । କାରଣ ଖରା ପଡ଼ିଲେ ମାଟି ଲାଖି ରହିବ ନାହିଁ ଏବଂ ଫାଟି ଯିବ । ମୂର୍ତ୍ତି ଗଢ଼ିବା କାମ ସରିବା ପରେ ମୁଁ ସେଗୁଡ଼ିକୁ ନିଆଁରେ ସେକି ପ୍ରସ୍ତୁତ କରେ । ଏହି କାମ ଶେଷ କରିବା ଲାଗି ଅନ୍ୟୂନ ୧୮ ଦିନ ଲାଗିଯାଏ ।”

ଆତିପଟ୍ଟୁ ଆଖପାଖରେ ଥିବା ଗାଁ, ବିଶେଷତଃ ଏନ୍ନୁର କୁପ୍ପମ, ମୁଗତିବାର କୁପ୍ପମ, ତାଣନକୁପ୍ପମ, କାଟ୍ଟୁକୁପମ, ମେଟ୍ଟୁକୁପ୍ପମ, ପାଲତୋଟ୍ଟିକୁପ୍ପମ, ଚିନ୍ନାକୁପ୍ପମ, ପେରିୟାକୁଲମ ପ୍ରଭୃତି ଗାଁକୁ ଦିଲ୍ଲି ଆନ୍ନା ମୂର୍ତ୍ତି ଯୋଗାଇ ଦିଅନ୍ତି ।

ପର୍ବପର୍ବାଣୀ ସମୟରେ ଏହି ସବୁ ଗାଁର ଲୋକେ ନିଜ ନିଜର ଗାଁ ସୀମାରେ ନୈବେଦ୍ୟ ରୂପରେ କାନ୍ନିସାମିଙ୍କ ମୂର୍ତ୍ତି ରଖି ଦିଅନ୍ତି । କେତେକ ଲୋକ ପୁରୁଷ କାନ୍ନିସାମି ମୂର୍ତ୍ତି ରଖିବାକୁ ପସନ୍ଦ କରନ୍ତି ଏବଂ ଅନ୍ୟ କେତେକ ନାରୀ ରୂପରେ ଦେବୀ ମୂର୍ତ୍ତି ରଖନ୍ତି । ଦେବୀ ମୂର୍ତ୍ତିର ଭିନ୍ନ ଭିନ୍ନ ନାଁ ରହିଛି: ପାପାତି ଆମ୍ମାନ , ବୋମ୍ମତି ଆମ୍ମାନ , ପିଚାଇ ଆମ୍ମାନ । ସେମାନେ ମଧ୍ୟ ନିଜ ଗାଁର ଇଷ୍ଟ ଦେବଦେବୀଙ୍କୁ ଘୋଡ଼ା କିମ୍ବା ହାତୀ ଉପରେ ବସାଇବାକୁ ଏବଂ ଏକ କୁକୁର ମୂର୍ତ୍ତିର ଠିକ୍ ପାଖରେ ରଖିବାକୁ ପସନ୍ଦ କରନ୍ତି । ବିଶ୍ୱାସ କରାଯାଏ ଯେ, ଦେବଦେବୀମାନେ ରାତିରେ ଆସି ଖେଳନ୍ତି ଏବଂ ପରଦିନ ସକାଳେ ଗାଁ ଦେବତାଙ୍କ ପାଦରେ ଫାଟ ସୃଷ୍ଟି ହୋଇଥିବା ଦେଖିବାକୁ ମିଳେ ।

ଦିଲ୍ଲି ଆନ୍ନା କହନ୍ତି, “କେତେକ ଜାଗାରେ ସେମାନେ (ମତ୍ସ୍ୟଜୀବୀମାନେ) ପ୍ରତି ବର୍ଷ କାନ୍ନିସାମିଙ୍କ ମୂର୍ତ୍ତି ରଖନ୍ତି (ବଦଳାନ୍ତି)।  ଆଉ କେତେକ ଜାଗାରେ ସେମାନେ (ମତ୍ସ୍ୟଜୀବୀମାନେ) ଦୁଇ ବର୍ଷରେ ଥରେ, କିମ୍ବା ଚାରି ବର୍ଷରେ ଥରେ ସ୍ଥାପିତ ମୂର୍ତ୍ତିକୁ ବଦଳାଇ ଥାଆନ୍ତି।”

Dilli anna preparing the clay to make idols. 'Generation after generation, it is my family who has been making Kannisamy idols'.
PHOTO • M. Palani Kumar

ମୂର୍ତ୍ତି ଗଢ଼ିବା ଲାଗି ମାଟି ପ୍ରସ୍ତୁତ କରୁଛନ୍ତି ଦିଲ୍ଲି ଆନ୍ନା।‘ପିଢ଼ି ପରେ ପିଢ଼ି ମୋ ପରିବାର ହିଁ କାନ୍ନିସାମିଙ୍କ ମୂର୍ତ୍ତି ଗଢ଼ି ଆସୁଛନ୍ତି’

The clay is shaped into the idol's legs using a pestle (left) which has been in the family for many generations. The clay legs are kept to dry in the shade (right)
PHOTO • M. Palani Kumar
The clay is shaped into the idol's legs using a pestle (left) which has been in the family for many generations. The clay legs are kept to dry in the shade (right)
PHOTO • M. Palani Kumar

ଅନେକ ପିଢ଼ି ଧରି ତାଙ୍କ ପରିବାର ପାଖରେ ଥିବା ଗୋଟିଏ ପିଟଣା (ବାମ) ବ୍ୟବହାର କରି ଓଦାମାଟିକୁ ମୂର୍ତ୍ତିର ଗୋଡ଼ ଆକୃତି ଦିଆଯାଏ । ମାଟିରେ ତିଆରି ଗୋଡ଼କୁ ଶୁଖାଇବା ଲାଗି ଛାଇରେ ରଖାଯାଏ (ଡାହାଣ)

ଯଦିଓ ଏହି ସବୁ ଗାଁର ମତ୍ସ୍ୟଜୀବୀମାନଙ୍କୁ ମୂର୍ତ୍ତି ବିକ୍ରି ବନ୍ଦ ହୋଇ ଯାଇନାହିଁ କି କମିନାହିଁ, ତଥାପି ଦିଲ୍ଲି ଆନ୍ନା ଙ୍କର ଗୋଟିଏ ଚିନ୍ତା ଯେ, ଗତ ତିନି ଦଶନ୍ଧି ଧରି ସେ ଚଳାଇ ଆସିଥିବା ଏହି କୌଳିକ ବୃତ୍ତିକୁ କିଏ ଆଗେଇ ନେବ। ତାଙ୍କ ପାଇଁ ଏହା ଏକ ଖର୍ଚ୍ଚବହୁଳ କାମରେ ପରିଣତ ହୋଇଛି: “ଆଜିକାଲି, ସବୁ ଜିନିଷର ଦରଦାମ ଏତେ ବେଶୀ...ଯଦି ମୁଁ ସେହି ଦରଦାମ ଆଧାରରେ (ମୂର୍ତ୍ତିର) ଦର କହେ, ତେବେ ସେମାନେ (ଗ୍ରାହକମାନେ) କାହିଁକି ଏତେ ଦର କରୁଛ ବୋଲି ମୋତେ ପ୍ରଶ୍ନ ପଚାରନ୍ତି । ହେଲେ, କେବଳ ଆମେ ହିଁ ଜାଣିଛୁ ଯେ ଏଥିପାଇଁ କେତେ କଷ୍ଟ କରିବାକୁ ପଡ଼େ ।”

ଉତ୍ତର ଚେନ୍ନାଇର ଉପକୂଳବର୍ତ୍ତୀ ଅଞ୍ଚଳରେ ତାପଜ ବିଦ୍ୟୁତ କେନ୍ଦ୍ର ସଂଖ୍ୟା ବଢ଼ିବା ସହିତ ସେଠାକାର ଭୂତଳ ଜଳ ଲବଣାକ୍ତ ହେବାରେ ଲାଗିଛି । ଏହା ଫଳରେ ଏ ଅଞ୍ଚଳରେ ଚାଷବାସ କାମ କମିଯାଇଛି ଏବଂ ଏହା ମାଟିର ମାନ ଉପରେ ପ୍ରତିକୂଳ ପ୍ରଭାବ ପକାଇଛି। କଞ୍ଚାମାଲ ପାଇବା ପାଇଁ ଖୋଜି ବୁଲୁଥିବା ଦିଲ୍ଲି ଆନ୍ନା ଅଭିଯୋଗ କରି କହନ୍ତି, “ଆଜିକାଲି କେଉଁଠାରୁ ହେଲେ ମୋତେ ମାଟି ମିଳୁନାହିଁ ।”

ମାଟି କିଣିବା ବ୍ୟୟବହୁଳ ବୋଲି ମତ ଦେଇ “ମୁଁ ମାଟି ପାଇଁ ମୋ ଘର ପାଖରେ (ଭୂମି) ଖୋଳେ ଏବଂ ତା’ପରେ ସେହି ଗାତକୁ ବାଲି ଭରି ବନ୍ଦ କରିଦିଏ,” ବୋଲି କହିବା ସହିତ ମାଟି ତୁଳନାରେ ବାଲିର ଦର କମ୍ ବୋଲି ଆନ୍ନା ବୁଝାଇ ଦିଅନ୍ତି ।

ସେ ଆତିପଟ୍ଟୁ ଅଞ୍ଚଳର ଏକମାତ୍ର ମୂର୍ତ୍ତିଶିଳ୍ପୀ ହୋଇଥିବାରୁ ସର୍ବସାଧାରଣ ସ୍ଥାନରୁ ମାଟି ଖୋଳିବା ଲାଗି ପଞ୍ଚାୟତ ସହିତ ବୁଝାମଣା କରିବା ତାଙ୍କ ପକ୍ଷରେ ସହଜ କାମ ନୁହେଁ । “ଏଠାରେ ଯଦି ୧୦ରୁ୨୦ଟି ପରିବାର ମୂର୍ତ୍ତି ଗଢୁଥାଆନ୍ତେ ତେବେ ପୋଖରୀ କି ହ୍ରଦ ପାଖରୁ ମାଟି ଖୋଳିବା ଲାଗି ଆମେ ଭଲ ଭାବରେ କହିପାରନ୍ତୁ । କିନ୍ତୁ ମୁଁ ଏଠାକାର ଏକମାତ୍ର ଲୋକ, ଯେ କି ମୂର୍ତ୍ତି ଗଢ଼େ ଏବଂ ଏବେ ଜଣେ ମାତ୍ର ଲୋକ ମାଟି ଖୋଳିବାକୁ କହିବା କଷ୍ଟକର କାମ । ତେଣୁ ମୁଁ ମୋ ଘର ଚାରିପାଖରୁ ମାଟି ନିଏ ।”

ଏ ଅଞ୍ଚଳରେ ହାତରେ ଅମଳ କରାଯାଉଥିବା ଧାନ ପରିମାଣ କମିବାରେ ଲାଗିଥିବାରୁ ମୂର୍ତ୍ତି ଗଢ଼ିବା ଲାଗି ଦିଲ୍ଲି ଆନ୍ନା ଦରକାର କରୁଥିବା ତୁଷ ମଧ୍ୟ ସହଜରେ ମିଳେ ନାହିଁ । ସେ କହନ୍ତି, “ଯନ୍ତ୍ର ସାହାଯ୍ୟରେ ଅମଳ କରାଗଲେ ଅଧିକ ତୁଷ ମିଳେନାହିଁ । କେବଳ ତୁଷ ଥିଲେ ହିଁ ଆମର କାମ ଥାଏ । ନଥିଲେ ନାହିଁ ।ମୁଁ କେଉଁଠୁ ନା କେଉଁଠୁ ଖୋଜି ଖୋଜି, ଯେଉଁମାନେ ହାତରେ ଅମଳ କରିଥିବେ ସେମାନଙ୍କ ପାଖରୁ,ତୁଷ କିଣିଆଣେ । ମୁଁ ଫୁଲକୁଣ୍ଡ ଏବଂ ଚୁଲି ଗଢ଼ିବା ବନ୍ଦ କରିଦେଇଛି... ଏଗୁଡ଼ିକର ଚାହିଦା ଖୁବ ବେଶୀ ଅଛି, ହେଲେ ଏ ସବୁ ଜିନିଷ ମୁଁ କରିପାରୁନାହିଁ ।”

The base of the idol must be firm and strong and Dilli anna uses a mix of hay, sand and clay to achieve the strength. He gets the clay from around his house, 'first, we have to break the clay, then remove the stones and clean it, then mix sand and husk with clay'.
PHOTO • M. Palani Kumar

ମୂର୍ତ୍ତିର ଆଧାର ଶକ୍ତ ଏବଂ ଦୃଢ଼ ହେବା ଦରକାର ଏବଂ ଦିଲ୍ଲି ଆନ୍ନା କୁଟା, ବାଲି ଓ ମାଟିର ମିଶ୍ରଣ ବ୍ୟବହାର କରି ଏହାକୁ ଶକ୍ତ କରନ୍ତି । ସେ ତାଙ୍କ ଘର ଚାରିପଟୁ ମାଟି ସଂଗ୍ରହ କରନ୍ତି, ‘ପ୍ରଥମେ ଆମକୁ ମାଟିକୁ ଗୁଣ୍ଡ କରିବାକୁ ପଡ଼େ, ତା’ପରେ ଏଥିରୁ ଗୋଡ଼ିପଥର ବାହାର କରି ସଫା କରାଯାଏ ଏବଂ ତା’ପରେ ମାଟି ସହିତ ବାଲି ଓ ତଷୁ ମିଶାଯାଏ’

The idol maker applying another layer of the clay, hay and husk mixture to the base of the idols. ' This entire work has to be done in the shade as in in direct sunlight, the clay won’t stick, and will break away. When the idols are ready, I have to bake then in fire to get it ready'
PHOTO • M. Palani Kumar
The idol maker applying another layer of the clay, hay and husk mixture to the base of the idols. ' This entire work has to be done in the shade as in in direct sunlight, the clay won’t stick, and will break away. When the idols are ready, I have to bake then in fire to get it ready'
PHOTO • M. Palani Kumar

ମୂର୍ତ୍ତିର ଆଧାରରେ ମାଟି, କୁଟା ଏବଂ ତଷୁର ଆଉ ଏକ ପରସ୍ତ ଦେଉଛନ୍ତି ମୂର୍ତ୍ତିକାର । ‘ଏହି ସବୁ କାମକୁ ଛାଇରେ କରିବାକୁ ପଡ଼େ, କାରଣ ଖରାରେ ମାଟି ଲାଖିବ ନାହିଁ ଏବଂ ଭାଙ୍ଗି ଯିବ। ମୂର୍ତ୍ତି ଗଢ଼ା ହୋଇଗଲେ ଏହାକୁ ନିଆଁରେ ସେକି ପ୍ରସ୍ତୁତ କରିବାକୁ ହୁଏ’

ତାଙ୍କ ରୋଜଗାର ସଂପର୍କରେ ସେ କହନ୍ତି :“ମୁଁ ଗୋଟିଏ ଗାଁରୁ ଗୋଟିଏ ମୂର୍ତ୍ତି ପାଇଁ ୨୦,୦୦୦ ଟଙ୍କା ପାଏ, କିନ୍ତୁ ସବୁ ଖର୍ଚ୍ଚ ଯିବା ପରେ ମୁଁ ୪,୦୦୦ ଟଙ୍କା ରୋଜଗାର କରେ। ଯଦି ମୁଁ ଚାରିଟି ଗାଁ ପାଇଁ ମୂର୍ତ୍ତି ଗଢ଼ିବି, ତେବେ ମୁଁ ୧୬,୦୦୦ ଟଙ୍କା ରୋଜଗାର କରିପାରିବି।”

କେବଳ ଗ୍ରୀଷ୍ମ ଋତୁରେ, ଫେବ୍ରୁଆରୀରୁ ଜୁଲାଇ ମାସ ଭିତରେ ହିଁ ଆନ୍ନା ମୂର୍ତ୍ତି କରିପାରନ୍ତି । ଯେତେବେଳେ ଆଦି (ଜୁଲାଇ)ରେ ପର୍ବପର୍ବାଣୀ ଆରମ୍ଭ ହୁଏ, ଲୋକେ ମୂର୍ତ୍ତି କିଣିବାକୁ ଆସି ପହଞ୍ଚନ୍ତି। “ଛ’ରୁ ସାତ ମାସ ଯାଏ କଠିନ ପରିଶ୍ରମ କରି ମୁଁ ଯାହା ତିଆରି କରିଥାଏ, ତାହା ଗୋଟିଏ ମାସରେ ବିକ୍ରି ହୋଇଯାଏ । ପରବର୍ତ୍ତୀ ପାଞ୍ଚ ମାସ ଯାଏଁ ଆଉ ପଇସା ମିଳେ ନାହିଁ । ମୁଁ ମୂର୍ତ୍ତି ବିକ୍ରି କଲେ ହିଁ ମୋତେ ଟଙ୍କା ମିଳିଥାଏ।” ଦିଲ୍ଲି ଆନ୍ନା ଆହୁରି କହନ୍ତି ଯେ ସେ ଅନ୍ୟ କୌଣସି କାମ କରିବାକୁ ଚାହାଁନ୍ତି ନାହିଁ ।

ସକାଳ ୭ଟାରୁ ତାଙ୍କ ଦିନକର କାମ ଆରମ୍ଭ ହୁଏ ଏବଂ ଆଠ ଘଣ୍ଟା ଧରି ଚାଲେ । ଶୁଖାଯାଇଥିବା ମୂର୍ତ୍ତିଗୁଡ଼ିକ ଉପରେ ତାଙ୍କୁ ସବୁବେଳେ ନଜର ରଖିବାକୁ ହୁଏ। ତା’ ନହେଲେ ସେଗୁଡ଼ିକ ଫାଟି ଯାଇପାରେ । ତାଙ୍କର ଏହି କାରିଗରୀ ପ୍ରତି ନିଷ୍ଠା ସଂପର୍କରେ ମୋତେ ବୁଝାଇବାକୁ ଯାଇ ସେ ଛୋଟିଆ ଘଟଣାଟିଏ ଶୁଣାନ୍ତି: “ଥରେ ମୋତେ ଖୁବ୍ କଷ୍ଟ ହେଉଥାଏ । ରାତିରେ ମୁଁ ନିଃଶ୍ୱାସ ନେଇପାରୁ ନଥାଏ । ସକାଳେ ମୁଁ ସାଇକେଲରେ ହାସପାତାଳକୁ ଗଲି।” ସେ ସମୟର କଥା ମନେ ପକାଇ ଦିଲ୍ଲି ଆନ୍ନା କହନ୍ତି, “ଡାକ୍ତର ମୋତେ ଗ୍ଲୁକୋଜ୍ ଦେଲେ (ହାତର ଶିରା ଜରିଆରେ ଦିଆଯାଉଥିବା ତରଳ ପଦାର୍ଥ)। ସେହି ସକାଳେ ମୋ ଭାଇ ମୋତେ ଆଉ ଗୋଟିଏ ହାସପାତାଳକୁ ସ୍କାନିଂ ପାଇଁ ନେଇଗଲେ । କିନ୍ତୁ ସେଠାକାର କର୍ମଚାରୀ କହିଲେ ଯେ, ଏହା ରାତି ୧୧ଟାରେ ହେବ।” ଦିଲ୍ଲି ଆନ୍ନା ସ୍କାନିଂ ନକରାଇ ସେଠାରୁ ଚାଲିଗଲେ, କାରଣ, ‘ମୋତେ ମୂର୍ତ୍ତିଗୁଡ଼ିକୁ ଜଗିବାର ଥିଲା।”

ଦିନ ଥିଲା, ଦିଲ୍ଲୀ ଆନ୍ନା ଙ୍କ ପରିବାର ପାଖରେ କାଟ୍ଟୁପାଲି ଗାଁର ଚେପକ୍କମ ପଡ଼ା ଗାଁରେ ଚାରି ଏକର ଜମି ଥିଲା । ତାହା ୩୦ ବର୍ଷ ତଳର କଥା । ସେ କହନ୍ତି,  “ସେତେବେଳେ ଚେପକ୍କମ ସିମେଣ୍ଟ କାରଖାନା ପାଖ ଗୋଟିଏ ଗଣେଶ ମନ୍ଦିର ନିକଟରେ ଆମ ଘର ଥିଲା । ଆମେ ଚାଷବାସ କରିବା ଲାଗି ହିଁ ଜମି ପାଖରେ ଘର ତିଆରି କରିଥିଲୁ ।” ଭୂତଳ ଜଳ ଲୁଣିଆ ହୋଇଯିବାରୁ ସେମାନଙ୍କୁ ଚାଷକାମ ବନ୍ଦ କରିବାକୁ ପଡ଼ିଲା । ତା’ପରେ ସେମାନେ ଘର ବିକ୍ରି କରିଦେଲେ ଏବଂ ଆତିପଟ୍ଟୁକୁ ଚାଲିଆସିଲେ।

A mixture of clay, sand and husk. I t has become difficult to get clay and husk as the increase in thermal power plants along the north Chennai coastline had turned ground water saline. This has reduced agricultural activities here and so there is less husk available.
PHOTO • M. Palani Kumar

ମାଟି, ବାଲି ଏବଂ ତୁଷର ଏକ ମିଶ୍ରଣ । ଆଜିକାଲି ମାଟି ଓ ତୁଷ ପାଇବା କଷ୍ଟକର ହୋଇପଡ଼ିଛି, କାରଣ, ଉତ୍ତର ଚେନ୍ନାଇର ଉପକୂଳବର୍ତ୍ତୀ ଅଞ୍ଚଳରେ ତାପଜ ବିଦ୍ୟୁତ କେନ୍ଦ୍ର ସଂଖ୍ୟା ବଢ଼ିବା ସହିତ ଭୂତଳ ଜଳ ଲବଣାକ୍ତ ହୋଇଯାଇଛି ଏହି କାରଣରୁ ଏ ଅଞ୍ଚଳରେ କୃଷି କାମ କମିବା ସହିତ ତୁଷ ପରିମାଣ କମିଯାଇଛି

Dilli anna applies an extra layer of the mixture to join the legs of the idol. His work travels to Ennur Kuppam, Mugathivara Kuppam, Thazhankuppam, Kattukuppam, Mettukuppam, Palthottikuppam, Chinnakuppam, Periyakulam villages.
PHOTO • M. Palani Kumar

ମୂର୍ତ୍ତିର ଗୋଡ଼ ଯୋଡ଼ିବା ଲାଗି ଦିଲ୍ଲି ଆନ୍ନା ଅଧିକ ଗୋଟିଏ ପରସ୍ତ ମିଶ୍ରଣ ପ୍ରୟୋଗ କରନ୍ତି । ତାଙ୍କ ଦ୍ୱାରା ଗଢ଼ାଯାଇଥିବା ମୂର୍ତ୍ତି ସବୁ ଏନ୍ନୁରକୁପ୍ପମ, ମୁଗାତିବାର କୁପ୍ପମ, ତାଣନକୁପ୍ପମ, କାଟ୍ଟୁକୁପମ, ମେଟ୍ଟୁକୁପମ, ପାଲତୋଟ୍ଟିକୁପମ, ଚିନ୍ନାକୁପମ୍, ପେରିୟାକୁଲମ ପ୍ରଭୃତି ଗାଁରେ ପହଞ୍ଚି ଥାଏ

“ଆମେ ଚାରି ଜଣ (ଭାଇଭଉଣୀ) ଏବଂ କେବଳ ମୁଁ ହିଁ ଏହି ପାରମ୍ପରିକ କାମ କରୁଛି । ମୁଁ ବିବାହ କରିନାହିଁ । ଏତିକି ଟଙ୍କାରେ ମୁଁ କେମିତି ଗୋଟିଏ ପରିବାର କିମ୍ବା ଗୋଟିଏ ପିଲାକୁ ପୋଷି ପାରିବି?” ବୋଲି ସେ ପଚାରନ୍ତି । ଦିଲ୍ଲି ଆନ୍ନା ଆଶଙ୍କା କରନ୍ତି ଯେ, ଯଦି ସେ ଏହି କାମ ଛାଡ଼ି ଆଉ କୌଣସି କାମ କରିବେ ତେବେ ଏହି ମତ୍ସ୍ୟଜୀବୀ ସଂପ୍ରଦାୟ ପାଇଁ ମୂର୍ତ୍ତି ଗଢ଼ିବାକୁ ଆଉ କେହି ରହିବେ ନାହିଁ । “ମୋ ପୂର୍ବ ପୁରୁଷଙ୍କ ଜରିଆରେ ମୁଁ ଏହାକୁ ପାଇଛି, ଏହାକୁ ମୁଁ ଛାଡ଼ି ପାରିବିନି । ଯଦି ସେମାନଙ୍କ ପାଖରେ ଏହି ମୂର୍ତ୍ତି ନଥିବ, ତେବେ ସେମାନଙ୍କୁ ସଂଘର୍ଷ କରିବାକୁ ପଡ଼ିବ ।”

ଦିଲ୍ଲି ଆନ୍ନା ଙ୍କ ପାଇଁ ମୂର୍ତ୍ତି ଗଢ଼ିବା କେବଳ ଏକ ବୃତ୍ତି ନୁହେଁ, ଏହା ଏକ ଉତ୍ସବ ପାଳନ ଭଳି । ତାଙ୍କର ମନେ ଅଛି ଯେ, ତାଙ୍କ ବାପାଙ୍କ ସମୟରେ ସେମାନେ ଗୋଟିଏ ଗୋଟିଏ ମୂର୍ତ୍ତିକୁ ୮୦୦ କି୯୦୦ ଟଙ୍କାରେ ବିକ୍ରି କରୁଥିଲେ । ମୂର୍ତ୍ତି କିଣିବାକୁ ଆସୁଥିବା ସବୁ ଗ୍ରାହକଙ୍କୁ ଖାଇବାକୁ ଦିଆଯାଉଥିଲା । “ସେ ସମୟରେ ଏମିତି ଲାଗୁଥିଲା, ଯେମିତି କି ଘରେ ବାହାଘର ହେଉଛି,” ପୁରୁଣା କଥାକୁ ମନେ ପକାନ୍ତି ସେ ।

ମୂର୍ତ୍ତିଗୁଡ଼ିକ ନ ଫାଟି ନିଆଁରେ ପୋଡ଼ି ହୋଇଗଲେ ଦିଲ୍ଲି ଆନ୍ନା ଖୁସି ହୁଅନ୍ତି । ଏହି ମାଟିର ପ୍ରତିମାଗୁଡ଼ିକ ହିଁ ତାଙ୍କର ସାଥୀ ହୋଇଗଲେଣି । “ଏହି ମୂର୍ତ୍ତି ତିଆରି କଲା ବେଳେ ମୋତେ ଲାଗେ ଯେମିତି ମୋ ସାଙ୍ଗରେ କେହି ଜଣେ ବ୍ୟକ୍ତି ଅଛନ୍ତି । ମୋତେ ଲାଗେ ମୁଁ ଏହି ମୂର୍ତ୍ତିଗୁଡ଼ିକ ସହିତ କଥାବାର୍ତ୍ତା କରୁଛି । ଅତି କଷ୍ଟକର ପରିସ୍ଥିତିରେ ବି ଏହି ମୂର୍ତ୍ତିଗୁଡ଼ିକ ହିଁ ମୋ ସାଥିରେ ରହିଆସିଛନ୍ତି । (କିନ୍ତୁ) ମୋର ଗୋଟିଏ ଚିନ୍ତା ଯେ, ମୋ ପରେ କିଏ ଏହି ମୂର୍ତ୍ତି ସବୁ ଗଢ଼ିବ?” ସେ ପଚାରନ୍ତି ।

‘This entire work has to be done in the shade as in direct sunlight, the clay won’t stick and will break away,' says Dilli anna.
PHOTO • M. Palani Kumar

‘ସବୁ କାମ ଛାଇରେ କରିବାକୁ ପଡ଼େ, କାରଣ, ସିଧାସଳଖ ଖରାରେ ମାଟି ଲାଖିବ ନାହିଁ ଏବଂ ଫାଟି ଯିବ,’ ଦିଲ୍ଲି ଆନ୍ନା କହନ୍ତି

Left: Athipattu's idol maker carrying water which will be used to smoothen the edges of the idols; his cat (right)
PHOTO • M. Palani Kumar
Left: Athipattu's idol maker carrying water which will be used to smoothen the edges of the idols; his cat (right)
PHOTO • M. Palani Kumar

ବାମ :ମୂର୍ତ୍ତିର ଧାରରେ ଦେବା ଲାଗି ପାଣି ବୋହି ନେଉଛନ୍ତି ଆତିପାଟ୍ଟୁର ମୂର୍ତ୍ତି କାରିଗର; ତାଙ୍କ ପୋଷା ବିଲେଇ (ଡାହାଣ)

The elephant and horses are the base for the idols; they are covered to protect them from harsh sunlight.
PHOTO • M. Palani Kumar

ସେମାନଙ୍କ ମୂର୍ତ୍ତିର ଆଧାର ନିମନ୍ତେ ଥିବା ହାତୀ ଓ ଘୋଡ଼ା ; ଖରା ଦାଉରୁ ରକ୍ଷା କରିବା ଲାଗି ସେମାନଙ୍କୁ ଘୋଡ଼େଇ ରଖାଯାଇଛି

Dilli anna gives shape to the Kannisamy idol's face and says, 'from the time I start making the idol till it is ready, I have to work alone. I do not have money to pay for an assistant'
PHOTO • M. Palani Kumar
Dilli anna gives shape to the Kannisamy idol's face and says, 'from the time I start making the idol till it is ready, I have to work alone. I do not have money to pay for an assistant'
PHOTO • M. Palani Kumar

କାନ୍ନିସାମି ମୂର୍ତ୍ତିର ମୁହଁକୁ ଆକାର ଦେଉଛନ୍ତି ଦିଲ୍ଲି ଆନ୍ନା ଏବଂ ସେ କହନ୍ତି, ‘’ମୂର୍ତ୍ତି ତିଆରି ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମୋତେ ଏକା ଏକା କାମ କରିବାକୁ ପଡ଼େ ଜଣେ ସହକାରୀଙ୍କ ପାଉଣା ଦେବା ଲାଗି ମୋ ପାଖରେ ପଇସା ନାହିଁ

The idols have dried and are ready to be painted.
PHOTO • M. Palani Kumar

ମୂର୍ତ୍ତିଗୁଡ଼ିକ ଶୁଖି ଯାଇ ରଙ୍ଗ ହେବା ଲାଗି ପ୍ରସ୍ତୁତ ଅବସ୍ଥାରେ

Left: The Kannisamy idols painted in white.
PHOTO • M. Palani Kumar
Right: Dilli anna displays his hard work. He is the only artisan who is making these idols for the fishing community around Athipattu
PHOTO • M. Palani Kumar

ବାମ : ଧଳା ରଙ୍ଗ ଦିଆଯାଇଥିବା କାନ୍ନିସାମ୍ମିଙ୍କ ମୂର୍ତ୍ତି । ଡାହାଣ: ନିଜ କଠିନ ପରିଶ୍ରମକୁ ଦେଖାନ୍ତି ଦିଲ୍ଲି ଆନ୍ନା ଆତିପାଟ୍ଟୁ ଏବଂ ଏହାର ଆଖପାଖ ଅଞ୍ଚଳରେ ମତ୍ସ୍ୟଜୀବୀ ସଂପ୍ରଦାୟ ପାଇଁ ଏହି ମୂର୍ତ୍ତି ତିଆରି କରୁଥିବା ଏକମାତ୍ର କାରିଗର ସେ

Dilli anna makes five varieties of the Kannisamy idol
PHOTO • M. Palani Kumar

ଦିଲ୍ଲି ଆନ୍ନା କାନ୍ନିସାମିଙ୍କ ପାଞ୍ଚ ପ୍ରକାର ମୂର୍ତ୍ତି ଗଢ଼ନ୍ତି

The finished idols with their maker (right)
PHOTO • M. Palani Kumar
The finished idols with their maker (right)
PHOTO • M. Palani Kumar

ଚୂଡ଼ାନ୍ତ ପ୍ରସ୍ତୁତି ପରେ ମୂର୍ତ୍ତିଗୁଡ଼ିକ ଏବଂ ସେଗୁଡ଼ିକର କାରିଗର (ଡାହାଣ)

Dilli anna wrapping a white cloth around the idols prior to selling
PHOTO • M. Palani Kumar

ବିକ୍ରି କରିବା ପୂର୍ବରୁ ଗୋଟିଏ ମୂର୍ତ୍ତିରେ ଧଳା କପଡ଼ା ଗୁଡ଼ାଉଛନ୍ତି ଦିଲ୍ଲି ଆନ୍ନା

Fishermen taking the wrapped idols from Dilli anna at his house in Athipattu.
PHOTO • M. Palani Kumar

ଆତିପାଟ୍ଟୁର ତାଙ୍କ ଘରେ ଦିଲ୍ଲି ଆନ୍ନାଙ୍କ ପାଖରୁ ଗୁଡ଼େଇ ହୋଇଥିବା ମୂର୍ତ୍ତି କିଣି ନେଉଛନ୍ତି ମତ୍ସ୍ୟଜୀବୀମାନେ

Fishermen carrying idols on their shoulders. From here they will go to their villages by boat. The Kosasthalaiyar river near north Chennai’s thermal power plant, in the background.
PHOTO • M. Palani Kumar

ମତ୍ସ୍ୟଜୀବୀମାନେ ମୂର୍ତ୍ତିକୁ କାନ୍ଧେଇ ନେଉଛନ୍ତି ଏଠାରୁ ସେମାନେ ଡଙ୍ଗାରେ ନିଜ ଗାଁକୁ ଯିବେ । ପୃଷ୍ଠଭୂମିରେ ରହିଛି ଉତ୍ତର ଚେନ୍ନାଇର ତାପଜ ବିଦ୍ୟୁତ କେନ୍ଦ୍ର ନିକଟବର୍ତ୍ତୀ କୋଷାସ୍ତାଲାୟର ନଦୀ

Crackers are burst as part of the ritual of returning with Kannisamy idols to their villages.
PHOTO • M. Palani Kumar

କାନ୍ନିସାମିଙ୍କ ମୂର୍ତ୍ତି ନେଇ ନିଜ ଗାଁକୁ ଫେରିବା ପରେ ପ୍ରଚଳିତ ରୀତିନୀତି ଅନୁସାରେ ବାଣ ଫୁଟାଯାଏ

Fishermen carrying the Kannisamy idols onto their boats.
PHOTO • M. Palani Kumar

ମତ୍ସ୍ୟଜୀବୀମାନେ କାନ୍ନିସାମିଙ୍କ ମୂର୍ତ୍ତିକୁ ଡଙ୍ଗା ଉପରକୁ ନେଉଛନ୍ତି

Kannisamy idols in a boat returning to the village.
PHOTO • M. Palani Kumar

କାନ୍ନିସାମିଙ୍କ ମୂର୍ତ୍ତି ନେଇ ଗାଁକୁ ଫେରୁଥିବା ଏକ ଡଙ୍ଗା

Fishermen shouting slogans as they carry the idols from the boats to their homes
PHOTO • M. Palani Kumar

ଡଙ୍ଗାରୁ ସେମାନଙ୍କ ଘରକୁ ମୂର୍ତ୍ତି ନେଇ ଯିବା ବାଟରେ ମତ୍ସ୍ୟଜୀବୀମାନେ ଆନନ୍ଦରେ ବିଭିନ୍ନ ଧ୍ୱନି ଦେଉଛନ୍ତି

Dilli anna sacrifices a cock as part of the ritual in Ennur Kuppam festival.
PHOTO • M. Palani Kumar

ଏନ୍ନୁର କୁପ୍ପମ ପର୍ବରେ ରୀତିନୀତି ଅନୁସାରେ ଦିଲ୍ଲି ଆନ୍ନା କୁକୁଡ଼ା ବଳି ଦେଉଛନ୍ତି

Now the idols are ready to be placed at the borders of the village.
PHOTO • M. Palani Kumar

ଗାଁର ସୀମାରେ ରଖିବା ଲାଗି ପ୍ରସ୍ତୁତ ଅବସ୍ଥାରେ ମୂର୍ତ୍ତିଗୁଡ଼ିକ


ଅନୁବାଦ : ଓଡ଼ିଶାଲାଇଭ୍‍

M. Palani Kumar

এম. পালানি কুমার পিপলস আর্কাইভ অফ রুরাল ইন্ডিয়ার স্টাফ ফটোগ্রাফার। তিনি শ্রমজীবী নারী ও প্রান্তবাসী মানুষের জীবন নথিবদ্ধ করতে বিশেষ ভাবে আগ্রহী। পালানি কুমার ২০২১ সালে অ্যামপ্লিফাই অনুদান ও ২০২০ সালে সম্যক দৃষ্টি এবং ফটো সাউথ এশিয়া গ্রান্ট পেয়েছেন। ২০২২ সালে তিনিই ছিলেন সর্বপ্রথম দয়ানিতা সিং-পারি ডকুমেন্টারি ফটোগ্রাফি পুরস্কার বিজেতা। এছাড়াও তামিলনাড়ুর স্বহস্তে বর্জ্য সাফাইকারীদের নিয়ে দিব্যা ভারতী পরিচালিত তথ্যচিত্র 'কাকুস'-এর (শৌচাগার) চিত্রগ্রহণ করেছেন পালানি।

Other stories by M. Palani Kumar
Editor : S. Senthalir

এস. সেন্থলির পিপলস আর্কাইভ অফ রুরাল ইন্ডিয়ার সিনিয়র সম্পাদক ও ২০২০ সালের পারি ফেলো। তাঁর সাংবাদিকতার বিষয়বস্তু লিঙ্গ, জাতপাত ও শ্রমের আন্তঃসম্পর্ক। তিনি ওয়েস্টমিনস্টার বিশ্ববিদ্যালয়ের শেভনিং সাউথ এশিয়া জার্নালিজম প্রোগ্রামের ২০২৩ সালের ফেলো।

Other stories by S. Senthalir
Photo Editor : Binaifer Bharucha

মুম্বই নিবাসী বিনাইফার ভারুচা স্বাধীনভাবে কর্মরত আলোকচিত্রী এবং পিপলস আর্কাইভ অফ রুরাল ইন্ডিয়ার চিত্র সম্পাদক।

Other stories by বিনাইফার ভারুচা
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE