ବଡ଼ ବଡ଼ ମହାନଗରରୁ ପ୍ରବାସୀ ଲୋକଙ୍କ ପ୍ରସ୍ଥାନ ନେଇ ସବୁ ଗଣମାଧ୍ୟମରେ ଖବର ପ୍ରକାଶ ପାଉଥିବା ବେଳେ ଛୋଟ ସହର ଏପରିକି ଗ୍ରାମାଞ୍ଚଳର ଆଭ୍ୟନ୍ତରୀଣ ଇଲାକାର ସମ୍ବାଦିକମାନେ ଫେରି ଆସୁଥବା ଶ୍ରମିକମାନଙ୍କ ଅସୁବିଧା ଉପରେ ଆଲୋକପାତ କରିବା ପାଇଁ ଯଥାସାଧ୍ୟ ଚେଷ୍ଟା କରୁଛନ୍ତି। ସେମାନଙ୍କ ମଧ୍ୟରେ ବିଳାସପୁରର ଜଣେ ବରିଷ୍ଠ ଫଟୋ ସାମ୍ବାଦିକ ସତ୍ୟପ୍ରକାଶ ପାଣ୍ଡେ ହେଉଛନ୍ତି ଜଣେ ସମ୍ବାଦିକ ଯିଏ କି  ଦୂର ଦୂରାନ୍ତରୁ ଦୁଃଖର ସହ ଫେରୁଥବା ପ୍ରବାସୀ ଲୋକଙ୍କ ନିକଟରେ ପହଂଚିବା ସହ ସେମାନଙ୍କ ଖବର ସଂଗ୍ରହ କରୁଛନ୍ତି। ଏହି ରିପୋର୍ଟରେ ତାଙ୍କ ଫଟୋରେ ଥିବା ବ୍ୟକ୍ତିମାନେ ଛତିଶଗଡ଼ର ରାୟପୁରରୁ ଝାଡ଼ଖଣ୍ଡର ଗରୱା ଜିଲ୍ଲାର ବିଭିନ୍ନ ଗ୍ରାମକୁ ଫେରୁଥିବା ପ୍ରାୟ ୫୦ ଜଣ ଶ୍ରମିକଙ୍କ ଗୋଷ୍ଠୀ ରହିଛନ୍ତି।

ରାୟପୁର ଏବଂ ଗରୱା ମଧ୍ୟରେ ଦୂରତା ହେଉଛି ୫୩୮ କିଲୋମିଟର

ସେ କୁହନ୍ତି, “ସେମାନେ ପାଦରେ ଚାଲି ଚାଲି ଆସିଥିଲେ।” “ସେମାନେ ୨-୩ ଦିନ ମଧ୍ୟରେ ୧୩୦ କିଲୋମିଟର (ରାୟପୁର ଏବଂ ବିଳାସପୁର ମଧ୍ୟରେ ଦୂରତା) ଅତିକ୍ରମ କରିସାରିଛନ୍ତି। ଏବଂ ଆଗାମୀ ୨ରୁ ୩ଦିନ ମଧ୍ୟରେ ସେମାନେ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବେ ବୋଲି ବିଶ୍ୱାସ ରଖିଛନ୍ତି।” (ସତ୍ୟପ୍ରକାଶଙ୍କ ଏକ ଫେସବୁକ୍ ପୋଷ୍ଟ ସେମାନଙ୍କ ଦୁଃଖ ପାଇଁ ଦୃଷ୍ଟି ଆକର୍ଷଣ କରିଥିଲା ଏବଂ ଏହାର ପ୍ରତିକ୍ରିୟାରେ କର୍ମକର୍ତ୍ତାମାନେ ଅମ୍ବିକାପୁରରୁ ଆଗକୁ ସେମାନଙ୍କ ପରିବହନ ବ୍ୟବସ୍ଥା ପାଇଁ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରିଥିଲେ। ସେମାନେ ଘରକୁ ଯିବାପାଇଁ ଦୃଢ଼ ନିଷ୍ପତ୍ତି ନେଇଛନ୍ତି, ଏପରିକି ଏହି ଯାତ୍ରା ପାଦରେ ଚାଲି ଚାଲି ଶେଷ କରିବାକୁ ହେଲେ ମଧ୍ୟ ସେମାନେ ଏହା କରିବେ ବୋଲି ମନେହେଉଛି) ।

ଫେରୁଥିବା ଶ୍ରମିକମାନଙ୍କ ମଧ୍ୟରୁ ଜଣେ, ରାଫିକ୍ ମିଆଁ ତାଙ୍କୁ କହିଥିଲେ: “ସାର୍, ଏହି ଦେଶରେ ଦାରିଦ୍ର୍ୟ ଏକ ଅଭିଶାପ।”

ପ୍ରଚ୍ଛଦ ଫଟୋ: ସତ୍ୟପ୍ରକାଶ ପାଣ୍ଡେ ହେଉଛନ୍ତି ବିଳାସପୁରର ଜଣେ ବରିଷ୍ଠ ସାମ୍ବାଦିକ ତଥା ବନ୍ୟଜୀବ ଫଟୋଗ୍ରାଫର ।

PHOTO • Satyaprakash Pandey

ସେମାନେ ୨-୩ ଦିନ ମଧ୍ୟରେ ୧୩୦ କିଲୋମିଟର (ରାୟପୁର ଏବଂ ବିଳାସପୁର ମଧ୍ୟରେ ଦୂରତା) ଅତିକ୍ରମ କରିସାରିଛନ୍ତି।

ଅନୁବାଦ: ଓଡ଼ିଶାଲାଇଭ୍‍

Purusottam Thakur

পুরুষোত্তম ঠাকুর ২০১৫ সালের পারি ফেলো। তিনি একজন সাংবাদিক এবং তথ্যচিত্র নির্মাতা। বর্তমানে আজিম প্রেমজী ফাউন্ডেশনে কর্মরত পুরুষোত্তম সমাজ বদলের গল্প লেখায় নিযুক্ত আছেন।

Other stories by পুরুষোত্তম ঠাকুর
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE