ପୁଣିଥରେ ଅଗ୍ନିଦେବଙ୍କ ଯୋଜନାକୁ ବିଫଳ କରି, ଇନ୍ଦ୍ର ଖାଣ୍ଡବ ବନ ଉପରେ ମୁଷଳଧାର ବର୍ଷା କରିଥିଲେ । ଅଗ୍ନି କ୍ରୋଧରେ ଜଳୁଥିଲେ ଏବଂ ଇନ୍ଦ୍ରଙ୍କୁ ପରାସ୍ତ କରିବାକୁ ଚାହୁଁଥିଲେ। ସେ ଏପରି ଜଣକୁ ଚାହୁଁଥିଲେ ଯିଏ ଏହା କରିପାରିବେ ।
ଏଠି ଇନ୍ଦ୍ରପ୍ରସ୍ଥରେ ଅର୍ଜୁନ ସୁଭଦ୍ରାଙ୍କୁ ବିବାହ କରିବାକୁ ଯାଉଥିଲେ । ରାଜକୀୟ ବିବାହ ଆବଶ୍ୟକ କରୁଥିବା ସମସ୍ତ ଜାକଜମକ ସହିତ ଏହି ଉତ୍ସବ ଅନେକ ଦିନ ପର୍ଯ୍ୟନ୍ତ ଲାଗି ରହିଲା । ଉତ୍ସବ ପରେ ଅର୍ଜୁନ ଏବଂ କୃଷ୍ଣ ସେମାନଙ୍କ ପତ୍ନୀମାନଙ୍କ ସହିତ ଏକ ଛୋଟ ବଣଭୋଜି ପାଇଁ ନିକଟସ୍ଥ ଖାଣ୍ଡବ ବନକୁ ଯାଇଥିଲେ । ସେମାନେ ବନରେ ଥିବା ବେଳେ ଅଗ୍ନି ଜଣେ ବ୍ରାହ୍ମଣଙ୍କ ଛଦ୍ମବେଶରେ ସେମାନଙ୍କ ନିକଟକୁ ଆସିଲେ । ସେମାନେ କୃଷ୍ଣ ଏବଂ ଅର୍ଜୁନଙ୍କୁ ଏକ ଭଲ ଭୋଜନ ନିମନ୍ତେ ଥିବା ତାଙ୍କର ଇଚ୍ଛା ପୂରଣ କରିବାକୁ ଅନୁରୋଧ କଲେ । ସେ ଅଭିଯୋଗ କଲେ ଯେ ଯଜ୍ଞରେ ଅତ୍ୟଧିକ ଘୃତ ଅର୍ପଣ ତାଙ୍କୁ ଅସୁସ୍ଥ କରି ଦେଇଛି ଏବଂ ସେ ଖାଇବା ପାଇଁ କିଛି ସତେଜ ଏବଂ ସବୁଜ ଆବଶ୍ୟକ କରୁଛନ୍ତି । ଏହି ଜଙ୍ଗଲ ।
ସେ ପଚାରିଲେ, ‘‘ବନ୍ୟ ଜୀବ ଏବଂ ବୃକ୍ଷରେ ପରିପୂର୍ଣ୍ଣ ଥିବା ଖାଣ୍ଡବ ବନଠାରୁ ଆଉ କ’ଣ ଭଲ ହୋଇପାରିବ ? ଏହା ମୋର ଯୌବନର ସାମର୍ଥ୍ୟ ଏବଂ ଶକ୍ତି ପୁନର୍ଲାଭ କରିବାରେ ସାହାଯ୍ୟ କରିପାରିବ ।’’
କିନ୍ତୁ ଇନ୍ଦ୍ର ତାଙ୍କ ଯୋଜନା ନଷ୍ଟ କରିବାକୁ ଚାହୁଁଥିଲେ । ସେ ସାହାଯ୍ୟ ଆବଶ୍ୟକ କରୁଥିଲେ । କୃଷ୍ଣ ଏବଂ ଅର୍ଜୁନ ଭଲ ଭାବରେ ଜାଣି ଥିଲେ ଜଣେ ବ୍ରାହ୍ମଣଙ୍କୁ ଖାଲି ହାତରେ ଫେରାଇବା କ’ଣ । ସେମାନେ ତାଙ୍କୁ ସାହାଯ୍ୟ କରିବାକୁ ପ୍ରତିଶ୍ରୁତି ଦେଲେ । ଅଗ୍ନି ଜଙ୍ଗଲକୁ ଜଳାଇଲେ । ବିଶାଳ ଅଗ୍ନିଶିଖା କ୍ଷୁଧାର୍ତ୍ତ ପରି ଆଗକୁ ମାଡ଼ି ଚାଲିଲା । କୃଷ୍ଣ ଏବଂ ଅର୍ଜୁନ ଜଙ୍ଗଲର ଶେଷ ଭାଗରେ ଛିଡ଼ା ହୋଇ ପଳାୟନ କରୁଥିବା ଜୀବଜନ୍ତୁଙ୍କୁ ହତ୍ୟା କଲେ ଏବଂ ଇନ୍ଦ୍ରଙ୍କ ସହ ଲଢ଼ିଲେ । ପୃଥିବୀ ଏବଂ ଆକାଶ ନିଆଁରେ କମଳା ରଙ୍ଗ ଧାରଣ କରିଥିଲା ….
– ମହାଭାରତର ଆଦିପର୍ବର ଖାଣ୍ଡବ ବନ ଅଧ୍ୟାୟରୁ ଉଦ୍ଧୃତ ।
ଖାଣ୍ଡବ ବନ
ଖାଣ୍ଡବ ବନ ଜଳୁଛି ଧର୍ମରାଜ !
ବଣରୁ ଉଠୁଥିବା କଳାଧୁଆଁ
ଆମ ନାସିକାର ସୁଡ଼ଙ୍ଗ ଦେଇ
ଫୁସ୍ଫୁସ୍ର ଗହ୍ୱରକୁ ଭରିବା ପାଇଁ
ବଣ ଜନ୍ତୁଙ୍କୁ ପରି ମାଡି ଚାଲିଛି ….
ଅନ୍ଧାରରେ ଚମକୁଛି
ରଡ଼ ନିଆଁ ପରି ଆଖି
ଭୟରେ ବରଫ ପାଲଟୁଛି ଆମର ଜିଭ
ଆଉ ଆମର ଫୁସ୍ଫୁସ୍ ଶୁଖିଲା ଅଙ୍ଗୁର ପେନ୍ଥା ପରି
ଏକ କଳା, ରଙ୍ଗହୀନ
ରସ ଝରାନ୍ତି ;
ଦେଶର ଅଣ ନିଶ୍ୱାସୀ ହେଉଛି
ଯୋଗୀରାଜ !
ଖାଣ୍ଡବ ବନ ଜଳୁଛି !!
ସହରର ଧନୀକ ମାନଙ୍କର ଲୋଭ-ଭରା ଯଜ୍ଞରେ,
ଏବଂ ଶାସକମାନଙ୍କର ବାସନା ପୂର୍ଣ୍ଣ ପ୍ରସାଦରେ ତୃପ୍ତ,
ବ୍ରାହ୍ମଣର ବେଶରେ ଥିବା,
ଏହି ଅତୃପ୍ତ ଅଗ୍ନି ,
ତଥାପି ଆହୁରି ଅମ୍ଳଜାନ ଚାହାଁନ୍ତି ।
ନିଜ ଯୌବନକୁ ପ୍ରଜ୍ଜ୍ୱଳିତ କରିବା ପାଇଁ,
ସେ ଛନଛନ ଗଛର ରକ୍ତ ଚାହେଁ
ସେ ଚାହେଁ ଦଗ୍ଧ ପଶୁମାନଙ୍କର ଶରୀର
ସେ କାମନା କରେ…
ଜଳନ୍ତା କାଠର ବ୍ୟଥାଭରା ଫାଟିବା ଶବ୍ଦ ପଛରୁ ଆସୁଥିବା
ମଣିଷଙ୍କର ଚିତ୍କାରକୁ …
କୃଷ୍ଣ କହିଲେ ‘ତଥାସ୍ତୁ’ ।
ତା’ହେଲେ
ଏହା ହେଉ ।
ନିଶରେ ହାତ ବୁଲାଇ ଅର୍ଜୁନ କହିଲେ-
‘‘ଏହା ହୋଇଯିବ’’
ଏବଂ ଖାଣ୍ଡବ ଜଳିଗଲା …
ଖାଣ୍ଡବ ବନ ଜଳୁଛି
ଯୋଗେଶ୍ୱର !
ଶ୍ୱାସ ଅବରୁଦ୍ଧ ହେବାରୁ ଦୌଡ଼ୁଛନ୍ତି
ପଶୁମାନେ ଚିତ୍କାର କରି
ପଳାୟନ କରୁଥିବା ପକ୍ଷୀମାନଙ୍କର
ଡେଣା ଧରି ଅଗ୍ନି ପୁଣି ଥରେ
ନିଆଁ ଭିତରକୁ ଫିଙ୍ଗୁଛି ;
ଭୀଲ, କୋଲ, କିରାତ, ନାଗ….ଅଣନାଗରିକ ଜନ
ଏକ ବୁନ୍ଦା ଅମ୍ଲଜାନ ପାଇଁ ଛଟପଟ ହୋଇ
ଦୌଡ଼ୁଛନ୍ତି ଜଙ୍ଗଲ ବାହାରକୁ -
ରକ୍ଷା
କର !
ଖାଣ୍ଡବ
ବନର ସୀମାରେ ଛିଡ଼ା ହୋଇଛନ୍ତି କୃଷ୍ଣ,
ନିଶାରେ
ନଇଁ ଯାଇଛି ଆଖି,
ଅର୍ଜୁନ
ବି ଛିଡ଼ା ହୋଇଛନ୍ତି କର୍ତ୍ତବ୍ୟରେ
ନିଆଁରୁ
ବର୍ତ୍ତି ପଳାୟନ କରୁଥିବା ଲୋକମାନଙ୍କୁ
ମୃତ୍ୟୁର
ଘାଟରେ ପହଞ୍ଚାଇବା
ପୁଣି
ଅଗ୍ନି କୁଣ୍ଡରେ ଫିଙ୍ଗିବା ….
ଆମକୁ ଅମ୍ଲଜାନ ଦିଅ
ମହାଭାରତର ବିଜେତାମାନେ
ଏ ଭାରତ ତୁମର
ଏ ମହାଭାରତ ତୁମର
ଏ ଧରିତ୍ରୀ, ଏ ଧନ –ଧାନ୍ୟ,
ଏ ଧର୍ମ, ଏ ନୀତି
ଗତ – ଆଗତ ସବୁ ତୁମର
ଆମକୁ କେବଳ ଗୋଟିଏ ସିଲିଣ୍ଡର୍ ଅମ୍ଲଜାନ ଦରକାର .… ମଧୁସୂଦନ
ଏ ଅମ୍ଲଜାନ ଅଗ୍ନିର ଖାଦ୍ୟ ନୁହେଁ
ଆମର ଜୀବନ ଏହା ।
ତୁମେ କହିଥିଲ ନା !
ଅଗ୍ନି ଆତ୍ମାକୁ ଦହନ କରି ପାରିବନି
କିନ୍ତୁ ଏ ବନ ଆମର ଆତ୍ମା ଥିଲା ଆଉ
ଏବେ ଏହା ଜଳୁଛି
ଖାଣ୍ଡବ ବନ ଜଳୁଛି
ଗୀତେଶ୍ୱର !
ଏକ ବିଶାଳ ଚିତା ପରି
ଖାଣ୍ଡବ ବନ ଜଳୁଛି
ଧୁ-ଧୁ ହୋଇ ।
ସାରାଂଶ
ଆଦି ପର୍ବ : ମହାଭାରତର ଅଂଶ, ଯେଉଁ ଅଧ୍ୟାୟ ଉପକ୍ରମଣିକାରେ ଉଲ୍ଲେଖ ହୋଇଛି, ତାହା ୨୧୪ ରୁ ୨୧୯ ରେ ଭାଗରେ ରହିଛି ।
ଧର୍ମରାଜ : ଯୁଧିଷ୍ଠିରଙ୍କୁ ସୂଚିତ କରୁଛି
ଯୋଗୀରାଜ, ଯୋଗେଶ୍ୱର,
ମଧୁସୂଦନ, ଗୀତେଶ୍ୱର :
ସମସ୍ତ କୃଷ୍ଣଙ୍କୁ ସୂଚିତ କରୁଛି ।
ଅନୁବାଦ: ଓଡ଼ିଶାଲାଇଭ୍