"ମୁଁ ସବୁବେଳେ ଆଧ୍ୟାତ୍ମିକ ଭାବପୂର୍ଣ୍ଣ ସଂଗୀତ ପରିବେଷଣ କରି ଆସିଛି । ମୁଁ ପିଲାବେଳୁ ଏହି ଦୁଇଟି ବାଦ୍ୟ ବଜାଇ ଜାଣେ ।" ଏକଥା ଆମକୁ କହିଲେ ୬୦ ବର୍ଷ ବୟସ୍କ ପ୍ରେମଲାଲ। ଡିସେମ୍ବର ୨୦୧୯ରେ ଛତିଶଗଡ଼ ରାଜଧାନୀ ରାୟପୁରରେ ଆୟୋଜିତ ଜାତୀୟ ଆଦିବାସୀ ନୃତ୍ୟ ସମାରୋହରେ ଆମେ ତାଙ୍କୁ ଭେଟିଥିଲୁ।
ଏହି ଦୁଇଟି ବାଦ୍ୟ ଯନ୍ତ୍ର ହେଉଛି ରୁବାବ ଓ ଖଞ୍ଜରୀ। ଗୋଟିଏ ହେଉଛି ଡାହାଣ କାନ୍ଧରେ ଝୁଲିଥିବା ତାର ଲାଗିଥିବା ବାଦ୍ୟଯନ୍ତ୍ର, ଯାହାକୁ ସେ ବଜାଉଛନ୍ତି। ଯାହାର ନାଁ ରୁବାବ (ଅନେକ କହନ୍ତି ଏହା କେନ୍ଦ୍ରୀୟ ଆଫଗାନିସ୍ଥାନରୁ ଉଦ୍ଭବ) । ଅନ୍ୟଟି ହେଉଛି ଖଞ୍ଜରୀ (ତାମ୍ବୋରିନ ଭଳି ଅନ୍ୟ ଏକ ବାଦ୍ୟଯନ୍ତ୍ର), ଏକ ଛୋଟ ଡ୍ରମ ଭଳି, ଯାହା ତାଙ୍କ କାନ୍ଧ ତଳକୁ ଓହଳି ଥିଲା, ଅଣ୍ଟାଯାଏ।
ପ୍ରେମଲାଲ- ସେ କହନ୍ତି ଏହା ହିଁ ତାଙ୍କର ପୂରା ନାଁ । ତାଙ୍କର ଅନ୍ୟ କୌଣସି ନାଁ ନଥିବା ମଧ୍ୟ ସେ କହୁଥିଲେ। ତାଙ୍କ କହିବା ମୁତାବକ, ସେ ହିମାଚଳ ପ୍ରଦେଶର ଚାମ୍ବା ଜିଲ୍ଲାର ନିବାସୀ। ବ୍ରହ୍ମପୁର ବ୍ଲକର ଜଗତ ଗାଁର। ସେଠାରେ ରହନ୍ତି ପ୍ରାୟ ୯୦୦ ଲୋକ (୨୦୧୧ ଜନଗଣନା ଅନୁଯାୟୀ)। ଏହି ଗାଁର ୬୦ ପ୍ରତିଶତ ଆଦିବାସୀ ଓ ଅନ୍ୟ ୪୦ ପ୍ରତିଶତ ଦଳିତ।
ସେ ଉଭୟ ବାଦ୍ୟଯନ୍ତ୍ରକୁ କିଭଳି ଏକ ସଙ୍ଗେ ବଜାଇ ପାରନ୍ତି, ସେ ସଂପର୍କରେ ଆମକୁ ଏକ ସଂକ୍ଷିପ୍ତ ବିବରଣୀ ଦେଲେ ( ଭିଡିଓ ଦେଖନ୍ତୁ)। ସେ ଆମକୁ ଏକଥା ମଧ୍ୟ କହିଲେ ଯେ, ସେ ଜଣେ ଚାଷୀ ବୋଲି। "ବାଦ୍ୟଯନ୍ତ୍ର ବଜାଇବା ବ୍ୟତୀତ ମୁଁ ଚାଷବାସ ମଧ୍ୟ କରେ, ମୁଁ ମକା ଓ ରାଜମା ମଧ୍ୟ ଉତ୍ପାଦନ କରେ", ଏକଥା କହିଲେ ପ୍ରେମଲାଲ।
ଅନୁବାଦ: ଓଡ଼ିଶାଲାଇଭ୍