ମଥୁରା ନିର୍ଗୁଡେ ଅଳ୍ପ ହସିଲେ ଓ ତା’ ପରେ ଉଚ୍ଚ ସ୍ୱରରେ କହିଲେ, “ସେମାନେ ଆମକୁ କିଛି ଶିଖାଇ ନାହାନ୍ତି ।’’ ସେ ନାସିକ ଜିଲ୍ଲାର ତ୍ରିମ୍ବେକେଶ୍ୱର ତାଲୁକାରେ ଟେକ ହର୍ଷ ଗାଁରେ ଥିବା ତାଙ୍କର ଏକ ବଖୁରିଆ ଘର ନିକଟରେ ଏକ ବଳଦଗାଡ଼ି ପାଖରେ ବସିଥିଲେ । ଏହି ଗାଁରେ ପ୍ରାୟ ୧୫୦୦ ଲୋକ ରହୁଥିବାବେଳେ ସେମାନଙ୍କ ମଧ୍ୟରୁ ଅଧିକାଂଶ ଠକ୍କର ଆଦିବାସୀ ସଂପ୍ରଦାୟର।
ଡିସେମ୍ବର ୨୦୧୭ ମସିହା ଯାଏ ୧୧ ବର୍ଷୀୟ ମଥୁରା ପ୍ରାୟ ୮ କିମି ଦୂରରେ ଦହଲେୱାଡ଼ି ଗାଁରେ ଥିବା ଜିଲ୍ଲା ପରିଷଦ ସ୍କୁଲ(ଜେପି)ରେ ପଞ୍ଚମ ଶ୍ରେଣୀରେ ପଢୁଥିଲେ । ରାଜ୍ୟ ସରକାର ତାକୁ ବନ୍ଦ କରିଦେଲେ । ଏବେ ସେ ଟେକ ହର୍ଷଠାରୁ ପ୍ରାୟ ୪ କିମି ଦୂରରେ ଅଭହତେ ଗାଁରେ ଏକ ସ୍ୱେଚ୍ଛାସେବୀ ସଂଗଠନ ଦ୍ୱାରା ପରିଚାଳିତ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢୁଛନ୍ତି ।
ତୁମକୁ କେଉଁ ସ୍କୁଲ ଭଲ ଲାଗେ ବୋଲି ପଚାରିବାରୁ ସେ “ପ୍ରଥମଟି ଭଲ’’ ବୋଲି କହିଲେ ।
ସମାନ ତାଲୁକାରେ ଥିବା ଆଉ ଏକ ଗାଁ ଭାଭି ହର୍ଷର ବାସିନ୍ଦା ଶିକ୍ଷାବିତ୍ ଭଗବାନ୍ ମାଧେ କହିଲେ, ଯେତେବେଳେ ଦହଲେୱାଡ଼ିରେ ଥିବା ଜିଲ୍ଲା ପରିଷଦ ସ୍କୁଲ ବନ୍ଦ ହୋଇଗଲା, ଅଭହତେରେ ଥିବା ସ୍କୁଲକୁ ସେଠାରେ ପଢୁଥିବା ପିଲା ପଳାଇଗଲେ। “ ଅଭହତେର ସ୍କୁଲକୁ ରାଜ୍ୟ ସରକାରଙ୍କ ପକ୍ଷରୁ କୌଣସି ଅନୁଦାନ ମିଳୁନାହିଁ ଏବଂ ସେମାନେ ଏହାକୁ ଗୁରୁତ୍ୱର ସହ ଚଳାଉନାହାନ୍ତି ।’’ ଦ ଅଭହେତ ସ୍କୁଲ-ଶ୍ରୀ ଗଜାନନ ମହାରାଜ ବିଦ୍ୟାଳୟରେ ସପ୍ତାହକୁ ମାତ୍ର ୨ ଥର କ୍ଲାସ୍ ହୋଇଥାଏ ।
କିନ୍ତୁ ମଥୁରା ଦହଲେୱାଡ଼ିସ୍ଥିତ ଜିଲ୍ଲା ପରିଷଦ ସ୍କୁଲକୁ ଯାଇ ନ ପାରିବା କିଛି ନୂଆ କଥା ନୁହେଁ । ମହାରାଷ୍ଟ୍ରର ହଜାର ହଜାର ପିଲା ଗତ କିଛି ବର୍ଷ ହେଲା ସେମାନଙ୍କର ସ୍କୁଲ ବନ୍ଦ ହୋଇଯିବା ଦେଖିଛନ୍ତି ।







