ଚିତ୍ରଦୁର୍ଗରେ ଅବସ୍ଥିତ ଏକ ଜନପ୍ରିୟ ଖାଇବା ସ୍ଥାନ ଶ୍ରୀ ଲକ୍ଷ୍ମୀ ଭବନ ଟିଫିନ୍ ରୁମ୍ର ଭିତର ପାଖ କାନ୍ଥରେ ଲଗାଯାଇଥିବା ଏକ ନୋଟିସ୍ରେ କନ୍ନଡ ଭାଷାରେ ଏହା ଲେଖାଯାଇଛି ଯେ-


Chitradurga, Karnataka
|MON, JAN 20, 2020
ବିମୁଦ୍ରୀକରଣର ବର୍ଷକ ପରେ ସଠିକ୍
ବିମୁଦ୍ରୀକରଣର ଏକ ବର୍ଷ ପରେ ମଧ୍ୟ, କର୍ଣ୍ଣାଟକର ଗ୍ରାମାଞ୍ଚଳରେ ଖାଇବା ସୁବିଧା ଉପଲବ୍ଧ ହେଉଥିବା କ୍ଷୁଦ୍ର ସ୍ଥାନଗୁଡିକରେ ଏବେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳୁଛି ।
Author
Translator
ଗ୍ରାହକଙ୍କ ଦୃଷ୍ଟି ଆକର୍ଷଣ କରିବା ପାଇଁ
ଆମ ପାଖରେ ୨୦୦୦ ଟଙ୍କା ନୋଟ୍ ବଦଳରେ ଦେବା ପାଇଁ ଖୁଚୁରା ପଇସା ଉପଲବ୍ଧ ନାହିଁ । ଦୟାକରି ସଠିକ୍ ମୂଲ୍ୟ ପ୍ରଦାନ କରନ୍ତୁ ବା ଦେୟ ମୂଲ୍ୟ ଠାରୁ କମ୍ ମୂଲ୍ୟ ବିଶିଷ୍ଟ ମୁଦ୍ରା ପ୍ରଦାନ କରନ୍ତୁ ।

P. Sainath
ଏହି ନୋଟିସ୍ ନଭେମ୍ବର ୮, ୨୦୧୬ରେ ବିମୁଦ୍ରୀକରଣ ହେବାର ଅଳ୍ପ କିଛି ଦିନପରେ ଲଗାଯାଇଥିଲା । “ଏହା ଦ୍ୱାରା ଆମେ ପ୍ରକୃତରେ ପ୍ରଭାବିତ ହୋଇଛୁ ” ବୋଲି ଏହାର ମ୍ୟାନେଜର୍ ଏସ୍.ମୁରଲୀ କୁହନ୍ତି । "ପ୍ରଥମ ୩-୪ ମାସରେ ଆମ ବ୍ୟବସାୟରେ ଆମକୁ ୫୦ ପ୍ରତିଶତ କ୍ଷତି ସହିବାକୁ ପଡିଲା । ଲୋକମାନେ ଏଠାକୁ ଆସନ୍ତି ଓ କିଛି ନଖାଇ ଚାଲି ଯାଆନ୍ତି । ଏହା ଏକ ଦୁଃସମୟ ଥିଲା ।’’ ଚିତ୍ରଦୁର୍ଗ ଟାଉନ୍, ଯାହା ହେଉଛି କର୍ଣ୍ଣାଟକର ଏକ ଜିଲ୍ଲାର ସଦରମହକୁମାର ନାମ ମଧ୍ୟରେ ଅବସ୍ଥିତ ଏକ ଜନପ୍ରିୟ ଟିଫିନ୍ ରୁମ୍ର ଭାଗ୍ୟ ଏଭଳି ହୋଇଯାଇଥିଲା ।
“ମୁଦ୍ରା ପରିସ୍ଥିତି ଏବେ ସୁଧୁରି ଗଲାଣି, ନଗଦ କାରବାର ପୁଣି ଆରମ୍ଭ ହେବାର ପ୍ରାୟ ଏକ ବର୍ଷ ହୋଇ ଗଲାଣି- ତଥାପି ଏହି ନୋଟିସ୍ କାହିଁକି ଲଗାଯାଇଛି?” ବୋଲି ଆମେ ଯେତେବେଳେ ପଚାରିଲୁ, ମୁରଲି ହସିଲେ । “ହଁ, ବର୍ତ୍ତମାନ ପରିସ୍ଥିତି ସୁଧୁରି ଗଲାଣି କିନ୍ତୁ ମୁଁ ଭାବୁଛି ଆମେ ଏବେ ମଧ୍ୟ ଏହାକୁ ଲଗେଇ ରଖିବାକୁ ଚାହିଁବୁ ।’’ ଏହି ଅକୁହା ବାର୍ତ୍ତା: ଆପଣ କେବେ ମଧ୍ୟ ଜାଣିନଥିବେ … ଏହା ପୁଣି ଥରେ ଘଟିପାରେ । ପରବର୍ତ୍ତୀ ଥର ଏହା କେଉଁ ରୂପରେ ଦେଖାଦେବ ତାହା କିଏ ଜାଣିଛି?
ଆମ ପାଖରେ ଉପଯୁକ୍ତ ମୂଲ୍ୟର ମୁଦ୍ରା ଉପଲବ୍ଧ ଥିବାରୁ ମୁଁ ଗର୍ବିତ ଅନୁଭବ କଲି । ପ୍ରକୃତରେ ସେହି ଦୋସାଗୁଡିକ ଅବିଶ୍ୱସନୀୟ ଅଟେ । ପ୍ରସିଦ୍ଧ ଚିତ୍ରଦୁର୍ଗ ଦୁର୍ଗ ପରିଦର୍ଶନରେ ଯାଉଥିବା ପର୍ଯ୍ୟଟକ ଓ ଆଖପାଖ ଅଞ୍ଚଳରୁ ଆସୁଥିବା ଲୋକମାନେ ଏଥିପାଇଁ ଏଠାକୁ ଆସନ୍ତି । ମୁଁ ସେମାନଙ୍କୁ ଏହି ଟିଫିନ୍ ରୁମ୍କୁ ଯିବାପାଇଁ ସୁପାରିଶ କରିବି । ତେବେ କେବଳ ଏତିକି ମନେ ରଖନ୍ତୁ ଯେ ୨୦୦୦ ଟଙ୍କାର ନୋଟ୍ ଏଠାରେ ବାହାର କରିବେ ନାହିଁ ।
ଅନୁବାଦ: ଓଡ଼ିଶାଲାଇଭ୍
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ବିମୁଦ୍ରୀକରଣର-ବର୍ଷକ-ପରେ-ସଠିକ୍-------------

