ଫାଆ..ଟ୍‌ !

ଏକ ଟୁପକୀରୁ ଫୁଟା ଯାଉଥିବା ପେଙ୍ଗ ଫଳ ଗୁଳିରୁ ଏମିତି ଶବ୍ଦ ବାହାରିଥାଏ। ଛତିଶଗଡ଼ର ଜଗଦଲପୁର ସହରରେ ଅନୁଷ୍ଠିତ ହେଉଥିବା ଗୋଞ୍ଚା ପର୍ବରେ ସେମାନେ ସମସ୍ତେ ମିଶି ପାରମ୍ପରିକ ତୋପ ସଲାମୀ ପ୍ରଦାନ କରିଥାନ୍ତି।

ଟୁପକୀ ହେଉଛି ଏକ ‘ବନ୍ଧୁକ’ ଯେଉଁଥିରେ ଏକ ବାଉଁଶ ନଳି ଲାଗିଥାଏ ଏବଂ ଏଥିରେ ଜଙ୍ଗଲୀ ଫଳ ପେଙ୍ଗ କୁ ଗୁଳି ଭାବେ ବ୍ୟବହାର କରାଯାଏ। ଏହି ଲୋକପ୍ରିୟ ପର୍ବରେ ପ୍ରଭୁ ଜଗନ୍ନାଥଙ୍କ ରଥ ଚାରି ପାଖରେ ସମ୍ମାନ ପ୍ରଦର୍ଶନ ଉଦ୍ଦେଶ୍ୟରେ ‘ବନ୍ଧୁକ’ରୁ ଗୁଳି ଫୁଟାଯାଏ। ଜୁଲାଇ ମାସରେ, ଅନୁଷ୍ଠିତ ହେଉଥିବା ଏହି ପର୍ବ ରାଜ୍ୟର ବସ୍ତର କ୍ଷେତ୍ରରୁ ହଜାର ହଜାର ଲୋକଙ୍କୁ ଆକୃଷ୍ଟ କରିଥାଏ।

‘‘ନିକଟସ୍ଥ ଗାଁର ଲୋକମାନେ ଗୋଞ୍ଚା ପର୍ବରେ ସାମିଲ ହେବାକୁ ଆସନ୍ତି ଏବଂ ନିଶ୍ଚିତ ଭାବେ ଏକ ଟୁପକୀ କିଣିଥାନ୍ତି,’’ ଜଗଦଲପୁର ବାସିନ୍ଦା ବନମାଳୀ ପାଣିଗ୍ରାହୀ କୁହନ୍ତି । ଶୋଭାଯାତ୍ରାରେ ଟୁପକୀ ବ୍ୟବହାର କରିବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା ତାଙ୍କର ମନେ ନାହିଁ ।

ପେଙ୍ଗ ନାମକ ସେହି ଗୁଳି ଏକ ଗୋଲ ସବୁଜ-ହଳଦିଆ ଫଳ ଯାହାକି ନିକଟବର୍ତ୍ତୀ ଜଙ୍ଗଲରେ ଦେଖିବାକୁ ମିଳୁଥିବା ଏକ ଲମ୍ବା ଲତା ମାଲକାନଗିନି (ସେଲାଷ୍ଟ୍ରସ ପାନିକୁଲେଟସ ୱାଇଲ୍ଡ)ରେ ଫଳିଥାଏ।

ପୁରୀରେ ମଧ୍ୟ ଗୋଞ୍ଚା ଉତ୍ସବ ପାଳନ କରାଯାଇଥାଏ, କିନ୍ତୁ ଟୁପକୀ ଏବଂ ପେଙ୍ଗୀ ସାହାଯ୍ୟରେ ସଲାମୀ ଦିଆଯିବାର ଅଭିନବ ପରମ୍ପରା କେବଳ ବସ୍ତର କ୍ଷେତ୍ରରେ ଦେଖିବାକୁ ମିଳେ। ଏକଦା ଜଙ୍ଗଲରେ ଜଙ୍ଗଲୀ ପଶୁଙ୍କୁ ଘଉଡ଼ାଇବା ପାଇଁ ଏହି ବାଉଁଶର ‘ବନ୍ଧୁକ’ ଉପଯୋଗ କରାଯାଉଥିଲା।

Lord Jagannath being brought down from the rath by priests of the temple in Jagdalpur, Chhattisgarh
PHOTO • Vijaya Laxmi Thakur
Devotees swarm around the rath.
PHOTO • Vijaya Laxmi Thakur
Sonsaay Baghel wrapping palm leaves around the hollow bamboo to decorate a tupki.
PHOTO • Vijaya Laxmi Thakur
Armed with a tupki and a peng, a devotee gets ready to fire!
PHOTO • Vijaya Laxmi Thakur

ଉପରେ ବାମ: ଛତିଶଗଡ଼ର ଜଗଦଲପୁରରେ ମନ୍ଦିରର ପୂଜାରୀଙ୍କ ଦ୍ୱାରା ଭଗବାନ ଜଗନ୍ନାଥଙ୍କୁ ରଥରୁ ତଳକୁ ଅଣାଯାଉଛି । ଉପରେ ଡାହାଣ: ରଥ ଚାରିପାଖରେ ଭକ୍ତମାନେ ଭିଡ଼ ଜମାଇଛନ୍ତି। ତଳେ ବାମ: ସୋଁସେ ବାଘେଲ ଫମ୍ପା ବାଉଁଶ ଚାରି ପାଖରେ ତାଳ ପତ୍ର ଗୁଡ଼ାଇ ଏକ ଟୁପକୀ ସଜାଉଛନ୍ତି। ତଳେ ଡାହାଣ: ଜଣେ ଭକ୍ତ ଟୁପକୀ ଏବଂ ଏକ ପେଙ୍ଗ ଧରି ଗୁଳି ଫୁଟାଇବାକୁ ପ୍ରସ୍ତୁତ ରହିଛନ୍ତି!

୪୦ ବର୍ଷ ବୟସ୍କ ସୋଁସେ ବାଘେଲ ଜଣେ ଚାଷୀ ଓ ବାଉଁଶ କାରୀଗର । ସେ ଜମାୱଡ଼ା ଗାଁରେ ରୁହନ୍ତି। ଜୁଲାଇ ମାସରେ ପର୍ବ ପାଳନ କରାଯିବାର କିଛି ସପ୍ତାହ ପୂର୍ବରୁ ଜୁନ ମାସରେ ଜଣେ ଧୁର୍‌ୱା ଆଦିବାସୀ ସେ ନିଜ ପତ୍ନୀଙ୍କ ସହିତ ଟୁପକୀ ତିଆରି କରିବା କାମରେ ଲାଗି ଯାଆନ୍ତି। ‘‘ପ୍ରତିବର୍ଷ ପର୍ବ ଆସିବା ପୂର୍ବରୁ ଆମେ ଟୁପକୀ ତିଆରି ଆରମ୍ଭ କରିଥାଉ। ଆମେ ଜଙ୍ଗଲରୁ (ଆଗୁଆ) ବାଉଁଶ ସଂଗ୍ରହ କରି ଆଣିଥାଉ ଏବଂ ତା’କୁ ଶୁଖାଇଥାଉ,’’ ସେ କୁହନ୍ତି।

କୁରାଢ଼ୀ ଓ ଛୁରୀକୁ ଉପକରଣ ଭାବେ ବ୍ୟବହାର କରି ଏକ ବାଉଁଶ ନଳିକୁ ଖୋଳି ଫମ୍ପା କରାଯାଇଥାଏ ଏବଂ ସେଥିରେ ଟୁପକୀ ‘ବନ୍ଧୁକ’ ତିଆରି କରାଯାଏ। ଏହାପରେ ଟୁପକୀ କୁ ସଜେଇବା ପାଇଁ ବିଭିନ୍ନ ପ୍ରକାରର ରଙ୍ଗୀନ ପତ୍ର ଓ କାଗଜ ଉପଯୋଗ କରାଯାଇଥାଏ।

‘‘ଆମେ ଜଙ୍ଗଲରୁ ପାଚିଲା ପେଙ୍ଗ ଆଣିଥାଉ। ମାର୍ଚ୍ଚ ମାସ ପରେ ଏହି ଫଳ ମିଳିଥାଏ ଏବଂ ପାଖାପାଖି ୧୦୦ ଫଳ ଥିବା ଗୋଟିଏ ଗୁଚ୍ଛ ୧୦ ଟଙ୍କାରେ ବିକ୍ରି ହୁଏ,’’ ସୋଁସେ କୁହନ୍ତି । ସେ ଆହୁରି କୁହନ୍ତି ଯେ, ‘‘ଏହା ଏକ ଔଷଧିୟ ଫଳ । ଏହାର ତେଲ ଆଣ୍ଠୁଗଣ୍ଠି ବାତ ଓ ଗଣ୍ଠି ଯନ୍ତ୍ରଣା ପାଇଁ ପ୍ରଭାବୀ ବୋଲି କୁହାଯାଏ।’’ ଏଥିରେ ମଧ୍ୟ ଭଲ ଗୁଳି ତିଆରି ହୋଇଥାଏ।

ଏହି ଅଞ୍ଚଳର ଅଧିକାଂଶ ଲୋକଙ୍କ ପାଇଁ ଟୁପକୀ ତିଆରି କରିବା ଓ ବିକ୍ରି କରିବା ଏକ ବାର୍ଷିକ ଆୟର ଉତ୍ସ ଏବଂ ପର୍ବ ସମୟରେ ଟୁପକୀ ନିର୍ମାତାମାନେ ପ୍ରତ୍ୟେକ ଗାଁରେ ବୁଲୁଥିବା ଦେଖିବାକୁ ମିଳେ। ଗୋଟିଏ ଟୁପକୀ ୩୫-୪୦ ଟଙ୍କାରେ ବିକ୍ରି ହୋଇଥାଏ ଏବଂ ବାଘେଲ ନିଜ ଘରଠାରୁ ୧୨ କିଲୋମିଟର ଦୂର ଜଗଦଲପୁର ସହରକୁ ଯାଇ ସେଗୁଡ଼ିକୁ ବିକ୍ରି କରିଥାନ୍ତି। ସେ କୁହନ୍ତି ଯେ, ତିନି ଦଶନ୍ଧି ପୂର୍ବରୁ ଟୁପକୀ ମାତ୍ର ଦୁଇ ଟଙ୍କାରେ ବିକ୍ରି ହେଉଥିଲା।

ଏଠାରେ ବସ୍ତର ଜିଲ୍ଲାର ଜଗଦଲପୁର ବ୍ଲକରେ ଥିବା ନିଜର ଚାରି ଏକର ଜମିରେ ବାଘେଲ ବର୍ଷାଦିନିଆ ଧାନ ଫସଲ ଅମଳ କରିଥାନ୍ତି। ତାଙ୍କ ଗ୍ରାମ ଜମାୱଡ଼ାର ୭୮୦ ପରିବାର ମଧ୍ୟରୁ ୮୭ ପ୍ରତିଶତ ଲୋକ ଧୂରୱା ଏବଂ ମାରିଆ ଜନଜାତି ସମ୍ପ୍ରଦାୟର (୨୦୧୧ ଜନଗଣନା ଅନୁଯାୟୀ)।

Women selling panas kua (ripe jackfruit) at the Goncha festival. It’s a popular offering to Lord Jagannath
PHOTO • Vijaya Laxmi Thakur

ଗୋଞ୍ଚା ପର୍ବରେ ମହିଳାମାନେ ପଣସକୁଆ (ପାଚିଲା ପଣସ) ବିକ୍ରି କରୁଛନ୍ତି। ଭଗବାନ ଜଗନ୍ନାଥଙ୍କ ପାଖରେ ଏହି ଲୋକପ୍ରିୟ ଫଳକୁ ଭୋଗ ଲଗାଯାଇଥାଏ

Craftsmen working on building a new rath (chariot) in Jagdalpur town. Raths are made using sal and teak wood.
PHOTO • Vijaya Laxmi Thakur
As the rath nears Shirasar Bhavan in Jagdalpur, devotees rush towards it
PHOTO • Vijaya Laxmi Thakur

ବାମ: ଜଗଦଲପୁର ସହରରେ ଶିଳ୍ପକାରମାନେ ନୂଆ ରଥ ତିଆରିରେ ନିମଗ୍ନ ରହିଛନ୍ତି । ଶାଳ ଏବଂ ଶାଗୁଆନ କାଠରେ ରଥ ତିଆରି ହୁଏ। ଡାହାଣ: ଜଗଦଲପୁରରେ ଶିରସାର ଭବନ ନିକଟରେ ରଥ ପହଞ୍ଚିବା ପରେ, ଭକ୍ତମାନେ ଏହା ନିକଟକୁ ଦୌଡ଼ି ଯାଉଛନ୍ତି

ଗୋଞ୍ଚ ପର୍ବ ସମ୍ପର୍କରେ ଭଗବାନ ଜଗନ୍ନାଥଙ୍କୁ ନେଇ ଏକ ଲୋକକଥା ରହିଛି । ଏକଦା ଚାଲୁକ୍ୟ ବଂଶର ରାଜା ପୁରୁଷୋତ୍ତମ ଦେବ ବସ୍ତରରେ ରାଜୁତି କରୁଥିଲେ। ସେ ଭଗବାନ ଜଗନ୍ନାଥଙ୍କୁ ସୁନା ଓ ରୁପା ଭେଟି ଦେବା ପାଇଁ ପୁରୀ ଯାଇଥିଲେ। ତାଙ୍କ ଉପହାରରେ ସନ୍ତୁଷ୍ଟ ହୋଇ ପୁରୀ ରାଜାଙ୍କ ନିର୍ଦ୍ଦେଶକ୍ରମେ ଜଗନ୍ନାଥ ମନ୍ଦିରର ପୂଜକମାନେ ତାଙ୍କୁ ଏକ ୧୬ ଚକିଆ ରଥ ଉପହାର ଭାବେ ଦେଇଥିଲେ।

ପରେ, ବସ୍ତରରେ ଶାଳ ଓ ଶାଗୁଆନ କାଠରେ ନିର୍ମିତ ସେହି ବିଶାଳ ରଥକୁ ଭାଙ୍ଗି ଭଗବାନ ଜଗନ୍ନାଥଙ୍କୁ ଚାରିଟି ଚକ ଅର୍ପଣ କରାଯାଇଥିଲା। ଏହିଠାରୁ ହିଁ ବସ୍ତରରେ ରଥଯାତ୍ରାର ପରମ୍ପରା ଆରମ୍ଭ ହୋଇଥିଲା ଯାହା ଗୋଞ୍ଚା ଉତ୍ସବ ନାମରେ ପ୍ରସିଦ୍ଧ ହେଲା । (ଅବଶିଷ୍ଟ ୧୨ ଚକିଆ ରଥକୁ ମାତା ଦନ୍ତେଶ୍ୱରୀଙ୍କୁ ଅର୍ପଣ କରାଯାଇଥିଲା)

ରାଜା ପୁରୁଷୋତ୍ତମ ଦେବ ହିଁ ଏକ ଟୁପକୀକୁ ଦେଖିଥିଲେ ଏବଂ ଏହାକୁ ଗୋଞ୍ଚା ପର୍ବରେ ବ୍ୟବହାର କରିବା ପାଇଁ ଅନୁମତି ଦେଇଥିଲେ। ଏହି ପର୍ବ ସମୟରେ ଜଗନ୍ନାଥଙ୍କୁ ପଣସକୁଆ –ପାଚିଲା ପଣସ ଭୋଗ ଭାବେ ଅର୍ପଣ କରାଯାଇଥାଏ। ହଲବୀ ଭାଷାରେ ପାଚିଲା ପଣସକୁ ପଣସକୁଆ କୁହାଯାଏ। ଜଗଦଲପୁର ସହରର ଗୋଞ୍ଚା ପର୍ବ ସମୟରେ ବହୁ ପରିମାଣରେ ପାଚିଲା ପଣସ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥାଏ।

ଅନୁବାଦ : ଓଡ଼ିଶାଲାଇଭ୍‍

Thamir Kashyap

ছত্তিশগড় নিবাসী থামির কশ্যপ একজন সাংবাদিক, দস্তাবেজি আলোকচিত্রকর ও চলচ্চিত্র নির্মাতা। তিনি রাজ মুরিয়া আদিবাসী জনজাতির মানুষ। দিল্লির ইন্ডিয়ান ইনস্টিটিউট অফ মাস কমিউনিকেশন থেকে রেডিও ও টিভি জার্নালিজমে স্নাতকোত্তর ডিপ্লোমা করেছেন তিনি।

Other stories by Thamir Kashyap
Photographs : Vijaya Laxmi Thakur

বিজয়া লক্ষ্মী ঠাকুর ছত্তিশগড়-কেন্দ্রিক আলোকচিত্রী।

Other stories by Vijaya Laxmi Thakur
Editor : Priti David

প্রীতি ডেভিড পারি-র কার্যনির্বাহী সম্পাদক। তিনি জঙ্গল, আদিবাসী জীবন, এবং জীবিকাসন্ধান বিষয়ে লেখেন। প্রীতি পারি-র শিক্ষা বিভাগের পুরোভাগে আছেন, এবং নানা স্কুল-কলেজের সঙ্গে যৌথ উদ্যোগে শ্রেণিকক্ষ ও পাঠক্রমে গ্রামীণ জীবন ও সমস্যা তুলে আনার কাজ করেন।

Other stories by Priti David
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE