‘ହୁଁ ଜାନୋ, ହୁଁ ଖବର?’ (‘ଏହା କ’ଣ ମୁଁ କେମିତି ଜାଣିବି?’ ସ୍ଥାନୀୟ ୱାଘରି ଭାଷାରେ)

ରାଜସ୍ଥାନ ବନସୱାଡ଼ା ଜିଲ୍ଲାର ବୋରି, ଖାରଭେଦ ଏବଂ ସେମାଲିଆ ଗାଁରେ, ମହିଳାମାନଙ୍କ ସହ ଆଲୋଚନା କରିବା ସମୟରେ, ମୁଁ ଲକ୍ଷ୍ୟ କଲି ଯେ ସେମାନଙ୍କ ମଧ୍ୟରୁ ଅଧିକାଂଶ ତଳେ ବସନ୍ତି, ଗୋଟିଏ ମସିଣା ଉପରେ ନ ହେଲେ ବିନା ମସିଣାରେ। ପୁରୁଷ ଏବଂ ବୟସ୍କ ଲୋକମାନେ ସର୍ବଦା ଉପରେ ବସନ୍ତି – ଚେୟାର, ଖଟିଆ ଉପରେ – ଯଦିଓ ପୁରୁଷଙ୍କ ଉପସ୍ଥିତିରେ ବୟସ୍କା ମହିଳା ତଳେ ବସନ୍ତି, ଏମିତିକି ଅସୁସ୍ଥ ଥିଲେ ବି। ଏହା ପିଲାମାନଙ୍କ କ୍ଷେତ୍ରରେ ବି ଲାଗୁ – ପୁଅମାନେ ଉପରେ ବସନ୍ତି, ଝିଅମାନେ ବସନ୍ତି ନାହିଁ।

ଖାରଭେଦ ଓ ସେମାଲିଆର ଅଧିକାଂଶ ଲୋକ ଚାଷୀ। ସେମାନେ ପାରମ୍ପରିକ ଭାବେ ବୁଣାକାର, କିନ୍ତୁ ସେମାନେ ବୁଣା ବନ୍ଦ କରିବାର କିଛି ପିଢ଼ି ହୋଇଗଲାଣି। ବୋରିରେ, କେତେକ ମହିଳା ମଧ୍ୟ ଦୁଗ୍ଧ ଚାଷୀ।

ଯେତେବେଳେ ପଚରାଗଲା, ସେମାନେ ସମସ୍ତେ କହିଲେ ମହିଳାମାନଙ୍କ ପାଇଁ ତଳେ ବସିବା ପ୍ରଥା ଥିଲା। ବିବାହ ପରେ, ପରିବାରର ଝିଅ ଯେତେବେଳେ ବାପ ଘରକୁ ଆସିବ ସେ ଉପରେ ବସିପାରିବ, କିନ୍ତୁ ବୋହୂ ନିଶ୍ଚିତ ଭାବେ ତଳେ ବସିବେ।

ମହିଳାମାନେ କେବଳ ଯେ ପୁରୁଷ ଓ ଗାଁର ବୟସ୍କଙ୍କ ଉପସ୍ଥିତିରେ ତଳେ ବସନ୍ତି ତାହା ନୁହେଁ, ମୋ ଭଳି ପର୍ଯ୍ୟଟକଙ୍କ ଆଗମନ କ୍ଷେତ୍ରରେ ବି ତଳେ ବସନ୍ତି – ଅର୍ଥାତ୍‌, ସେମାନେ ଯାହାଙ୍କୁ ସେମାନଙ୍କଠାରୁ ଯେ କୌଣସି କ୍ଷେତ୍ରରେ ଅଧିକ କ୍ଷମତାଶାଳୀ ବା ବିଶିଷ୍ଟ ବୋଲି ମାନନ୍ତି।

ଆମେ ଏକ ସ୍ୱ ୟଂ-ସହାୟକ ଗୋଷ୍ଠୀରେ ଏ ସମ୍ପର୍କରେ ଧୀରେ ଧୀରେ ଆଲୋଚନା ଆରମ୍ଭ କଲୁ। ସେମାନେ ସେମାନଙ୍କଠାରୁ ବଡ଼ ଓ ଶାଶୂ ଘର ଲୋକଙ୍କୁ ଅସମ୍ମାନ ନ କରିବା ନେଇ ସତର୍କ ଥିଲେ। କେତେକ ଏହି ପ୍ରଥା ବଦଳୁ ବୋଲି ଚାହୁଁଥିଲେ, କିଛି ଜଣ ରହିବାକୁ ଚାହୁଁଥିଲେ।

କିଛି ସମୟ ପରେ, ସେମାନେ ସମସ୍ତେ ଚେୟାର, ଖଟିଆ ବା ଗୋଟିଏ ଉଚ୍ଚ ସ୍ଥାନରେ ବସି ଫଟୋ ଉଠାଇବାକୁ ରାଜି ହେଲେ। ସେମାନେ ସର୍ବଦା ଅନୁରୋଧ କରୁଥିଲେ ଯେ ମୁଁ ଯେପରି ଘର ଭିତରେ, ବା ଘର ପଛପଟେ, ବା ପୁଅମାନଙ୍କୁ କୋଳରେ ଧରିବା ଅବସ୍ଥାରେ ସେମାନଙ୍କର ଫଟୋ ନିଏ।

କେତେକ ମହିଳା ଏହାକୁ ହାଲ୍‌କା ଭାବରେ ବିଚାର କରୁଥିଲେ, କିନ୍ତୁ ଅଧିକାଂଶଙ୍କ ପାଇଁ ନିଜକୁ ଏହି ସାମୟିକ ପ୍ରତୀକାତ୍ମକ ଉତ୍‌ଥାନ ପାଇଁ ଅନୁମତି ଦେବାକୁ ଅନେକ ପ୍ରସ୍ତୁତି କରିବାକୁ ହେଲା।

PHOTO • Nilanjana Nandy

ବାମ: ଭୁରି ବୁନକାର, ଖାରଭେଦ ଗାଁ; ଡାହାଣ: ରତନ ପଟିଦାର, ବୋରି ଗାଁ

PHOTO • Nilanjana Nandy

ବାମ : ରମିଳା ପଟିଦାର, ବୋରି ଗାଁ; ଡାହାଣ: ଲକ୍ଷ୍ମୀ ବୁନକାର, ଖାରଭେଦ ଗାଁ

PHOTO • Nilanjana Nandy

ବାମ: କଚରି ଯାଦବ, ସେମାଲିଆ ଗାଁ; ଡାହାଣ: ବିମଳା ପଟିଦାର, ବୋରି ଗାଁ

PHOTO • Nilanjana Nandy

ବାମ: ବାବଲି ଦେବୀ, ଖାରଭେଦ ଗାଁ; ଡାହାଣ: ସଂଗୀତା ବୁନକାର, ଖାରଭେଦ ଗାଁ

PHOTO • Nilanjana Nandy

ବାମ: ଲକ୍ଷ୍ମୀ ବୁନକାର, ଖାରଭେଦ ଗାଁ; ଡାହାଣ: ଲକ୍ଷ୍ମୀ ବୁନକାର, ସେମାଲିଆ ଗାଁ

PHOTO • Nilanjana Nandy

ବାମ: ଅନୀତା ଯାଦବ, ସେମାଲିଆ ଗାଁ; ଡାହାଣ: ମାନି ବୁନକାର, ଖାରଭେଦ ଗାଁ

ଅନୁବାଦ: ଓଡ଼ିଶାଲାଇଭ୍‍

Nilanjana Nandy

নীলাঞ্জনা নন্দী দিল্লি-ভিত্তিক দৃশ্যমাধ্যম শিল্পী এবং শিক্ষাবিদ। ফ্রান্সের পন্ট-অ্যাভেন স্কুল অফ আর্ট প্রদত্ত বৃত্তিপ্রাপক নীলাঞ্জনা বেশ কয়েকটি শিল্প প্রদর্শনীতে অংশগ্রহণ করেছেন। বরোদার মহারাজা সায়াজিরাও বিশ্ববিদ্যালয়ের চারুকলা অনুষদ থেকে তিনি চিত্রকলায় স্নাতকোত্তর ডিগ্রি অর্জন করেছেন। এই প্রতিবেদনে প্রকাশিত ছবিগুলি রাজস্থানে তাঁর 'ইকুইলিব্রিয়াম' নামক আর্টিস্ট ইন রেসিডেন্সি কার্যক্রমের সময় গৃহীত।

Other stories by Nilanjana Nandy
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE