ଜନପ୍ରିୟ ଗରବା ଗାୟନଶୈଳୀରେ ଆଧାରିତ ଏହି ଗୀତ ହେଉଛି ସ୍ଵାଧୀନତା, ପ୍ରତିବାଦ ଓ ଦୃଢ଼ତାର ସଙ୍ଗୀତ। ପୁରୁଷାନୁକ୍ରମେ ଚଳି ଆସୁଥିବା ବ୍ୟବସ୍ଥା ଓ ନିୟମକୁ ଗ୍ରହଣ ନକରି ଗ୍ରାମାଞ୍ଚଳର ନାରୀସମୂହଙ୍କ ପ୍ରକୃତ ସ୍ୱରକୁ ପ୍ରତିଧ୍ଵନିତ କରେ ଏହି ଗୀତ।

କଚ୍ଛ ମହିଳା ବିକାଶ ସଂଗଠନ ପକ୍ଷରୁ ଆୟୋଜିତ ଏକ କର୍ମଶାଳାରେ ଯୋଗ ଦେଇଥିବା ନାରୀମାନଙ୍କ ସହ ସଂଯୁକ୍ତ ଭାବେ ଏହି ଗୀତ ନାରୀମାନଙ୍କ ଅଧିକାର ସମ୍ପର୍କରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ କଚ୍ଛରେ ପ୍ରଚଳିତ ଏକାଧିକ ଭାଷା ମଧ୍ୟରୁ ଗୁଜରାଟୀ ଭାଷାରେ ଲିଖିତ।

ନିର୍ଦ୍ଦିଷ୍ଟ ଭାବେ କେଉଁ ବର୍ଷ ବା କେଉଁମାନେ ଏହି ଗୀତକୁ ଲେଖିଥିଲେ ତାହା ଜାଣିବା କଷ୍ଟକର କଥା। ତେବେ ଯାହା ଶୁଣିବାକୁ ମିଳେ ସେଥିରୁ ନିଃସନ୍ଦେହରେ ଜଣାପଡ଼େ ଯେ ସମ୍ପତ୍ତି ଉପରେ ସମାନ ଅଧିକାର ଦାବିରେ ନାରୀମାନଙ୍କର ଏହା ଏକ ଦୃଢ଼ ସ୍ୱର।

ପ୍ରକୃତରେ କେଉଁ ପରିପ୍ରେକ୍ଷୀରେ ଏହି ଗୀତଟି ପ୍ରସ୍ତୁତ ହୋଇଥିଲା ତାହା ହୁଏତ ଜାଣିବା କଷ୍ଟକର, ତେବେ ନାରୀମାନଙ୍କ ଭୂମି-ଅଧିକାର ଓ ଜୀବିକା ସମସ୍ୟାକୁ ନେଇ ସାରା ଗୁଜୁରାଟରେ, ବିଶେଷ କରି କଚ୍ଛ ଅଞ୍ଚଳରେ ଆୟୋଜିତ ଆଲୋଚନା ଓ ଶିବିରଗୁଡ଼ିକର ଆମ ପାଖରେ ଥିବା ରେକର୍ଡ ଅନୁଯାୟୀ ତାହା ୨୦୦୩ ମସିହା ପାଖାପାଖି ହୋଇଥିବ। କୃଷି ଉତ୍ପାଦନ କ୍ଷେତ୍ରରେ ନାରୀମାନଙ୍କ ଯୋଗଦାନ ଓ ଜମି ଉପରେ ସେମାନଙ୍କ ଅଧିକାର ମଧ୍ୟରେ ଥିବା ଚରମ ତାରତମ୍ୟକୁ ଦୃଷ୍ଟିରେ ରଖି ସେତେବେଳେ ନାରୀମାନଙ୍କ ଅଧିକାର ସମ୍ପର୍କରେ ଜନ ସଚେତନତା ସୃଷ୍ଟି କରିବାକୁ ପ୍ରଚାର କରାଯାଉଥିଲା। ତେବେ ଆମେ ନିଶ୍ଚିତ ନୁହଁ କି ଯେ ଏହି କଥା ସବୁ ଆଲୋଚନା କରାଯାଇ ଗୀତଟି ପ୍ରସ୍ତୁତ ହୋଇଥିବ।

ସେ ଯାହା ବି ହୋଇଥାଉନା କାହିଁକି ଗୀତଟି ଏହା ଭିତରେ ଆଞ୍ଚଳିକତାର ସୀମାକୁ ଅତିକ୍ରମ କରିଯାଇଛି। ଅଧିକାଂଶରେ ଲୋକଗୀତଗୁଡ଼ିକ କ୍ଷେତ୍ରରେ ଗାୟକମାନେ ସେମାନଙ୍କ ଶ୍ରୋତାମାନଙ୍କ ମନକୁ ଟାଣି ରଖିବାକୁ ଯେଉଁ ଭଳି କିଛି ଧାଡ଼ି ଯୋଡ଼ି କି ବଦଳାଇ କିମ୍ବା ଖଞ୍ଜି ଦେଲା ପରି ପ୍ରସାର କାଳରେ ଏହି ଗୀତଟି ମଧ୍ୟ ସେହି ଭଳି ବାଟ ଦେଇ ଯାଇଛି। ଏଠାରେ ଉପସ୍ଥାପିତ ଗୀତଟିର ରୂପ ନକ୍ଷତ୍ର ତାଲୁକାର ନନ୍ଦୁବା ଜାଡ଼େଜାଙ୍କ ଦ୍ଵାରା ପ୍ରସ୍ତୁତ ହୋଇଛି।

ଏହି ଗୀତଟି ୨୦୦୮ରେ ଆରମ୍ଭ ହୋଇଥିବା କମ୍ୟୁନିଟି ରେଡିଓ ସୁରବାଣୀ ଦ୍ଵାରା ରେକର୍ଡ କରାଯାଇଥିବା ସମୁଦାୟ ୩୪୧ଟି ଗୀତ ମଧ୍ୟରୁ ଗୋଟିଏ। କଚ୍ଛ ମହିଳା ବିକାଶ ସଂଗଠନ ମାଧ୍ୟମରେ ‘ପରୀ’ ପାଖକୁ ଆସିଥିବା ଗୀତଗୁଡ଼ିକର ଏହି ସଂକଳନ ସ୍ଥାନୀୟ ଅଞ୍ଚଳର ଅପାର ସାଂସ୍କୃତିକ, ଭାଷାଗତ ଓ ସାଙ୍ଗିତିକ ଭିନ୍ନତାକୁ ପରିଦୃଷ୍ଟ କରୁଛି। ସଙ୍କଳନଟି କଚ୍ଛ ଅଞ୍ଚଳର ବାଲୁକାମୟ ମରୁଭୂମିରେ କ୍ରମେ ହଜି ଯାଉଥିବା ସଙ୍ଗୀତ ପରମ୍ପରାକୁ ସରଂକ୍ଷିତ କରି ରଖିବାରେ ସାହାଯ୍ୟ କରିବ।

ନକ୍ଷତ୍ର ତାଲୁକାର ନନ୍ଦୁବା ଜାଡେଜାଙ୍କ ଦ୍ଵାରା ଏହି ଲୋକଗୀତଟିର ଗାୟନ ଶୁଣନ୍ତୁ


Gujarati

સાયબા એકલી હું વૈતરું નહી કરું
સાયબા મુને સરખાપણાની ઘણી હામ રે ઓ સાયબા
સાયબા એકલી હું વૈતરું નહી કરું
સાયબા તારી સાથે ખેતીનું કામ હું કરું
સાયબા જમીન તમારે નામે ઓ સાયબા
જમીન બધીજ તમારે નામે ઓ સાયબા
સાયબા એકલી હું વૈતરું નહી કરું
સાયબા મુને સરખાપણાની ઘણી હામ રે ઓ સાયબા
સાયબા એકલી હું વૈતરું નહી કરું
સાયબા હવે ઘરમાં ચૂપ નહી રહું
સાયબા હવે ઘરમાં ચૂપ નહી રહું
સાયબા જમીન કરાવું મારે નામે રે ઓ સાયબા
સાયબાહવે મિલકતમા લઈશ મારો ભાગ રે ઓ સાયબા
સાયબા હવે હું શોષણ હું નહી સહુ
સાયબા હવે હું શોષણ હું નહી સહુ
સાયબા મુને આગળ વધવાની ઘણી હામ રે ઓ સાયબા
સાયબા એકલી હું વૈતરું નહી કરું
સાયબા મુને સરખાપણાની ઘણી હામ રે ઓ સાયબા
સાયબા એકલી હું વૈતરું નહી કરું

ଓଡ଼ିଆ

ହେ ମୋର ପ୍ରିୟତମ, ଆଉ ମୁଁ ସଢିବି ନାହିଁ ଏକା
ମୁଁ ଚାହେଁ, ତୁମ ସହ ପୂର୍ବାପେକ୍ଷା ଅଧିକ ସମାନ ହେବି ମୋର ପ୍ରିୟତମ
ଆଉ ମୁଁ ସଢିବି ନାହିଁ ଏକା,
ତୁମ ଭଳି ଜମିରେ ବି କରୁଛି ମୁଁ କାମ
କିନ୍ତୁ ଜମିସବୁ ରହିଛି ତୁମରି ନାଁରେ...
ଜମି ରହିଛି ତୁମରି ନାଁରେ ହେ ମୋର ପ୍ରିୟତମ,
ଆଉ ମୁଁ ସଢ଼ିବି ନାହିଁ ଏକା
ମୁଁ ଚାହେଁ, ତୁମ ସହ ପୂର୍ବାପେକ୍ଷା ଅଧିକ ସମାନ ହେବି, ମୋର ପ୍ରିୟତମ
ଆଉ ମୁଁ ଅଧିକ ସଢ଼ିବି ନାହିଁ ଏକା।
ଘର ଭିତରେ ଚୁପ୍‌  ହୋଇ ଆଉ ମୁଁ ରହିବି ନାହିଁ
ମୋ ମୁହଁକୁ ବନ୍ଦ ମୁଁ ରଖିବି, ନାହିଁ ଆଉ
ପ୍ରତି ଏକର ଜମିରେ ମୋ ନାଁ ରଖିବାକୁ ଚାହେଁ
ସମ୍ପତ୍ତି କାଗଜାତରେ ମୋ ଅଂଶର ଅଧିକାର ଚାହେଁ
ସମ୍ପତ୍ତି କାଗଜାତରେ ମୋ ଅଂଶ ଚାହେଁ, ହେ ମୋର ପ୍ରିୟତମ।
ଆଉ ଅଧିକ ଶୋଷଣ ହେବାକୁ ଦେବି ନାହିଁ ମୁଁ, ମୋର ପ୍ରିୟତମ
ସହନଶୀଳ ବି ହେବି ନାହିଁ ଆଉ, ନା, ଆଉ ନୁହେଁ,
ମୁଁ ଆଗେଇବାକୁ ଚାହେଁ ଓ କରିବାକୁ ଚାହେଁ ଆହୁରି ଅନେକ କିଛି
ଆଉ ମୁଁ ସଢ଼ିବି ନାହିଁ ଏକା,
ମୁଁ ଚାହେଁ, ତୁମ ସହ ପୂର୍ବାପେକ୍ଷା ଅଧିକ ସମାନ ହେବି ମୋର ପ୍ରିୟତମ,
ଆଉ ମୁଁ ସଢ଼ିବି ନାହିଁ ଏକା!


PHOTO • Priyanka Borar

ଗୀତର ପ୍ରକାର : ଅଗ୍ରଗାମୀ

ବର୍ଗ : ସ୍ୱାଧୀନତାର ଗୀତ

ଗୀତ : ୩

ଗୀତର ନାମ : ସାୟାବା , ଏକଲିହୁନବୈତାରୁଣାହିକାରୁନ

ସ୍ଵର : ଦେବଲ ମେହଟା

ଗାୟନ : ନକ୍ଷତ୍ରତାଲୁକାର ନନ୍ଦୁବା ଜାଡେଜା

ବ୍ୟବହୃତ ବାଦ୍ୟଯନ୍ତ୍ର : ହାରମୋନିୟମ, ଡ୍ରମ, ତାମ୍ବୋରିନ

ରେକ ର୍ଡି ଙ୍ଗ ବର୍ଷ : ୨୦୧୬, କେଏମବିଏସ ଷ୍ଟୁଡିଓ

ସ୍ଵତନ୍ତ୍ର ଧନ୍ୟବାଦ: ପ୍ରୀତି ସୋନି, ଅରୁଣା ଢୋଲକିଆ, ସମ୍ପାଦିକା, କେଏମଭିଏସ, ଅମଦ ସମେଜା, କେଏମଭିଏସ ପ୍ରକଳ୍ପ ସଂଯୋଜକଙ୍କୁ ସେମାନଙ୍କ ସହଯୋଗ ଓ ଭାରତୀବେନ ଗୋରଙ୍କୁ ତାଙ୍କର ଅକଳନ୍ତି ସାହାଯ୍ୟ ପାଇଁ

କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ

Pratishtha Pandya

কবি এবং অনুবাদক প্রতিষ্ঠা পান্ডিয়া গুজরাতি ও ইংরেজি ভাষায় লেখালেখি করেন। বর্তমানে তিনি লেখক এবং অনুবাদক হিসেবে পারি-র সঙ্গে যুক্ত।

Other stories by Pratishtha Pandya
Illustration : Priyanka Borar

নিউ-মিডিয়া শিল্পী প্রিয়াঙ্কা বোরার নতুন প্রযুক্তির সাহায্যে ভাব এবং অভিব্যক্তিকে নতুন রূপে আবিষ্কার করার কাজে নিয়োজিত আছেন । তিনি শেখা তথা খেলার জন্য নতুন নতুন অভিজ্ঞতা তৈরি করছেন; ইন্টারেক্টিভ মিডিয়ায় তাঁর সমান বিচরণ এবং সেই সঙ্গে কলম আর কাগজের চিরাচরিত মাধ্যমেও তিনি একই রকম দক্ষ ।

Other stories by Priyanka Borar
Translator : Kapilas Bhuyan

Kapilas Bhuyan is a senior journalist, writer and filmmaker. He has won the President's National Film Award Silver Lotus (2006), and international accolades like Best Short Film Award at Festival du Cinema de Paris and Jury's Special Mention at New York Short Film Festival (2004).

Other stories by Kapilas Bhuyan