କେନ୍ଦ୍ରୀୟ ଦିଲ୍ଲୀର ରାମଲୀଳା ମଇଦାନରେ ଗତ ନଭେମ୍ବର ୨୯ ତାରିଖରେ ସାରା ଦେଶର ଚାଷୀ ଏକାଠି ହୋଇଥିଲେ। ଗତମାସରେ ହୋଇଥିବା ଏହି କିଷାନ ମୁକ୍ତି ପଦଯାତ୍ରାରେ ପଞ୍ଜାବର ମଜନୁ କା ତିଲାରୁ କିଛି ଚାଷୀ ଆସିଥିଲେ। ପରଦିନ ସେମାନେ ସଂସଦ ରାସ୍ତା ଆଡ଼କୁ ପଦଯାତ୍ରାରେ ବାହାରିଲେ। ସେମାନଙ୍କ ଭିତରେ ଥିଲେ ବର୍ଣ୍ଣାଲା ଜିଲ୍ଲାର ଜଗଜିତ ସିଂ (ଉପରେ ଥିବା କଭର ଫଟୋରେ ବାମରୁ ଦ୍ୱିତୀୟ)। ସେ କହିଲେ, ‘‘ଆମକୁ ଦେଇଥିବା ପ୍ରତିଶ୍ରୁତିରୁ ସେମାନେ [ମୋଦି ସରକାର] ବିଚ୍ୟୁତ ହେଉଛନ୍ତି। “ଆମର ସବୁ ଚାଷୀ ଭାଇ ମାନେ ଅସହାୟ। ଆମକୁ ଏହି କଥା ବାଧ୍ୟ କରିଛି ରାସ୍ତାକୁ ଆସି ପ୍ରତିବାଦ କରିବା ପାଇଁ। ପ୍ରତିଶ୍ରୁତି ପୂରଣ ନହେଲେ ଆମେ ସବୁ କିଛି କରିବା ପାଇଁ ପ୍ରସ୍ତୁତ, ଏପରିକି ଏହା [ପଦଯାତ୍ରା] ପରେ ବି’’।

ତା ପରେ ସେ ଏହି ଗୀତ ଗାଇଲେ:

0:00-0:03

ବିଏ କରିଛି, ଏବେ ମରିବା ସମୟ

0:03-0:05

ଜଣେ ସାଥୀ ପାଇବା ଭଳି ଏବେ ମୁଁ ଅନୁଭବ କରୁଛି

0:05-0:07

ଜଣେ ପବିତ୍ର ମଣିଷକୁ

0:07-0:11

ହାୟ! ମୁଁ କୌଣସି ପ୍ରକାର କାମ କରିବାକୁ ଅକ୍ଷମ!

0:11-0:15

ଡିଗ୍ରୀ କରିବାରେ କିଛି ଲାଭ ହେଲା କି?

0:15-0:18

ଯଦି ଆପଣ ତଥାପି ବେରୋଜଗାର?

0:19-0:20

ମୋ ବାପା ଏବେ ଋଣ ବୋଝରେ

0:20-0:21

କେବଳ ଫି [ମୋ ପାଇଁ] ଦେଇ ଚାଲିଛନ୍ତି

0:22-0:25

ବୁଢୀ ମା ଦେଇଥିବା ଆଶୀର୍ବାଦ କିଛି କାମରେ ଆସିଲାନି

0:25-0:26

ମୁଁ ଏବେ ବିଶ୍ୱାସ କରୁଛି

0:27-0:28

ଦୁର୍ଭାଗ୍ୟ ହିଁ ଆମର ଭାଗ୍ୟ

0:29-0:33

ଆମ ହାତରେ ଏବେ ବି ସେଇ ପୁରୁଣା ଶୁଖିଲା ରୁଟି ଅଛି

0:34-0:37

ଏହି ସରକାର ନର୍କକୁ ଯାଉ

0:38-0:41

ଡିଗ୍ରୀ ହାସଲ କିଛି ଲାଭ ଦେଲା କି?

0:41-0:44

ଯଦି ଆପଣ ତଥାପି ବେରୋଜଗାର ?

0:44-0:48

ଜୁଗିକୁ ଛାଡ଼, ଏବେ ଜିତ୍‌ ହେଉ

0:48-0:50

ଆଉ କାହିଁକି ଆଶା [ପରିବର୍ତ୍ତନ ପାଇଁ] ?

0:50-0:52

ଜୀବନ ଛୋଟିଆ

0:52-0:54

କେବଳ ଟିକେ ହସ

0:54-0:58

ଚିନ୍ତିତ ହୋଇ ଏହାକୁ ନଷ୍ଟ ହେବାକୁ ଦିଅନା!

0:59-1:02

ଡିଗ୍ରୀ ହାସଲ କିଛି ଲାଭ ଦେଲା କି?

1:02-1:06

ଯଦି ଆପଣ ତଥାପି ବେରୋଜଗାର ?

ମାନ୍‌ସା ଛଟୱାଲଙ୍କ ସହ ଏବଂ ଗୁନିତ କୌର ବେଦୀଙ୍କ ଦ୍ୱାରା ଅନୁବାଦ

ଅନୁବାଦ: ଓଡ଼ିଶାଲାଇଭ୍‍

Binaifer Bharucha

মুম্বই নিবাসী বিনাইফার ভারুচা স্বাধীনভাবে কর্মরত আলোকচিত্রী এবং পিপলস আর্কাইভ অফ রুরাল ইন্ডিয়ার চিত্র সম্পাদক।

Other stories by বিনাইফার ভারুচা
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE