ତାଙ୍କ ବିବାହର ୬ ମାସ ପୂର୍ବରୁ ଏହା ଆରମ୍ଭ ହେଲା। କିନ୍ତୁ ଜ୍ୱର, ଶାରୀରିକ ପୀଡ଼ା, ଦୁର୍ବଳତା ଏବଂ ଓଜନ ହ୍ରାସ ବିଦ୍ୟାପତି ଭଗତଙ୍କ ସ୍ୱାସ୍ଥ୍ୟକୁ ଗ୍ରାସ କରିବା ପରେ ବି ଏହାକୁ ସେଭଳି ଗୁରୁତର ସହ ବିଚାର କରଗଲା ନାହିଁ କି ଚିକିତ୍ସାର ଆବଶ୍ୟକତା ଥିବା ମନେ କରାଗଲା ନାହିଁ । ଏଭଳି ଏକ ଦେଶରେ ଏହା ମଧ୍ୟ ଏକ ଆଶ୍ଚର୍ଯ୍ୟଜନକ ଘଟଣା ନୁହେଁ, ଯେଉଁଠି ଜିଡିପିର ମାତ୍ର ୧.୦୨ ପ୍ରତିଶତ ସ୍ୱାସ୍ଥ୍ୟ ପାଇଁ ଖର୍ଚ୍ଚ ହୁଏ। ତା ପରେ ସେ ଜଣେ ମହିଳା - ଏହା ଏଭଳି ଏକ ସମାଜ ଯେଉଁଠି ମହିଳାଙ୍କ ଅପେକ୍ଷା ପୁରୁଷଙ୍କ ଚିକିତ୍ସା ପାଇଁ ପରିବାରମାନେ ଖୁବ୍ ଅଧିକ ଯତ୍ନଶୀଳ ହୋଇପଡ଼ନ୍ତି।
ବିଦ୍ୟାପତି କହିଲେ, ‘‘୨୦୧୩ରେ ତାଙ୍କର ବାହାଘର ହେଲା। ଏହାକୁ ସ୍ଥଗିତ ରଖାଯାଇ ପାରିଲା ନାହିଁ। ବାହାଘରର ଗୋଟେ ମାସ ପରେ ସ୍ୱାସ୍ଥ୍ୟ ପରୀକ୍ଷା ହେବାରୁ କାଲା-ଆଜର ସଂକ୍ରମିତ ହୋଇଥିବା ଜଣାପଡ଼ିଲା। ମୋ ସ୍ୱାମୀଙ୍କୁ ଅନ୍ୟତ୍ର ବିବାହ ପାଇଁ ମୋ ଶାଶୁ ଘରର ଲୋକମାନେ ପ୍ରବର୍ତ୍ତାଇଲେ।’’ ବିଦ୍ୟାପତିଙ୍କୁ ଏବେ ୨୫ ବର୍ଷ ଏବଂ ସେ ବଞ୍ଚିଛନ୍ତି। ତେବେ ଗତ ଦୁଇ ବର୍ଷ ହେବ ସେ ତାଙ୍କ ବାପ ଘରେ ଅଛନ୍ତି। ବିହାର ଶରନ ଜିଲ୍ଲାର ଦରିଆପୁର ବ୍ଳକର ବେଲା ଗାଁରେ ତାଙ୍କ ବାପ ଘର।






