ଆଦିବାସୀ ଲୋକଙ୍କର ନିଜସ୍ଵ ସମସ୍ୟା ରହିଛି, କିନ୍ତୁ ଗୋଟିଏ ଗୋଷ୍ଠୀ ରୂପେ ସେମାନଙ୍କର ସଂସ୍କୃତି ଯେଉଁଭଳି ବିକଶିତ ହୋଇଛି ତାହାକୁ ଅନୁଧ୍ୟାନ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଉଦାହରଣ ସ୍ୱରୂପ, ଆଧୁନିକ ଶିକ୍ଷା ବ୍ୟବସ୍ଥା ଏକ ନୂଆ ଧାରା ସୃଷ୍ଟି କରିଛି, ଓ ଆମର ଏକାଧିକ ସମସ୍ୟା ସେହି ନବ-ଶିକ୍ଷିତ ଶ୍ରେଣୀ ଦ୍ଵାରା ସୃଷ୍ଟି ହୋଇଛି। ଆଜି ମୋ ଗାଁର ଜଣେ ଶିକ୍ଷକ ନିଜ ଗାଁ ମାଟିରେ ଘରଟିଏ ତିଆରି କରୁ ନାହିଁ। ସେ ରାଜପିପଳାରେ ଜମି (ପ୍ଲଟ) କିଣୁଛି। ଯୁବ ପିଢ଼ି ବିକାଶର ମନଲୋଭା ଧାରଣା ପ୍ରତି ଆକର୍ଷିତ ହେଉଛି। ସେମାନେ ନିଜ ଭିଟାମାଟିରୁ ଉଠିଯାଇ ଅଚିହ୍ନା ଅଜଣା ଜାଗାରେ ଘର କରି ରହୁଥିବାରୁ ନିଜ ପାରମ୍ପରିକ ଜୀବନ ଶୈଳୀକୁ ଘେନି ବଞ୍ଚୁ ନାହାନ୍ତି। ନାଲି ଉଷୁନା ଚାଉଳ ଆଉ ହଜମ କରି ପାରୁନାହାନ୍ତି। ସହରିଆ ଚାକିରିର ପଦ ମର୍ଯ୍ୟାଦାକୁ ଭୋଗ କରିବାକୁ ଚାହୁଁଛନ୍ତି। ଏଭଳି ଦାସତ୍ଵ କେବେ ବି ଆମ ସଂସ୍କୃତିର ଅଂଶ ନଥିଲା। ବର୍ତ୍ତମାନ ଯଦିଓ ବା ସେମାନେ ଶିକ୍ଷିତ ହେଲେ ଓ ଚାକିରି କଲେ, ତେବେ ବି ସହରରେ ରହିବାକୁ ସେମାନଙ୍କୁ ଜାଗା ମିଳୁନି। ଲୋକେ ସେଠାରେ ସେମାନଙ୍କୁ ଦୂରେଇ ରଖନ୍ତି। ତେଣୁ, ସେଭଳି ଦ୍ଵନ୍ଦ୍ୱାତ୍ମକ ସ୍ଥିତିରୁ ନିଜକୁ ବଞ୍ଚେଇବା ପାଇଁ ସେମାନେ ନିଜ ପରିଚୟ ଲୁଚେଇବା ଆରମ୍ଭ କଲେ। ଏଭଳି  ଏକାଧିକ ବିବାଦମାନ ଅବସ୍ଥା ଦ୍ଵାରା ଆଦିବାସୀ ପରିଚୟ ଆଜି ଆଲୋଡିତ ହେଉଛି।

ଶୁଣନ୍ତୁ ଦେହୱାଲି ଭିଲି ଭାଷାରେ ଜିତେନ୍ଦ୍ର ବାସବଙ୍କ ଆବୃତ୍ତି

ଶୁଣନ୍ତୁ ଇଂରାଜୀ ଭାଷାରେ ଅନୁଦିତ ଗୀତର ପ୍ରତିଷ୍ଠା ପାଣ୍ଡ୍ୟାଙ୍କ ଆବୃତ୍ତି

ଅସଭ୍ୟ ମହୁଆ

ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।

ସେବେଠୁ ମା’ ମୋର ଡରୁଛି
ଛୁଇଁବାକୁ ମହୁଆ ଫୁଲକୁ।
ବାପା ମୋର ଘୃଣା କରେ
ମହୁଆ ନାଁକୁ।
ଭାଇ ମୋର ଅଗଣାରେ ମହୁଆ ନୁହେଁ
ତୁଲସୀ ଚାରାଟିଏ ଲଗାଇ
ନିଜକୁ ସଭ୍ୟ ମନେକରେ।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।

ମୋ ଲୋକେ ଯେଉଁମାନେ ବଞ୍ଚୁଥିଲେ ଆତ୍ମିକ ସ୍ତରରେ
ଏବେ ଲାଜରେ ନଦୀକୁ ପବିତ୍ର ଭାବିଲେ,
ପୂଜିଲେ ପର୍ବତମାଳାକୁ,
ଏବଂ ପୂର୍ବଜମାନଙ୍କ ପଦାନୁସରଣ କରି
ମାଟିକୁ ମା’ ବୋଲି ଡାକିଲେ।
ନିଜ ନିଜକୁ ସେମାନଙ୍କ ଅସଭ୍ୟପଣିଆରୁ ମୁକ୍ତ କରିବାକୁ,
ସେମାନଙ୍କ ପ୍ରକୃତ ପରିଚୟ ଲୁଚେଇବା ପାଇଁ
କେତେକ ଖୀରସ୍ତାନ ହେଲେ ତ
ଆଉ କେତେକ ହିନ୍ଦୁ ବୋଲାଇଲେ,
କେହି କେହି ଜୈନ କିମ୍ବା ମୁସଲିମ ବନିଲେ।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।

ମୋ ଲୋକେ ଯେଉଁମାନେ ବଜାରକୁ ଘୃଣା କରୁଥିଲେ,
ଏବେ ଯେଉଁଥିରେ ବି ସଭ୍ୟତାର ଗନ୍ଧ ପାଇଲେ
ସେସବୁ ସେମାନଙ୍କ ଘରକୁ ଆଣିବାରେ ଲାଗିଲେ।
ସଭ୍ୟତାର ସର୍ବଶ୍ରେଷ୍ଠ ଉଦ୍ଭାବନ –
ବ୍ୟକ୍ତିବାଦ।
ପ୍ରତ୍ୟେକ ଏବେ ଶିଖୁଛନ୍ତି ‘ମୁଁ’।
ସେମାନେ ବୁଝନ୍ତି ‘ସ୍ଵ’,
ଯେଉଁ ‘ସ୍ଵ’ ସମାଜ ନୁହଁ,
ଯେଉଁ ‘ସ୍ଵ’ ନିଜସ୍ଵ।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।

ମୋ ଲୋକେ ଯେଉଁମାନେ ଗାଉଥିଲେ ଗପ
ଓ ନିଜ ଜିଭରେ ଲେଖୁଥିଲେ କାବ୍ୟ ମହାକାବ୍ୟ
ଭୁଲି ଯାଉଛନ୍ତି ନିଜର ଭାଷାକୁ।
ତା’ ପରିବର୍ତ୍ତେ ସେମାନଙ୍କ ପିଲାମାନଙ୍କୁ
ପଢାଉଛନ୍ତି ଇଂରାଜୀ ଭାଷାରେ।
ସେମାନଙ୍କ ପିଲାମାନେ ଦେଖନ୍ତି ନାହିଁ
ସ୍ଵପ୍ନ ଆମ ଏଠି ରହିଥିବା ଗଛଲତା, ନଦୀ
କିମ୍ବା ପର୍ବତମାଳାର,
ବରଂ ଦେଖନ୍ତି ଆମେରିକା ଓ ଲଣ୍ଡନର।
ଯେବେଠୁ ମୋ ଦେଶର
ତଥାକଥିତ କେତେକ ବୁଦ୍ଧିଜୀବୀ
ମହୁଆ ଅସଭ୍ୟ ବୋଲି
କହିଦେଲେ,
ମୋ ଲୋକ ବି ମାନିନେଲେ
ନିଜକୁ ଅସଭ୍ୟ।

କବିତା ଓ ଗଦ୍ୟ ଅନୁବାଦ: କପିଳାସ ଭୂୟାଁ

Poem and Text : Jitendra Vasava

গুজরাতের নর্মদা জেলার মহুপাড়া গ্রামের কবি জিতেন্দ্র বাসব লেখেন দেহওয়ালি ভিল ভাষায়। আদিবাসী সাহিত্য আকাদেমির (২০১৪) প্রতিষ্ঠাতা-সভাপতি হওয়ার পাশাপাশি তিনি লাখারা কাব্য পত্রিকার একজন সম্পাদকও বটেন, আদিবাসী কণ্ঠ তুলে ধরাই এই পত্রিকার মূল লক্ষ্য। এছাড়াও তিনি আদিবাসী মৌখিক সাহিত্যের উপর চারটি বই প্রকাশ করেছেন। তাঁর ডক্টোরাল গবেষণার বিষয় ছিল নর্মদা জেলার ভিল জনজাতির মৌখিক লোক কাহিনির সাংস্কৃতিক ও পৌরাণিক আঙ্গিক। পারিতে প্রকাশিত কবিতাগুলি তাঁর আসন্ন প্রথম কাব্যসংকলনের অংশ।

Other stories by Jitendra Vasava
Painting : Labani Jangi

২০২০ সালের পারি ফেলোশিপ প্রাপক স্ব-শিক্ষিত চিত্রশিল্পী লাবনী জঙ্গীর নিবাস পশ্চিমবঙ্গের নদিয়া জেলায়। তিনি বর্তমানে কলকাতার সেন্টার ফর স্টাডিজ ইন সোশ্যাল সায়েন্সেসে বাঙালি শ্রমিকদের পরিযান বিষয়ে গবেষণা করছেন।

Other stories by Labani Jangi
Translator : Kapilas Bhuyan

Kapilas Bhuyan is a senior journalist, writer and filmmaker. He has won the President's National Film Award Silver Lotus (2006), and international accolades like Best Short Film Award at Festival du Cinema de Paris and Jury's Special Mention at New York Short Film Festival (2004).

Other stories by Kapilas Bhuyan