ସବୁଜ ପାହାଡ଼ଗୁଡ଼ିକ, ଛୋଟ ଛୋଟ ଝରଣା ଏବଂ ସ୍ୱଚ୍ଛ ବାୟୁ ମଧ୍ୟରେ ଜଣେ ଯୁବକ ନିଜର ମଇଁଷିଗୁଡ଼ିକ ଚରୁଥିବାର ଦେଖୁଛନ୍ତି ।

‘‘ଆପଣ କୋଣସି ପ୍ରକାର ସର୍ଭେ କରୁଛନ୍ତି କି?’’ ମୁଁ ତାଙ୍କ ପାଖକୁ ଯିବାରୁ ସେ ପଚାରିଲେ।

ମୁଁ ‘ନା’ କହିଲି ଏବଂ ପୁଷ୍ଟିହୀନତା ଘଟଣାଗୁଡ଼ିକ ସଂପର୍କରେ ରିପୋର୍ଟ କରିବାକୁ ମୁଁ ଏଠାକୁ ଆସିଛି ବୋଲି ଯୋଗ କଲି ।

ଆମେ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଥିବା ମୋଖଡା ତାଲୁକା ରେ ଅଛୁ ଯେଉଁଠାରେ ୫,୨୨୧ ଜଣ ପିଲାଙ୍କୁ ଅତି କମ୍ ଓଜନର ଭାବେ ଚିହ୍ନଟ କରାଯାଇଛି - ଏହି ରିପୋର୍ଟ ଅନୁସାରେ ତାହା ରାଜ୍ୟରେ ଦ୍ୱିତୀୟ ସର୍ବାଧିକ ।

ଆମେ ରାଜଧାନୀ ମୁମ୍ବାଇଠାରୁ ମାତ୍ର ୧୫୭ କିମି ଦୂରରେ ଅଛୁ କିନ୍ତୁ ଏଠାକାର ସୁନ୍ଦର ପ୍ରାକୃତିକ ଦୃଶ୍ୟ ଏକ ଭିନ୍ନ ପୃଥିବୀ ପରି ମନେହୁଏ।

ରୋହିଦାସ କା ଠାକୁର ସଂପ୍ରଦାୟର ଯାହାକି ମହାରାଷ୍ଟ୍ରରେ ଅନୁସୂଚୀତ ଜନଜାତି ଭାବେ ତାଲିକାଭୁକ୍ତ । ପାଲଘର ଜିଲ୍ଲାରେ, ଜନସଂଖ୍ୟାର ୩୮ ପ୍ରତିଶତ ହେଉଛନ୍ତି ଆଦିବାସୀ । ଯୁବ ମଇଁଷି ଚରାଳୀ ଜଣକ ମୋତେ ତାଙ୍କର ବୟସ କହିବାରେ ସମର୍ଥ ହେଲେ ନାହିଁ, କିନ୍ତୁ ତାଙ୍କ ବୟସ ୩୦ ପାଖାପାଖି ହୋଇଥିବା ଭଳି ଲାଗୁଛି। ତାଙ୍କ କାନ୍ଧରେ ଏକ ଛତା ଓହଳିଛି, ଗଳାରେ ଏକ ତଉଲିଆ ଗୁଡ଼ାଯାଇଛି ଏବଂ ସେ ହାତରେ ଏକ କାଠ ବାଡ଼ି ଧରିଛନ୍ତି । ତାଙ୍କର ଦୁଇଟି ପଶୁ ଘାସ ଚରୁଥିବା ବେଳେ ସେ ପଶୁଗୁଡ଼ିକ ଉପରେ ନଜର ରଖିଛନ୍ତି । ସେ କହିଲେ, ‘‘କେବଳ ବର୍ଷାଦିନମାନଙ୍କରେ ହିଁ ପଶୁମାନେ ପେଟପୂରା ଖାଇବାକୁ ପାଇଥାନ୍ତି ।’’ ‘‘ଖରାଦିନେ ସେମାନଙ୍କୁ ବହୁତ ବୁଲିବାକୁ ପଡ଼େ [ଖାଦ୍ୟ ଖୋଜିବା ପାଇଁ ]।’’

Rohidas is a young buffalo herder in Palghar district's Mokhada taluka.
PHOTO • Jyoti Shinoli
One of his buffaloes is seen grazing not too far away from his watch
PHOTO • Jyoti Shinoli

ବାମ: ରୋହିଦାସ ପାଲଘର ଜିଲ୍ଲାର ମୋଖଡା ତାଲୁକାର ଜଣେ ଯୁବ ମଇଁଷି ଚରାଳୀ । ଡାହାଣ: ତାଙ୍କର ଗୋଟିଏ ମଇଁଷି ତାଙ୍କର ଦୃଷ୍ଟିର ଖୁବ୍ ବେଶୀ ଦୂରରେ ଚରୁନଥିବା ଦେଖାଗଲା

ପାହାଡ଼ର ବିପରୀତ ଦିଗରେ ଥିବା ଏକ ବସ୍ତି ଆଡ଼କୁ ଇଙ୍ଗିତ କରି ରୋହିଦାସ କହିଲେ, ‘‘ମୋ ଘର ସେଠାରେ। ଦାମତେପଡାରେ।’’ ମୁଁ ଦେଖିଲି ସେଠାରେ କିଛି ଗଛ ମଧ୍ୟରେ ୨୦-୨୫ଟି ପରିବାର ବସବାସ କରୁଛନ୍ତି । ସେମାନଙ୍କ ଘରକୁ ଯିବା ଲାଗି ବାସିନ୍ଦାମାନଙ୍କୁ ଏକ ଝରଣା ଉପରେ ନିର୍ମିତ ଛୋଟ ପୋଲ ପାରି ହେବାକୁ ହୋଇଥାଏ ଯେଉଁ ଝରଣା ୱାଘ ନଦୀରୁ ବାହାରିଛି । ସେ କହିଲେ, ‘ଆମେ ଏହି ପାଣି ପିଉ [ଝରଣାରୁ] ଏବଂ ଏହାକୁ ଘରେ ବ୍ୟବହାର କରିଥାଉ; ପଶୁମାନେ ମଧ୍ୟ ଏହାକୁ ପିଅନ୍ତି।’’

ଖରା ଦିନମାନଙ୍କରେ ୱାଘ ନଦୀର ପାଣି ଶୁଖିଯିବା ଆରମ୍ଭ କରେ ଏବଂ ସଂପ୍ରଦାୟ ପିଇବା ପାଣି ପାଇବା ଲାଗି ସଂଘର୍ଷ କରିଥାନ୍ତି ବୋଲି ସେ କହିଲେ ।

ସେ ମନେ ପକାଇଲେ, ‘‘ଏହି ମାସ [ଜୁଲାଇ]ରେ ପୋଲ ପାଣିରେ ବୁଡ଼ି ରହିଥିଲା । କେହି ଆମ ପାଖକୁ ଆସିପାରିଲେ ନାହିଁ କିମ୍ବା କେହି ପୋଲ ଆରପଟକୁ ଯାଇପାରିଲେ ନାହିଁ ।’’

ରୋହିଦାସ କହିଲେ, ଏହି ସବୁ ସମୟରେ ଦାମତେପଡ଼ା ବସ୍ତିରେ ଜୀବନ ଅତି କଷ୍ଟକର ହୋଇପାରେ । ‘‘କୌଣସି ରାସ୍ତା ନାହିଁ, କୌଣସି ଗାଡ଼ି [ସରକାରୀ ବସ୍] ନାହିଁ ଏବଂ ଖୁବ୍ କମ୍ ସେୟାର ଜିପ୍ ରହିଛି। କୌଣସି ଜରୁରୀକାଳୀନ ମେଡିକାଲ୍ ସ୍ଥିତିରେ ଏହା ମିଳିବା କଷ୍ଟକର,’’ ମୋଖଡା ସରକାରୀ ହସ୍ପିଟାଲ ପ୍ରାୟ ୮ କିମି ଦୂରରେ ଅବସ୍ଥିତ ସେ ଆହୁରି ଏହା କହିଲେ ।

ସେଭଳି ସମୟରେ ବାସିନ୍ଦାମାନଙ୍କୁ ଗର୍ଭବତୀ ମହିଳା ଏବଂ ଅନ୍ୟ ରୋଗୀଙ୍କୁ ଏକ ଡୋଲି -ବାଉଁଶ ଖଣ୍ଡରେ ବନ୍ଧା ହୋଇଥିବା ବେଡସିଟ୍ ରେ ନେବାକୁ ହୋଇଥାଏ। ଏହି ଅଞ୍ଚଳରେ ଅତି ଖରାପ ଫୋନ୍ ନେଟୱର୍କ ସେବା ସେମାନଙ୍କ ଦୁଃଖକୁ ଆହୁରି ବଢ଼ାଇଥାଏ, ସେଥିଯୋଗୁଁ ଆମ୍ବୁଲାନ୍ସକୁ ଡାକିବା ସମ୍ଭବପର ହୁଏ ନାହିଁ।

Rohidas lives with his family in a small hamlet called Damtepada on a hill in Mokhada.
PHOTO • Jyoti Shinoli
He and other villagers must cross this stream everyday to get home
PHOTO • Jyoti Shinoli

ବାମ: ରୋହିଦାସ ମୋଖଡାରେ ଏକ ପାହାଡ଼ରେ ଥିବା ଛୋଟିଆ ବସ୍ତି ଦାମତେପଡ଼ାରେ ନିଜ ପରିବାର ସହ ରୁହନ୍ତି। ଡାହାଣ: ଘରକୁ ଆସିବା ଲାଗି ତାଙ୍କୁ ଏବଂ ଅନ୍ୟ ଗ୍ରାମବାସୀଙ୍କୁ ପ୍ରତିଦିନ ଏହି ଝରଣାକୁ ନିହାତି ଅତିକ୍ରମ କରିବାକୁ ହୋଇଥାଏ

ରୋହିହାସ କିମ୍ବା ତାଙ୍କର ୩ ବଡ଼ ଭାଇଙ୍କ ମଧ୍ୟରୁ କେହି କେବେ ସ୍କୁଲ ଯାଇନାହାନ୍ତି । ଏହି ରିପୋର୍ଟ ଅନୁସାରେ, କା ଠାକୁର ସଂପ୍ରଦାୟରେ ପୁରୁଷମାନଙ୍କ ମଧ୍ୟରେ ସାକ୍ଷରତାର ହାର ୭୧.୯ ପ୍ରତିଶତ । କିନ୍ତୁ ରୋହିଦାସ କହିଲେ, ‘‘ ପଡ଼ା [ବସ୍ତି]ରେ କିଛି ପିଲା ଅଛନ୍ତି ଯେଉଁମାନେ କି ଦଶମ ଶିକ୍ଷା ଶେଷ କରିଛନ୍ତି, କିନ୍ତୁ ସେମାନେ ସମସ୍ତେ ମୋ ଭଳି ସମାନ କାମ କରନ୍ତି । ଫରକ କ’ଣ?’’ ସେ ପଚାରିଲେ ।

ରୋହିଦାସ କିଛି ମାସ ପୂର୍ବରୁ ବିବାହ କରିଛନ୍ତି । ତାଙ୍କର ପତ୍ନୀ ବୋଜି, ତାଙ୍କର ବାପା ମା, ୩ ଭାଇ, ସେମାନଙ୍କର ପତ୍ନୀ ଓ ପିଲାମାନେ ମିଶି ଦୁଇ ଏକର ଜଙ୍ଗଲ ଜମିରେ ଖରିଫ୍ ଧାନ ଚାଷ କରନ୍ତି ଯାହାକି ସେମାନଙ୍କ ଘରଠାରୁ ୬ କିମି ଦୂର । ସେ କହିଲେ, ‘‘ଏହି ଜମି ଆମ ନାଁରେ ନାହିଁ ।’’

ଅମଳ ପରେ ଅକ୍ଟୋବରରୁ ନଭେମ୍ବର ମାସ ମଧ୍ୟରେ ପୂରା ପରିବାର ଏକ ଇଟା ଭାଟିରେ କାମ କରିବାକୁ ଶହେ କିମି ଦୂରରେ ଥିବା ଥାନେ ଜିଲ୍ଲାର ଭିୱାଣ୍ଡି ତାଲୁକା କୁ ବିସ୍ଥାପିତ ହୋଇଥାଏ । ସେ କହିଲେ, ‘‘ଆମେ ଇଟା ଭାଟିରୁ ଯାହା ରୋଜଗାର କରିଥାଉ, ତାକୁ ଚାଷରେ ବିନିଯୋଗ କରୁ।’’ ତାଙ୍କ ପରିବାରର ଅଭିଜ୍ଞତା ପାଲଘରର ଅନ୍ୟ ବହୁ ଆଦିବାସୀ ପରିବାର ଭଳି ଯେଉଁମାନେ କି ପ୍ରତିବର୍ଷ ଖରିଫ୍ ଚାଷ , ଅମଳ ଏବଂ ବିସ୍ଥାପନ ମଧ୍ୟରେ ଯାଇଥାନ୍ତି ।

ଜୁଲାଇ ୨୧, ୨୦୨୨ରେ ଦ୍ରୌପଦୀ ମୁର୍ମୁ ଭାରତର ପ୍ରଥମ ଆଦିବାସୀ ରାଷ୍ଟ୍ରପତି ହୋଇ ଇତିହାସ ରଚନା କଲେ। ମୁର୍ମୁ ଓଡିଶାର ସାନ୍ତାଳୀ ଆଦିବାସୀ ସଂପ୍ରଦାୟର ଏବଂ ଏହି ସର୍ବୋଚ୍ଚ ପଦରେ ଆସୀନ ହେବାରେ କେବଳ ଦ୍ୱିତୀୟ ମହିଳା।

ତାଙ୍କ ଉତ୍ତରକୁ ଅପେକ୍ଷା କରି ମୁଁ ପଚାରିଲି, ‘‘ତୁମେ ଜାଣିଛ କି ଆମ ନିକଟରେ ଆଦିବାସୀ ରାଷ୍ଟ୍ରପତି ଅଛନ୍ତି?’’

ରୋହିଦାସ କହିଲେ, ‘‘କିଏ ଜାଣେ? ଏହା ଦ୍ୱାରା କ’ଣ ଫରକ ପଡୁଛି?’’ ଏହାପରେ ଯୋଗ କଲେ, ‘‘ମଲା ଗୁରଞ୍ଚ ରାଖାୟଚିତ୍ [ମୁଁ ମୋର ପଶୁ ଚରାଇବା ଜାରି ରଖିଛି ]।’’

ଅନୁବାଦ : ଓଡ଼ିଶାଲାଇଭ୍‍

Jyoti Shinoli

জ্যোতি শিনোলি পিপলস্‌ আর্কাইভ অফ রুরাল ইন্ডিয়ার বরিষ্ঠ প্রতিবেদক। এর আগে তিনি 'মি মারাঠি' মহারাষ্ট্র ১' ইত্যাদি সংবাদ চ্যানেলে কাজ করেছেন।

Other stories by জ্যোতি শিনোলী
Editor : Vishaka George

বিশাখা জর্জ পারি’র বরিষ্ঠ সম্পাদক। জীবিকা এবং পরিবেশ-সংক্রান্ত বিষয় নিয়ে রিপোর্ট করেন। পারি’র সোশ্যাল মিডিয়া কার্যকলাপ সামলানোর পাশাপাশি বিশাখা পারি-র প্রতিবেদনগুলি শ্রেণিকক্ষে পৌঁছানো এবং শিক্ষার্থীদের নিজেদের চারপাশের নানা সমস্যা নিয়ে প্রতিবেদন তৈরি করতে উৎসাহ দেওয়ার লক্ষ্যে শিক্ষা বিভাগে কাজ করেন।

Other stories by বিশাখা জর্জ
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE