‘‘ଏହା ମୋର ବାଦ୍ୟଯନ୍ତ୍ର ନୁହେଁ,’’ କିଶନ ଭୋପା କୁହନ୍ତି। ନିଜ ପତ୍ନୀ ବାବୁଡ଼ି ଭୋପିଙ୍କ ସହିତ କିଛି ସମୟ ପୂର୍ବରୁ ତିଆରି କରିସାରିଥିବା ରାବଣ ହତ୍‌ଥାକୁ ସେ ହାତରେ ଧରିଛନ୍ତି।

‘‘ହଁ, ମୁଁ ଏହାକୁ ବଜାଏ, କିନ୍ତୁ ଏହା ମୋର ନୁହେଁ,’’ କିଶନ କୁହନ୍ତି, ‘‘ଏହା ରାଜସ୍ଥାନର ଗର୍ବ।’’

ରାବଣ ହତ୍‌ଥା ହେଉଛି ଏକ ତାର ଲାଗିଥିବା ଓ ଧନୁ ଭଳି ସଙ୍ଗୀତ ବାଦ୍ୟଯନ୍ତ୍ର ଯାହାକି ବାଉଁଶରେ ତିଆରି ହୋଇଥାଏ। କିଶନଙ୍କ ପରିବାର ପୂର୍ବପୁରୁଷ ଅମଳରୁ ଏହାକୁ ତିଆରି କରି ଆସୁଛନ୍ତି। ସେ କୁହନ୍ତି, ଏହା ହିନ୍ଦୁ ପୁରାଣ ରାମାୟଣ କାଳରୁ ପ୍ରଚଳିତ। ଲଙ୍କାର ରାଜା ରାବଣର ନାମ ଅନୁସାରେ ରାବଣ ହତ୍‌ଥାର ନାମକରଣ ହୋଇଛି ବୋଲି ସେ କହିଥାନ୍ତି। ଐତିହାସିକ ଓ ଲେଖକମାନେ ଏଥିରେ ସହମତ ହୋଇଥାନ୍ତି ଏବଂ କୁହନ୍ତି ଯେ ଭଗବାନ ଶିବଙ୍କୁ ସନ୍ତୁଷ୍ଟ କରି ତାଙ୍କଠାରୁ ବରଦାନ ପାଇବା ଲାଗି ରାବଣ ଏହି ବାଦ୍ୟଯନ୍ତ୍ର ତିଆରି କରିଥିଲା।

୨୦୦୮ରେ ପ୍ରକାଶ ପାଇଥିବା ପୁସ୍ତକ ‘‘ରାବଣ ହତ୍‌ଥା: ଏପିକ୍‌ ଜର୍ଣ୍ଣି ଅଫ ଆନ ଇନଷ୍ଟ୍ରୁମେଣ୍ଟ ଇନ୍‌ ରାଜସ୍ଥାନ’’ ପୁସ୍ତକର ଲେଖକ ଡକ୍ଟର ସୁନୀରା କାସ୍ଲିୱାଲ କୁହନ୍ତି, ‘‘ବଙ୍କା ବାଦ୍ୟଯନ୍ତ୍ର ମଧ୍ୟରେ ରାବଣ ହତ୍‌ଥା ସବୁଠୁ ପୁରୁଣା।’’ ସେ ଆହୁରି କହିଥାନ୍ତି ଯେ, ଏହାକୁ ଭାଓଲିନ ଭଳି ଧରି ବଜାଉଥିବା କାରଣରୁ, ଅଧିକାଂଶ ଗବେଷକମାନେ ଏହାକୁ ଭାଓଲିନ୍‌ ଓ ସେଲୋର ପୂର୍ବଜ ବୋଲି କହିଥାନ୍ତି ।

କିଶନ ଓ ବାବୁଡିଙ୍କ ପାଇଁ ଏହି ସଙ୍ଗୀତ ବାଦ୍ୟଯନ୍ତ୍ର ତିଆରି କରିବା ସେମାନଙ୍କ ଦୈନନ୍ଦିନ ଜୀବନର ଅତି ନିକଟତର। ସେମାନଙ୍କ ଘର ଉଦୟପୁର ଜିଲ୍ଲାର ଗିରୱା ତହସିଲ ଅଧୀନ ବାରଗାଓ ଗ୍ରାମରେ। ଘର ଚାରି ପାଖରେ ରାବଣ ହତ୍‌ଥା ତିଆରିରେ ବ୍ୟବହୃତ କାଠ ଗଣ୍ଡି, ନଡ଼ିଆ ଖୋଳପା, ଛେଳି ଚମଡ଼ା ଏବଂ ତାରସବୁ ଘେରି ରହିଛି। ସେମାନେ ରାଜସ୍ଥାନରେ ଅନୁସୂଚିତ ଜାତି ଭାବେ ତାଲିକାଭୁକ୍ତ ନାୟକ ସମୁଦାୟର ପ୍ରତିନିଧିତ୍ୱ କରିଥାନ୍ତି।

ବୟସର ୪୦ ଦଶକରେ ପହଞ୍ଚି ସାରିଥିବା ଏହି ଦମ୍ପତି ଉଦୟପୁରର ଏକ ଲୋକପ୍ରିୟ ପର୍ଯ୍ୟଟନସ୍ଥଳୀ ଗଙ୍ଗୌର ଘାଟରେ କାମ ଆରମ୍ଭ କରିବା ଲାଗି ସବୁଦିନ ସକାଳ ୯ଟାରେ ଗାଁରୁ ବାହାରି ଯାଇଥାନ୍ତି। ବାବୁଡ଼ି ଅଳଙ୍କାର ବିକ୍ରି କରିବା ସମୟରେ କିଶନ ତାଙ୍କ ପାଖରେ ବସି କ୍ରେତାମାନଙ୍କୁ ଆକୃଷ୍ଟ କରିବା ଲାଗି ରାବଣ ହତ୍‌ଥା ବଜେଇ ଥାଆନ୍ତି। ସନ୍ଧ୍ୟା ୭ଟା ସୁଦ୍ଧା ସେମାନେ ଘରକୁ ଫେରି ଆସନ୍ତି, ଯେଉଁଠି ତାଙ୍କର ୫ ଜଣ ପିଲା ସେମାନଙ୍କ ଅପେକ୍ଷାରେ ରହିଥାନ୍ତି।

ଏହି ଚଳଚ୍ଚିତ୍ରରେ, କିଶନ ଓ ବାବୁଡି କେମିତି ରାବଣ ହତ୍‌ଥା ତିଆରି କରିଥାନ୍ତି ତାହା ସେମାନେ ଆମକୁ ଦେଖାଇ ଦେଉଛନ୍ତି । ଏହି ବାଦ୍ୟଯନ୍ତ୍ର ସେମାନଙ୍କ ଜୀବନକୁ କିଭଳି ରୂପ ଦେଇଛି ଏବଂ ଏହି ହସ୍ତକଳାକୁ ଜୀବିତ ରଖିବା ଲାଗି ସେମାନେ ସମ୍ମୁଖିନ ହେଉଥିବା ସମସ୍ୟା ବିଷୟରେ ମଧ୍ୟ ଆମକୁ କହିଛନ୍ତି।

ଚଳଚ୍ଚିତ୍ର ଦେଖନ୍ତୁ: ରାବଣକୁ ଜୀବିତ ରଖିବାକୁ ଚେଷ୍ଟା

ଅନୁବାଦ : ଓଡ଼ିଶାଲାଇଭ୍‍

Urja

উর্জা পিপলস্‌ আর্কাইভ অফ রুরাল ইন্ডিয়ার সিনিয়র অ্যাসিস্ট্যান্ট ভিডিও এডিটর পদে আছেন। পেশায় তথ্যচিত্র নির্মাতা উর্জা শিল্পকলা, জীবনধারণ সমস্যা এবং পরিবেশ বিষয়ে আগ্রহী। পারি’র সোশ্যাল মিডিয়া বিভাগের সঙ্গেও কাজ করেন তিনি।

Other stories by Urja
Text Editor : Riya Behl

রিয়া বেহ্‌ল পিপলস্‌ আর্কাইভ অফ রুরাল ইন্ডিয়ায় (পারি) কর্মরত বরিষ্ঠ সহকারী সম্পাদক। মাল্টিমিডিয়া সাংবাদিক রিয়া লিঙ্গ এবং শিক্ষা বিষয়ে লেখালিখি করেন। এছাড়া তিনি পারির সঙ্গে কাজে আগ্রহী পড়ুয়াদের মধ্যে কাজ করেন, অন্যান্য শিক্ষাবিদের সঙ্গে পারির কাহিনি স্কুল-কলেজের শিক্ষাক্রমে অন্তর্ভুক্তির জন্যও রিয়া প্রয়াসী।

Other stories by Riya Behl
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE