ଏକ ଦେଶ ଗଠିତ ହେଉଥିବା ସମୟରେ ଜାଲିଆନାୱାଲାବାଗ ଘଟଣା ତାର ଚେତନାରେ ଟର୍ଣ୍ଣିଂ ପଏଣ୍ଟ ଥିଲା । ଆମ ମଧ୍ୟରୁ ଅନେକ ଏହା ଶିଖି ବଡ଼ ହୋଇଥିଲୁ ଯେ ସେଠାରୁ ଭଗତ ସିଂହଙ୍କ କାହାଣୀ ଆରମ୍ଭ ହୋଇଥିଲା । ମାତ୍ର ୧୦ ବର୍ଷର ହୋଇଥିବା ବେଳେ ସେ ସେହି ସ୍ଥାନକୁ ପରିଦର୍ଶନ କରିଥିଲେ ଏବଂ ରକ୍ତର ଛିଟା ପଡିଥିବା ମାଟିକୁ ଏକ ଛୋଟିଆ ବୋତଲରେ ପୂରାଇ ସେ ତାଙ୍କର ଗାଁକୁ ନେଇଯାଇଥିଲେ । ସେଠାରେ ତାଙ୍କର ଜେଜେବାପାଙ୍କ ଘରେ ସେ ତାଙ୍କର ଭଉଣୀଙ୍କ ସହିତ ମିଶି ବଗିଚାରେ ଗୋଟିଏ ସ୍ଥାନରେ ସେହି ମାଟିକୁ ବାହାର କରିଥିଲେ । ପରେ ସେହି ସ୍ଥାନରେ ପ୍ରତିବର୍ଷ ସେମାନେ ଫୁଲଗଛ ଲଗାଉଥିଲେ ।
ପଞ୍ଜାବର ଅମୃତସରରେ ଏପ୍ରିଲ ୧୩, ୧୯୧୯ ମସିହାରେ ଶହ ଶହ ନିରସ୍ତ୍ର ଲୋକଙ୍କୁ (ବ୍ରିଟିଶମାନଙ୍କ କହିବାନୁସାରେ ୩୭୯ ଜଣଙ୍କୁ) ନରସଂହାର କରାଯିବା ଏହାର ଷଡ଼ଯନ୍ତ୍ରକାରୀ ବା ସେମାନଙ୍କର ପରବର୍ତ୍ତୀ ସରକାରଙ୍କ ଚେତନାକୁ ଅଦ୍ୟାବଧି ଛୁଇଁପାରିନାହିଁ । ବ୍ରିଟିଶ ପ୍ରଧାନମନ୍ତ୍ରୀ ଥେରେସା ମେ ଚଳିତ ସପ୍ତାହରେ ତାଙ୍କର ସଂସଦରେ ଏ ସଂପର୍କରେ ଶୋକ ବ୍ୟକ୍ତ କରିଥିଲେ-କିନ୍ତୁ ଏହି ଭୟାନକ ନରସଂହାର ପାଇଁ କ୍ଷମା ମାଗିନଥିଲେ ।
ଜାଲିଆନାୱାଲାବାଗକୁ ଗସ୍ତ କରିବା ସମୟରେ ଆପଣଙ୍କୁ ଆଶ୍ଚର୍ଯ୍ୟଜନକ ଭାବେ ଅସମ୍ବେଦନଶୀଳ ହେବାକୁ ପଡ଼ିବ । ସେହି ଘଟଣାର ୧୦୦ ବର୍ଷ ବିତିଯାଇଥିଲେ ମଧ୍ୟ ଉଦ୍ଦେଶ୍ୟମୂଳକ ଭାବେ ହୋଇଥିବା ସେହି ଗଣହତ୍ୟା ସମୟରେ ଲୋକମାନଙ୍କର ଚିତ୍କାର ଏବେ ମଧ୍ୟ ସେହି ବଗିଚାରେ ପ୍ରତିଧ୍ୱନିତ ହେଉଛି। ପ୍ରାୟ ୩୫ ବର୍ଷ ତଳେ ଯେତେବେଳେ ମୁଁ ସେଠାକୁ ଯାଇଥିଲି, ସେତେବେଳେ ନିକଟସ୍ଥ ପ୍ରାଚୀରରେ ଏହାକୁ ନ ଲେଖି ରହିପାରିଲି ନାହିଁ ।
ସେମାନେ ଆମ ପରି ନିରସ୍ତ୍ର ଲୋକଙ୍କ ଉପରକୁ ଗୁଳି ଚଳାଇଲେ
ଲୋକମାନେ ଏପଟ ସେପଟ ହୋଇ ଦଉଡ଼ିଲେ
ସେମାନେ ସେମାନଙ୍କର ଲାଠି ଓ ବାଡ଼ି ବ୍ୟବହାର କଲେ
ଆମ ହାଡ଼ ଭାଙ୍ଗିଗଲା
ସେମାନେ ଗୁଳିମାଡ଼ କଲେ
ଅନେକ ଜୀବନ ଟଳିପଡ଼ିଲା
ଆମର ଉତ୍ସାହ କିନ୍ତୁ ଭାଙ୍ଗିଲା ନାହିଁ
ସେମାନଙ୍କର ସାମ୍ରାଜ୍ୟ ଭୁଶୁଡ଼ି ପଡ଼ିଲା
ଅନୁବାଦ: ଓଡ଼ିଶାଲାଇଭ୍