ଅନୁବାଦ: ଓଡ଼ିଶାଲାଇଭ୍
T


Maldah, West Bengal
|WED, SEP 02, 2020
ମୁମ୍ବାଇରେ ପଶ୍ଚିମବଙ୍ଗର 'ବିଲଡର୍ମାନେ’
ଏହି ସହରର ଅନେକ ନଭଶ୍ଚୁମ୍ବି ଅଟ୍ଟାଳିକା ଅନ୍ୟ ରାଜ୍ୟଗୁଡ଼ିକରୁ ଆସୁଥିବା କମ୍ ମଜୁରୀ ପାଉଥିବା ପ୍ରବାସୀ ଶ୍ରମିକଙ୍କ ଦ୍ୱାରା ନିର୍ମିତ ହୋଇଛି
Author
Translator

Sapana Jaiswal
୨୧ ବର୍ଷ ବୟସ୍କ ପ୍ରବାସୀ ଶ୍ରମିକ ମହମ୍ମଦ ଓ୍ୱାବଲୁ ୩୦ ମହଲା ପର୍ଯ୍ୟନ୍ତ ଚଢ଼ିଯାଆନ୍ତି ଏବଂ ଏବେ ଉଚ୍ଚତାକୁ ଭୟ କରନ୍ତି ନାହିଁ। ପଶ୍ଚିମବଙ୍ଗର ଅନ୍ୟତମ ଦରିଦ୍ର ଜିଲ୍ଲା ମାଲଦାରୁ ଆସିଥିବା ଓ୍ୱାବଲୁ କୁହନ୍ତି, ‘‘ଯେତେବେଳେ ଆମେ ଛୋଟ ଥିଲୁ ଭୟ କରୁଥିଲି କିନ୍ତୁ ଏବେ ଆଉ ଭୟ ନାହିଁ‘’

Sapana Jaiswal
ଓ୍ୱାବଲୁ, ବବୁଲ ଶେଖ୍ ଏବଂ ମନିରୁଲ୍ ସେଠ୍ ଆଦି ଏହି ଗୋଷ୍ଠୀର- କେଇଜଣଙ୍କ ବୟସ ମାତ୍ର ୧୭ ବର୍ଷ- ଯେଉଁମାନେ କି ମୁମ୍ବାଇର ସହରତଳିରେ ଅଟ୍ଟାଳିକା ନିର୍ମାଣ କରନ୍ତି । ସେମାନଙ୍କୁ ଦିନକୁ ଟ. ୪୦୦ରୁ ଟ. ୬୦୦ ପର୍ଯ୍ୟନ୍ତ ମଜୁରୀ ଦିଆଯାଏ

Sapana Jaiswal
ମୁମ୍ବାଇର ଗୋରେଗାଓଁ ଇଷ୍ଟରେ ଏକ ହାଉସିଂ ସୋସାଇଟିରେ କାମ ସମୟରେ

Sapana Jaiswal
ସେମାନେ ନିକଟସ୍ଥ ବସ୍ତିରେ ଗୋଟିଏ ଭଡ଼ା କୋଠରୀରେ ଏକାଠି ରୁହନ୍ତି, ସେମାନେ କଲେଜ ପଢ଼ା ଛାଡ଼ି କାମର ସନ୍ଧାନରେ ଏଠାକୁ ଆସିଥିଲେ ଏବଂ ସେମାନେ ନିଜର ପରିବାରକୁ ସହଯୋଗ ଦିଅନ୍ତି

Sapana Jaiswal
ମହମ୍ମଦ ବବୁଲ୍ ସେଖ୍, ୨୭ କୁହନ୍ତି, ‘‘ଆମେ ସାତଭାଇ ଏବଂ ଦୁଇଭଉଣୀ। ବଡ଼ଭାଇମାନେ ବାହାରକୁ କାମ କରିବା ପାଇଁ ଯାଇଛନ୍ତି, ଯେମିତିକି କେଇଜଣ ସାନ ସ୍କୁଲକୁ ଯାଇପାରିବେ’’। ତାଙ୍କ ପିତାମାତା ବୟସ୍କ ଏବଂ ଅସୁସ୍ଥ । ସାତଭାଇଙ୍କ ମଧ୍ୟରୁ ମାତ୍ର ୨ଜଣ ଘରେ ରୁହନ୍ତି; ଅନ୍ୟମାନେ ସେମାନଙ୍କର ନିଜ ସହର ଛାଡ଼ିଯାଇଛନ୍ତି ଏବଂ ବିଭିନ୍ନ ସହରକୁ ଶ୍ରମିକ ଭାବରେ କାମ କରିବା ପାଇଁ ଯାଇଛନ୍ତି

Sapana Jaiswal
ଓ୍ୱାବଲୁ କୁହନ୍ତି, ‘‘ଯଦି ଆମେ କାମ କରିବୁ, ତେବେ ଖାଇପାରିବୁ । ନଚେତ୍ ଆମକୁ ଭୋକିଲା ରହିବାକୁ ହେବ’’

Sapana Jaiswal
ଉଚ୍ଚ ଅଟ୍ଟାଳିକାରେ ରଙ୍ଗ ମିସ୍ତ୍ରୀ ଭାବରେ କାମ କରିବା ଖୁବ୍ ବିପଜ୍ଜନକ । ଭାରାରୁ ଥରେ ଖସିବା ଅର୍ଥ ହେଉଛି ମୃତ୍ୟୁ। ସେମାନଙ୍କର ପୋଷାକ ବିଷାକ୍ତ ରଙ୍ଗରେ ଓଦା ହୋଇଯାଇଥାଏ । ସେମାନେ ଦିନ ଦିନ ଧରି ସେ କାମ କରିବା ପାଇଁ ସମାନ ପୋଷାକ ବ୍ୟବହାର କରନ୍ତି, କାରଣ ସେମାନେ ଆଉ ଏକ ପୋଷାକ ନଷ୍ଟ କରିପାରିବେ ନାହିଁ । ଏହି ପ୍ରକ୍ରିୟାରେ ସେମାନେ ଦିନ ଦିନ ଧରି ସେହି ବିଷାକ୍ତ ପଦାର୍ଥ ଶ୍ୱାସରେ ଗ୍ରହଣ କରନ୍ତି

Sapana Jaiswal
ମହମ୍ମଦ ମନିରୁଲ ସେଠ୍, ୨୨ ମାଲଦା ଜିଲ୍ଲାରୁ ଆସିଛନ୍ତି ଏବଂ ୧୭ ବର୍ଷ ବୟସରୁ ଜଣେ ଶ୍ରମିକ ଭାବରେ କାର୍ଯ୍ୟ କରୁଛନ୍ତି। ସେ କଥାବାର୍ତ୍ତା କରିବା ପାଇଁ କୁଣ୍ଠା ପ୍ରକାଶ କରିଥିଲେ

Sapana Jaiswal
ସେମାନଙ୍କ ରୋଜଗାରର କିଛି ଅଂଶ ଖାଦ୍ୟ ଏବଂ ଭଡ଼ାରେ ଖର୍ଚ୍ଚ କରିବା ପରେ ଏହି ଯୁବ ପ୍ରବାସୀମାନେ ସଂଚୟ କରନ୍ତି ଏବଂ ପ୍ରତିବାସରେ ସେମାନଙ୍କ ପରିବାର ନିକଟକୁ ଅର୍ଥ ପଠାନ୍ତି
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ମୁମ୍ବାଇରେ-ପଶ୍ଚିମବଙ୍ଗର-ବିଲଡର୍ମାନେ

