ବଙ୍ଗୋପସାଗର ଉପକୂଳରେ ଅବସ୍ଥିତ ମହାବଳିପୂରମ୍ରେ, ମତ୍ସ୍ୟଜୀବୀମାନେ ଗୋଟିଏ ଶନିବାରରେ ଅପରାହ୍ନ ପ୍ରାୟ ୪ ଟା ବେଳେ କିଛି ସମୟ ପାଇଁ ସମୂଦ୍ର କଥା ଭୁଲିଯାଇ ତାସ୍ଖେଳ ଖେଳୁଛନ୍ତି । ସୂର୍ଯ୍ୟ ଉଦୟ ହେବା ପୂର୍ବରୁ ସେମାନଙ୍କ ଦିନ ଅତି ଶୀଘ୍ର ଆରମ୍ଭ ହୋଇଥାଏ, ଯେତେବେଳେ ସେମାନେ ସମୁଦ୍ର ଭିତରକୁ ଯିବା ପାଇଁ ବାହାରନ୍ତି । ସେମାନେ କିଛି ଘଣ୍ଟା ପର୍ଯ୍ୟନ୍ତ ମାଛ ଧରନ୍ତି ( ଯାହା ଋତୁ ଉପରେ ନିର୍ଭର କରିଥାଏ), ଓ ସାଧାରଣତଃ ରାତି ନ ପାହୁଣୁ ସେମାନେ ପୁଣି କୂଳକୁ ଫେରି ଯାଆନ୍ତି, ଯେଉଁଠାରେ ବ୍ୟାପାରୀମାନଙ୍କ ଦ୍ୱାରା ସେମାନେ ଧରିଥିବା ମାଛ ନିଲାମ ହୋଇଥାଏ । ତାପରେ ମତ୍ସ୍ୟଜୀବୀମାନେ ଘରକୁ ଫେରନ୍ତି, ଭୋଜନ କରନ୍ତି ଓ କ୍ଳାନ୍ତି ଯୋଗୁଁ ଶୋଇ ପଡନ୍ତି । ପରେ, ସେମାନେ ଜାଲର ଛିଣ୍ଡି ଯାଇଥିବା, କଟି ଯାଇଥିବା ବା ଅନ୍ୟ କ୍ଷୟକ୍ଷତି ହୋଇଥିବା ସ୍ଥାନଗୁଡିକ ମରାମତି କରିବା ପାଇଁ ପୁଣିଥରେ କୂଳକୁ ଫେରନ୍ତି । ସେହି ଦିନର କାମସବୁ ସରିଗଲା ପରେ ସେମାନେ ତାସ୍ଖେଳ ଖେଳି ଆରାମ କରନ୍ତି ।


ଅନୁବାଦ: ଓଡ଼ିଶାଲାଇଭ୍

Rahul M.

Rahul M. is an independent journalist based in Andhra Pradesh, and a 2017 PARI Fellow.

Other stories by Rahul M.
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE