ଠିକ୍‌ଅଛି, ତେବେ ଏହି ଗୋଟିଏ ଫାଟ ଦେଇ ଖସି ଯାଇଛି । ପରୀର ପାଠକ ଓ ଦର୍ଶକମାନଙ୍କୁ ମୋର କ୍ଷମା ପ୍ରାର୍ଥନା । ପରୀର ସମସ୍ତ ସମର୍ଥକମାନେ ଆମର ଶୀର୍ଷର ଚାର୍ଟବଷ୍ଟରକୁ ମନେ ରଖିଛନ୍ତି : ଆଳୁ ଗୀତ । ତାହା କେରଳର ଅଭ୍ୟନ୍ତରରେ ଥିବା ଏକମାତ୍ର  ଆଦିବାସୀ ପଞ୍ଚାୟତରେ ଅବସ୍ଥିତ ଏକ କ୍ଷୁଦ୍ର ଉନ୍ନୟନ ପ୍ରକଳ୍ପ ବିଦ୍ୟାଳୟରେ (ଶ୍ରେଣୀ ୧-୪ ) ଅଧ୍ୟୟନ କରୁଥିବା ୮-୧୧ ବର୍ଷ ବୟସ ସୀମା ମଧ୍ୟରେ ଥିବା ଝିଅମାନଙ୍କ ଏକ ଦଳ ଗାଇଥିଲେ: ଇଡୁକ୍କି ପାହାଡରେ ଥିବା ଏଡାମଲାକୁଡି ।

ସେହି ସ୍ଥାନରେ ପହଞ୍ଚିଥିବା ଆମେ ଆଠଜଣ ଯାକ ସେମାନଙ୍କୁ ସେମାନଙ୍କ ପ୍ରିୟ ବିଷୟ କ’ଣ ବୋଲି ପଚାରିଥିଲୁ । “ଇଂରାଜୀ” ବୋଲି ସେମାନେ କହିଲେ, ତାହା ପୁଣି ଏପରି ଏକ ଅଞ୍ଚଳ ଯେଉଁଠାରେ ଗୋଟିଏ ମଧ୍ୟ ସାଇନ୍‌ବୋର୍ଡରେ ଯେଉଁ ଭାଷାରେ ଗୋଟିଏ ଶବ୍ଦ ମଧ୍ୟ ଲେଖାଯାଇନି । ସେମାନେ ଇଂରାଜୀ ଭାଷା କେତେ ଭଲ ଭାବେ ଜାଣିଛନ୍ତି, ଯେତେବେଳେ ତାହା ପ୍ରଦର୍ଶନ କରିବାକୁ ଆମେ ସେମାନଙ୍କୁ କହିଲୁ, ସେମାନେ ଜୋର୍‌ରେ ଏହି ଗୀତ ଗାଇବାକୁ ଆରମ୍ଭ କଲେ ।

ତାହା ପରୀର ସର୍ବକାଳୀନ ପସନ୍ଦ ହୋଇଗଲା । କିନ୍ତୁ ସେଠାରେ ଆମେ କିଛି ଛାଡି ଦେଇଥିଲୁ ଯାହା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ । ସେହି ବାଳିକାମାନେ ଆମ ଆଗରେ ‘ଆଳୁ ଗୀତ’କୁ ଅଭିନୟ ମାଧ୍ୟମରେ ସଠିକ୍‌ ଭାବେ ଉପସ୍ଥାପନା କରିବାପରେ ଆମେ  ବାଳକାମାନଙ୍କୁ ପରୀକ୍ଷା କରିବାକୁ ଚାହିଁଲୁ । ସେମାନେ ଅତ୍ୟନ୍ତ ଦକ୍ଷ ଥିଲେ, ଆମେ ଯେଭଳି ଦାବି କରୁଥିଲୁ ସେମାନେ ସହିଭଳି ପ୍ରତିକ୍ରିୟା ରଖୁଥିଲେ ଓ ସେମାନଙ୍କ ଇଂରାଜୀ ଭାଷା ଜ୍ଞାନ ବିଷୟରେ ଆମକୁ ସୂଚନା ପ୍ରଦାନ କରୁଥିଲେ ବୋଲି ଆମେ କହିବାକୁ ଚାହୁଁଛୁ । 

ସେମାନେ ଜାଣିଥିଲେ ଯେ ବାଳିକାଙ୍କ ସଙ୍ଗୀତର ଅନୁପାଳନ କଷ୍ଟସାଧ୍ୟ ଅଟେ କିନ୍ତୁ ସେମାନେ କୌଶଳ କ୍ରମେ କରିଦେଖାଇଥିଲେ। ଗୀତ ଗାଇବାର ଗୁଣବତ୍ତା ବା ଏପରି କୁହନ୍ତୁ ଉପସ୍ଥାପନା ବିଷୟ ବିଚାରକୁ ନେଲେ, ବାଳିକାମାନଙ୍କ ସହିତ ସେମାନଙ୍କ କୌଣସି ତୁଳନା କରାଯାଇନପାରେ । କିନ୍ତୁ ସଙ୍ଗୀତକୁ  ନେଇ ସେମାନଙ୍କ ପାଗଳାମି କଥା ବିଚାରକୁ ନେଲେ, ସେମାନେ ନିଶ୍ଚତ ଭାବେ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିବେ ।

ଏପରି ଏକ ଗ୍ରାମ ଯେଉଁଠାରେ ଇଂରାଜୀ ଭାଷାର ପ୍ରଚଳନ ନାହିଁ, ସେଠାରେ ବାଳିକାମାନେ ଆଳୁ ବିଷୟରେ ଏକ ଲିରିକ୍‌ କବିତା ଗାଇଥିଲେ, ଯାହା ସେମାନେ ଖାଆନ୍ତି ନାହିଁ । ବାଳକମାନେ ଡାକ୍ତରଙ୍କ ପାଇଁ ଗୋଟିଏ ଗାଇଲେ (ବା ଆବୃତ୍ତି କଲେ) । (ସେଠାରେ ପ୍ରାୟ ଏକ ଦଶନ୍ଧିରୁ ଅଧିକ ସମୟ ହେବ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରରେ କେହିମଧ୍ୟ ସ୍ପାସ୍ଥ୍ୟ କର୍ମଚାରୀ ନାହାନ୍ତି) । ଯେପରି ଭାରତର ଅଧିକାଂଶ ସ୍ଥାନରେ ହୋଇଥାଏ,, ଉଭୟ ଫିଜିସିଆନ୍‌ ଓ ସର୍ଜନ୍‌ଙ୍କୁ ସୂଚୀତ କରିବା ପାଇଁ, ଉଭୟ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ଗୋଟିଏ ଶବ୍ଦ ବ୍ୟବହାର କରାଯାଏ, ତାହା ହେଉଛି ଡାକ୍ତର । ପ୍ରାୟତଃ, ଉଭୟ ଜଣେ ବ୍ୟକ୍ତି ବୋଲି ଅନେକ ଭାବିଥାନ୍ତି । ଏହି ଲିରକ୍‌ କବିତା ମାଧ୍ୟମରେ ଏକ ଆଧୁନିକ ଚିକିତ୍ସା ବିଜ୍ଞାନ ଉପରେ ରହିଥିବା ମର୍ମସ୍ପର୍ଶୀ ବିଶ୍ୱାସ ମଧ୍ୟ ପ୍ରକାଶିତ ହେଉଛି ।

ଭିଡିଓ ଦେଖନ୍ତୁ: ଏଡାମାଲାକୁଡ଼ିର ପ୍ରାଥମିକ ବିଦ୍ୟାଳୟର ଜଣେ ବାଳକ ଜଣେ ଡାକ୍ତରଙ୍କୁ ଏକ ଗୀତ ଗାଇ ଶୁଣାଉଛନ୍ତି

ଶୁଭ ସକାଳ, ଡାକ୍ତର

ମୋର ପେଟ କାଟୁଛି, ଡାକ୍ତର

ମୋର ପେଟ କାଟୁଛି, ଡାକ୍ତର

ମୋତେ ଧରନ୍ତୁ, ଡାକ୍ତର

ମୋତେ ଧରନ୍ତୁ, ଡାକ୍ତର

ମୋତେ ଧରନ୍ତୁ, ଡାକ୍ତର

ଅପରେସନ୍‌

ଅପରେସନ୍‌ 

ଅପରେସନ୍‌ ଡାକ୍ତର

ଧନ୍ୟବାଦ, ଡାକ୍ତର

ଧନ୍ୟବାଦ ଡାକ୍ତର

ଧନ୍ୟବାଦ ଡାକ୍ତର

ବାଏ ବାଏ ଡାକ୍ତର

ବାଏ ବାଏ ଡାକ୍ତର

ବାଏ ବାଏ ଡାକ୍ତର 

ବାଏ ବାଏ ଡାକ୍ତର

ଏହି ବିଖ୍ୟାତ ‘ପଟାଟୋ ସଙ୍ଗ’ ପରି, ଏହି କ୍ଷୁଦ୍ର ଫିଲ୍ମ ମଧ୍ୟ ପରୀର ଟେକ୍‌ ଏଡିଟର୍‌ ସିଧାର୍ଥ ଆଦେଲ୍‌କର୍‌ ନେଟ୍‌ଓ୍ୱାର୍କ ରେଞ୍ଜ ବାହାରେ ଥିବା ଅକ ଅଞ୍ଚଳରେ ତାଙ୍କ ସେଲ୍‌ ଫୋନ୍‌ରେ ଏପରି ଏକ ସ୍ଥାନରେ ସୁଟ୍‌ କରିଛନ୍ତି ଯେଉଁଠାରେ ଆଳୁଚାଷ କରାଯାଏନି ବା ଖିଆଯାଏନି, ଏପରି ଏକ ଗ୍ରାମ ଯେଉଁଠାରେ କେହି ମଧ୍ୟ ଇଂରାଜୀ କୁହନ୍ତିନି ଓ ଏପରି ଏକ ପଞ୍ଚାୟତ ଯେଉଁଠାରେ ଦୀର୍ଘ ସମୟ ହେବ ଡାକ୍ତରମାନେ ଅନୁପସ୍ଥିତ ଅଛନ୍ତି । କିନ୍ତୁ , ଯାହାବି ହେଉ – ବୋଧହୁଏ ଏହିପରି ଭାବେ ଆମ ଦେଶର ଅଧିକାଂଶ ଭାଗରେ ଇଂରାଜି ପଢାଯାଇଥାଏ । ତେବେ ଭାରତର ଏକ ଏକାନ୍ତ ଓ ଦୂରବର୍ତ୍ତୀ ପଞ୍ଚାୟତରେ ରହୁଥିବା ଏହି ଦୁଇ ଗୋଷ୍ଠୀ କେଉଁଠାରୁ ସେମାନଙ୍କର ଏହି ଗୀତ ପାଇଛନ୍ତି, ତାହା ଆମେ ଏପର୍ଯ୍ୟନ୍ତ ଜାଣିପାରିନୁ ।

ଅନୁବାଦ: ଓଡ଼ିଶାଲାଇଭ୍‍

ଓଡ଼ିଶାଲାଇଭ୍: ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ପି.ସାଇନାଥ ପିପୁଲ୍ସ ଆର୍କାଇବ ରୁରାଲ ଇଣ୍ଡିଆର ସଂସ୍ଥାପକ ସମ୍ପାଦକ, ସେ କେଇ ଦଶକ ଧରି ଜଣେ ଗ୍ରାମୀଣ ସମ୍ବାଦଦାତା ଭାବରେ କାର୍ଯ୍ୟ କରିଛନ୍ତି ଏବଂ ସେ ‘ଏଭ୍ରିବଡି ଲଭ୍ସ ଏ ଗୁଡ୍ ଡ୍ରଟ୍’ର ଲେଖକ।

Other stories by P. Sainath