PHOTO • Aparna Karthikeyan

ଆକ୍କା, ମୋର କୁତଚେରୀ ପରୀକ୍ଷା ପାଇଁ ଆପଣଙ୍କୁ ସାଦରେ ନିମନ୍ତ୍ରଣ କରୁଛି। ଦୟାକରି ସେଦିନ ମୋର ପରିବାର ବନ୍ଧୁମାନଙ୍କ ସହିତ ସେଠାରେ ଉପସ୍ଥିତ ରହିବେ।’’ ଚେନ୍ନାଇସ୍ଥିତ ଭାରତର ପ୍ରମୁଖ ନୃତ୍ୟ ସ୍କୁଲ କଳାକ୍ଷେତ୍ରରେ ନିଜର ଶେଷ ପରୀକ୍ଷା ପାଇଁ ନିମନ୍ତ୍ରଣ କରିବା ଲାଗି ଫୋନ୍ କରିବା ସମୟରେ କାଳୀ ବୀରପଦ୍ରାନ୍ ମୋତେ ଏହା କହିଲା। କିଛି ସମୟ ନିରବ ରହି ସେ ଖୁବ୍ ଭଦ୍ରତାର ସହ ମୋତେ ପଚାରିଲା, “ଏଇଟା ଠିକ୍ ଇଂରାଜୀ ନା ଆକ୍କା?’’

କାଳୀ ତାର କହିବା ନେଇ ସନ୍ଦିହାନ ଥିଲା କାରଣ ବର୍ଷ ପୂର୍ବରୁ ସେ ଇଂରାଜୀ ସହିତ ବିଶେଷ ପରିଚିତ ନଥିଲା। ସେତେବେଳେ ସେ ନୃତ୍ୟ ସହିତ ମଧ୍ୟ ପରିଚିତ ନଥିଲା। ଏବେ କିନ୍ତୁ ସେ ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍ ସହିତ ତାମିଲନାଡୁର ୩ଟି ପ୍ରାଚୀନ ଲୋକନୃତ୍ୟ କରଗଟ୍ଟମ୍, ଥାପଟ୍ଟମ୍ ଏବଂ ଓୟିଲାଟମରେ ପାରଦର୍ଶିତା ହାସଲ କରିଛି। ପ୍ରସିଦ୍ଧ ନୃତ୍ୟଗୁରୁମାନଙ୍କ ନିକଟରୁ ସେ ଏହା ଶିକ୍ଷା କରିଛି

PHOTO • Aparna Karthikeyan

କାଳୀ ତାର ପରିବାରକୁ ହିନ୍ଦୁ ଆଦି ଦ୍ରାବିଡ (ଏକ ଦଳିତ ସଂପ୍ରଦାୟ) ଭାବେ ବର୍ଣ୍ଣନା କରିଥାଏ। ତାଙ୍କ ପରିବାର ଚେନ୍ନାଇ ନିକଟରେ ଥିବା ଏକ ସଂଘର୍ଷରତ ମାଛଧରା ଗାଁ କୋଭଲାମରେ ରହନ୍ତି। ୨୧ ବର୍ଷୀୟ କାଳୀ ତାର ବାପାଙ୍କୁ ଖୁବ୍ ଛୋଟଦିନରୁ ହରାଇଥିଲା। କୌଣସି ଭାବପ୍ରବଣତା ରଖି ସେ କହେ, “ମୋତେ ସେତେବେଳେ ବୋଧହୁଏ ମାତ୍ର ବା ମାସ ହୋଇଥିଲା।’’ ତାର ଭାବାବେଗ କେବଳ ତାର ବିଧବା ମାଙ୍କ ପାଇଁ। ସେତେବେଳେ ତାର ମାକୁଲି କାମ କରି ଅର୍ଥ ରୋଜଗାର କରି ତାଙ୍କର ବଡ଼ ପରିବାରକୁ ପୋଷଣ କରିବାର ଦାୟିତ୍ୱ ନେଇଥିଲେ। ମୋର ଜଣ ବଡ଼ ଭଉଣୀ ଜଣ ଭାଇ ଅଛନ୍ତି। ଯେତେବେଳେ ମୋର ଜଣେ ଭାଇ ମସ୍ତିଷ୍କ ଜ୍ୱରରେ ପୀଡ଼ିତ ହୋଇ ମରିଗଲେ ମୁଁ  ମୋର ଆଇମାଙ୍କ ଘରୁ ଆମ ଘରକୁ ଗଲି। ସେତେବେଳ ଯାଏ ମୁଁ ଆଇମାଙ୍କ ଘରେ ରହୁଥିଲି ’’

ବର୍ତ୍ତମାନ ଭଳି ତାର ମାଙ୍କ ଘର ପକ୍କା ନଥିଲା ଚେନ୍ନାଇରେ ବର୍ଷା ଦିନରେ ଅଧିକ ବର୍ଷା ହେଉନଥିଲେ ବି ସେମାନଙ୍କର ପରିସ୍ଥିତି ସଙ୍ଗୀନ ହୋଇପଡୁଥିଲା। ଏହାପରେ ସରକାର ମୁଣ୍ଡ ଗୁଞ୍ଜିବା ପାଇଁ ଛାତର ବ୍ୟବସ୍ଥା କରିଦେଲେ। କାଳୀ ସେଥିପାଇଁ କୃତଜ୍ଞ। ସେହିପରି ନିଜ ସ୍ୱପ୍ନ ପୂରଣ କରିବା ପାଇଁ ସହାୟତା କରିଥିବା ପ୍ରତ୍ୟେକ ଲୋକଙ୍କ ନିକଟରେ ବି ସେ କୃତଜ୍ଞ ରହିଛି।

କାଳୀର ସ୍ୱପ୍ନ ହେଉଛି ନାଚିବା, ଯାହାକି କିଛି ନିଆରା କଥା ନୁହେଁ। ନିଆରା କଥା ହେଲା କାଳୀ ଦୁଇଟି ଭିନ୍ନ ଭିନ୍ନ ଶୈଳୀର ନୃତ୍ୟରେ ପାରଙ୍ଗମତା ହାସଲ କରିବାକୁ ଚାହୁଁଥିଲା। ଯେଉଁ ଶୈଳୀକି ସାଧାରଣତଃ ପାଣି ତେଲ ଭଳି କେବେହେଲେ ପରସ୍ପର ସହିତ ମିଶିନଥାଏ। ସେଥିମଧ୍ୟରୁ ଗୋଟିଏ ହେଲା ଶାସ୍ତ୍ରୀୟ ନୃତ୍ୟ ଭାରତନାଟ୍ୟମ୍। ପୂର୍ବରୁ ଦେବଦାସୀ (ମନ୍ଦିର ଏବଂ ପୂଜାରୀମାନଙ୍କ ପ୍ରତି ଆଜୀବନ ସମର୍ପିତା)ମାନେ ଭାରତନାଟ୍ୟମ୍ ନୃତ୍ୟ କରୁଥିଲେ। ବର୍ତ୍ତମାନ ନିଚ୍ଛକ ସତ କଥା ହେଲା ସେହି ନୃତ୍ୟକୁ ଅଧିକାଂଶ ସମ୍ଭ୍ରାନ୍ତ ବର୍ଗର ଲୋକେ ପୃଷ୍ଠପୋଷକତା କରୁଛନ୍ତି ଯେଉଁମାନେ କି ପୂର୍ବରୁ ସେମାନଙ୍କୁ ତ୍ୟାଗ କରୁଥିଲେ ଅନ୍ୟ ଶୈଳୀଟି ହେଲାଲୋକନୃତ୍ୟଯାହାକି ବହୁ ଶତାବ୍ଦୀ ପୁରୁଣା ନୃତ୍ୟଗୁଡ଼ିକର ସମ୍ମିଶ୍ରଣ । ତାହା ତାମିଲନାଡୁର ଗାଁରୁ ଉତ୍ପତ୍ତି ହୋଇଥିବା ବେଳେ ଏବେ ମଧ୍ୟ ସେଠାରେ ଅଭ୍ୟାସ କରାଯାଉଛି

PHOTO • Aparna Karthikeyan

ନିୟମ ଅନୁସାରେ ସେମାନଙ୍କର ପ୍ରଡକ୍ସନ୍ ପକ୍ଷରୁ କରଗମ୍ ବା କଭାଡି ନୃତ୍ୟ ପାଇଁ କୁହାନଯାଇଥିଲେ ଭାରତନାଟ୍ୟମ୍ ନର୍ତ୍ତକମାନେ ଲୋକନୃତ୍ୟରେ ଦକ୍ଷତା ହାସଲ କରନ୍ତି ନାହିଁ ଖୁବ୍ କମ୍ ଲୋକ ନେଇ ତାଲିମ ନେଇଛନ୍ତି, ସେମାନେ ଏକୁଟିଆ ଏହାକୁ ପ୍ରଫେସନାଲ ଭାବେ ଉପସ୍ଥାପନ କରିଥାନ୍ତି। କାଳୀର ଲୋକନୃତ୍ୟ ଶିକ୍ଷକ କାନନ କୁମାର (ତାମିଲନାଡୁରେ ଏକମାତ୍ର ପୂର୍ଣ୍ଣକାଳୀନ ଶିକ୍ଷକ) ବୁଝାଇଲେ ଲୋକନୃତ୍ୟ ହେଉଛି ଏକ ମୂଳଦୁଆ ବା କାନ୍ଥ ପରି। ଭାରତନାଟ୍ୟମ୍ ଯାହାଦ୍ୱାରାକି ମୁଦ୍ରା ମାଧ୍ୟମରେ ଏକ କାହାଣୀ କୁହାଯାଇଥାଏ ତାହା ହେଉଛି କାନ୍ଥରେ ଚିତ୍ରକଳା କରିବା ଭଳି। ତାଙ୍କ ଅନୁସାରେ ଉଭୟ ପରସ୍ପରର ପରିପୂରକ ହୋଇପାରିବେ ନାହିଁ କାଳୀ କିନ୍ତୁ ଆଉ ପାଦେ ଆଗେଇ ଯାଇ ବିନା ଦ୍ୱନ୍ଦ୍ୱରେ ଉଭୟକୁ ଅଭ୍ୟାସ କରୁଛି

କହିବାକୁ ଗଲେ, କେବଳ ଥରେ କାଳୀ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇଥିଲା ଯେତେବେଳେ ସେ ତାର ସ୍କୁଲ ବୋର୍ଡ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲା ସେ କରିବାକୁ ଚାହୁଁଛି ସେଥିନେଇ ନିଶ୍ଚିତ ନଥିଲା ସବୁଠୁ ବୁଦ୍ଧିମାନର କାମ ଥିଲା ଏକ ଚାକିରି କରିବା... ତା ପରିବାରର ଆର୍ଥିକ ସହାୟତା ଆବଶ୍ୟକତା ଥିଲା କିନ୍ତୁ ସେତେବେଳେ ତାର ମାଉସୀ ତାକୁ କୋଭଲାମ୍ ଠାରୁ ଅଳ୍ପ ଦୂରରେ ଥିବା ଦକ୍ଷିଣ ଭାରତର ଏକ ଐତିହ୍ୟ ସଂଗ୍ରହାଳୟ ଦକ୍ଷିଣଚିତ୍ରରେ ମାଗଣାରେ ଲୋକନୃତ୍ୟ ଶିକ୍ଷା ଦିଆଯାଉଥିବା କଥା କହିଲେ କାଳୀକୁ ପ୍ରଥମେ ଖୁବ୍ କଷ୍ଟ କରିବାକୁ ପଡ଼ିଲା। ପରେ ସେ ତାର ଶ୍ରେଣୀରେ ଖୁବ୍ ଉନ୍ନତି କଲା। ଦୁଇ ମାସ ମଧ୍ୟରେ ସେ କରଗଟ୍ଟମ୍, ଓୟିଲାଟମ୍ ଏବଂ ଥାପଟ୍ଟମ୍ ସଂପର୍କରେ ଦକ୍ଷତା ଅର୍ଜ୍ଜନ କଲା। ତାଙ୍କର ଶିକ୍ଷକ କାନନ କୁମାର ଖୁସି ହୋଇ ତାକୁ ଚତୁର୍ଥ ଲୋକନୃତ୍ୟ ଦେବରଟ୍ଟମ ଶିଖାଇଲେ। କେବଳ ତାପରେ ହିଁ ସେ ନୃତ୍ୟରେ ୪ବର୍ଷର ଡିପ୍ଲୋମା ପାଠ୍ୟକ୍ରମ ପାଇଁ କଳାକ୍ଷେତ୍ରକୁ ଆସିଲା

PHOTO • Aparna Karthikeyan

କିଛି ବର୍ଷ ପୂର୍ବରୁ କାଳୀ କଳାକ୍ଷେତ୍ର ସଂପର୍କରେ ଶୁଣି ବି ନଥିଲା କୋଭଲାମ୍ରେ ଏକ ସୁନାମୀ ପୁନର୍ବାସ କେନ୍ଦ୍ରରେ ସେ ନୃତ୍ୟ କରିବା ପରେ ନୃତ୍ୟ ପାଇଁ ତାର ନିଶାକୁ ସାରା ଚନ୍ଦ୍ରା (ଯିଏକି ତାଙ୍କୁ ପୃଷ୍ଠପୋଷକତା କରୁଛନ୍ତି) ପ୍ରଥମେ ଚିହ୍ନଟ କଲେ। ସେ କାଳୀକୁ କଳାକ୍ଷେତ୍ରରେ ନୃତ୍ୟକୁ ଆନୁଷ୍ଠାନିକ ଭାବେ ଶିଖିବାକୁ ପରାମର୍ଶ ଦେଲେ। କାଳୀ ସାକ୍ଷାତକାରରେ ଉତ୍ତୀର୍ଣ୍ଣ ହେଲା। ଅବଶ୍ୟ ତାଙ୍କର ଦୂରସଂପର୍କୀୟ ଖୁଡୀ ଏବଂ କାକାମାନେ ତାକୁ ନୃତ୍ୟଭଳି ଏକ କଳା ସଂପର୍କରେ ତାଲିମ ନେବା ପାଇଁ ନିରୁତ୍ସାହିତ କରିଥିଲେ। ଏବଂ ସେ ନାମ ଲେଖାଇଲା ଏଥିସହ ସେ ବାଧାର ଗୋଟିଏ ପର୍ଯ୍ୟାୟ ଅତିକ୍ରମ କରିଗଲା ପରବର୍ତ୍ତୀ ବାଧା ତାକୁ ଅପେକ୍ଷା କରିଥିଲା

ତାମିଲ ମାଧ୍ୟମ ସ୍କୁଲରୁ ଉତ୍ତୀର୍ଣ୍ଣ ହୋଇଥିବା ଗୋଟିଏ ପିଲା ପାଇଁ ଯିଏକି ଭାରତନାଟ୍ୟମ ଏବଂ ଶାସ୍ତ୍ରୀୟ ସଙ୍ଗୀତ ସହିତ ପରିଚିତ ନଥିଲା କଳାକ୍ଷେତ୍ରରେ ଆରମ୍ଭରେ ତାକୁ ଖୁବ୍ କଷ୍ଟ ହେଲା। ଖାଦ୍ୟ ସଂପୂର୍ଣ୍ଣ ଭାବେ ନିରାମିଷ ଥିଲା। ମାଂସାହାର ସହିତ ସେ ଅଭ୍ୟସ୍ତ ଥିବାବେଳେ ତାର ଶକ୍ତି କମୁଥିଲା। କାଳୀ ହସି କରି କହିଲା, “ସେତେବେଳେ ମୁଁ ଗୋଟେ ମୋଟା ପିଲା ଥିଲି!’’ ସେ ମୋତେ କିଭଳି ନାଚୁଥିଲା ତାହା ଦେଖାଇଲା। ତାର ପେଟ ବାହାରିଥିଲା, ତାର ପାଦ ବେଧାଡିଆ ଥିଲା  ଏବଂ ହାତ ଦୁର୍ବଳ ଥିଲା। ସେ କ୍ୟାମ୍ପସରେ ଥିବା ଯେକୌଣସି ବିଦେଶୀ ଛାତ୍ର (ଅନେକ)ଙ୍କଠାରୁ ଟିକେ ଉନ୍ନତ ଥିଲା। ସେମାନେ ସଂସ୍କୃତି ସହିତ ଯେତିକି ପରିଚିତ ଥିଲେ ସେ ମଧ୍ୟ ସେତିକି ପରିଚିତ ଥିଲା। ଅଧିକନ୍ତୁ ତାର ଏକ ଗୁରୁତର ଦୁର୍ବଳତା ଥିଲା ଯେ ସେ ଇଂରାଜୀ ଭାଷାରେ ଭାବ ବିନିମୟ କରିପାରୁନଥିଲା

ତେଣୁ ସେ ନୃତ୍ୟ କଲା। ସେ ଶବ୍ଦ ବଦଳରେ ଅଙ୍ଗଭଙ୍ଗୀକୁ ବ୍ୟବହାର କଲା; ଖୁବ୍ ଶୀଘ୍ର ବିଦେଶୀମାନଙ୍କ ନିକଟରେ ତାର ଲଜ୍ଜା ଭାବ ଦୂର ହୋଇଗଲା। ଏପରିକି ସେ ସେମାନଙ୍କ ମଧ୍ୟରୁ କିଛି ଜଣଙ୍କ ସହିତ ଭଲ ଭାବେ ମିଶି ମଧ୍ୟ ଗଲା। ପ୍ରଥମ ବର୍ଷ ଷ୍ଟୁଡେଣ୍ଟସ୍ ଡେରେ ସେ ରୁଷ୍ ଏବଂ ଦକ୍ଷିଣ ଆଫ୍ରିକାର ଝିଅମାନଙ୍କୁ  ଓୟିଲାଟ୍ଟମ୍ ନାଚ ନଚାଇଲା। କଳାକ୍ଷେତ୍ରର ତତ୍କାଳୀନ ନିର୍ଦ୍ଦେଶକ ଲୀଳା ଥମ୍ପସନ୍ ତାର ଏହି ଉଦ୍ୟମକୁ ପ୍ରଶଂସା କଲେ। ତାପରେ ସେ ମଧ୍ୟ ତାର ଶ୍ରେଣୀରେ ପ୍ରଥମ ହେଲା। ଧୀରେ ଧୀରେ ତାର ଆତ୍ମବିଶ୍ୱାସ ସହିତ ଜ୍ଞାନ ବୃଦ୍ଧି ପାଇଲା

ଏବେ କାଳୀ ଖୁବ୍ ସହଜରେ ରାଗକୁ ଚିହ୍ନି ପାରୁଛି ପ୍ରଖ୍ୟାତ ନର୍ତ୍ତକୀ ଏବଂ କଳାକ୍ଷେତ୍ରର ପ୍ରତିଷ୍ଠାତ୍ରୀ ରୁକ୍ମଣୀ ଦେବୀ ଅରୁନ୍ଦଲେଙ୍କ ନାମାନୁସାରେ ଆରମ୍ଭ ହୋଇଥିବା ରୁକ୍ମଣୀ ଆରାଙ୍ଗମ୍ ସମାରୋହରେ ନୃତ୍ୟ ସମୟରେ ସେ ରାଗ ସଂପର୍କରେ ଆକଳନ କରି ତାର ଅନେକ ବନ୍ଧୁଙ୍କ ମଧ୍ୟରୁ ଜଣଙ୍କୁ ତାହା ଠିକ୍ କି ନାହିଁ ପଚାରିଲା ସେ ସାଧାରଣତଃ ଏହିପରି। ତାର ନୃତ୍ୟକଳା ପୂର୍ବାପେକ୍ଷା ଖୁବ୍ ଉନ୍ନତ ହୋଇଛି ତାର ଆଦଭୁସ (ପାଦ ସଞ୍ଚାଳନ) ଏବେ ଠିକରେ ହେଉଛି ଏବଂ ଭାବମ୍(ଭାବଭଙ୍ଗୀ) ମଧ୍ୟ ଠିକ୍ ହୋଇଛି

PHOTO • Aparna Karthikeyan

୨୦୧୪ ମସିହା ମାର୍ଚ୍ଚ ୨୮ ତାରିଖରେ ରୁକ୍ମଣୀ ଆରାଙ୍ଗମରେ ତାର ପରୀକ୍ଷା କୁତଚେରୀ (ବାଦନ) ଅନୁଷ୍ଠିତ ହୋଇଥିଲା ତାବ୍ୟାଚର ଆଠଜଣ ଛାତ୍ର ସଂପୂର୍ଣ୍ଣ ମେକଅପ୍ ନେଇ ଷ୍ଟେଜରେ ଏକ ପୂରା ମାର୍ଗମ (କିଛି ନୃତ୍ୟର ସମ୍ମିଶ୍ରଣ ଯାହାକି ଗୋଟିଏ ପରେ ଗୋଟିଏ ହୋଇ ପ୍ରଦର୍ଶିତ ହୋଇଥାଏ)ପ୍ରଦର୍ଶନ କଲେ। ତାର ଶ୍ରେଣୀ ଶିକ୍ଷକ ଇନ୍ଦୁ ନିଦେଶ ଯିଏକି ତାକୁ ଏବଂ ତାର ସହପାଠୀମାନଙ୍କୁ ତାଲିମ ଦେଇଥିଲେ ସେ ନାଥୁଭାଙ୍ଗମରେ ତାଳ ମିଳାଉଥାନ୍ତି। ସେ ତାଙ୍କର ଛାତ୍ରମାନଙ୍କୁ ନେଇ ଗର୍ବ କରିବା କଥା। ଦର୍ଶକେ ଭାବୁଥିଲେ ସେ ନିଶ୍ଚିତ ଭାବେ ଏପରି କରୁଥିବେ।

କାଳୀର ମା’, ତାର ଭାଇ ରଜନୀ (ଯିଏକି କୋଭଲାମରେ ଏକ ଇଡଲି ଦୋକାନ କରିଛନ୍ତି), ତାର ଭଉଣୀ ଏବଂ ସେମାନଙ୍କର ପରିବାର ସଂପର୍କୀୟମାନେ ସମସ୍ତେ ତାର କୁତଚେରୀ ପାଇଁ  କଳାକ୍ଷେତ୍ରକୁ ଆସିଥିଲେ। ଯେତେବେଳେ ମୁଁ କାଳୀର ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରଜନୀଙ୍କୁ ଶୁଭେଚ୍ଛା ଜଣାଇଲି ସେ କହିଲେ ଯେ ଏହା ତାଙ୍କୁ ବେଶୀ କିଛି ଫରକ ପକାଏ ନାହିଁ ଆମେ ଏହି ନୃତ୍ୟ ବିଷୟରେ ବେଶୀ କିଛି ଜାଣୁନା। ଆମେ କେବଳ ଏଠାରେ ବସିଛୁ। ତୁମକୁ ଏହା ଭଲ ଲାଗିଲା ଜାଣି ଖୁସି ହେଲି।’’ କାଳୀ ସେତେବେଳକୁ ସେମାନଙ୍କୁ ଦେଖିବାକୁ ବାହାରକୁ ପଳାଇ ଆସିଥାଏ। ସେ ତାର ମାଙ୍କୁ କୁଣ୍ଢାଇ ପକାଇଲା, ପରିବାର ସହିତ ଫଟୋ ପାଇଁ ପୋଜ୍ ଦେଲା। କିନ୍ତୁ ତାଙ୍କର ସାଙ୍ଗମାନେ ସେମାନଙ୍କ ସହିତ ଫଟୋ ପାଇଁ ତାକୁ ଡାକୁଥିଲେ। ସେ ଭିତରକୁ ଦୌଡ଼ି ଦୌଡ଼ି ଯାଉଥିବାବେଳେ କାନନ କୁମାରଙ୍କୁ ଦେଖିଲା। ସେ ତାଙ୍କର ପାଦତଳେ ଲୋଟିଗଲା। ତାର ଝାଳ ବୋହୁଥିବା ବାହୁ ଧରି ଶିକ୍ଷକ ତାକୁ ତଳୁ ଉଠାଇଦେଲେ ଏବଂ ଆଲିଙ୍ଗନ କଲେ। ତାଙ୍କ ଆଖିରେ ଗର୍ବ ଥିଲା ଏବଂ ଛାତ୍ରମାନେ ମଧ୍ୟ ଖୁବ୍ ଖୁସି ହୋଇଥିଲେ

PHOTO • Aparna Karthikeyan

 “ମୁଁ କେବେହେଲେ ଏହା ମଧ୍ୟରୁ ଗୋଟିଏ ନୃତ୍ୟକୁ ଛାଡ଼ିବି ନାହିଁ ’’ ଖୁବ୍ ଖୁସି ହୋଇ କାଳୀ ଏହା କହିଲା। ପରୀକ୍ଷା ସରିଯାଇଥିବା ଯୋଗୁ ସେ ଖୁବ୍ ଖୁସି ଥିଲା। ସେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛି ବୋଲି ଖବର ଶୁଣିବା ପରେ ଖୁବ୍ ଉନ୍ମାଦିତ ଥିଲା। ସେହିପରି କଳାକ୍ଷେତ୍ରରୁ ଭାରତନାଟ୍ୟମରେ ପିଜି ଡିପ୍ଲୋମା ହାସଲ କରିବା ପରେ ସେ ଉତଫୁଲ୍ଲିତ ହୋଇଥିଲା ବର୍ତ୍ତମାନ କାଳୀ ଧ୍ୱଂସ ହେବାକୁ ବସିଥିବା ଲୋକନୃତ୍ୟ ପାଇଁ କିଛି କରିବା ଲାଗି ଆହୁରି ବଦ୍ଧପରିକର ହୋଇଛି। ସେ ମଧ୍ୟ ଲୋକମାନଙ୍କ ନିକଟରେ ଭାରତନାଟ୍ୟମ୍ ଯେପରି ସହଜରେ ପହଞ୍ଚି ପାରିବ ତାହା ଚାହୁଁଛି ନହେଲେ ଲୋକମାନେ ତାର ସୌନ୍ଦର୍ଯ୍ୟକୁ ଜାଣିପାରିବେ ନାହିଁ ଗୋଟିଏ କ୍ଲାସରେ ଲୋକନୃତ୍ୟ ଏବଂ ଅନ୍ୟ କ୍ଲାସରେ ଭାରତନାଟ୍ୟମ୍, ମୁଁ ଉଭୟକୁ ଶିଖାଇବାକୁ ଚାହୁଁଛି ମୁଁ ଏକ ନୃତ୍ୟ ସ୍କୁଲ କରିବାକୁ ଇଚ୍ଛୁକ। ମୁଁ ଟଙ୍କା ରୋଜଗାର କରିବାକୁ ଚାହେଁ। ମୁଁ ମୋର ମାଙ୍କର ଦେଖାଶୁଣା କରିବାକୁ ଚାହେଁ, ମୁଁ ନାଚିବାକୁ ଚାହେଁ।’’ ଏହି ଯୁବ ନୃତ୍ୟଶିଳ୍ପୀ ଜଣକ ନିଜର ସ୍ୱପ୍ନକୁ ନେଇ ଏଭଳି ତାଲିକା କରୁଛନ୍ତି

(ଭିଡ଼ିଓ ଦେଖନ୍ତୁ- କାଳୀ: ନର୍ତ୍ତକ କାଳୀଙ୍କର ସ୍ୱପ୍ନ:

http://www.ruralindiaonline.org/articles/kali-the-dancer-and-his-dreams )

ଅନୁବାଦ: ଓଡ଼ିଶାଲାଇଭ୍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

Aparna Karthikeyan

ଅପର୍ଣ୍ଣା କାର୍ତ୍ତିକେୟନ ଜଣେ ସ୍ୱାଧୀନ ମଲ୍ଟିମିଡିଆ ସାମ୍ବାଦିକ। ଗ୍ରାମୀଣ ତାମିଲନାଡୁରେ ହଜି ଯାଉଥିବା ଜୀବିକା ଉପରେ ଲେଖୁଛନ୍ତି ଏବଂ ପରୀ ପାଇଁ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରୁଛନ୍ତି।

Other stories by Aparna Karthikeyan