ସବୁଦିନ ସକାଳେ, ବ୍ରହ୍ମପୁତ୍ର ନଦୀରେ ଥିବା ବିଭିନ୍ନଚାର୍‌ ଅର୍ଥାତ୍‌ ମୃତ୍ତିକା କ୍ଷୟ ଓ ଜଳମଗ୍ନ ପ୍ରବଣ କ୍ଷୁଦ୍ର ଦ୍ଵୀପସମୂହରୁ, ଦେଶୀ ଡଙ୍ଗାରେ ଆସାମର ଧୁବ୍ରି ଜିଲ୍ଲାର ଧୁବ୍ରି ସହରକୁ ବହୁ ଦିନ ମଜୁରିଆ ଆସନ୍ତି । ପଡ଼ୋଶୀ ରାଜ୍ୟ ମେଘାଳୟରୁ ମଧ୍ୟ ଅସ୍ଥାୟୀ ଭେଳା ରୂପରେ ବନ୍ଧା ହୋଇଥିବା ବାଉଁଶ ଖଣ୍ଡଗୁଡ଼ିକ ଭାସି ଭାସି ଆସି ଧୁବ୍ରିରେ ଥିବା ଗଦାଧର ଉପନଦୀ ଏବଂ ବ୍ରହ୍ମପୁତ୍ରର ସଂଗମସ୍ଥଳରେ ପହଞ୍ଚେ ।

କିନ୍ତୁ ଏହି ସଂଗମସ୍ଥଳରେ ଏବେ ଜୀବିକା ଅର୍ଜନରେ ସଂକଟ ଉପୁଜିଛି। ଗତ ଦୁଇ ଦଶନ୍ଧି ଧରି ଚିରା ବାଉଁଶର ଚାହିଦା ହ୍ରାସ ପାଇଛି । ବାଡ଼, ପ୍ୟାନେଲ୍‌, ବାଉଁଶର କାନ୍ଥ ଏବଂ କାଠର ପ୍ଲାଇବୋର୍ଡ ତିଆରିରେ ଏହି ବାଉଁଶ ବ୍ୟବହୃତ ହୁଏ । କିନ୍ତୁ ଲଗାତର ବନ୍ୟା ଓ ମୃତ୍ତିକାକ୍ଷୟର ମୁକାବିଲା ପାଇଁ ଆସାମର ବିଭିନ୍ନ ଚାର୍‌ ଏବଂ ଅନ୍ୟାନ୍ୟ ସ୍ଥାନରେ ରହୁଥିବା ଲୋକେ ଏବେ ପାରମ୍ପରିକ କଚ୍ଚାଘର ଏବଂ ବାଉଁଶ ଘର ଛାଡ଼ି, ଟିଣ ଛାତ ଓ ଟିଣ କାନ୍ଥରେ ତିଆରି ଅଭିନବ ଫୋଲ୍‌ଡିଂ ଘରେ ରହିବା ଆରମ୍ଭ କରିଛନ୍ତି । ପଶ୍ଚିମବଙ୍ଗ ଓ ବିହାରରେ ମଧ୍ୟ ଚିରା ବାଉଁଶର ଚାହିଦା ହ୍ରାସ ପାଇଛି, କାରଣ ସେଠାରେ ମଧ୍ୟ ସ୍ଵଳ୍ପ ମୂଲ୍ୟର ଘର ତିଆରିରେ ଇଟା ଓ ଟିଣ ଭଳି ବିକଳ୍ପ ସାମଗ୍ରୀର ବହୁଳ ବ୍ୟବହାର କରାଯାଉଛି ।

Workers arriving from the different islands on the Brahmaputra river to work in Dhubri town.
PHOTO • Ratna Bharali Talukdar

ବ୍ରହ୍ମପୁତ୍ରର ବିଭିନ୍ନ ଦ୍ଵୀପରୁ ଆସିଥିବା ଶ୍ରମିକମାନେ ଧୁବ୍ରିରେ ପହଞ୍ଚୁଛନ୍ତି

କୁଣ୍ଟିର ଚାର୍‌ରୁ ସବୁଦିନ ଧୁବ୍ରିକୁ ଆସନ୍ତି ୩୫ ବର୍ଷୀୟ ମଇନୁଦ୍ଦିନ ପ୍ରମାଣିକ । ଚାରିଟି ସନ୍ତାନର ଜନକ ସେ । ଅତି ସନ୍ତର୍ପଣରେ ଚାପଡ଼ରେ ବାଉଁଶ ଚିରିବା କାମ ବା ସ୍ଥାନୀୟ ଭାଷାରେ ବାଶେର କାଜ୍‌ କରି ସେ ରୋଜଗାର କରନ୍ତି । ଦିନକୁ ୨୫୦ ଟଙ୍କା ରୋଜଗାର କରିବା ପାଇଁ ସେ ଆଠ ଘଣ୍ଟା କାଳ କାମ କରି ହାରାହାରି ୨୦ଟି ବାଉଁଶ ଚିରନ୍ତି । ସ୍ଥାନୀୟ ଠିକାଦାରମାନଙ୍କ ଦ୍ଵାରା ଏଠାକୁ ଅଣାଯାଉଥିବା ଅନେକ ବାଉଁଶ କର୍ମୀଙ୍କ ମଧ୍ୟରୁ ମଇନୁଦ୍ଦିନ ଜଣେ । ସେ କହନ୍ତି, ଆଜିକାଲି ବେଶୀ କାମ ମିଳୁନାହିଁ, ଅତି ବେଶୀରେ ବର୍ଷକରେ ଅଧା ବର୍ଷର କାର୍ଯ୍ୟ ଦିବସ ରହୁଛି ।

Mainuddin Pramanik, 35,  also comes to Dhubri every day from Kuntir char
PHOTO • Ratna Bharali Talukdar
Mainuddin Pramanik, 35,  also comes to Dhubri every day from Kuntir char
PHOTO • Ratna Bharali Talukdar

ମଇନୁଦ୍ଦିନ୍‌ ପ୍ରମାଣିକ (ବାମ) ଦିନକୁ ୨୫୦ଟଙ୍କା ରୋଜଗାର କରିବାକୁ ୮ ଘଣ୍ଟା କାମ କରି ୨୦ଟି ବାଉଁଶ ଚିରନ୍ତି; ରେଜାଉଲ କରିମ (ଡାହାଣ) ମଧ୍ୟ ଧୁବ୍ରି ଫେରିଘାଟରେ ଥିବା ଅନେକ ବାଉଁଶ ଶ୍ରମିକଙ୍କ ମଧ୍ୟରୁ ଜଣେ

Each bamboo log is split into three parts – the top layer is very smooth and used in making bamboo walls; the middle layer is also used for walls, but it’s not so smooth; and the bottom layer is used as a filler in wooden plyboard
PHOTO • Ratna Bharali Talukdar

ଚାପଡ଼ରେ ବାଉଁଶ ଚିରିବା: ଏହି କାମ କେବଳ ଅଧା ବର୍ଷ ପାଇଁ ମିଳେ

ପ୍ରତିଟି ବାଉଁଶ ଖଣ୍ଡକୁ ତିନି ଭାଗ କରି ଚିରାଯାଏ- ଉପର ପରସ୍ତ ଖୁବ୍‌ ମସୃଣ ଏବଂ ଏହା ବାଉଁଶ କାନ୍ଥ ତିଆରିରେ ଲାଗେ; ମଝି ପରସ୍ତ ମଧ୍ୟ କାନ୍ଥ ତିଆରିରେ ଲାଗେ, କିନ୍ତୁ ଏହା ଏତେ ମସୃଣ ନୁହେଁ; ଏବଂ ତଳ ପରସ୍ତକୁ କାଠ ପ୍ଲାଇବୋର୍ଡ୍‌ର ଫାଙ୍କ ଭରିବାରେ ବ୍ୟବହାର କରାଯାଏ ।

ବ୍ୟବସାୟ ମାନ୍ଦା ପଡ଼ିଥିବାରୁ ମାସକୁ ଦୁଇ ଟ୍ରକ୍‌ ସ୍ଥାନରେ ଏବେ ଦୁଇ ମାସରେ ଗୋଟିଏ ଟ୍ରକ୍‌ ବୋଝେଇ ହେଉଛି

ଶ୍ରମିକମାନେ ଚିରାଯାଇଥିବା ବାଉଁଶକୁ ଦଉଡ଼ିରେ ବାନ୍ଧି ବିଡ଼ାଗୁଡ଼ିକୁ କାର୍ଯ୍ୟସ୍ଥଳରେ ଗଦା ଗଦା କରି ରଖନ୍ତି । ପରେ ଏଗୁଡ଼ିକୁ ଟ୍ରକ୍‌ ବା ଅନ୍ୟ ଗାଡ଼ିରେ ବୋଝେଇ କରି ନିଆଯାଏ । ଚିରା ବାଉଁଶ ରଖିବା ପାଇଁ ବହୁତ ଜାଗା ଦରକାର ହୁଏ । ଏଗୁଡ଼ିକ ଖୁବ୍‌ ଶୀଘ୍ର ଖରାପ ହୋଇଯାଏ ଏବଂ ଏହା ଫଳରେ ବଜାର ଦର କମିଯାଏ । ଏହି ବାଉଁଶଗୁଡ଼ିକୁ ପରେ କେବଳ ଜାଳେଣି କାଠ ଭାବରେ ଅତି କମ୍‌ ଦରରେ ବିକ୍ରି କରାଯାଏ ।

The labourers tie the split bamboos with ropes and stack the bundles at the worksite, to be later loaded onto trucks and other vehicles for transportation
PHOTO • Ratna Bharali Talukdar
Split bamboos require large storage spaces
PHOTO • Ratna Bharali Talukdar

ବାଉଁଶ ଗଦା: ଧୁବ୍ରିରେ ନଦୀ ସଂଗମସ୍ଥଳର ଡଙ୍ଗାଘାଟର ଏକ ସାଧାରଣ ଦୃଶ୍ୟ

The steady demand for split bamboos on the chars has declined because people living on the shifting islands now prefer innovative folding houses of tin.
PHOTO • Ratna Bharali Talukdar

ବିଭିନ୍ନ ଚାର୍‌ରେ ଆଜିକାଲି ଗୃହନିର୍ମାଣ ସାମଗ୍ରୀ ଭାବେ ଟିଣକୁ ପସନ୍ଦ କରାଯାଉଛି

ଚାର୍‌ରେ ଚିରା ବାଉଁଶର ପକ୍କା ଚାହିଦା ଏବେ ହ୍ରାସ ପାଇବାରେ ଲାଗିଛି, କାରଣ ଆଜିକାଲି ପରିବର୍ତ୍ତନଶୀଳ ଦ୍ଵୀପଗୁଡ଼ିକରେ ରହୁଥିବା ଲୋକେ ଟିଣ ତିଆରି ଅଭିନବ ଘରଗୁଡ଼ିକୁ ଅଧିକ ପସନ୍ଦ କରୁଛନ୍ତି । ଏଗୁଡ଼ିକ ଅଧିକ ମଜଭୁତ ଏବଂ  ବାରମ୍ବାର ଆସୁଥିବା ବନ୍ୟା ସମୟରେ କିମ୍ବା ଚାର୍‌ର ମୃତ୍ତିକାକ୍ଷୟ ଯୋଗୁଁ ସେମାନେ ଅନ୍ୟସ୍ଥାନକୁ ଯିବାକୁ ବାଧ୍ୟ ହେବା ବେଳେ ଏଗୁଡ଼ିକୁ ସହଜରେ ନିଆଯାଇପାରେ ।

ଅତୀତରେ, ରାଜ୍ୟରେ ବୃକ୍ଷରୋପଣ ବେଳେ ଗଛଗୁଡ଼ିକର ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ସ୍ଵତନ୍ତ୍ର ଭାବେ ବୁଣାଯାଇଥିବା ବାଉଁଶ ବାଡ଼ କିଣାଯାଉଥିଲା । ଆଜିକାଲି ବିଭାଗ ପକ୍ଷରୁ ଲୁହା କିମ୍ବା ପ୍ଲାଷ୍ଟିକ୍‌ର ଜାଲିବାଡ଼ ବ୍ୟବହାର କରାଯାଉଛି । ଏହା ମଧ୍ୟ ଚିରା ବାଉଁଶର ଚାହିଦା ହ୍ରାସ ପାଇବାର ଏକ କାରଣ

Radhakrishna Mandal (extreme right), is a contractor. Workers working on bamboo in the background.
PHOTO • Ratna Bharali Talukdar

ଠିକାଦାର ରାଧାକ୍ରିଷ୍ଣ ମଣ୍ଡଳ ଖଣ୍ଡ ପିଛା ୧୦ ଟଙ୍କା ଦରରେ ବାଉଁଶ କିଣନ୍ତି

ମଙ୍ଗଳବାର ଏବଂ ଗୁରୁବାର, ସ୍ଥାନୀୟ ହାଟ ଦିନରେ ଠିକାଦାର ପାଉଣା ଦିଅନ୍ତି । ମଇନୁଦ୍ଦିନ୍‌ଙ୍କ ଠିକାଦାର ରାଧାକ୍ରିଷ୍ଣ ମଣ୍ଡଳ (ସବା ଡାହାଣରେ) ମେଘାଳୟରୁ ଖଣ୍ଡ ପିଛା ୧୦ ଟଙ୍କା ଦରରେ ବାଉଁଶ କିଣନ୍ତି ଏବଂ ସେଗୁଡ଼ିକ ଚିରିବା ପାଇଁ ମଇନୁଦ୍ଦିନ୍‌ ଏବଂ ଅନ୍ୟ ସାତ ଜଣଙ୍କୁ କାମରେ ଲଗାନ୍ତି ।

ପ୍ରାୟ ଚାରି ବର୍ଷ ତଳ ପର୍ଯ୍ୟନ୍ତ, ମଣ୍ଡଳ ମାସକୁ ଅତି କମ୍‌ରେ ଦୁଇଟି ଟ୍ରକ୍‌ ଭର୍ତ୍ତି ଚିରା ବାଉଁଶ ପଶ୍ଚିମବଙ୍ଗ ଓ ବିହାର ଭଳି ରାଜ୍ୟକୁ ପଠାଉଥିଲେ । ସେ କହନ୍ତି ଯେ ଆଜିକାଲି ସେ ଦୁଇ ମାସରେ ମାତ୍ର ଗୋଟିଏ ଟ୍ରକ୍‌ ଭର୍ତ୍ତି କରିପଠାଉଛନ୍ତି ।

ଧୁବ୍ରି ସହରରେ ଥିବା ଚାରିଟି ଫେରିଘାଟ ୩୫୦ରୁ ଅଧିକ ଚାର୍‌କୁ ସଂଯୋଗ କରେ ଏବଂ ଚାରିଟି ଯାକ ଘାଟରେ ବାଉଁଶ ଚିରିବା ଏକ ସାଧାରଣ କାର୍ଯ୍ୟ ଏବଂ ଜୀବିକା ଅର୍ଜନର ଉପାୟ । ପ୍ରତିଟି ଘାଟରେ ଅତି କମ୍‌ରେ ସାତ ଜଣ ଠିକାଦାର ସେମାନଙ୍କ ବ୍ୟବସାୟ କରନ୍ତି ।

PHOTO • Ratna Bharali Talukdar

ଦିନ ମଜୁରିଆ ଭାବେ କାମ ଖୋଜିବାକୁ ବିଭିନ୍ନ ଦ୍ଵୀପରୁ ଆସୁଥିବା ଶ୍ରମିକରେ ଧୁବ୍ରି ଭରିଯାଇଛି ଏବଂ ମଇନୁଦ୍ଦିନ୍‌ଙ୍କ ପାଖରେ ରୋଜଗାରର ଅନ୍ୟ ବିକଳ୍ପ ଖୁବ୍‌ କମ୍‌

ଯଦିଓ ଏହି ବ୍ୟବସାୟ ଏବେ ଅଚଳାବସ୍ଥାରେ, ତଥାପି ମଇନୁଦ୍ଦିନ୍‌ଙ୍କ ପାଖରେ ଅନ୍ୟ ବିକଳ୍ପ କାମ ନାହିଁ । ନଦୀର ସଂଗମସ୍ଥଳରେ ବୋଝବୁହାଳି, କୁଲି, ରିକ୍ସାଚାଳକ, ଗ୍ୟାରେଜ୍‌ରେ ହେଲ୍‌ପର ଏବଂ ଅନ୍ୟାନ୍ୟ ଦିନ ମଜୁରିଆ କାମରେ ୩୫୦ଟି ଚାର୍‌ରୁ କାମ ଖୋଜିବାକୁ ଆସିଥିବା ଶ୍ରମିକମାନେ ଭରିଗଲେଣି ।

ଅନୁବାଦ: ଓଡ଼ିଶାଲାଇଭ୍‍

Ratna Bharali Talukdar

Ratna Bharali Talukdar is a 2016-17 PARI Fellow. She is the executive editor of Nezine, an online magazine on India's North East. Also a creative writer, she travels widely in the region to cover various issues including migration, displacement, peace and conflict, environment, and gender.

Other stories by Ratna Bharali Talukdar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE