କୋଶୀ ନେପାଳଠାରୁ ବିହାରକୁ ପ୍ରବାହିତ ହେଉଛି । ଏହା ଏକ ଅଶାନ୍ତ ନଦୀ, ଯାହା ନିରନ୍ତର ନିଜ ଗତିପଥ ବଦଳାଇଥାଏ । କିଛି ବର୍ଷ ଧରି ଏହାକୁ ବଳପୂର୍ବକ ଦୁଇ ପାର୍ଶ୍ୱର ବନ୍ଧ ମଧ୍ୟରେ ପ୍ରବାହିତ କରାଯାଉଛି । ଯଦିଓ କୌଣସି ନଦୀକୁ ଚାରିକାନ୍ଥ ମଧ୍ୟରେ ଆବଦ୍ଧ କରି ରଖିବା ସମ୍ଭବ ନୁହେଁ, ତଥାପି ରାଜ୍ୟ ସରକାର କିଲୋମିଟର କିଲୋମିଟର ବ୍ୟାପୀ କାଦୁଅ କାନ୍ଥ ନିର୍ମାଣ କରିବା ଉପରେ ଜୋର୍‌ ଦେଉଛନ୍ତି । ଯେତେବେଳେ ନଦୀର ଜଳପତ୍ତନ ବୃଦ୍ଧି ପାଏ, ସେତେବେଳେ ବନ୍ୟା ଜଳ ବାହାର ଆଡକୁ ବୁହାଇବା ପାଇଁ  ଲୋକମାନେ ବିଭିନ୍ନ ସ୍ଥାନରେ ଏହି ବନ୍ଧଗୁଡିକ ଭାଙ୍ଗି ଦିଅନ୍ତି, ନଚେତ୍‌ ସେମାନେ ଏଥିରେ ବୁଡିଯିବା ସମ୍ଭାବନା ରହିଛି । ପ୍ରତିବର୍ଷ ସରକାର ଏହି ବନ୍ଧଗୁଡିକର ପୁନଃନିର୍ମାଣ କରନ୍ତି । ଏହି କାରଣରୁ ଅବିରତ ସଂଘର୍ଷର ସୂତ୍ରପାତ ହୋଇଛି ।

ଲୋକମାନଙ୍କ ସୁରକ୍ଷା ପାଇଁ ନଦୀ ପାର୍ଶ୍ୱରେ ନିର୍ମାଣ କରାଯାଇଥିବା ବନ୍ଧରେ ବାରମ୍ବାର ଫାଟ ସୃଷ୍ଟି ହେଉଛି । ୧୯୮୪ ରେ କୋଶିରେ ସୃଷ୍ଟି ହୋଇଥିବା ଫାଟ ଯୋଗୁଁ ଭୟଙ୍କର ପରିସ୍ଥିତ ଉପୁଜିଥିଲା, ଏଥିରେ ଅନେକ ଗ୍ରାମ ଧୋଇ ହୋଇଯାଇଥିଲା, ବହୁ ଲୋକ ବୁଡି ଯାଇଥିଲେ ଓ ଲକ୍ଷ ଲକ୍ଷ ବାସହୀନ ହୋଇ ଯାଇଥିଲେ । ୧୯୮୭ ରେ କୋଶିରେ ଆସିଥିବା ବନ୍ୟା ଯୋଗୁଁ ବନ୍ଧରେ ଏକାଧିକ ଫାଟ ସୃଷ୍ଟି ହୋଇଥିଲା ।

ଏଠାର ଲୋକମାନେ ସବୁ ସମୟରେ ବନ୍ୟା ବିଷୟରେ ଆଲୋଚନା କରନ୍ତି – ଯାହା ପୁରୁଣା ଓ ନବନିର୍ମିତ ବନ୍ଧ ମଧ୍ୟରେ, ଆହୁରି ଅଧିକ ପ୍ରଳୟଙ୍କାରୀ ହୋଇଯାଇଛି ।

ଏଠାରେ ପ୍ରଦର୍ଶିତ ହୋଇଥିବା ଫିଲ୍ମର ସୁଟିଂ ଅଗଷ୍ଟ ୨୦୧୫ରେ କରାଯାଇଥିଲା । ଏହା ସୟାନ୍ତୋନି ପାଳଚୌଧୁରୀଙ୍କ ୨୦୧୫ ପରୀ ଫୋଲୋସିପ୍‌ର ଏକ ଅଂଶ ଭାବେ ପ୍ରସ୍ତୁତି କରାଯାଇଥିଲା ।

କ୍ୟାମେରା ଓ ସମ୍ପାଦନା କାର୍ଯ୍ୟ କରିଛନ୍ତି ସମ୍ବିତ୍‌ ଦତ୍ତଚୌଧୁରୀ, ଜଣେ ସିନେମାଟୋଗ୍ରାଫର୍‌ ଓ ଏଡିଟର୍‌ । ଗତ ଦୁଇ ବର୍ଷରୁ ଅଧିକ ସମୟ ହେବ ସେ କୃଷି, ଜନ ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିକ କାହାଣୀ ଉପରେ କାମ କରୁଛନ୍ତି ତଥା ସହଯୋଗ କରୁଛ୍ତି ।

ଅନୁବାଦ: ଓଡ଼ିଶାଲାଇଭ୍‍

Sayantoni Palchoudhuri

Sayantoni Palchoudhuri is an independent photographer and PARI Fellow, 2015. Her work focuses on documenting a broad range of development, health and environment issues across India.

Other stories by Sayantoni Palchoudhuri
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE