ଜୟଶିନ୍ତା ବାନ୍ଦା କିଲ୍ଲାବନ୍ଦର ଗ୍ରାମରେ ଥିବା ତାଙ୍କ ଘରର ବାରଣ୍ଡାରେ ବସି ମାଛ ଧରା ଜାଲ ବୁଣୁଛନ୍ତି । ଏହି ଗ୍ରାମ ମୁମ୍ବାଇ ସହରର ଉତ୍ତର ଭାଗରେ ୧୬ ଶତାବ୍ଦୀରେ ନିର୍ମିତ ବସାଇ ଦୁର୍ଗ ସୀମାରେ ଅବସ୍ଥିତ । ସେ ଏକ ମତ୍ସ୍ୟଜୀବୀ ପରିବାରରୁ ଆସିଛନ୍ତି ଓ ନିଜ ଜାଲ ନିଜେ ବୁଣନ୍ତି । “ଗୋଟିଏ ସମ୍ପୂର୍ଣ୍ଣ କରିବାକୁ ଏକ ମାସ ସମୟ ଲାଗିଥାଏ ବୋଲି”, ସେ କୁହନ୍ତି । ଜୟଶିନ୍ତାଙ୍କ ସ୍ୱାମୀ ଓ ଦୁଇ ପୁଅ ମାଛ ଧରା ଡଙ୍ଗାରେ ଯିବା ପରେ ଓ ତାଙ୍କର ଦୁଇ ଝିଅ ସେମାନଙ୍କ ଚାକିରି ପାଇଁ ମୁମ୍ବାଇ ଯିବା ପରେ, ସେ ଘରର ସମସ୍ତ କାମ ଶେଷକରି ଜାଲ ବୁଣିବା ପାଇଁ ବସିଥାନ୍ତି ।
ଅନୁବାଦ: ଓଡ଼ିଶାଲାଇଭ୍