ତାମିଲନାଡୁର ଏହି ଛୋଟିଆ ସହରଭଳି ଅନ୍ୟ କୌଣସି ସହର ସହ ସାରା ଦେଶର ଗଭୀର ସଂଯୋଗ ନାହିଁ। ଏଠାକାର ମେସିନ ଦେଶର ଅଧିକାଂଶ ରାଜ୍ୟରେ (ଏବଂ ଅନେକ ଆଫ୍ରିକୀୟ ଦେଶରେ ମଧ୍ୟ) ବହୁ ଗଭୀରକୁ ଯାଇଛି। ତିରୁଚେଙ୍ଗୋଡ ହେଉଛି ଦେଶର ବୋରଓ୍ୱଲ ମେସିନର ରାଜଧାନୀ। ବର୍ଷର ଅଧିକାଂଶ ମାସରେ ଏଠାକାର ହଜାର ହଜାର ସଂଖ୍ୟାରେ ମେସିନ୍ ଏବଂ ଅପରେଟର୍ ଗୋଟିଏ ଦିନ​‌ରେ ୧,୪୦୦ ଫୁଟ ଗଭୀର ପର୍ଯ୍ୟନ୍ତ ଯାଇପାରନ୍ତି। ଭଲ ମୌସୁମୀ ବର୍ଷା ନଥିବା ମହାରାଷ୍ଟ୍ର ଭଳି ରାଜ୍ୟଗୁଡ଼ିକରେ ଗତ କିଛି ବର୍ଷ ହେବ ଏମାନେ ଭଲ ବ୍ୟବସାୟ ପାଇଛନ୍ତି। ତେବେ ପାଣିପାଇଁ କେତେକ ରାଜ୍ୟରେ ଏମାନେ ଏବେ କି ମେସିନ ଚଳାଇଛନ୍ତି।

ଖରାଦିନେ ଜଳସଂକଟରେ ପଡୁଥିବା ମହାରାଷ୍ଟ୍ରର ମରଠାଓ୍ୱାଡା ଅଞ୍ଚଳରେ ଏବର୍ଷ [୨୦୧୩]ର ପ୍ରଥମ ତିନି ମାସରେ ହଜାର ହଜାର ସଂଖ୍ୟାରେ ନଳକୂପ ଖୋଳଯାଇଛି। କ୍ଷେତମାନଙ୍କରେ ଯୁଆଡେ ଚାହିଁଲେ ଟ୍ରକରେ ଖଞ୍ଜା ଯାଇଥିବା ବୋରୱେଲ ମେସିନ୍। ଗ୍ରାମାଞ୍ଚଳଗୁଡିକରେ ପାଣି ନଥିବା ବୋରୱେଲ ଗୁଡିକ ଋଣର ବୋଝ ପାଲଟିଛି। ରାସ୍ତାରେ ଦେଖାଯାଉଥିବା ଅନେକ ବୋରୱେଲ ଗାଡି ତାମିଲନାଡୁର। (କିଛି ଆନ୍ଧ୍ର ପ୍ରଦେଶର ଥିଲା)। ମହାରାଷ୍ଟ୍ର ସରକାରଙ୍କର ଜଣେ ବରିଷ୍ଠ ଭୂତତ୍ତ୍ୱବିତ୍ ଦି ହିନ୍ଦୁ କୁ କହିଲେ, “ଦେଖିବାକୁ ମିଳୁଥିବା ଅଧିକାଂଶ ବୋରିଂ ଗାଡି ଗୋଟିଏ ସହରର। ତାହା ହେଉଛି ତାମିଲନାଡ଼ୁ ନମାକାଲ ଜିଲ୍ଲାର ତିରୁଚେଙ୍ଗୋଡ ସହର।

ଶ୍ରୀ ବାଲମୁରୁଗାନ ବୋରୱେଲର ସି. ବାୟାପୁରୀ ମୋତେ ତିରୁଚେଙ୍ଗୋଡରେ କହିଲେ, “ଏବର୍ଷ ମହାରାଷ୍ଟ୍ରର ନାନ୍ଦେଦ ନିକଟରେ ଥିବା ଏକ ଗାଁରେ ମୁଁ ଚାରିବର୍ଷ ରହିଛି। ସେ ଜଣେ ପରିଶ୍ରମୀ ଏବଂ ଦକ୍ଷ ବୋରୱେଲ ମେସିନ୍ ଅପରେଟର୍। ଏହି ଚାରି ମାସ ମଧ୍ୟରେ ମହାରାଷ୍ଟ୍ରର ମାରାଠାଓ୍ୱାଡା ଅଞ୍ଚଳରେ ଏକାକି ଏହି ଅପରେଟର ଜଣଙ୍କ ୫୦୦ ବୋରୱେଲ ଖୋଳିଛନ୍ତି। ସେ କହନ୍ତି, “ମାଟି ଟିକେ କୋହଳ ପଡିଲେ ଦିନକୁ ପ୍ରାୟ ୧,୩୦୦ ଫୁଟ ଖୋଳି ହେବ।  ଅର୍ଥାତ ଗୋଟିଏ ନଳକୂପର ଗଭୀରତା ୩୦୦ ଫୁଟ ହେଲେ, ଦିନକୁ ପ୍ରାୟ ଚାରିଟି ଖୋଳି ହେବ। ଟାଣ ପଡିଲେ ୧,୦୦୦ ଫୁଟରୁ ଅଧିକ ଖୋଲି ହେବ ନାହିଁ।

ଭାରତର କିଛି ଶୁଷ୍କ ରାଜ୍ୟରେ ଜଳ ସେଚନା ନିମନ୍ତେ ୧,୦୦୦ ଫୁଟରୁ ଅଧିକ ଖୋଳିବାକୁ ପଡୁଛି

ଟ୍ରକ୍ ଉପରେ ଖଞ୍ଜା ଯାଇଥିବା ଏହି ବୋରୱେଲ ମେସିନ୍ ପଛେପଛେ ଆଉ ଏକ ବଡ ଗାଡି ଚାଲିଥାଏ। ଏଥିରେ ଆବଶ୍ୟକ ସରଂଜାମ ଏବଂ କର୍ମଚାରୀମାନେ ଯାଇଥାନ୍ତି। ପ୍ରତି ଟିମ୍‌ର ସଂଖ୍ୟା ପ୍ରାୟ ୨୦। ଜଣେ ମ୍ୟାନେଜର, ଦୁଇ ଜଣ ଡ୍ରିଲର, ଦୁଇ ଜଣ ସହଯୋଗୀ, ଦୁଇ ଜଣ ଡ୍ରାଇଭର, ଜଣେ ରୋଷେୟା ଏବଂ ୧୨ ଜଣ ଶ୍ରମିକ। ମେସିନ ଅପରେଟରମାନଙ୍କର ପ୍ରତି ରାଜ୍ୟରେ ଦଲାଲ ଥାଆନ୍ତି। ଅଧିକାଂଶ ଶ୍ରମିକ ବିହାର, ଓଡ଼ିଶା, ଝାଡଖଣ୍ଡ ଏବଂ ଛତିଶଗଡ ରାଜ୍ୟର। ଅଳ୍ପ କିଛି ତାମିଲନାଡୁର। ଦୈନିକ ମଜୁରୀ ପ୍ରାୟ ୨୦୦ ଟଙ୍କା। ତା ସହିତ ତିନକୁ ତିନି ବକ୍ତ ଖାଦ୍ୟ। ବର୍ଷରେ ପ୍ରାୟ ଅଧିକାଂଶ ଦିନ କାମ ଚାଲେ।

ଏହା ଏକ କଠିନ କାମ। ଦର ମଧ୍ୟ କାମକୁ ନେଇ କମ୍ ବେଶି ହୋଇଥାଏ। ଆନ୍ଧ୍ରରେ କିଛି ସ୍ଥାନରେ ଚଟାଣ ଖୁବ୍ ଟାଣ ଥାଏ। ଏଠି ଘଣ୍ଟାକୁ ୮୦ ଫୁଟରୁ ଅଧିକ ଖୋଳିବା ସମ୍ଭବ ନୁହେଁ। ଫୁଟ ପ୍ରତି ଦର ୭୫ ଟଙ୍କା। ତେଣୁ ଦିନକୁ ହଜାରେ ଫୁଟ ଖୋଳିଲେ ୭୫ ହଜାର ଟଙ୍କା ମିଳିଥାଏ। ବାୟାପୁରୀ କହନ୍ତି, “ଯେଉଁଠି ମାଟି କୋହଳ ଥାଏ, ସେଠି ଘଣ୍ଟାକୁ ଅତି କମ୍‌ରେ ୧୨୦ ଫୁଟ ଖୋଳି ହେବ। ସେଠି ଫୁଟ ପିଛା ଦର ୫୬ ଟଙ୍କା। କିନ୍ତୁ  ଦିନକୁ ୧,୩୦୦ ଫୁଟ ପର୍ଯ୍ୟନ୍ତ  ଖୋଳି ହୁଏ  ବା ୭୩,୦୦୦ ପର୍ଯ୍ୟନ୍ତ ମିଳେ। ବର୍ଷକୁ ୨୦୦ ଦିନ କାମ ହେଲେ ଯଥେଷ୍ଟ। ଏହା ପ୍ରାୟ ଦେଢ କୋଟିର ବ୍ୟବସାୟ।

ତିରୁଚେଙ୍ଗୋଡ ଟାଉନ ଏବଂ ତାଲୁକରେ ଥିବା ବୋରିଂ ମେସିନର ସଂଖ୍ୟା କେତେ? ପିଆରଡି ପରିଚାଳନା ନିର୍ଦେଶକ ଟି.ଟି. ପରାନ୍ଥମନ କହିଲେ  ୫,୦୦୦ରୁ ଅଧିକ ନୁହେଁ। ତେବେ ତିରୁଚେଙ୍ଗୋଡର ଟ୍ରକ୍ ମାଲିକ ସଂଘ ସଭାପତି ଏନ.ପି ଭେଲୁଙ୍କ କହିବା କଥା ଏହି ସଂଖ୍ୟା ପାଖାପାଖି ୭,୦୦୦ ହେବ। ତାଙ୍କ ନିଜର ମଧ୍ୟ ବୋରିଂ ମେସିନ୍ ଅଛି। ଆଉ ଅପରେଟରଙ୍କ ସଂଖ୍ୟା ପ୍ରାୟ ୨୦,୦୦୦। ଜଣେ ଶିଳ୍ପଦ୍ୟୋଗୀ କହିଲେ, “ଏଠି ବହୁ ସଂଖ୍ୟାରେ ମେସିନ୍ ଏବଂ ମାଲିକ ଅଛନ୍ତି। କିନ୍ତୁ ଟିକସ୍ ଦୃଷ୍ଟିରୁ ବହୁ ମେସିନ ଅନ୍ୟ ରାଜ୍ୟରେ ପଞ୍ଜିକୃତ ହୋଇଛି।

ଏହା ମଧ୍ୟରେ ରାଜସ୍ଥାନ ଭଳି ଦୂରଦୂରାନ୍ତର ରିଗ ଅପରେଟରମାନେ ଫେରୁଛନ୍ତି। ମେସିନ୍ ସର୍ଭିସିଂ ପାଇଁ ବର୍ଷା ଦୁଇ ତିନି ମାସ କାମ ବନ୍ଦ ରହେ।

ଭେଲୁ କହନ୍ତି ଅଲଗା ଅଲଗା ରାଜ୍ୟରେ ବୋରୱେଲର ଗଭୀରତା ଅଲଗା ଅଲଗା ହୋଇଥାଏ। କର୍ଣ୍ଣାଟକରେ ବୋରୱେଲ ଗଭୀତା ୧,୪୦୦ ଫୁଟରେ ପହଞ୍ଚିଲାଣି। ତାମିଲନାଡୁ ଅପେକ୍ଷା ଏହା ବେଶି କମ୍ ନୁହେଁ। ୧୯୭୦ ମରୁଡି ପରଠାରୁ ଏହି ଅବସ୍ଥା ଆରମ୍ଭ ହୋଇଛି। ଏହି କ୍ଷେତ୍ରରେ ସୁଯୋଗ ଥିବାରୁ ଅନେକ କୃଷକ ଏବଂ ଶ୍ରମିକ ମେସିନ୍ କିଣି ଏଥିରେ ନିୟୋଜିତ ହୋଇଛନ୍ତି। (ବର୍ତ୍ତମାନ ଯେତେ ସଂଖ୍ୟାରେ ମେସିନ୍ ଅଛି, ତାର ପ୍ରାୟ ଏକ ତୃତୀୟାଂଶର ମାଲିକ ହେଉଛନ୍ତି ଏମାନେ)

ଭେଲୁ କହିଲେ, “ପୂର୍ବରୁ ୧୦୦ରୁ ୨୦୦ ଫୁଟ ଖୋଳିଲେ ପାଣି ବାହାରୁଥିଲା। ବେଶୀ ହେଲେ ୩୦୦ ଫୁଟ ଖୋଲିବାକୁ ପଡେ। ଗତ ୫ ବର୍ଷ ହେବ ଗଭୀରତା ବଢି ଯାଇଛି। ” 

ଏହି ସହରର ମେସିନ୍ ଅପରେଟରମାନଙ୍କର ଅନେକ କାହାଣୀ ରହିଛି। ତିରୁଚେଙ୍ଗୋଡ ଏବଂ ଏହାର ଆଖପାଖ ଅଞ୍ଚଳରେ ଏମାନେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ସମୃଦ୍ଧ କରିଛନ୍ତି। ଯେଉଁମାନେ ୧୯୭୦ ଶେଷ ଭାଗରେ ନିରକ୍ଷର ଶ୍ରମିକ ଥିଲେ, ସେମାନେ ନିଜେ ମେସିନ୍ କିଣି ନିଜର ଦାରିଦ୍ର୍ୟତା ଦୂର କରିବାକୁ ସକ୍ଷମ ହୋଇଛନ୍ତି। (କୋଇମ୍ବାଟୁର, କାରୁର ଏବଂ ତିରୁପୁର ସମେତ ତାମିଲନାଡ଼ୁର ଏହି ପୂରା ଅଞ୍ଚଳ, ଏମାନଙ୍କ ବ୍ୟବସାୟର ଏକ କାହାଣୀ ରହିଛି ) ସାରା ଦେଶର ନିରାଶ ହୋଇପଡିଥିବା ଚାଷୀମାନେ ଏମାନଙ୍କ ପାଖରୁ ଅନେକ ପ୍ରତ୍ୟାଶା ରଖନ୍ତି।

ଭୂତଳ ଜଳ ବଣ୍ଟନରେ ଯଦିଓ ସମାନ ପ୍ରକ୍ରିୟା ଅବଲମ୍ବନ ହୋଇଥାଏ, ତେବେ ପରିଣାମ ଗମ୍ଭୀର ହୋଇଥାଏ। ଏହି ଉତ୍ସଗୁଡିକୁ ଅତ୍ୟଧିକ ଶୋଷଣ ଦ୍ୱାରା ସାରା ଦେଶରେ ଭୂତଳ ଜଳ ନିମ୍ନଗାମୀ ହବାରେ ଲାଗିଛି। ଓସମାନାବାଦ ଜିଲ୍ଲାପାଳ କହିଲେ, “ଏହି ଜିଲ୍ଲାରେ(ଯେଉଁଠି ରିଗ୍ ଗୁହିକ ସକ୍ରିୟ ଅଛନ୍ତି) ଚଳିତ ବର୍ଷ [୨୦୧୩ମାର୍ଚ୍ଚ ମାସରେ ଜଳସ୍ତର ୫ ମିଟର ତଳେ ଥିଲା। ଏହା ୫ବର୍ଷର ହାରାହାରି ହିସାବ। ଯଦି ତାମିଲନାଡୁ ଏହି ଗୋଟିଏ ଭାଗରେ ୧୦,୦୦୦ ବୋରୱେଲ ଖୋଳାଯାଉଛି ଏବଂ ପ୍ରତି ବୋରୱେଲ ୧,୦୦୦ ଫୁଟ ହେଲେ ସାରା ଦେଶରେ ଏହା ହାରାହାରି ୧୦ ମିଲିୟନ ଫୁଟ ହେବ। ଯଦି ବର୍ଷରେ ୨୦୦ ଦିନ କାମ ହୁଏ, ତେବେ ଏହି ପରିମାଣ ହେବ ୨ ବିଲିୟନ ଫୁଟ। ଅତ୍ୟଧିକ ଖୋଳିବା ଫଳରେ ପ୍ରଚୁର ପରିମାଣରେ ଭୂତଳ ଜଳ ନିଷ୍କାସିତ ହେଉଛି।

ତିରୁଚେଙ୍ଗୋଡର ରିଗ୍ ଅପରେଟରମାନେ ଦେଶର ବିକାଶ ପାଇଁ ଏହି ରାସ୍ତା ଧରି ନାହାନ୍ତି କି ସେମାନଙ୍କୁ ଭୁଲ ବୋଲି କୁହାଯାଇପାରିବ ନାହିଁ। ଏହି ଲଗାମହୀନ କାମପାଇଁ ସେମାନେ କାହାକୁ ଜୋର ଜବରଦସ୍ତ ମଧ୍ୟ କରି ନାହାନ୍ତି। ଏଠାରେ ବୋରୱେଲ ଅପରେଟରଙ୍କ ସଂଖ୍ୟା ଅଧିକ ଥିଲେ ବି ଦେଶର ଅନ୍ୟ ସ୍ଥାନରେ ମଧ୍ୟ ଅଛନ୍ତି। ଏହି ମେସିନ୍‌ର ଅନ୍ୟ  ବ୍ୟବହାର ମଧ୍ୟ ଅଛି। କିନ୍ତୁ ନଳକୂପ ଖୋଳିବା ଉପରେ ବେଶୀ ଚାହିଦା। ଯେଭଳି ବିସ୍ଫୋରକ ଭାବେ ଖୋଳାଯାଉଛି ଏହା ବିପର୍ଯ୍ୟୟର ସଂକେତ। (ସାରା ଦେଶରେ ଭୂତଳ ଜଳର ଦୁଇରୁ ତିନି ଭାଗ ଜଳସେଚନ ଏବଂ ଚାରିରୁ ପାଞ୍ଚ ଭାଗ ପିଇବା  ପାଇଁ ବ୍ୟବହାର ହେଉଛି। ) ଏହାକୁ ବର୍ତ୍ତମାନ ପରିସ୍ଥିତିରେ ରୋକାଯାଇ ପାରିବ ନାହିଁ।

ଏବେ ଏହାର ଆଖପାଖ ଅଞ୍ଚଳରେ କାହିଁକି ଖୁବ୍ କମ୍ ମେସିନ ଚାଲୁଛି ବୋଲି ତିରୁଚେଙ୍ଗଡର ଜଣେ ଅନୁଭବୀ ବ୍ୟକ୍ତିଙ୍କୁ ପଚାରିଲି। ସେ କହିଲେ, “ଏଠି ଆଉ ପାଣି ନାହିଁ। ପାଖ ଇରୋଡ ସହରରେ ଆମେ ୧୪,୦୦ ଫୁଟ ପର୍ଯ୍ୟନ୍ତ ଖୋଳୁଛୁ। 

ଜୁଲାଇ ୨୮, ୨୦୧୩ରେ ଏହି ଲେଖାଟି ପ୍ରଥମେ ଦି ହିନ୍ଦୁରେ ପ୍ରକାଶ ପାଇଥିଲା

ପଢନ୍ତୁ: ଅନ୍ୟ ଅର୍ଦ୍ଧେକ କିଭଳି ଶୁଷ୍କ

୨୦୧୪ରେ ଯେଉଁ ସିରିଜ ପାଇଁ ପି.ସାଇନାଥ ୱାର୍ଲଡ ମିଡିଆ ଗ୍ଲୋବାଲ ସମିତି ପୁରସ୍କାର ପାଇଥିଲେ, ଏହା ତାର ଏକ ଅଂଶ

ଅନୁବାଦ: ଓଡ଼ିଶାଲାଇଭ୍‍

ଏହି ଅନୁବାଦ ଓଡ଼ିଶାଲାଇଭର ତତ୍ତ୍ୱାବଧାନରେ କରାଯାଇଛି। ଓଡ଼ିଶାଲାଇଭ୍ ହେଉଛି ଭୁବନେଶ୍ୱରସ୍ଥିତ ଏକ ପ୍ରଗତିଶୀଳ ଡିଜିଟାଲ୍ ପ୍ଲାଟ୍ଫର୍ମ ଏବଂ ସୃଜନଶୀଳ ଗଣମାଧ୍ୟମ ଓ ଯୋଗାଯୋଗ ଏଜେନ୍ସି। ଏଠାରେ ଲୋକାଲାଇଜେସନ, କଣ୍ଟେଣ୍ଟ ପ୍ରସ୍ତୁତି, ଭିଡ଼ିଓ ପ୍ରଡକ୍ସନ ଏବଂ ୱେବ୍ ଓ ସୋସିଆଲ୍ ମିଡ଼ିଆ ପରି ବିଭିନ୍ନ କ୍ଷେତ୍ରରେ ଅଡ଼ିଓ ଭିଜୁଆଲ୍ ବିଷୟବସ୍ତୁ, ନ୍ୟୁଜ୍ ଇତ୍ୟାଦି ସେବା ପ୍ରଦାନ କରୁଛୁ।

ଲେଖକ ପରିଚୟ: ପି ସାଇନାଥ ହେଉଛନ୍ତି ପିପୁଲ୍ ଆର୍କାଇଭ୍ ଅଫ୍ ରୁରାଲ ଇଣ୍ଡିଆର ପ୍ରତିଷ୍ଠାତା ସମ୍ପାଦକ। ସେ ଦୀର୍ଘ ଦଶନ୍ଧି ଧରି ଗ୍ରାମାଞ୍ଚଳର ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିଆସୁଛନ୍ତି ଏବଂ ସେ ହେଉଛନ୍ତି ‘ଏଭ୍ରି ୱାନ ଲଭ୍ସ ଏ ଗୁଡ଼୍ ଡ୍ରଟ୍’ର ଲେଖକ।

Other stories by P. Sainath