ଉପକୂଳରେ ପରିଚାଳିତ ହେଉଥିବା ଲିଫ୍ଟ ଜାଲଗୁଡିକ, ଯାହା ଲୋକମାନଙ୍କ ମଧ୍ୟରେ ଚାଇନିଜ୍‌ ମାଛ ଧରା ଜାଲ ଭାବେ ପରିଚିତ, ଦୀର୍ଘ ସମୟ ଧରି କେରଳର କୋଚିରେ ରହୁଥିବା ଅନେକ ମତ୍ସ୍ୟଜୀବୀଙ୍କ ପାଇଁ ଜୀବିକା ନିର୍ବାହର ସ୍ରୋତ ହୋଇ ରହିଥିଲା ।

କିନ୍ତୁ ବିଭିନ୍ନ ପ୍ରକାରର ପରିବର୍ତ୍ତନ ଯୋଗୁଁ ବର୍ତ୍ତମାନ ଏହି ଶିଳ୍ପରେ ଅବନତି ହେଉଥିବା ଦେଖାଯାଉଛି, ଉଭୟ ପରିବେଶ ଜନିତ ଓ ଅର୍ଥନୈତିକ। ଟ୍ରଲର୍‌ ସାହାଯ୍ୟରେ ଅତ୍ୟଧିକ ପରିମାଣର ମାଛ ଧରାଯିବା ଓ ଶିଳ୍ପ ଦ୍ୱାରା ପ୍ରଦୂଷଣ ବୃଦ୍ଧି ହେବା ଯୋଗୁଁ କୋଚି ଦୁର୍ଗର ଚାରିପାଖରେ ମାଛ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି । ଯେତିକି ମାଛ ଧରାଯାଏ, ସେଥିରୁ ମିଳୁଥିବା ଲାଭ ମଧ୍ୟସ୍ଥିମାନେ ବେନିୟମ ଭାବେ ନିଜ ପାଖରେ ରଖିଦିଅନ୍ତି ଓ ମତ୍ସ୍ୟଜୀବୀ ସମ୍ପ୍ରଦାୟକୁ ସେଥିରୁ ମାତ୍ର କିଛି ଅଂଶ ମିଳିଥାଏ ।

ତ୍ରୁଟି-ପୂର୍ଣ୍ଣ ସରକାରୀ ଯୋଜନାଗୁଡିକ, ସେମାନଙ୍କ ନିର୍ଦ୍ଦିଷ୍ଟ ଆବଶ୍ୟକତାକୁ ଦୃଷ୍ଟିରେ ନରଖି ପ୍ରସ୍ତୁତ କରାଯାଇଥିବାରୁ ମତ୍ସ୍ୟଜୀବୀମାନଙ୍କ ସମସ୍ୟା ଦ୍ୱିଗୁଣିତ ହୋଇଯାଇଛି । ଏହାସହିତ, ଜାଲଗୁଡିକର ରକ୍ଷଣାବେକ୍ଷଣ ପାଇଁ ହେଉଥିବା ବ୍ୟୟ ପରିମାଣ ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଏହା ମାଲିକମାନଙ୍କ ପାଇଁ ଅର୍ଥନୈତିକ ଦୃଷ୍ଟିରୁ ଅଫଳପ୍ରଦ ହୋଇଛି ।

ଯୁବକମାନେ ଏହି ବୃତ୍ତିରେ ଆଉ ରହିବାକୁ ଚାହୁଁନାହାନ୍ତି ଓ ଚାଇନିଜ୍‌ ମାଛଧରା ଜାଲଗୁଡିକ କ୍ରମଶଃ କୋଚି ଉପକୂଳ ରେଖାରୁ ଅନ୍ତର୍ଦ୍ଧାନ ହୋଇଯିବ ।

PHOTO • V. Sasikumar
PHOTO • V. Sasikumar

ଅନୁବାଦ: ଓଡ଼ିଶାଲାଇଭ୍‍

V. Sasikumar

V. Sasikumar is a 2015 PARI Fellow, and a Thiruvananthapuram-based filmmaker who focuses on rural, social and cultural issues.

Other stories by V. Sasikumar
Translator : OdishaLIVE

This translation was coordinated by OdishaLIVE– a dynamic digital platform and creative media and communication agency based out of Bhubaneswar. It handles news, audio-visual content and extends services in the areas of localization, video production and web & social media.

Other stories by OdishaLIVE