ଅନୁବାଦ: ଓଡ଼ିଶାଲାଇଭ୍

South 24 Paraganas, West Bengal
|MON, JAN 03, 2022
ସୁନ୍ଦରବନରୁ କାହାଣୀ
ପଶ୍ଚିମବଙ୍ଗର ବିଶାଳ ସୁନ୍ଦରବନ ପଥରେ, ଭୂମି, ଜୀବନ ଓ ଜୀବିକା, ନଦୀ, ଜଙ୍ଗଲ ଏବଂ ଜଳାଶୟ ସହିତ ନିବିଡ଼ ଭାବରେ ଜଡ଼ିତ । ଏହାର ଜଳବାୟୁ, ସଂସ୍କୃତି ଏବଂ ଚ୍ୟାଲେଞ୍ଜ ଦୃଷ୍ଟିରୁ ଏବଂ କାହାଣୀ ଦୃଷ୍ଟିରୁ ଏହା ଅନ୍ୟ କୌଣସି କ୍ଷେତ୍ରଠାରୁ ବିପରୀତ । ଏଗୁଡ଼ିକୁ ଏଠାରେ ପରୀରେ ପଢ଼ନ୍ତୁ – ମହୁ ସଂଗ୍ରହକାରୀ ଏବଂ ଚିଙ୍ଗୁଡ଼ି ଚାଷୀ, ବାଘ ଦ୍ୱାରା, ଝଡ଼ବାତ୍ୟା ଦ୍ୱାରା ବିଧବା ହୋଇଥିବା ମହିଳାଙ୍କ କାହାଣୀ ଏବଂ ବଢୁଥିବା ଜଳସ୍ତର ଦ୍ୱାରା ବିଲୁପ୍ତ ହୋଇଥିବା ଗାଁ, କେଉଁଠି କେମିତି ଥିବା କୌଣସି ସ୍ୱାସ୍ଥ୍ୟ ସେବା ବା ସ୍କୁଲ, ବିସ୍ଥାପନ ଏବଂ ପୁରାଣ, ଉପାସନା ଓ ଚିନ୍ତା, ଦୁଃଖ ଓ ଗୀତ – ସଂଘର୍ଷର କାହାଣୀ ଓ ମାନବୀୟ ଭାବନା ଓ ସ୍ଥିରତାର କାହାଣୀ
Author
Translator
20. ‘ମୋତେ ଘୋଡ଼ାମାରା ଛାଡ଼ିବାକୁ ହେବ, କିନ୍ତୁ ମୁଁ କାହିଁକି ଛାଡ଼ିବି?’
ସୁନ୍ଦରବନର ଘୋଡ଼ାମାରା ଦ୍ୱୀପକୁ ୟାସ ବାତ୍ୟା ସମ୍ପୂର୍ଣ୍ଣ ଛାରଖାର କରିଦେଇଥିଲା ଯାହାର ପରିଣାମ ଆଜି ବି ସେଠାକାର ବାସିନ୍ଦା ଭୋଗୁଛନ୍ତି। ବହୁ ଲୋକ ସେମାନଙ୍କ ଘର ଓ ଜୀବନଜୀବିକା ସଜାଡ଼ିବାରେ ଲାଗିଛନ୍ତି, ହେଲେ ଆଉ କିଛି ବାସସ୍ଥାନ ଛାଡ଼ି ଚାଲିଯିବାକୁ ବାଧ୍ୟ ହୋଇଛନ୍ତି
19. ସୁନ୍ଦରବନରେ ସର୍ପ ଦେବୀଙ୍କୁ ଉତ୍ସର୍ଗୀକୃତ ନାଟକରେ ଅଭିନୟ
ପଶ୍ଚିମବଙ୍ଗର ରଜତ ଜୁବିଲୀ ଗାଁର କୃଷକ ଏବଂ ଶ୍ରମିକମାନେ ଏକାଠି ହୋଇ ସର୍ପ ଦେବୀଙ୍କୁ ଉତ୍ସର୍ଗୀକୃତ ପାରମ୍ପରିକ ସଂଗୀତ ନାଟକ ମନସାପାଲାଗାନ୍ ପରିବେଷଣ କରିବା ପାଇଁ ଏବଂ ଗ୍ରାମୀଣ ଥିଏଟରକୁ ବଞ୍ଚାଇ ରଖିବା ପାଇଁ ଏକତ୍ରିତ ହୋଇଥିଲେ
18. ‘ଆମେ ଆମମାନଙ୍କ ଜୀବନ ବଞ୍ଚାଇବା ପାଇଁ ଗଛଗୁଡିକ ଉପରେ ଚଢିଗଲୁ’
ସୁନ୍ଦରବନରେ ଅମ୍ଫନ ମାଡ ହେବାର ଏକ ବର୍ଷ ପରେ, ମଇ ୨୬ ତାରିଖ ଦିନ ୟାସ୍ ବାତ୍ୟା ମୌସୁନି ଦ୍ୱୀପର ସ୍ଥଳ ଭାଗକୁ ଜଳମଗ୍ନ କରିଦେଇ ଥିଲା। ଏହି ଦ୍ୱୀପଟିର ପରିଦର୍ଶନରେ ପରି ଟିମ୍ ଗଲେ ଏବଂ ଦେଖିଲେ ଲୋକମାନେ ସେମାନଙ୍କର ଭାଙ୍ଗିଯାଇଥିବା ଘରୁ ଯାହା ରକ୍ଷା କରାଯାଇପାରିବ ତାହା ସଂଗ୍ରହ କରୁଥାନ୍ତି
17. ସୁନ୍ଦରବନରେ, ବାଘ-ଛାୟାରେ ଏକ ବିବାହ
ସୁନ୍ଦରବନର ପ୍ରିୟଙ୍କା ମଣ୍ଡଳ ନିକଟରେ ତାଙ୍କ ପିତା ଅର୍ଜୁନ ମଣ୍ଡଳଙ୍କ ସ୍ମୃତି ମଧ୍ୟରେ ରଜତ ଜୁବିଲି ଗ୍ରାମରେ ବିବାହ କରିଛନ୍ତି । ୨୦୧୯ରେ ତାଙ୍କ ପିତାଙ୍କର ଏକ ବାଘ ଆକ୍ରମଣରେ ମୃତ୍ୟୁ ତାଙ୍କ ପରିବାରକୁ ଦୁଃଖ ଏବଂ ଅର୍ଥ ସହ ସଂଘର୍ଷ କରିବାକୁ ଛାଡ଼ି ଦେଇଛି
16. ସୁନ୍ଦରବନରୁ ଧୀରେ ଧୀରେ ଗାଏବ ହେଉଥିବା ଛାତ୍ରଛାତ୍ରୀ
ଏଠାକାର ଗାଁଗୁଡ଼ିକରେ ବିଦ୍ୟାଳୟ ଶିକ୍ଷା ଆଗରେ ଅନେକ ବାଧା ରହିଛି। ବାରମ୍ବାର ଆସୁଥିବା ଝଡ଼ବାତ୍ୟା, ଲୁଣିଚର ମାଡ଼ିଯିବା, ଯାହା ଚାଷ ଓ ମାଛଧରାକୁ କ୍ଷତି ପହଞ୍ଚାଇଛି ଏବଂ ଲକଡାଉନ-ସବୁ ମିଶି ଛାତ୍ରଛାତ୍ରୀଙ୍କ ବିଦ୍ୟାଳୟ ଛାଡ଼ିବା ହାର, ଅଳ୍ପ ବୟସରେ ବିବାହ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରୋଜଗାର ସନ୍ଧାନର ବାଧ୍ୟବାଧକତାକୁ ବଢ଼ାଇ ଦେଇଛି
15. ସୁନ୍ଦରବନରେ ଏକ ବାତ୍ୟା ପରେ
ବନ୍ୟା ଏବଂ ବାତ୍ୟା ସେମାନଙ୍କର ଜମି, ଘର ଏବଂ ଜୀବିକା ନେଇଯିବା ପରେ ସୁନ୍ଦରବନର ଅନେକେ ଏହି ନିକଟ ବର୍ଷମାନଙ୍କରେ ସେମାନଙ୍କର ଗାଁ ଛାଡ଼ିଛନ୍ତି – ଲକ୍ଡାଉନ୍ ମଝିରେ ହୋଇଥିବା ଅମ୍ଫାନ ଦୁଇଦଶକ ମଧ୍ୟରେ ଚତୁର୍ଥ ବାତ୍ୟା
14. ପାଗଳ ଷଣ୍ଢ ପ୍ରାୟ ଲୋକଙ୍କ ଆଡ଼କୁ ମାଡ଼ିଆସିଲା ଜଳପ୍ରଳୟ
ପଶ୍ଚିମବଙ୍ଗର ସୁନ୍ଦରବନରେ, ବୋଝ ଉପରେ ନଳିତା ବିଡ଼ା ଭଳି କୋଭିଡ-19 ଲକଡାଉନ ସମୟରେ ଅମ୍ଫନ ବାତ୍ୟା ଆସିଥିଲା। ପରୀ ସେହି ଅଞ୍ଚଳକୁ ଗସ୍ତ କରିଥିଲା ଏବଂ ବ୍ୟାପକ ଭାବେ ନଷ୍ଟ ହୋଇଯାଇଥିବା ଗଛ, ଘର ଓ ଭିତ୍ତିଭୂମିଗୁଡ଼ିକୁ ଦେଖିଥଲା- ଏବଂ ପୂର୍ବରୁ ଜୀବିକା ହରାଇଥିବା ଲୋକମାନଙ୍କର ଅତିରିକ୍ତ ଦୁଃଖଦୁର୍ଦ୍ଦଶାକୁ ଦେଖିଥିଲା।
13. ସୁନ୍ଦରବନ: ତାଲାବନ୍ଦ ସମୟରେ ମୌସନିରେ ଭଲ ଖାଇବାକୁ ମିଳୁଛି
ପଶ୍ଚିମବଙ୍ଗରେ ଅବସ୍ଥିତ ସୁନ୍ଦରବନର ଦୂରବର୍ତ୍ତୀ ଅଞ୍ଚଳର ଏକ ଛୋଟ ଦ୍ୱୀପ, ଯାହା ଅନେକ ବିପର୍ଯ୍ୟୟର ଯନ୍ତ୍ରଣା ସହିଛି, ଆଜି କୋଭିଡ୍- ୧୯ ସଙ୍କଟ ଓ ତାଲାବନ୍ଦ ଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ନିଜସ୍ୱ ସମ୍ୱଳ ଉପରେ ନିର୍ଭର କରୁଛି ।
12. ଜବରଦଖଲ ଉପରେ ପୋଲ ନିର୍ମାଣର ସମସ୍ୟା
ଉତ୍ତର କୋଲକାତାର କେଇ ଦଶକ ପୁରୁଣା ତଲାହ ବସ୍ତି ପୋଲ ମରାମତି ପାଇଁ ଭଙ୍ଗା ଯିବାର ଗୋଟିଏ ମାସ ପରେ ମଧ୍ୟ, ଯେଉଁ ପରିବାରଗୁଡ଼ିକୁ ସେଠାରୁ କାଢ଼ି ନିଆଯାଇ ଅସ୍ଥାୟୀ ଶିବିରକୁ ପଠାଇ ଦିଆଯାଇଥିଲା ସେମାନେ ନିରପେକ୍ଷ ଥଇଥାନକୁ ଏବେ ବି ଅପେକ୍ଷା କରି ରହିଛନ୍ତି
11. ସୁନ୍ଦରବନ: ‘କେରାଏ ଘାସ ମଧ୍ୟ ଉଠୁନି’
ଦୀର୍ଘ ସମୟ ହେବ ଦୁଃଖ ଦୁର୍ଦ୍ଦଶା ମଧ୍ୟରେ କାଳାତିପାତ କରି ଆସୁଥିବା ପଶ୍ଚିମବଙ୍ଗର ସୁନ୍ଦରବନର ଲୋକମାନେ ବର୍ତ୍ତମାନ ଜଳବାୟୁ ପରିବର୍ତ୍ତନ ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି- ପୁନଃ ପୁନଃ ସଂଗଠିତ ହେଉଥିବା ବାତ୍ୟା, ଅନିୟମିତ ବର୍ଷା, ବୃଦ୍ଧି ହେଉଥିବା ତାପମାତ୍ରା, ହ୍ରାସ ପାଉଥିବା ହିନ୍ତାଳ ବଣ ଏବଂ ବହୁତ କିଛି
10. ବଙ୍ଗୋପସାଗରରେ ମାଛଧରା-୨୨
ଋତୁକାଳୀନ ମାଛ ଧରା ପାଇଁ ଯେଉଁ ମାଛଧରାଳୀମାନେ ବଙ୍ଗୋପସାଗରର ଜନଶୂନ୍ୟ ଦ୍ୱୀପରେ ରହୁଛନ୍ତି ସେମାନେ କହିଲେ ମାଛ ସଂଖ୍ୟା କମୁଥିବା ବେଳେ ପାଣି ନିଶ୍ଚଳ ହୋଇଯାଉଛି ଏବଂ ବଡ଼ ଟ୍ରଲରମାନେ ସେଠାରେ ମାଛ ଧରୁଛନ୍ତି । ଏହାଯୋଗୁ ବାଧ୍ୟହୋଇ ହୁଏତ ସେମାନେ ସେ ସ୍ଥାନ ଛାଡ଼ିବେ।
9. ଧିମା ଟ୍ରେନ୍, କଷ୍ଟ କାମ, କମ୍ ମଜୁରୀ, ଲମ୍ବା ଦିନ
ସୁନ୍ଦରବନ କୂଳରେ ଥିବା ଦୂରନ୍ତ ଷ୍ଟେସନ୍ଗୁଡ଼ିକରୁ ପ୍ରତିଦିନ ଅନେକ ଘରୋଇ କାମବାଲୀ ଦକ୍ଷିଣ କୋଲକାତାକୁ ଆସନ୍ତି। ଛୁଟିହୀନ କର୍ମଦିବସର ଚାହିଦା ସେମାନଙ୍କ ଦୀର୍ଘ ଟ୍ରେନ୍ ଯାତ୍ରାର କଷ୍ଟକୁ ଆହୁରି ବଢ଼ାଇ ଦିଏ।
8. ଆମେ ଯାହା ଚାଷ କରୁଛୁ, କ୍ଷତିରେ ପଡୁଛୁ’
ନଭେମ୍ବର ୨୯-୩୦ ତାରିଖର ଯାତ୍ରା ପାଇଁ ଦିଲ୍ଲୀକୁ ଆସିଥିବା ସୁନ୍ଦରବନର ଚାଷୀମାନେ ସେମାନଙ୍କର ସମସ୍ୟା ଓ ଆଶା କଥା କହୁଛନ୍ତି
7. ମହୁମାଛି ସନ୍ଧାନରେ ବେଙ୍ଗଲରୁ ଛତିଶଗଡ଼
ସୁନ୍ଦରବନର ମହୁ ସଂଗ୍ରହକାରୀମାନଙ୍କୁ ବେଳେବେଳେ ଅନ୍ୟ ରାଜ୍ୟମାନଙ୍କୁ ଡାକରା ଆସେ, ଘର ଭିତରୁ ମହୁମାଛି ବସା ବାହାର କରିବାକୁ। ସେମାନଙ୍କ ପାରିଶ୍ରମିକ ହେଉଛି ମହୁ। ଯାହାକୁ ସେମାନେ ବିକନ୍ତି - ଧମତରି ଜିଲ୍ଲାର ଏହି ଦଳଟି ଭଳି।
6. “ଆମ ଘର ଉଜୁଡି ଯାଉଛି, କାହାରି ଚିନ୍ତା ନାହିଁ”
ଦଶକ ଦଶକ ଧରି, ଘୋରମରା ଦ୍ୱୀପ ଓ ସୁନ୍ଦରବନରୁ ଗ୍ରାମବାସୀମାନେ ସାଗର ଦ୍ୱୀପକୁ ବିସ୍ଥାପିତ ହେଉଛନ୍ତି, କାରଣ ନଦୀ ଓ ବର୍ଷା ସେମାନଙ୍କ ଘରକୁ ଭସାଇ ନେଉଛି। ସେମାନେ ରାଜ୍ୟ ସରକାରଙ୍କଠାରୁ ଅଳ୍ପ କିଛି ସାହାଯ୍ୟ ହିଁ ପାଇଛନ୍ତି।
5. ବାଘଙ୍କ ଦ୍ୱାରା ବିଧବା, ରାଜ୍ୟ ସରକାରଙ୍କ ଦ୍ୱାରା ଅବହେଳିତା
ଆକଳନରୁ ଜଣାଯାଏ ପ୍ରତିବର୍ଷ ସୁନ୍ଦରବନରେ ବାଘଙ୍କ ଦ୍ୱାରା ପ୍ରାୟ ୧୦୦ ଜଣ ଲୋକଙ୍କର ପ୍ରାଣହାନି ଘଟିଥାଏ । କିନ୍ତୁ ପ୍ରଶାସନ ପକ୍ଷରୁ ସେମାନଙ୍କର ବିଧବାମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ମନା କରାଯାଇଥାଏ । ଯାହାଫଳରେ ସେମାନେ ଦୁଃଖ ଓ ଅଭାବ ମଧ୍ୟରେ ଜୀଇଁବାକୁ ବାଧ୍ୟ ହୋଇଥାନ୍ତି
4. ମାଛ ଓ ଚାଷ ପାଇଁ ଆମେ ସୁନ୍ଦରବନ ଆସିଛୁ
ବନ୍ୟା, ଦୁର୍ଭିକ୍ଷ, ବିଭାଜନ, ଦଙ୍ଗା, ଭୂମି ଓ ବୃତ୍ତିର ପ୍ରତିଶ୍ରୁତି ପାଇଁ ଆମେ ପ୍ରଥମେ ସୁନ୍ଦରବନକୁ ସ୍ଥାନାନ୍ତରିତ ହୋଇଥିଲୁ । ନୂତନ ଦେଶରେ ଏହି ନୂଆ ବାସିନ୍ଦାମାନେ ସେତେବେଳେ ରୋଗ, ଭୋକ ଓ ବାଘ ଆକ୍ରମଣ ବିରୋଧରେ ଲଢେଇ କଲେ, କିନ୍ତୁ ସମୟ ଅତିବାହିତ ହେବା ସହିତ ନିଜ ପାଇଁ ଘରର ସନ୍ଧାନ ପାଇପାରିଲେ
3. ନଈରୁ ଥାଳିକୁ: ସୁନ୍ଦରବନର ବାଘୁଆ ଚିଙ୍ଗୁଡ଼ିର ଯାତ୍ରା
ସୁନ୍ଦରବନର ଗାଉଁଲି ମହିଳାମାନଙ୍କ ପାଇଁ, ବାଘୁଆ ଚିଙ୍ଗୁଡ଼ିଯାଆଁଳ ସଂଗ୍ରହ ଏକ ଲାଭବିହୀନ ଏବଂ ଅରୁଚିକର କାମ, ଯଦିଓ ବିକ୍ରୟ ଶୃଙ୍ଖଳର ପରବର୍ତ୍ତୀ ସମୟରେ ଚଢ଼ା ଦରର ଏହି ବ୍ୟଞ୍ଜନ ଅନ୍ୟମାନଙ୍କ ପାଇଁ ଲାଭଦାୟକ ହୋଇଥାଏ ।
2. ମହୁମାଛି ଦଂଶନ ଓ ବ୍ୟାଘ୍ର ହିଂସା
ସୁନ୍ଦରବନର ‘ମଉଲି’ ବା ମହୁ ସଂଗ୍ରାହକମାନେ ଘନ ଓ ଭୟଙ୍କର ଜଙ୍ଗଲରେ ସୁରକ୍ଷାର କୌଣସି ବ୍ୟବସ୍ଥା ନଥାଇ କାମ କରିଥାନ୍ତି- କୁମ୍ଭୀର, ବାଘଙ୍କ ସମ୍ମୁଖୀନ ହୋଇଥାନ୍ତି ଓ ବନ ବିଭାଗ କର୍ମଚାରୀଙ୍କ ହୁକୁମ ମଧ୍ୟ ମାନିଥାନ୍ତି ।
1. ‘ଜରୁରୀକାଳୀନ ସ୍ଥିତିରେ ଆମେ ପ୍ରକୃତରେ ଫସିଯାଉ’
ସୁନ୍ଦରବନରେ ରୋଗରେ ପଡ଼ିବା ଅର୍ଥ ଜୀବନକୁ ବାଜି ଲଗାଇବା। ଦୁର୍ଗମ ଅଞ୍ଚଳରେ ହାତଗଣତି କେତେକ ସ୍ଵାସ୍ଥ୍ୟସେବା କେନ୍ଦ୍ର ଏବଂ ଅଳ୍ପ କେତେଜଣ ଡାକ୍ତର ଥିବାରୁ ଲୋକେ ଭ୍ରାମ୍ୟମାଣ ଚିକିତ୍ସା କେନ୍ଦ୍ର କିମ୍ବା ଅନ୍ୟ ଦୂରବର୍ତ୍ତୀ ବିକଳ୍ପ ଉପରେ ନିର୍ଭର କରନ୍ତି-ଏବଂ ସାଧାରଣତଃ ସେଥିପାଇଁ ବହୁମୂଲ୍ୟ ଦେବାକୁ ପଡ଼େ।
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ସୁନ୍ଦରବନରୁ-କାହାଣୀ




















