ସେମାନେ ପୂର୍ବରୁ ୨୦ କିଲୋମିଟର ଅତିକ୍ରମ କରିସାରିଛନ୍ତି, କିନ୍ତୁ ତଥାପି ସେମାନେ ସୈନିକମାନଙ୍କ ଭଳି ଏକ ଲୟରେ, ଦ୍ରୁତ ଗତିରେ ଏକ ଧାଡିରେ ଚାଲୁଥିଲେ। ସେମାନେ ସେମାନଙ୍କର ଅଳ୍ପ ନଷ୍ଟ ହୋଇଥିବା ସବୁଠାରୁ ଭଲ ପୋଷାକ ପିନ୍ଧିଥିଲେ। ଏବଂ ସେମାନେ ବିଶାଳ କୋରାପୁଟ ଅଞ୍ଚଳର ମାଲକାନଗିରି ଜିଲ୍ଲାର ଏକ ସାପ୍ତାହିକ ହାଟ କିମ୍ବା ଗ୍ରାମୀଣ ବଜାରକୁ ତରତର ହୋଇ ଯାଉଥିଲେ। ସେମାନେ ସେଠାରେ ପହଞ୍ଚିପାରିବେ କି ନାହିଁ ତାହା ଅନ୍ୟ ଏକ ପ୍ରସଙ୍ଗ ଥିଲା। ଜଣେ ସ୍ଥାନୀୟ ବ୍ୟବସାୟୀ - କିମ୍ବା ଋଣଦାତା - ସେମାନଙ୍କୁ ବାଟରେ ଭେଟି ଏବଂ ସମ୍ପୁର୍ଣ୍ଣ ମୂଲ୍ୟ ଦେଇ ସେମାନଙ୍କର ସମସ୍ତ ଦ୍ରବ୍ୟ କିଣି ଦେଇପାରନ୍ତି। ତା’ପରେ ମଧ୍ୟ ସେହି ଦ୍ରବ୍ୟଗୁଡ଼ିକୁ ହାଟ ପର୍ଯ୍ୟନ୍ତ ବୋହିନେବା ପାଇଁ ସେମାନଙ୍କୁ କୁହନ୍ତି।
ଚାରି ଜଣିଆ ଦଳ ଧିରେ ଧିରେ ଚାଲିବା ଆରମ୍ଭ କଲେ ଏବଂ ମୋ ସହ କଥା ହେବା ପାଇଁ ଅଟକି ଗଲେ। ଏହି ପୁରୁଷମାନେ କୁମ୍ଭାର କିମ୍ବା ପାରମ୍ପରିକ କୁମ୍ଭକାର ନୁହଁନ୍ତି । ସେମାନେ ହେଉଛନ୍ତି ଧୁରୁଆ, ଏହି ଅଞ୍ଚଳର ଏକ ଆଦିବାସୀ ଗୋଷ୍ଠୀ। ମୋ ସହିତ କଥା ହୋଇଥିବା ମାଝି ଏବଂ ନୋକୁଲ ଦୁଇଜଣ ମୋତେ ଆଶ୍ୱାସନା ଦେଇଥିଲେ ଯେ କୁମ୍ଭାର ( ଯେ କି ମାଟି ପାତ୍ର ତିଆରି କରନ୍ତି) ସେମାନଙ୍କର ପାରମ୍ପରିକ ବୃତ୍ତି ନୁହେଁ। ଏକ ସ୍ୱେଚ୍ଛାସେବୀ ଗୋଷ୍ଠୀ ଦ୍ୱାରା ଆୟୋଜିତ କର୍ମଶାଳାରେ ସେମାନେ ଏହା ଶିଖିଥିବା ପରି ମନେ ହେଉଥିଲା । କୃଷି ଭଲ ନହେବାରୁ, ସେମାନେ ମାଟି ହାଣ୍ଡି ତିଆରି କରି ରୋଜଗାର କରିବା ପାଇଁ ମନସ୍ଥ କଲେ - ଏବଂ ସେମାନଙ୍କର ଉତ୍ପାଦଗୁଡିକ ସାଧାରଣ କିନ୍ତୁ ପ୍ରକୃତରେ ଭଲ, କଳାତ୍ମକ ମଧ୍ୟ ଥିଲା। ସେମାନେ କହିଲେ, ସେମାନେ ମଧ୍ୟ ପ୍ରଥମରୁ ଭଲ କରିପାରୁ ନଥିଲେ। ନୋକୁଲ ଅଭିଯୋଗ କରନ୍ତି, "ସବୁଆଡେ ଲୋକମାନେ ପ୍ଲାଷ୍ଟିକ ହାଣ୍ଡି ଏବଂ ବାଲ୍ଟି ବ୍ୟବହାର କରୁଛନ୍ତି। ୧୯୯୪ ମସିହାର ବହୁ ପୂର୍ବରୁ ଏହା ଥିଲା। ସେବେଠାରୁ ପ୍ଲାଷ୍ଟିକ୍ ଏକ ଚିରସ୍ଥାୟୀ, ଆପେଆପେ ବ୍ୟାପୁଥିବା ମହାମାରୀ ପରି ସବୁଆଡେ ବ୍ୟାପି ଯାଇଛି।, ଅନେକ ରୂପରେ - ଏବଂ ଏହାର ଏବେ କୌଣସି ବିକଳ୍ପ ନାହିଁ।
ମାଝି କହିଲା, "ହଁ"। ଏହା ସତ୍ୟ ଯେ "ସାହୁକାର ଅନେକ ସମୟରେ ଆମ ଦ୍ୱାରା ଧାର୍ଯ୍ୟ ମୂଲ୍ୟଠାରୁ କମ୍ ମୂଲ୍ୟ ପ୍ରଦାନ କରି ଆମର ସମସ୍ତ ଦ୍ରବ୍ୟକୁ କ୍ରୟ କରି ନିଅନ୍ତି। କିନ୍ତୁ ପରେ ଆମେ ତାଙ୍କଠାରୁ ଟଙ୍କା ଧାର କରିଥାଉ।" ବ୍ୟବସାୟୀ ତା’ପରେ ହାଣ୍ଡିକୁ କମ୍ ପରିଶ୍ରମରେ ହାଟରେ ଅଧିକ ଭଲ ମୂଲ୍ୟରେ ବିକ୍ରି କରନ୍ତି। ସେମାନଙ୍କ ଜିନିଷ ବିକ୍ରି କରିବା ପାଇଁ ସେମାନେ ସେଠାରେ ଅନ୍ୟ ଆଦିବାସୀମାନଙ୍କୁ ନିୟୋଜିତ କରିଛନ୍ତି। ଅବଶ୍ୟ, ଅନେକ ହାଟରେ ପ୍ରକୃତ ଉତ୍ପାଦନକାରୀ ସେମାନଙ୍କର ସାମଗ୍ରୀ ବିକ୍ରୟ କରୁଥିବା ଦେଖାଯାଏ। ଗାଁର ବିଭିନ୍ନ କ୍ଲଷ୍ଟରରେ ଲୋକମାନେ ସପ୍ତାହର ବିଭିନ୍ନ ଦିନରେ ସେମାନଙ୍କର ହାଟ କରିପାରିବେ। ତେଣୁ ଯଦିଓ ହାଟ ପ୍ରତ୍ୟେକ ସ୍ଥାନରେ ସପ୍ତାହକୁ ଥରେ ଅନୁଷ୍ଠିତ ହୁଏ, ଏହି ଅଞ୍ଚଳର ପ୍ରତିଦିନ କୌଣସି ଏକ ସ୍ଥାନରେ ଏକ ହାଟ ଅନୁଷ୍ଠିତ ହୋଇଥାଏ।



