କେ.ଏନ୍. ମହେଶ ଜଣେ ପ୍ରଶିକ୍ଷିତ ପ୍ରକୃତିବାଦୀ ଯିଏକି ପୂର୍ବରୁ ବାଣିଜ୍ୟ ଅଧ୍ୟୟନ କରିଥିଲେ। ସେ ଏବଂ ତାଙ୍କ ପିତା କୁନାଗହାଲି ଗ୍ରାମରେ ଚାଷ କାମ କରନ୍ତି। ଯେତେବେଳେ ସେ ଏହି ନିବନ୍ଧ ପାଇଁ ଫଟୋ ନେଇଥିଲେ ସେତେବେଳେ ସେ ବାନ୍ଦିପୁର ଜାତୀୟ ଉଦ୍ୟାନରେ ଅନୁପ୍ରବେଶକାରୀ ଜଙ୍ଗଲୀ ଗୁଳ୍ମ ଅପସାରଣ ପାଇଁ କାର୍ଯ୍ୟରତ ଏକ ସ୍ଥାନୀୟ ଅଣ ସରକାରୀ ସଂଗଠନ ସହ କାମ କରୁଥିଲେ।
ତାଙ୍କ ଫଟୋ ନିବନ୍ଧ ବନ୍ୟଜୀବଙ୍କ ସହ ରହଣୀ ସମ୍ପର୍କରେ ଏକ ବୃହଦ୍ ସହଯୋଗୀ ଫଟୋଗ୍ରାଫି ପରିଯୋଜନାର ଏକ ଏବଂ ପରିରେ ଛଅଟି ଶୃଙ୍ଖଳ ମଧ୍ୟରୁ ଚତୁର୍ଥ।୨୭ ବର୍ଷ ବୟସ୍କ ମହେଶ କୁହନ୍ତି, ‘‘ଯେତେବେଳେ ମତେ କ୍ୟାମେରା ଦିଆଗଲା ସେତେବେଳେ ମତେ କ୍ଲିକ୍ କରିବା ମଧ୍ୟ ଜଣା ନଥିଲା ଏବଂ ଫଟୋ ନେବାକୁ ମତେ ସଙ୍କୋଚ ଲାଗୁଥିଲା। ଏହାପରେ ମତେ ଯାହା କିଛି ନୂଆ ଏବଂ ମଜାଦାର ଲାଗିଲା, ମୁଁ ତାହାର ଫଟୋ ନେବା ଆରମ୍ଭ କଲି। ମତେ ଏହି ପ୍ରୋଜେକ୍ଟ ଖୁବ୍ ଭଲ ଲାଗିଲା: ଏହା ଦେଇ ଗ୍ରାମମାନଙ୍କରେ କ’ଣ ହେଉଛି ତାହା ଆମେ ଦେଖିଲୁ। ’’














