ମୁଁ ଆଭୂଷଣ ତିଆରି କରିବା ଲାଗି ଶୋଲପିଠ (ଏଶକିନୋମିନ ଆସ୍ପେରା ଏଲ. ଉଦ୍ଭିଦର କର୍କ) ତିଆରି କରିଥାଏ। ଏହା ଏକ ବହୁମୁଖି ସାମଗ୍ରୀ ଯାହାକୁ ବିଭିନ୍ନ ପ୍ରକାର ଆକାର ଓ ଆକୃତିରେ କଟା ଯାଇପାରିବ ଏବଂ ଏହା ମଧ୍ୟ ହାଲୁକା ହୋଇଥାଏ। ଓଡ଼ିଶାରେ ଆମେ ଏହାକୁ ଶୋଲପିଠ କାମ ବୋଲି କହିଥାଉ।
ମୁଁ ଦଶହରା ପାଇଁ ହାର, ଛୁଞ୍ଚିସୂତାରେ କପଡ଼ା କାରୁକାର୍ଯ୍ୟ ବା ଏମ୍ବ୍ରୋଡୋରୀ, ଫୁଲ ଓ ଅନ୍ୟାନ୍ୟ ଶୋ’ପିସ୍ ତିଆରି କରିଥାଏ, କିନ୍ତୁ ଟାହିଆ କାମ ପାଇଁ ମୋତେ ସମସ୍ତେ ଜାଣନ୍ତି। ଓଡ଼ିଶୀ ନୃତ୍ୟାଙ୍ଗନାମାନେ ମୁଣ୍ଡରେ ଏହି ଟାହିଆ ପିନ୍ଧି ମଞ୍ଚରେ ନୃତ୍ୟ ପରିବେଷଣ କରିଥାନ୍ତି।
ପ୍ଲାଷ୍ଟିକ ଟାହିଆ ମଧ୍ୟ ମିଳିଥାଏ କିନ୍ତୁ ସେଗୁଡ଼ିକ ନୃତ୍ୟାଙ୍ଗନାଙ୍କ କେଶମୂଳକୁ କଷ୍ଟ ଦେଇଥାଏ ଫଳରେ ଏହାକୁ ଦୀର୍ଘ ସମୟ ଲାଗି ପିନ୍ଧିବା ସେମାନଙ୍କ ପାଇଁ କଷ୍ଟକର ହୋଇଯାଏ। ଆହୁରି, ପ୍ଲାଷ୍ଟିକକୁ କାଟି ଭିନ୍ନ ଭିନ୍ନ ଡିଜାଇନ ତିଆରି କରିବା ସମ୍ଭବ ନୁହେଁ।
ଆହୁରି ଅନେକ କୁଶଳୀ କାରିଗର ଟାହିଆ ତିଆରି କାମ ଛାଡ଼ି ଦେଇଛନ୍ତି, କିନ୍ତୁ ମୁଁ ଏହି କାମ କରିବାକୁ ଭଲ ପାଏ।












