ଅନୁବାଦ: ଓଡ଼ିଶାଲାଇଭ୍

SANGUR, PUNJAB
|FRI, JUL 27, 2018
ଆଧାର: ବ୍ୟବସ୍ଥାର ବିଜୟ, ଲୋକଙ୍କ ପରାଜୟ
ପରୀରେ ଏମିତି ଅନେକ କାହାଣୀ ରହିଛି ଯେଉଁଥିରେ ଲୋକଙ୍କୁ ରାସନ, ଭିନ୍ନକ୍ଷମ ଭତ୍ତା, ମନରେଗା ମଜୁରୀ, ବୃତ୍ତି ଏବଂ ଅନେକ କିଛି ମିଳିପାରୁନାହିଁ, କାରଣ ୟୁଆଇଡିଏଆଇ ସେମାନଙ୍କ ନାଁର ଭୁଲ ବନାନ ଲେଖିଛି, ସେମାନଙ୍କ ବାୟୋମେଟ୍ରିକ୍ ଭୁଲ ଉଠିଥିଲା ଏବଂ ଏହିପରି ଅନ୍ୟାନ୍ୟ ଭୁଲ ଫଳରେ।
Author
Translator
7. ଭୋଟ ପାଇଁ ସକ୍ଷମ ହେଲେ ଆଧାର ପାଇଁ ନୁହେଁ
କୁଷ୍ଠରେ ପାର୍ବତୀ ଦେବୀଙ୍କ ଆଙ୍ଗୁଠି ସବୁ ନଷ୍ଟ ହୋଇଯାଇଥିଲା। ତାଙ୍କ ଭଳି ଅକର୍ମଣ୍ୟ ହୋଇ ଯାଇଥିବା ଜହାର ସଂଖ୍ୟାର ଲୋକ ଲକ୍ଷ୍ନୌରେ ଅଛନ୍ତି। ଏମାନେ ଆଧାର କାର୍ଡ ପାଇପାରି ନାହାନ୍ତି। ଫଳରେ ଭିନ୍ନକ୍ଷମ ଭତ୍ତା ଏବଂ ରାସନ କାର୍ଡରୁ ଏମାନେ ବଞ୍ଚିତ।
6. ଜାଲ୍ ରାସନ୍ କାର୍ଡ ନା ଭୁଲ୍ ଆଧାର ତଥ୍ୟ?
ମିଶୁନଥିବା ସଂଖ୍ୟା, ଭୁଲ ଫଟୋ, ଲିଭିଯାଉଥିବା ନାଁ, ଟିପଚିହ୍ନରେ ଭୁଲ-ଆନ୍ଧ୍ର ପ୍ରଦେଶର ଅନନ୍ତପୁର ଜିଲ୍ଳାରେ ଆଧାରରେ ଏହା ସବୁ ଦେଖିବାକୁ ମିଳୁଛି। ଏହା ଯୋଗୁ ବିପିଏଲ କାର୍ଡଧାରୀମାନଙ୍କୁ ମାସ ମାସ ଧରି ରାସନ୍ ମିଳୁନାହିଁ।
5. ଲକ୍ଷ୍ମୀଙ୍କ ଠାରୁ ଧନ ଛଡେଇ ନେଲା ଆଧାର
ନିଜ କଷ୍ଟ ଅର୍ଜିତ ମଜୁରି ହାତକୁ ନଆସିବା ଯୋଗୁଁ ଅନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମ୍ ଜିଲ୍ଲାର ମନରେଗା ଶ୍ରମିକମାନେ ବୁଝିଗଲେଣି କେବଳ ଧନର ଦେବୀ ଲକ୍ଷ୍ମୀଙ୍କ ନାମ ଥିଲେ ଜଣେ ଆଧାର ଜନିତ ସମସ୍ୟାରୁ ମୁକ୍ତି ପାଇ ପାରିବନି ।
4. ‘ଆଧାର ଆମଠୁ ସବୁ ନେଇଗଲା’
ଉତ୍ତରାଖଣ୍ଡର ପାହାଡିଆ ଅଞ୍ଚଳରେ ଆଧାର କେନ୍ଦ୍ରକୁ ଯିବା ପାଇଁ ବହୁ ଖର୍ଚ୍ଚାନ୍ତ ହେବା, ନା ଭୁଲ ଥିବା ଏବଂ ଅନ୍ୟାନ୍ୟ କାରଣ ଫଳରେ ଚମ୍ପାୱତ ଜିଲ୍ଲାର ବହୁ ବିଧବା, ଭିନ୍ନକ୍ଷମ ଏବଂ ବୟସ୍କମାନେ ମାସ ମାସ ଧରି ସେମାନଙ୍କର ପେନସନ ପାଇନାହାନ୍ତି।
3. ମଣିଷ ଚିହ୍ନନ୍ତି କିନ୍ତୁ ମେସିନ୍ ଚିହ୍ନେନି
ବୟସ୍କ , ଦିନ ମଜୁରିଆ , ପରଦେଶୀ ଏପରିକି ବେଙ୍ଗାଲୁରୁ ବସ୍ତିଗୁଡିକରେ ଥିବା ଛୋଟ ପିଲାମାନେ ମଧ୍ୟ ଫିଙ୍ଗରପ୍ରିଣ୍ଟ ମେଳକ ନହେବା କାରଣରୁ ସେମାନଙ୍କ ମାସିକ ରାସନରୁ ବଞ୍ଚିତ ହେଉଛନ୍ତି। ଆଧାର ସହ ସେମାନଙ୍କ ଯୁଦ୍ଧରେ ଅଧାର ସବୁବେଳେ ଜିତୁଛି।
2. ଇନ୍ଦୁ ଓ ଆଧାର - ନାଟକ ୨, ଦୃଶ୍ୟ ୨
ଆନ୍ଧ୍ରପ୍ରଦେଶ ଅନନ୍ତପୁରରେ କେମିତି ଆଧାରରେ ଭୁଲ ଯୋଗୁଁ ଅନେକ ଯୁବ ଦଳିତ ଏବଂ ମୁସଲମାନ ସ୍କୁଲ ପିଲାଙ୍କ ଜୀବନ ପ୍ରଭାବିତ ହୋଇଛି, ଏହା ଉପରେ ଆଧାରିତ ପରୀର କାହାଣୀ ଗୁଡିକୁ ପ୍ରାରମ୍ଭିକ ଭାବେ ସ୍ୱାଗତ କରାଯାଇଥିଲା।

ଆଧାର (ଆର୍ଥିକ ଏବଂ ଅନ୍ୟାନ୍ୟ ସବସିଡି, ସୁବିଧା ଏବଂ ସେବାର ଧାର୍ଯ୍ୟ ବିତରଣ) ଆଇନ, ୨୦୧୬
ଆଧାର ଆଇନରେ ଭାରତ ବାସୀଙ୍କୁ ସ୍ୱତନ୍ତ୍ର ପରିଚର ସଂଖ୍ୟା ପ୍ରଦାନ କରି, ସେମାନଙ୍କୁ ସବସିଡି, ସୁବିଧା ଏବଂ ସେବା ଆଦି ସ୍ୱଚ୍ଛ ଏବଂ ସଠିକ୍ ଭାବେ ପହଞ୍ଚାଇବା ବାବଦରେ କୁହାଯାଇଛି। ଏହି ଆଇନ ଅଧୀନରେ ପ୍ରତିଷ୍ଠା ହୋଇଥିବା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ), ଲୋକଙ୍କୁ ଆଧାର ନମ୍ବର ପାଇବା ପାଇଁ ପଞ୍ଜୀକୃତ କରାଇବାରେ ସାହାଯ୍ୟ କରିବା, ସେମାନଙ୍କ ପରିଚୟ ସମ୍ପର୍କିତ ସୂଚନାର ଯାଂଚ କରିବା, ଆଧାର ନମ୍ବର ଜାରି କରିବା ଏବଂ ସରକାରୀ ଏବଂ ଘରୋଇ ସଂସ୍ଥା ଦ୍ୱାରା ମଗାଯିବା ସ୍ଥଳେ ଲୋକଙ୍କ ଦ୍ୱାରା ପ୍ରଦତ୍ତ ସୂଚନା ସଠିକ ବୋଲି ଦର୍ଶାଇବା, କାମ କରିବାକୁ ଦାୟିତ୍ୱ ନେଇଛି।
୨୬ ମାର୍ଚ୍ଚ, ୨୦୧୬। ଭାରତ ସରକାରଙ୍କ ଆଇନ ଓ ନ୍ୟାୟ ମନ୍ତ୍ରାଳୟ
Want to republish this article? Please write to [email protected] with a cc to [email protected]
Donate to PARI
All donors will be entitled to tax exemptions under Section-80G of the Income Tax Act. Please double check your email address before submitting.
PARI - People's Archive of Rural India
ruralindiaonline.org
https://ruralindiaonline.org/articles/ଆଧାର-ବ୍ୟବସ୍ଥାର-ବିଜୟ-ଲୋକଙ୍କ-ପରାଜୟ








