“ ଏହି ଅଧିନିୟମ ବା ଏହା ଅଧିନରେ ନିର୍ଦ୍ଦେଶିତ ଯେକୌଣସି ନିୟମ ବା ଆଦେଶ ଅନୁସାରେ ସାଧୁ ଉଦ୍ଦେଶ୍ୟରେ କରାଯାଉଥିବା ଯେକୌଣସି ବିଷୟ ସମ୍ବନ୍ଧରେ କେନ୍ଦ୍ର ସରକାର ବା ରାଜ୍ୟ ସରକାର ବା କେନ୍ଦ୍ର ବା ରାଜ୍ୟ ସରକାରଙ୍କର କୌଣସି ଅଧିକାରୀ ବା ଅନ୍ୟ କୌଣସି ବ୍ୟକ୍ତିଙ୍କ ବିରୋଧରେ କୌଣସି ମକଦ୍ଦମା, ଅଭିଯୋଜନ ବା ଅନ୍ୟ ସଂବିଧାନିକ କାର୍ଯ୍ୟବିଧି ବିଚାରଯୋଗ୍ୟ ହେବ ନାହିଁ ।
କୃଷକ ଉତ୍ପାଦ ବ୍ୟାପାର ଓ ବାଣିଜ୍ୟ ( ସଂବର୍ଦ୍ଧନ ଓ ସରଳୀକରଣ) ଅଧିନିୟମ, ୨୦୨୦ ର ଧାରା ୧୩ କୁ ଆପଣଙ୍କୁ ସ୍ୱାଗତ (ଯାହାର ଉଦ୍ଦେଶ୍ୟ ହେଉଛି ଏପିଏମ୍ସି ନାମରେ ପରିଚିତ କୃଷି ଉତ୍ପାଦନ ବିପଣନ ସମିତିଗୁଡିକୁ ଦୁର୍ବଳ କରିବା) ।
ଆଉ ଆପଣ ଭାବୁଛନ୍ତି ଯେ ନୂଆ ନିୟମ କେବଳ କୃଷକମାନଙ୍କ ପାଇଁ ଉଦ୍ଦିଷ୍ଟ? ନିଶ୍ଚିତ ଭାବେ, ଏପରି ଅନ୍ୟ ନିୟମମାନ ରହିଛି ଯାହା ଜନସେବକମାନଙ୍କୁ ସେମାନଙ୍କ ସମ୍ବିଧାନିକ କର୍ତ୍ତବ୍ୟକୁ ପୂରଣ କରିବାରେ ଅଭିଯୋଜନଠାରୁ ଦୂର ରଖିଥାଏ । ହେଲେ, ଏହା ସେ ସବୁଠାରୁ ବହୁତ ଆଗରେ। ‘ସାଧୁ ଉଦ୍ଦେଶ୍ୟରେ’ କରାଯାଉଥିବା ‘ଯେକୌଣସି କାମ ପାଇଁ ’, ସେମାନେ ଯାହା କଲେ ମଧ୍ୟ, ସେମାନଙ୍କୁ ମିଳୁଥିବା ପ୍ରତିରକ୍ଷା ସୁଦୂରପ୍ରସାରୀ ଅଟେ । ଯଦି ସେମାନେ ‘ସାଧୁ ଉଦ୍ଦେଶ୍ୟରେ’ କୌଣସି ଅପରାଧିକ କାର୍ଯ୍ୟ କରନ୍ତି, ତାହାହେଲେ ମଧ୍ୟ, ସେମାନଙ୍କୁ ଯେ କେବଳ ଅଦାଲତକୁ ଟଣାଯାଇ ପାରିବ ନାହିଁ ତାହା ନୁହେଁ – ବରଂ ସେମାନେ ଯେଉଁସବୁ ଅପରାଧ କରିବାକୁ ଯାଉଛନ୍ତି, ତାହା ବିରୋଧରେ ସମ୍ବିଧାନିକ କାର୍ଯ୍ୟବିଧି ଗ୍ରହଣ କରାଯିବାଠାରୁ ମଧ୍ୟ ସୁରକ୍ଷା ପ୍ରଦାନ କରାଯାଇଛି (ନିଶ୍ଚିତଭାବେ ‘ସାଧୁ ଉଦ୍ଦେଶ୍ୟରେ’) ।
ଯଦି ଆପଣ ଏହି ଏହି ପଏଣ୍ଟ ଦେଖିପାରି ନାହାନ୍ତି – ଯେ କୋର୍ଟରେ ଆପଣଙ୍କ ପାଇଁ ଅନ୍ୟ କୌଣସି ବିଧିକ ଉପାୟ ନାହିଁ – ଧାରା ୧୫ରେ ଏହା କୁହାଯାଇଛି ଯେ -:
“କୌଣସି ସିଭିଲ୍ କୋର୍ଟ ପାଖରେ, ଏହି ଅଧିନିୟମ ଦ୍ୱାରା ବା ଏହା ଅନ୍ତର୍ଗତ ବା ଏହା ଅନୁସାରେ ତିଆରି କରାଯାଇଥିବା ନିୟମଗୁଡିକ ଅନୁସାରେ କ୍ଷମତାପ୍ରାପ୍ତ ଯେକୌଣସି ପ୍ରାଧିକାରୀଙ୍କ ଉପରେ କୌଣସି ସନ୍ଦର୍ଭରେ କୌଣସି ମକଦ୍ଦମା ବା କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରିବାର ଅଧିକାର ରହିବ ନାହିଁ. ଯାହାର ସଂଜ୍ଞା ତାଙ୍କ ଦ୍ୱାରା ନିଆଯାଇପାରିବ ବା ଯାହାର ସମାଧାନ କରାଯାଇପାରିବ’’।
‘ସାଧୁ ଉଦ୍ଦେଶ୍ୟରେ’ ଏହି କାମ କରୁଥିବା ‘ଅନ୍ୟ ବ୍ୟକ୍ତି ଜଣକ’ କିଏ ଅଟେ, ଯାହା ବିରୋଧରେ ବିଧି ସମ୍ମତ ଆପତ୍ତି ଅଣାଯାଇ ପାରିବନାହିଁ ? ସଙ୍କେତ : ସେହି ପ୍ରଭାବଶାଳୀ କର୍ପୋରେଟ୍ଙ୍କ ନାମ ଶୁଣିବାକୁ ଚେଷ୍ଟା କରନ୍ତୁ ଯାହାର ନାମ ବିରୋଧ କରୁଥିବା ଚାଷୀଙ୍କ ଦ୍ୱାରା ଉଚ୍ଚାରଣ କରାଯାଉଛି । ଏହା ବ୍ୟବସାୟକୁ ସହଜ କରିବା ବିଷୟରେ ଅଟେ – ବହୁତ, ବହୁତ ବଡ ବ୍ୟବସାୟ ବିଷୟରେ ।
“କୌଣସି ମକଦ୍ଦମା, ଅଭିଯୋଜନ ବା ଅନ୍ୟ ସମ୍ବିଧାନିକ କାର୍ଯ୍ୟାନୁଷ୍ଠାନ ବିଚାର କରିବା ଯୋଗ୍ୟ ହୋଇପାରିବ ନାହିଁ …” ଏହା କେବେଳ ଚାଷୀମାନଙ୍କ କଥା ନୁହେଁ, ଯେଉଁମାନେ ବ୍ୟବହାର କରିପାରିବେ ନାହିଁ । ଏହା ଜନ ହିତକର ମାଲିମକଦ୍ଦମା ଉପରେ ମଧ୍ୟ ଲାଗୁ ହେବ । ଲାଭ ପାଉନଥିବା ସମୂହ କିମ୍ବା ଚାଷୀ ସଂଗଠନ ବା କୌଣସି ନାଗରିକ (ସାଧୁ ବା ଖରାପ ଉଦ୍ଦେଶ୍ୟ ପ୍ରଣୋଦିତ) ମଧ୍ୟ ହସ୍ତକ୍ଷେପ କରିପାରିବେ ନାହିଁ ।
ଏଗୁଡିକ ନିଶ୍ଚିତ ଭାବେ ୧୯୭୫-୭୭ର ଆପାତକାଳ (ଯେତେବେଳେ ଆମେମାନେ ଆମର ସମସ୍ତ ମୌଳିକ ଅଧିକାର ସ୍ଥଗିତ ରଖିଦେଇଥିଲୁ) ପରବର୍ତ୍ତୀ ସେହି ଆଇନ୍ଗୁଡିକ ମଧ୍ୟରୁ ଗୋଟିଏ ଆଇନ୍ ଯାହା ନାଗରିକମାନଙ୍କୁ ବ୍ୟାପକଭାବେ ଆଇନ୍ଗତ ଅଧିକାର ପ୍ରଦାନ କରିବାଠାରୁ ବଞ୍ଚିତ କରୁଛି ।







