ଗୋଟିଏ ପୋଖରୀ ପାଖରେ ଛିଡ଼ା ହୋଇ ମୁଲା ଦୀର୍ଘନିଃଶ୍ୱାସ ପକାଇ କହିଲେ “ବୋଧହୁଏ ଫୋନ୍ ପାଖରେ ମୋର ଟଙ୍କା ଅଛି।’’ ସେହି ପୋଖରୀକୁ ଖୋଳିବାରେ ସେ ସହାୟତା କରିଥିଲେ। ଏହା ଏକ ଶୀତୁଆ ସକାଳ ଥିଲା । ପବନ ବୋହୁଥିଲା । ଅନେକ ମାସ ଧରି ମଜୁରୀ ନ ପାଇବା ପରେ ଶେଷରେ ମୁଲା ସେ ସଂପର୍କରେ ଏକ ସନ୍ଧାନ ପାଇଲେ । କିମ୍ବା ସେ ଏପରି ଭାବୁଥିଲେ ।
ବାରମ୍ବାର ତାଙ୍କ ଅଫିସ୍ ସାମ୍ନାରେ ବିକ୍ଷୋଭ ହେବା ପରେ ଶେଷରେ ଜାନୁଆରୀ ୨୦୧୮ରେ ସୀତାପୁରର ଅତିରିକ୍ତ ପ୍ରୋଗ୍ରାମ ଅଫିସର(ମନରେଗା) ବିକାଶ ସିଂହ ଘୋଷଣା କଲେ ଯେ ମନରେଗା ମଜୁରୀ ଏୟାରଟେଲ ପେମେଣ୍ଟ ବ୍ୟାଙ୍କ ମାଧ୍ୟମରେ ଖୋଲା ଯାଇଥିବା ୯୮୭୭ଟି ଆକାଉଣ୍ଟକୁ ଜାନୁଆରୀ ୨୦୧୭ରୁ ଯାଉଛି। ସିଂହଙ୍କ ଭାଷାରେ ସେହିସବୁ ନୂଆ ଆକାଉଣ୍ଟ ଏକ ନୂଆ ସିମ୍ କାର୍ଡ କିଣାଯିବା ସମୟରେ “ଗ୍ରାହକମାନଙ୍କୁ ସୂଚନା ଦିଆନଯାଇ ଏବଂ ସେମାନଙ୍କର ଅନୁମତି ନିଆ ନଯାଇ’’ ଖୋଲାଯାଇଥିଲା ।
‘ଆଧାର ଭିତ୍ତିକ ସିମ୍ ଭେରିଫିକେସନ୍’ ସମୟରେ ଅନ୍ଲାଇନ୍ଗ୍ରାହକ ସଂଗ୍ରହ ଫର୍ମର ଗୋଟିଏ ବକ୍ସରେ ଠିକ୍ଚିହ୍ନ ମାରିବା ଦ୍ୱାରା ହିଁ ଏହି ସୂଚନା ଦିଆଯାଇ ନ ଥିବା ଅନୁମତି ନିଆଯାଇଥିଲା ଯାହା ଫଳରେ ଏହି ନୂଆ ଆକାଉଣ୍ଟଗୁଡ଼ିକୁ ଟଙ୍କା ଜମା ହୋଇଯାଇଛି। ଏହି ଉପାୟ ୟୁନିକ୍ଆଇଡେଣ୍ଟିଫିକେସନ୍ଅଥରିଟି ଅଫ୍ଇଣ୍ଡିଆ:ର ଏକ ସୁରକ୍ଷିତ ନିର୍ଦ୍ଦେଶାବଳି, ଯାହା ଦ୍ୱାରା ଆଧାର ନମ୍ବର ସହ ସଂଯୁକ୍ତ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଆପେ ଆପେ ସିଧାସଳଖ ସରକାରୀ ଟଙ୍କା ଆସିଯାଏ ।
ପାର୍ସି ଦଳିତ ସଂପ୍ରଦାୟର ୪୫ ବର୍ଷୀୟ ମୁଲା ସିଂହଙ୍କର ଘୋଷଣା ଦ୍ୱାରା ଟିକେ ଆଶାୟୀ ହୋଇପଡ଼ିଲେ । ସେ ମଧ୍ୟ ୨୦୧୬ରେ ଏୟାରଟେଲର ସିମ କାର୍ଡ ସହିତ ଏକ ଫୋନ୍ କିଣିଥିଲେ। ପଡୋଶୀମାନଙ୍କଠାରୁ ଏୟାରଟେଲ ସିମ୍ କାର୍ଡରେ ଖୁବ୍ ଲାଭ ମିଳୁଥିବା କଥା ଶୁଣି ଦିନେ ସକାଳେ (ସିମ୍ କାର୍ଡର ଦାମ୍ ୪୦ ଟଙ୍କା ଥିବାବେଳେ ସେଥିରେ ୩୫ ଟଙ୍କାର ଟକ୍ ଟାଇମ୍ ମିଳୁଥିଲା)ମୁଲା ଏବଂ ତାଙ୍କର ପୁଅ ନାଗରାଜ ସେମାନଙ୍କର ଗାଁ ଉତ୍ତରପ୍ରଦେଶର ସୀତାପୁର ଜିଲ୍ଲାର ଦାଡେଓରାରୁ ୪ କିମି ଦୂରରେ ମାଛରେଟା ବ୍ଲକ୍ର ପରସଦାରେ ଥିବା ମୁଖ୍ୟ ବଜାରକୁ ଚାଲି ଚାଲି ଗଲେ । ସେଠାରେ ସେମାନେ ଯେଉଁ ଦୋକାନରୁ ଏକ ମୋବାଇଲ ଫୋନ୍ କିଣିଲେ (ସେବେଠାରୁ ଦୋକାନ ବନ୍ଦ ହୋଇଯାଇଛି) ସେହି ଦୋକାନୀ ମୁଲାଙ୍କୁ ତାଙ୍କର ଆଧାର କାର୍ଡର ଏକ ନକଲ ମାଗିଲା । ତାଙ୍କ ପୁଅ ପାଖରେ ଆଧାର କାର୍ଡ ନଥିବାରୁ ମୁଲା ତାଙ୍କର ଆଧାର କାର୍ଡର ନକଲ ଦେଲେ ।





