‘‘ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ଆମର ଦାୟିତ୍ୱ। ପ୍ରଶ୍ନ ପତ୍ର ସୁରକ୍ଷିତ ରଖିବା କର୍ତ୍ତୃପକ୍ଷଙ୍କର ଦାୟିତ୍ୱ।’’ ବେଶ୍ କ୍ଷୁବ୍ଧ ଦିଶୁଥିବା ଅଂଶୁ କୁମାରୀ କହନ୍ତି।
ବୟସ ୨୪ ବର୍ଷ ବୟସ କିନ୍ତୁ ପ୍ରତିଯୋଗିତାମୂଳକ ପରୀକ୍ଷାର ଚାପ ବେଶ୍ ଭଲ ଭାବରେ ବୁଝନ୍ତି। ସେ ଗୋଟିଏ ବିଦ୍ୟାଳୟରେ ଶିକ୍ଷୟିତ୍ରୀ ଭାବରେ କାମ କରନ୍ତି ଓ ତାହା ସହିତ ଶିକ୍ଷାରେ ସ୍ନାତକ ଡିଗ୍ରୀ ପାଇଁ ମଧ୍ୟ ଏକ ମୁକ୍ତ ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ କରିବା ପାଇଁ ସେଣ୍ଟ୍ରାଲ୍ ଟିଚର୍ ଇଲିଜିବିଲିଟି ଟେଷ୍ଟ (ସିଟିଇଟି) ପାଇଁ ପ୍ରସ୍ତୁତ ହେଉଛନ୍ତି। ଯାହାଫଳରେ ସେ ରାଜ୍ୟ ସରକାରଙ୍କ ବିଦ୍ୟାଳୟରେ ଚାକିରି ପାଇପାରିବେ।
୨୦୨୩ ଏବଂ ୨୦୨୪ରେ ଅଂଶୁ ବ୍ୟାଙ୍କିଙ୍ଗ୍ ନିଯୁକ୍ତି ପରୀକ୍ଷାରେ ପରୀକ୍ଷା ଦେଇଥିଲେ, ଆଶା କରିଥିଲେ ଯେ ସରକାରୀ ଚାକିରିଟିଏ ମିଳିଯିବ କିନ୍ତୁ କୌଣସି ସଫଳତା ହାସଲ କରିପାରିନଥିଲେ ତେଣୁ ସେ ଶିକ୍ଷକତା କରିବାକୁ ବାଛିଲେ ଓ ରାଜ୍ୟ ଶିକ୍ଷକତା ପରୀକ୍ଷା ପାଇଁ ରାତି ଅନିଦ୍ରା ହୋଇ ପାଠ ପଢ଼ିଲେ।













