ଉତ୍ତର ୨୪ ପ୍ରଗଣାର ଦତ୍ତପୁକୁର ନିକଟସ୍ଥ ଏକ ଗ୍ରାମରୁ ଆସିଥିବା ଶ୍ୟାମଲ ମାନ୍ନା କୁହନ୍ତି, ‘‘ଆପଣ ଜାଣନ୍ତି କି ଆମେ ଆମର ଚେହେରା ମାସ୍କ ପଛରେ କାହିଁକି ଲୁଚାଉଛୁ? ଆମେ ତାହା ପଛରେ ନିଜର ଯନ୍ତ୍ରଣା ଲୁଚାଉଛୁ।’’
କକ୍ରୋଚ ଜନତା ପାର୍ଟିର ଆହ୍ୱାନରୁ ଆରମ୍ଭ ହୋଇଥିବା ଦିଲ୍ଲୀର ଘଟଣାବଳୀ ସାରା ଦେଶରେ ଜୋର୍ ଧରିଛି। କୋଲକାତାରେ ଚାଲିଥିବା ବିରୋଧ ପ୍ରଦର୍ଶନରେ ସାଧାରଣ ମିମ୍ ଏବଂ ପୋଷ୍ଟର ବ୍ୟତୀତ, ଅନେକ ଯୁବକ ଆଇରନ୍ ମ୍ୟାନ୍, ସୁପରମ୍ୟାନ୍ ଏବଂ ଅନ୍ୟ ଅନ୍ୟାୟ ସଂହାରକାରୀ ଚଳଚ୍ଚିତ୍ର ଚରିତ୍ରଗୁଡ଼ିକର ମୁଖା ପିନ୍ଧିଥିଲେ।
ଜୁଲାଇ ୨୪ରେ ହୋଇଥିବା କୋଲକାତା ରାଲି ଅପରାହ୍ଣ ପ୍ରାୟ ୨:୪୫ ସମୟରେ ସିଆଲ୍ଦା ଷ୍ଟେସନ୍ରୁ ଆରମ୍ଭ ହୋଇଥିଲା ଏବଂ ଏହାର ଗନ୍ତବ୍ୟ ସ୍ଥଳ ଥିଲା ଏସ୍ପ୍ଲାନେଡ୍। ସ୍ଥାନୀୟ ଖବର କାଗଜ ଅନୁଯାୟୀ ଦଶ ହଜାର ଲୋକ ଏକାଠି ହୋଇଥିଲେ। ସଂନ୍ଧ୍ୟା ୬ଟା ବେଳକୁ ଆନ୍ଦୋଳନକାରୀ ଏବଂ ପୋଲିସ୍ ମଧ୍ୟରେ ଏକ ସାମାନ୍ୟ ବାକ୍ ବିତଣ୍ଡାରୁ କଥା ପାଣି ମାଡ଼ରେ ପହଞ୍ଚି ଯାଇଥିଲା।


















