ଦଶରଥ ମୁସହରଙ୍କ ଘରଠାରୁ ମାତ୍ର ୧୦୦ ମିଟର ଭିତରେ ଗୋଟିଏ ହାତ-ପମ୍ପ ଚାଳିତ ନଳକୂପ ରହିଛି। ସ୍ତ୍ରୀଲୋକମାନେ ଗାଧୁଆପାଧୁଆ ଓ ଲୁଗାପଟା ସଫା କରୁଥିବାରୁ ପୁରା ଦିନସାରା ପମ୍ପମାରି ପାଣି କାଢ଼ିବା ଶବ୍ଦ ଶୁଭେ।
କିନ୍ତୁ ରାଜ୍ୟ ପକ୍ଷରୁ ୱର୍ନର ଗାଁରେ ବସା ଯାଇଥିବା ହାତ-ପମ୍ପ ଚାଳିତ ନଳକୂପ ଦଶରଥଙ୍କ ପରିବାର ପାଇଁ ଅପହଞ୍ଚ। ମୁସହରମାନେ ଦଳିତ ସମୁଦାୟର ହୋଇଥିବାରୁ ପଲାମୁ ଗାଁର ନଳକୂପରୁ ସେମାନେ ପାଣି ନେବା ସମ୍ଭବ ନୁହେଁ।
“ହମନ କେ ଗାରି ଦେୱାଲେ, କହଲେ ନା କି କହି ଔର ସେ ପାଣିଓ ବାରୋ [ସେମାନେ ଆମକୁ ଗାଳି ଦିଅନ୍ତି ଓ କହନ୍ତି ପାଣି ଅନ୍ୟ କେଉଁଠାରୁ ଆଣିବାକୁ]”, କହନ୍ତି ଦଶରଥ ମୁସହର। ସେ ଆହୁରି କହନ୍ତି ଯେ ସେମାନଙ୍କ ପାଣି ପାତ୍ରଗୁଡ଼ିକୁ ଫୋପାଡି ଦିଅନ୍ତି।
ରାମାବତାର ଚୌଧୁରୀଙ୍କ ଘର ହାତ-ପମ୍ପମରା ନଳକୂପକୁ ଲାଗିକି ଅଛି। ଯେତେବେଳେ ଏହି ପତ୍ରକାର ତାଙ୍କୁ ପଚାରିଲା ଯେ ମୁସହର ଦଳିତମାନେ ବାହାରେ ଝାଡ଼ା କରନ୍ତି କି ବୋଲି ପଚାରିଲା, ତା’ର ଉତ୍ତର ଦେଇ ସେ କହିଲେ, “ସେମାନଙ୍କୁ ପାଣି ନେବାକୁ ମନା କରାଯାଏ କାହିଁକି ନା ସେମାନେ କୁଆଡ଼େ ସଫାସୁତୁରା ରଖନ୍ତି ନାହିଁ। ସେଭଳି ପାଣି କେହି ପିଇବାକୁ ଚାହିଁବ କି?”ଗାଁର ୨,୭୪୯ ଜନସଂଖ୍ୟାରୁ ପ୍ରାୟ ଏକ ତୃତୀୟାଂଶ ହେଉଛନ୍ତି ମୁସହର (୨୦୧୧ ଜନଗଣନା ଅନୁଯାୟୀ)।








