ସେ ମେଘୱାଲସମୁଦାୟର, ଯାହାକୁ ରାଜ୍ୟରେଅନୁସୂଚିତ ଜାତି (SC) ତାଲିକାଭୁକ୍ତ କରାଯାଇଛି। ପାରମ୍ପରିକ ଭାବେ ମେଘୱାଲମାନେଚାଷବାସ, ଗୋପାଳନ ଏବଂକପଡ଼ା ବୁଣା କାମକରୁଥିଲେ। ହେଲେ ଶହଶହ ବର୍ଷ ଧରିଚାଲିଆସିଥିବା ଜାତିଭେଦ ଯୋଗୁଁଏହି ସମୁଦାୟର ଶିକ୍ଷାଏବଂ ପ୍ରଗତିର ସ୍ତରବହୁତ ତଳେ ରହିଆସିଛି।
ବିମଳାଙ୍କ ସ୍ୱାମୀକନୱାରଲାଲ (୩୬) ତାଙ୍କ ସାନଭାଇ ଭୋଜାରାମ (୩୨)ଙ୍କପରି ଅଧାରୁ ସ୍କୁଲଛାଡ଼ିଦେଇଥିଲେ ଏବଂ ସାନଭାଇଭଉଣୀଙ୍କୁ ଭଲ ଶିକ୍ଷାଦେବା ପାଇଁ ଲୁଣଖଣିରେ ଶ୍ରମିକ ଭାବେକାମ କରୁଥିଲେ। କାନୱାରଲାଲ, ଜଣେ ଭୂମିହୀନଦଳିତ ଚାଷୀ, ବର୍ତ୍ତମାନ ଲିଜ୍ସୂତ୍ରରେ ନେଇଥିବା ୪୦ବିଘା ଜମିରେ ବାଜରା, ଗହମ, ମେଥି ଏବଂଚିନାବାଦାମ ଆଦି ଚାଷକରୁଛନ୍ତି (ଏଠାରେ ୪ରୁ୫ ବିଘାରେ ଏକଏକର ହୁଏ)। ଫଲୋଡ଼ିରେ ଚାଷକରିବା ଏକ ବଡ଼ଚ୍ୟାଲେଞ୍ଜ, କାରଣ ଏଠାରେବର୍ଷା କମ୍ ଏବଂଅନିୟମିତ, ପ୍ରାୟତଃ ମରୁଡ଼ିପଡ଼େ, ଫସଲ ହାନିଓ କମ୍ ଅମଳହୁଏ।
ହାରାହାରି ପ୍ରାୟ୨୦୦ ମିଲିମିଟର ବାର୍ଷିକବର୍ଷା ହେଉଥିବା ଏହିଶୁଷ୍କ ଅଞ୍ଚଳରେ ପାଣିଏକ ଦୁର୍ଲଭ ତଥାମୂଲ୍ୟବାନ ସମ୍ପଦ। ବାସନରୁ ଜିଦିଆମଇଳା ଛଡ଼ାଇବା ପାଇଁବିମଳା ଯେଉଁ ଟିକେପାଣି ବ୍ୟବହାର କରନ୍ତି, ତାହା ଘର ପାଖରେଥିବା ଏକ ‘ଟାଙ୍କା’ ବା ଭୂତଳ ଜଳଭଣ୍ଡାରରୁଆସିଥାଏ।
ଥର ମରୁଭୂମିରେପାଣି ସମସ୍ୟା ସହଲଢ଼ିବା ପାଇଁ ‘ଟାଙ୍କା’ ଏକ ଲୋକପ୍ରିୟ ପଦ୍ଧତିହୋଇଆସିଛି, ଯଦିଓ ‘ବାଓଡି’ (ପାହାଚଯୁକ୍ତ କୂଅ) ଏବଂ ‘ତାଲାବ’ (ପୋଖରୀ) ତୁଳନାରେ ଏହାଅପେକ୍ଷାକୃତ ନୂଆ। ସେଣ୍ଟ୍ରାଲ ଏରିଡ୍ଜୋନ୍ ରିସର୍ଚ୍ଚ ଇନଷ୍ଟିଚ୍ୟୁଟ୍ଦ୍ୱାରା ପ୍ରକାଶିତ ୧୯୮୮ରଏକ ପୁସ୍ତିକା ଅନୁଯାୟୀ, ଏହି ଅଞ୍ଚଳରେ ପ୍ରଥମଟାଙ୍କା ନିର୍ମାଣ ୧୬୦୭ଖ୍ରୀଷ୍ଟାବ୍ଦରେ ‘ବାଡ଼ିକା ମେଲାନ୍’ ଗାଁରେ ରାଜାସୁରସିଂହ କରିଥିଲେ। ପରେ ୧୭୫୯ଖ୍ରୀଷ୍ଟାବ୍ଦରେ ଯୋଧପୁରର ମେହେରାନଗଡ଼ଦୁର୍ଗରେ ମହାରାଜା ଉଦୟସିଂହଏହା କରିଥିଲେ। କିନ୍ତୁ ୧୮୯୫-୯୬ ମସିହାରମହାଦୁର୍ଭିକ୍ଷ ସମୟରେ ଏହିଅଞ୍ଚଳରେ ବ୍ୟାପକ ଭାବେ‘ଟାଙ୍କା’ ନିର୍ମାଣ ହୋଇଥିଲା।
ବିମଳାଙ୍କ ପୁତୁରା, ୧୯ ବର୍ଷୀୟ ବଦ୍ରିନାରାୟଣଚୌହାନ କହନ୍ତି, ‘‘ଟାଙ୍କାଗୁଡ଼ିକ ଛାତରୁବର୍ଷା ପାଣି ସଂଗ୍ରହକରିବା ପାଇଁ ବ୍ୟବହୃତହୁଏ, ଯାହା ପିଇବାପାଣି ଭାବେ କାମରେଲାଗେ। ଏଗୁଡ଼ିକ ସିମେଣ୍ଟ, କଂକ୍ରିଟ ଏବଂ ପଥରରେତିଆରି ହୋଇଥାଏ ଏବଂପଶ୍ଚିମ ରାଜସ୍ଥାନରେ ଏହାବହୁଳ ଭାବେ ବ୍ୟବହୃତହୁଏ।’’ ସେ ଆହୁରିକୁହନ୍ତି, ‘‘୧୦ ଫୁଟଓସାର ଏବଂ ୨୦ଫୁଟ ଲମ୍ବର ଏକଟାଙ୍କିରେ ପ୍ରାୟ ୫୬,୦୦୦ ରୁ୫୮,୦୦୦ ଲିଟରପାଣି ଜମା ହୋଇପାରିବ। ଏହା ନିର୍ମାଣ କରିବାକୁପ୍ରାୟ ୫୦-୮୦ହଜାର ଟଙ୍କା ଖର୍ଚ୍ଚହୋଇଯାଏ।’’
ବିମଳାଙ୍କ ପରିବାରରଅଗଣାରେ ଦୁଇଟି ‘ଟାଙ୍କା’ ଅଛି। ଗୋଟିଏ ପୁରୁଣା, ଯାହା ୨୦୦୧ ମସିହାରେନିର୍ମିତ ଏବଂ ବର୍ଷାପାଣି ସଂଗ୍ରହ କରେ। ଅନ୍ୟଟି ନୂଆ ଏବଂବଡ଼, ଯେଉଁଥିରେ ପରିବାରରଆବଶ୍ୟକତା ପାଇଁ ୬୦,୦୦୦ ଲିଟରପାଣି ରହିପାରିବ। ଆଜିକାଲି ବଡ଼‘ଟାଙ୍କା’ଟିଟ୍ୟାଙ୍କର ପାଣିରେ ପୂର୍ଣ୍ଣକରାଯାଏ, ଯାହାକୁ ପରିବାରଲୋକ କିଣିଥାନ୍ତି। ୫,୦୦୦ଲିଟର ପାଇଁ ପ୍ରାୟ୫୦୦ ଟଙ୍କା ଖର୍ଚ୍ଚହୁଏ। ଏହି ଟ୍ୟାଙ୍କରଗୁଡ଼ିକ ଭାରତର ଦୀର୍ଘତମ କେନାଲ, ଇନ୍ଦିରା ଗାନ୍ଧୀ କେନାଲରଫିଲ୍ଟରେସନ୍ ପ୍ଲାଣ୍ଟରୁ ପାଣିଆଣନ୍ତି। ଏହି କେନାଲକୁପଞ୍ଜାବର ‘ହରିକେବ୍ୟାରେଜ’ରୁ ପାଣିଆସିଥାଏ, ଯେଉଁଠାରେ ସତଲେଜଏବଂ ବ୍ୟାସ ନଦୀମିଳିତ ହୁଅନ୍ତି।