ବାୟୁମଣ୍ଡଳରେମାଟି ଓ କାଠ ଧୂଆଁରଗନ୍ଧ ବ୍ୟାପିଯାଇଛି। ବଡ଼ ପାତ୍ରରେରଖାଯାଇଥିବା ଧଳା ମାଟିରଦାଗ ସିମେଣ୍ଟଚଟାଣ ଉପରେ ଲାଗି ଯାଇଛି। ମାଟି ପାତ୍ର ଏବଂ ଅଧା-ଅଧୁରାମାଟି ପାତ୍ରସାମଗ୍ରୀ ସବୁ ଚାରିଆଡ଼େଖେଳାଇ ହୋଇପଡ଼ିଛି; ଚାଲିବାକୁବେଶୀ ଜାଗା ନାହିଁ। ହମିଦ ଅହମ୍ମଦଙ୍କୁ କ୍ରମାଗତଭାବେ ସମସ୍ତଙ୍କୁମନେ ପକାଇ ଦେଉଛନ୍ତି, ‘‘ସର୍ତକତାରସହିତ ପାଦ ପକାନ୍ତୁ।’’
୧୨ବର୍ଷ ବୟସର ଜଣେ ବାଳକ ଗୋଟିଏ କୁମ୍ଭାରଚକ ପାଖରେବସି କାମ ଶିଖୁଛି । ସେ ହେଉଛି ହମିଦଙ୍କପୁଅ ମହମ୍ମଦସଲମାନ ଏବଂ ତା’ ଶରୀର ଧଳା ମାଟିରେସମ୍ପୂର୍ଣ୍ଣ ବୋଳି ହୋଇଯାଇଛି, କାରଣ ସେ ନିଜ ଡାହାଣ ଗୋଡ଼ରେଭୂଇଁକୁ ଲାଗିଥିବା ଚକର ନିମ୍ନ ଭାଗକୁଠେଲୁଛି, ଏଥିସହିତ ନିଜ ବାମ ଗୋଡ଼କୁମଧ୍ୟ ଲମ୍ବାଇରଖିଛି, ସେ କେତେ ଧ୍ୟାନର ସହିତ ଏହା କରୁଛିତାହା ତା’ର ମୁଖମୁଣ୍ଡଳରୁ ଜଣାପଡ଼ିଯାଉଛି।
‘‘ଧୀରେ ଧୀରେ ତା’କୁ (ପାତ୍ର) ବାହାରକୁକାଢ଼ି ଆଣ।’’ ହମିଦ୍ ତା’କୁ ନିର୍ଦ୍ଦେଶ ଦେଉଛନ୍ତି। ଇତିହାସକଡ଼ ଲେଉଟାଉଛି - ୪୯ ବର୍ଷୀୟ ଏହି କୁଶଳୀ ଶ୍ରମିକଯେତେବେଳେ ମାତ୍ର ୯ ବର୍ଷର ହୋଇଥିଲେ, ସେହି ସମୟରେ ତାଙ୍କବାପାଙ୍କଠାରୁ ସେ କିକ-ହ୍ୱିଲ୍ ଜ୍ଞାନକୌଶଳଶିଖିବା ଆରମ୍ଭ କରିଥିଲେ। ‘‘ମୁଁପ୍ରଥମେ ତିଆରି କରିଥିବାକେତୋଟି ପାତ୍ର ଭାଙ୍ଗିଯାଇଥିଲା,’’ ସେ ସ୍ମିତହସି ମନେ ପକାଇଥା’ନ୍ତି। ‘‘ଅଭ୍ୟାସକଲେ ସଫଳତାମିଳିଥାଏ।’’
୧୦ଭାଇଙ୍କ ମଧ୍ୟରୁ ସେ ସପ୍ତମ ପିଢ଼ିରମାଟି କାରୀଗର। ଉତ୍ତରପ୍ରଦେଶର ‘ସେରାମିକ୍ ସହର’ ଖୁର୍ଜାରେବର୍ତ୍ତମାନ କେବଳ ତାଙ୍କପରିବାର ଏହି ହସ୍ତଶିଳ୍ପକୁବଜାୟ ରଖିଛି। ଏହି ସହର ନିଜ ଅଭିନବ ମାଟି ତିଆରି ସାମଗ୍ରୀପାଇଁ ପ୍ରସିଦ୍ଧ, ମୁଖ୍ୟତଃମୁସଲିମମାନେ ଏହା କରିଥା’ନ୍ତି।



















