ସେହି ବୁଢ଼ା ଲୋକ ଜଣକ ତାଙ୍କ ଚୌକିରୁ ଉଠିଲେ, ଆଖି ଦୁଇଟି ଲୁହରେ ଓଦା ହେଇଯାଇଥିଲା, ସ୍କୁଲ ଛାତ୍ରଛାତ୍ରୀମାନଙ୍କ ସମେତ ଥିରୁବନନ୍ତପୁରମର ଶ୍ରୋତାମାନଙ୍କର ଠିଆହୋଇ କରତାଳି ଦ୍ଵାରା ସମ୍ମାନ ପ୍ରଦର୍ଶନ ତାଙ୍କୁ ବିହ୍ଵଳିତ କରିଥିଲା। ତାଙ୍କର ସ୍ୱତନ୍ତ୍ର ସଫଳତା ଥିଲା ସାରା ଜୀବନରେ ସେ କେବେ ବି ଏଭଳି ସମ୍ମାନ ପାଇନଥିଲେ । ଜାନୁୟାରୀ ୯ରେ ଅନୁଷ୍ଠିତ ଚତୁର୍ଥ କେରଳ ଲେଜିସଲେଚର ଇଣ୍ଟରନ୍ୟାସନାଲ ବୁକ ଫେଷ୍ଟିଭାଲରେ ଉପସ୍ଥିତ ଥିବା ସମସ୍ତେ ଅଭିଭୂତ ହୋଇଥିଲେ । ସେମାନେ କେବେ ମଧ୍ୟ ଜଣେ ଲୋକ ନିଜସ୍ଵ ଖର୍ଚ୍ଚରେ କେହି ତାଙ୍କ ଅବହେଳିତ ଆଦିବାସୀମାନଙ୍କ ପାଇଁ ପାଠାଗାର ଚଳାଇବା ଦେଖି ନଥିଲେ । ତା’ ପୁଣି କେରଳର ଅପହଞ୍ଚ ଅଞ୍ଚଳରେ । ଇଡୁକ୍କି ଜିଲ୍ଲାର ଏଡ଼ାମଲାକୁଡ଼ି, ରାଜ୍ୟର ଏକମାତ୍ର ଆଦିବାସୀ ପଞ୍ଚାୟତ – ଏବଂ ଏହା ହୁଏତ ସେହି ଅଞ୍ଚଳର ସର୍ବନିମ୍ନ ଶିକ୍ଷିତ ସ୍ଥାନ ।
ବର୍ତ୍ତମାନ ପି. ଭି. ଚିନ୍ନାଥାମ୍ବିଙ୍କ ବୟସ ୮୬, ସେ ଖୁବ ଶୀଘ୍ର ୮୭ ବର୍ଷରେ ପଦାର୍ପଣ କରିବାକୁ ଯାଉଛନ୍ତି ।
ସେ ପ୍ରତିଷ୍ଠା କରିବାର ୧୫ ବର୍ଷ ପରେ - ଅରଣ୍ୟର ପାଠାଗାର ଏବେ ମଧ୍ୟ ରହିଛି ।













