ସକାଳ ପାଞ୍ଚଟା। ସୂର୍ଯ୍ୟ ଏଯାଏଁ ଦିନର ଯାତ୍ରା ଆରମ୍ଭ କରିନାହାନ୍ତି, କିନ୍ତୁ ବିହାରର ଗୋପାଳଗଞ୍ଜ ଜିଲ୍ଲାର ଛୋଟ ଜନଗଣନା ସହର ହାଥୁଆକୁ ଦୁଇଟି ଭିନ୍ନ ସ୍ୱର ଏହି ମଧ୍ୟରେ ଜାଗ୍ରତ କରିସାରିଲାଣି। ଗୋଟିଏ ହେଉଛି କେତେକ ମସଜିଦର ମିନାରରୁ ଭାସି ଆସୁଥିବାମୁଏଜ୍ଜିନମାନଙ୍କ ଆଜାନର ସ୍ୱର। ଅନ୍ୟଟି ହେଉଛି ସେହି ଅଞ୍ଚଳର ତିନି-ଚାରିଟି ମନ୍ଦିରରୁ ଭାସିଆସୁଥିବା ଭଜନ ଗାୟକମାନଙ୍କର କଣ୍ଠସ୍ୱର। ମଧୁର “ଆଲ୍ଲାହୁ ଆକବର! ଆଲ୍ଲାହୁ ଆକବର! ଅଶହାଦୁ ଅନ୍ ଲା ଇଲାହା ଇଲ୍ଲାଲ୍ଲାହ...” କରତାଳର ତାଳରେ ଗୁଞ୍ଜରିତ “ହରେ ରାମ, ହରେ କୃଷ୍ଣ, ହରେ କୃଷ୍ଣ, ହରେ ରାମ...” ସହ ମିଶିଯାଉଛି। ଏବଂ ତା'ପରେ, ପବନରେ ପ୍ରତିଧ୍ୱନିତ ହୋଇ, ଆଉ ଟିକିଏ ନିକଟରୁ ଭାସିଆସୁଛି ବଂଶୀର ସୁମଧୁର ସୁର, ଯାହା ଏହି ଭିନ୍ନ ଭିନ୍ନ ସ୍ୱରକୁ ଏକାଠି ଗୁନ୍ଥି ଏକ ଶାନ୍ତ, ସ୍ନିଗ୍ଧ ପରିବେଶ ସୃଷ୍ଟି କରୁଛି।
ବାଂସୁରୀରୁ (ବଂଶୀ) ଭାସିଆସୁଥିବା ସେହିସୁମଧୁର ସୁରର ଆକର୍ଷଣ ଏବଂତାହାକୁ ବଜାଉଥିବା କଳାକାରଙ୍କୁ ଭେଟିବାର କୌତୂହଳ ମୋତେ୧୭୬ ବର୍ଷ ପୁରୁଣା ଗୋପାଳମନ୍ଦିରକୁ ଟାଣିନିଏ। ହାଥୁଆରତତ୍କାଳୀନ ମହାରାଣୀ ଶ୍ୟାମ ସୁନ୍ଦରୀକୁଁୱରଙ୍କ ଦ୍ୱାରା ୧୮୫୦ରୁ ୧୮୬୬ମଧ୍ୟରେ ନିର୍ମିତ ଏହି ମନ୍ଦିରକୁଏକ ପୁରୁଣା କିଲ୍ଲା, ଏକନୂଆ କିଲ୍ଲା ଏବଂ ଏକଶୀଶ ମହଲ (କାଚର ପ୍ରାସାଦ) ଘେରି ରହିଛି।ଆଜିର ହିସାବରେ ପ୍ରାୟ ୫୫କୋଟି ଟଙ୍କା ସହ ସମାନ, ପ୍ରାୟ ୪ ଲକ୍ଷ ୫୦ହଜାର ରୌପ୍ୟ ମୁଦ୍ରା ବ୍ୟୟରେନିର୍ମିତ ଏହି ରାଜକୀୟ ମନ୍ଦିରରବିଶାଳ ପ୍ରବେଶଦ୍ୱାରରେ ଜଣେ ସୁରକ୍ଷାକର୍ମୀ ପହରାଦେଉଛି। ଭିତରେ, ୧୪ଏକର ଜମି ଉପରେ ବିସ୍ତୃତପରିସରରେ ଉଦ୍ୟାନ, ଫୁଆରା, ପୋଖରୀ, ସଂସ୍କୃତ ବିଶ୍ୱବିଦ୍ୟାଳୟର ଏକ ଭବନ ଏବଂଅନେକ କୋଠରୀ ବିଶିଷ୍ଟ ପ୍ରସିଦ୍ଧମନ୍ଦିର ଅବସ୍ଥିତ।
ଏହିମନ୍ଦିର ହାଥୁଆର ପୂର୍ବତନ ଦେଶୀୟ ରାଜ୍ୟରେ ଶାସନକରୁଥିବା ସର୍ବପ୍ରାଚୀନ ଅଭିଜାତ ପରିବାରମାନଙ୍କ ମଧ୍ୟରୁ ଅନ୍ୟତମ ଏକ ପରିବାରର ବଂଶଧରମାନଙ୍କ ବ୍ୟକ୍ତିଗତ ସମ୍ପତ୍ତି। ସକାଳଓ ସନ୍ଧ୍ୟାବେଳେ ଏହାସାଧାରଣ ଲୋକଙ୍କ ପାଇଁ ଖୋଲାରହେ। ସେହି ସମୟରେଅଳ୍ପ ଅଳ୍ପ କରି କିଛିଭକ୍ତ ଆସୁଥିବାର ଆପଣ ଦେଖିପାରିବେ। ଭିତର ଗର୍ଭଗୃହରେରାଧା-କୃଷ୍ଣଙ୍କ ବିଗ୍ରହ ସମ୍ମୁଖରେ ଜଣେପୂଜାରୀଆରତି କରୁଛନ୍ତି। ତାହାରଠିକ୍ ସାମ୍ନାରେ, ବିଶାଳ ସ୍ତମ୍ଭଯୁକ୍ତ ମଣ୍ଡପରଚଟାଣ ଉପରେ, ତବଲା, ହାରମୋନିୟମ୍ ଓ କରତାଳ ଭଳିବାଦ୍ୟଯନ୍ତ୍ର ସହ ବସିଛନ୍ତି କିଛିସଙ୍ଗୀତଜ୍ଞ। ଏବଂ ସେହିଦଳର ମଝିରେ ଅଛନ୍ତି ମହମ୍ମଦସାଗିର ଅଂସାରୀ, ଯେଉଁ କଳାକାରଙ୍କବିଷୟରେ ମୁଁ ମୋର ସହକର୍ମୀମାନଙ୍କଠାରୁଶୁଣିଥିଲି।
୭୦ବର୍ଷୀୟ ଜଣେ ମୁସଲମାନ ସଙ୍ଗୀତଜ୍ଞଗୋପାଳ ମନ୍ଦିରରେ ଦେବଦେବୀଙ୍କ ଉଦ୍ଦେଶ୍ୟରେ ନିଜ ବଂଶୀର ସୁରଅର୍ପଣ କରୁଛନ୍ତି। ନିଜକାମରେ ସେ କିଛି ବିଅସାଧାରଣତା ଦେଖନ୍ତି ନାହିଁ। “ସମସ୍ତ ମଣିଷ ସମାନ। ଆମ ଭିତରେକୌଣସି ଭେଦଭାବ ନାହିଁ,” ସେକୁହନ୍ତି। “ଆମେ ସମସ୍ତେସଦ୍ଭାବରେ ବଞ୍ଚିବା ଉଚିତ୍। ‘ୟହ ଏକ ଜ୍ଞାନ ହୈ ଜୋ ଖୁଦା ନେ ମୁଝେ ଦିୟା ହୈ। ଔର ଜ୍ଞାନ ବାଣ୍ଟନେ ମେଁ କୁଛ୍ ଭି ଗଲତ୍ ନହିଁ ହୈ।’ [ଏହି କଳା, ଏହିଜ୍ଞାନଖୁଦାଙ୍କରଆଶୀର୍ବାଦ, ଏବଂଏହାକୁଅନ୍ୟମାନଙ୍କସହବାଣ୍ଟିବାରେକୌଣସିଭୁଲନାହିଁ।] “ମୁଁ ଏଠାରେ ଦଶ ବର୍ଷରୁଅଧିକ ସମୟ ହେବ ବଂଶୀବଜାଉଛି।”







