ୱାଇହା ଟି ସହଜରେ ଜଣେ ପ୍ରାପ୍ତବୟସ୍କଙ୍କ ପାପୁଲିରେ ଫିଟ୍ ହୋଇଯାଏ। ୱାହ (ବାଉଁଶ)ରୁ ତିଆରି ଏହି ବାଦ୍ୟଯନ୍ତ୍ରର ଆକାର ସାଢ଼େ ୪ ଇଞ୍ଚରୁ ଟିକିଏ ଅଧିକ ଲମ୍ବା ଏବଂ ଏହା ‘‘ଏହା ପ୍ରଣୟର ପ୍ରତୀକ,’’ ନାପ୍ ଲୋ ଏହି ଛୋଟ ବାଉଁଶ ପଟିକୁ ନିଜ ଓଠରେ ଲଗେଇ କୁହନ୍ତି।
ନାପ୍ ନାଗାଲାଣ୍ଡର ମୋନ୍ ଜିଲ୍ଲାର ଜଣେ ମହିଳା ଚାଷୀ ଥିଲେ। ଆମ ସହ କଥା ହେବା ସମୟରେ ସେ ତାଙ୍କ କମିଜ ହାତରୁ ଗୋଟିଏ ଛୋଟିଆ ବାଦ୍ୟ ଯନ୍ତ୍ର ବାହାର କରନ୍ତି। ନିଜର ବାମ ହାତରେ ସେ ବାଉଁଶ ଓ ରଶିର ଗୋଟିଏ ମୁଣ୍ଡକୁ ଧରନ୍ତି। ଡାହାଣ ହାତରେ ସେ ସେହି ତାରକୁ ଧରନ୍ତି ଯାହାର ଗୋଟିଏ ଭାଗରୁ ରଙ୍ଗ-ବେରଙ୍ଗର ସୂତା ଓହଳିଥାଏ। ଆଉ ତା’ପରେ ସେ ବଜେଇବା ଆରମ୍ଭ କରନ୍ତି।
ନାପଙ୍କ ପାଖରେ ତାଙ୍କର ପିଲାଦିନର ସାଙ୍ଗ ୟିଙ୍ଗ ଲି ଏବଂ ନିଲେଇ ବସିଛନ୍ତି ଯେଉଁମାନଙ୍କ ବୟସ ୬୦ରୁ ଅଧିକ ହେବ। ମୋନ ଗାଁର ବାପ୍ଟିଷ୍ଟ ଚର୍ଚ୍ଚ ନିକଟରେ ଥିବା ପଡ଼ିଆରେ ଅନୁଷ୍ଠିତ ହେଉଥିବା ଏଲଙ୍ଗ ପାଇଁ ସେମାନେ ତିନିଜଣ ଏକାଠି ଯାତ୍ରା କରିଛନ୍ତି।






