सकाळच्या पहरी कोण गोसावी गं दारी आला
काई सांगु बाई तुला वाढवी कशा गं भिकशा तू गं त्याला
असा सकाळच्या पारी धर्म चांगुणानी केला
धर्म चांगुणानी केला, अंगी देव तो गं राबवीला
असा धर्माचा डावू जिला येतो ना गं तिनी केला
नको म्हणू नासविला, देव उभा तो गं राहिला
हाच धर्माचा डावू कोण घालीतं गं पंगयती
काय म्हणं नासविला, पांडुरंग तो गं रंगतो संगयती
जिच्या कुळीला धर्म चा धर्म, तिच्या लेकीनी चालू केला
गेली लांब वनामधी देव तिथं, तिला साह्य झाला
पाची बोटाचा गं धर्म करी जिवाची सोडवणं
अशी वार्याच्या झगरीनी, कशी उडाली कवळी पानं
असा धर्माचा डावू देते केळीच्या पानावरी
काई यातं मिळाईला भुकेल्याची जाणं करी
आला माझ्या दारामधी देते प्यायला नितं पाणी
येम गेला फिरवूनी भुकेल्याची जाणं करी
असा धर्माचा डावू माझा मला तो गं मिळईला
गेली व्हती देऊळाला सारासारा तो गं कळईला
आस दुबळं-माझं-पण मला कुणी ते गं हिणविलं
देवाला ना जोडी हात, कसं शर्थीनी चालविलं
दुबळं-ना-माझं-पणं मारी वस्ताराला गाठी
किती नाव संभाळीला, सभा घेतल्याना माझ्या गोठी
असा दुबळ्यापणाला नको भाऊ तू रे डगमगू
असा निघूनी जाईल चंद्रावरीला रे काळा ढगू
आस दुबळ्यापणाला नको होऊस रे आयाहुया
आस निघूनी जाईल चंद्रावरली रे काळी साया
अशी दुबळ्यापणाईची कसा करतो हेळयणा
दुपारची सावली आला काखत रे झोळयणा
अशी दुबळ्यापणाईची कोण करीतो टिंगईल
तुझ्या मरणाच्या वेळी सारं काही तो सांगईल
दुबळ्यापणाईला काही बोलावरं तोडून
जाई मोगर्याची कळा गेली वार्यानी रे पडूनी
पूर्वी जलमाच्या किर्ती गेल्या जगात पांगून
नको मज लाडवू देते तुम्हांला रे सांगून
ମହିଳା ଜଣକ ଆଶ୍ଚର୍ଯ୍ୟ ହୁଅନ୍ତି, ଭୋର ସକାଳେ, କିଏ ଏହି ଫକୀର ଯିଏ ଠିଆ ହୋଇଛନ୍ତି ଦୁଆର ମୁହଁରେ?
ସେ ପୁଣି ଚକିତ ହୁଅନ୍ତି କ’ଣ ଅବା ଦେଇ ମୁଁ ପାରିବି, କ’ଣ ବା ଅଛି ମୋ ପାଖରେ!
ଭୋର ସକାଳେ, ଦିନର ଆରମ୍ଭରେ କଲେ କିଛି ଭଲ କାମ
କଲେ କିଛି ଦାନ ଧର୍ମ, ଈଶ୍ଵର କରନ୍ତି ବରଦାନ ।
ଯିଏ ଜାଣେ ଧାର୍ମିକ ରୀତିନୀତି, ଆପେ ଆପେ ତାହାକୁ ପାଳନ କରନ୍ତି ।
କୌଣସି ଭଲ କାମ ଯାଏନାହିଁ ହଜି, ସବୁକିଛିର ଈଶ୍ଵର ରହିଛନ୍ତି ସାକ୍ଷୀ ।
ଯିଏ ଦାୟିତ୍ଵର ସହ କରେ ସମାଜର ହିତ
ସେ କହନ୍ତି: ସମସ୍ତ ସୁକର୍ମରେ ଠାକୁର ନିହିତ, କିଛି ବି ହୁଏନାହିଁ ନଷ୍ଟ ।
ପିଲାଟିଏ ପରିବାରର ଧାର୍ମିକ ଭାବକୁ ନେଇଥାଏ ଆଗକୁ ସାଥିରେ
ଭଲ ହୃଦୟର ଲୋକ ପାଇଥାଏ ଦିବ୍ୟ ସହଯୋଗ ଯାଇଥାଆନ୍ତୁ ଯୁଆଡ଼େ ।
ଧର୍ମ ତୁମେ ସ୍ଵହସ୍ତରେ କର: ସାହାଯ୍ୟ, ସହଯୋଗ ଓ ସେବା
ଲୋକେ ସହଜରେ ନିନ୍ଦା କରିଦେବେ, ଯେମିତି ଶୁଖିଲା ପତ୍ରକୁ ବିଛାଡ଼ି ଦିଏ ପବନର ଧାପା ।
ଖାଇବାକୁ ଦେବା ହିଁ ତ ପ୍ରେମ ଆଉ ଧର୍ମ
ଭୋକିଲାକୁ ଖୁଆଇବା ନୁହେଁ କିଛି ପାଇବାର ଇଚ୍ଛା, କେବଳ ସମ୍ବେଦନା ।
ପ୍ରତି ଅତିଥିଙ୍କ ପ୍ରତି ସେ ଦୟାଶୀଳା
ଯେତେ କଷ୍ଟକର ହୋଇଥାଉ ଜୀବନ, ଊଣା ନହେଉ କାହାର କରୁଣା ।
ତାଙ୍କ କରୁଣା ଭାବକୁ ମନେ କରନ୍ତି ସେ ଆଶୀର୍ବାଦ
ସେ ତାଙ୍କ ସଂଘର୍ଷ ଓ କର୍ମକୁ ଦେବତାଙ୍କ ପାଖେ ରଖିଲେ ସଂଗୁପ୍ତ ।
ସେ ଅରକ୍ଷିତ, ସେମାନେ କରନ୍ତି ତାଙ୍କର ଅପମାନ
ସବୁ ଅପମାନ ସତ୍ତ୍ଵେ, ସେ ତାଙ୍କ ବିଶ୍ଵାସ ରଖିଲେ ଓ ସବୁ କଷ୍ଟ ପାଇ କଲେ ତାଙ୍କ କାମ ।
ତାଙ୍କ କଷ୍ଟକର ଜୀବନ ପାଲଟିଲା ଅନ୍ୟମାନଙ୍କ ଆଲୋଚନାର ବିଷୟ
ସର୍ବସମକ୍ଷରେ ସେମାନେ ତାଙ୍କର ବିଚାର, କୁତ୍ସା ରଟନା ଓ ସମାଲୋଚନା କଲେ ।
ସେ ଅନ୍ୟକୁ ଉପଦେଶ ଦେଲେ କଷ୍ଟ ଯେମିତି ସେମାନଙ୍କୁ ଭାଙ୍ଗି ନଦେଉ
ଦୁଃଖର ଦିନ ସାମୟିକ, ଭଲ ଦିନ ଆଗକୁ ଆସିବ ।
ଦୁର୍ବଳତା ନହେଉ ଛାଡ଼ି ଦେବାର କାରଣ
ଛାଇଘେରା ଦିନ ଯିବ ଅପସରି, ଫେରିବ ଆଶାର କିରଣ ।
ଦୁଃଖୀ ହୋଇଯାଏ ସେ ଦେଖି ଯେମିତି ସମାଜ ଅସହାୟ ଲୋକଙ୍କୁ କରେ ଉପହାସ
ସମୟ ଗଡ଼ିବା ସହ ବଢ଼ି ଚାଲିଥାଏ ସେମାନଙ୍କ ପରିହାସ ।
ସେ ପ୍ରଶ୍ନ କରନ୍ତି ସେଭଳି ଲୋକଙ୍କ ନୈତିକ ଚରିତ୍ରକୁ ନେଇ
ଶେଷକୁ କେବଳ ଦେବତାଙ୍କ ବିଚାର ଗୁରୁତ୍ଵପୂର୍ଣ୍ଣ – ନୁହେଁ କେଉଁ ମଣିଷର ମତ ।
ନିଷ୍ଠୁର କଥା ଭଙ୍ଗୁର ହୃଦୟକୁ ଗଭୀର ଆଘାତ ଦିଏ ।
ନମ୍ର ମଣିଷମାନେ ନିଷ୍ଠୁର ବ୍ୟବହାର ଦ୍ଵାରା କଷ୍ଟ ପାଆନ୍ତି ସହଜରେ ।
ସର୍ବତ୍ର ଉତ୍ତମ ଗୁଣକୁ ମିଳୁଥିଲା ସମ୍ମାନ ପୁରୁଣା କାଳରେ ।
ସେ କହନ୍ତି ତାଙ୍କର ପ୍ରଶଂସା ନକରିବାକୁ – ସଚ୍ଚୋଟ ଭାବରେ ।
*ଗୋସାଭି ହେଉଛନ୍ତି ଜାଗତିକ କାର୍ଯ୍ୟକଳାପ, ଖୁସି, ଆଦିକୁ ତ୍ୟାଗ କରିଥିବା ଜଣେ ପୁରୁଷ । ସେ ଇଟା-ନାଲି ରଙ୍ଗର ପୋଷାକ ପରିଧାନ କରନ୍ତି । ଏହା ମଧ୍ୟ ଗୋଟିଏ ଜାତିର ନାଁ, ଯେଉଁମାନେ ଧାର୍ମିକ କାର୍ଯ୍ୟକଳାପରେ ଜଡ଼ିତ ରହିଥାନ୍ତି ।