‘‘ଘରେ ପହଞ୍ଚୁଥିବା ଟ୍ୟାପ ପାଣିବେଳେବେଳେ ହଳଦିଆ ଏବଂଆଉ କେତେବେଳେ ନୀଳ, କଳାକିମ୍ବା ଫେଣଯୁକ୍ତ ଆସୁଛି। ପାଣି ନର୍ଦ୍ଦମା ଭଳି ଗନ୍ଧହେଉଛି।ଆମେ ଛଅ ମାସଧରି ଏହି ପାଣିବ୍ୟବହାର କରିଆସୁଛୁ,’’ ପଶ୍ଚିମ ଦିଲ୍ଲୀର ପୀରାଗଢ଼ୀ ଗ୍ରାମରେ ରହୁଥିବା ୨୨ ବର୍ଷୀୟଦରଜି ରୋଶନ କୁହନ୍ତି। ତିନି ଦିନ ହେଲାଣିସେ ପେଟ ଯନ୍ତ୍ରଣାଏବଂ ଜ୍ୱରରେ ପୀଡ଼ିତଅଛନ୍ତି।ତାଙ୍କର ଚାରି ଜଣିଆପରିବାରରେ ସବୁବେଳେ କେହି ନାକେହି ଅସୁସ୍ଥ ଥାଆନ୍ତି।
ଏକଦାରାଜଧାନୀ ସହର ଉପକଣ୍ଠରେଥିବା ଏକ ଗ୍ରାମହୋଇଥିବା ପୀରାଗଢ଼ୀ ଏବେ ମହାନଗରରକଳେବର ମଧ୍ୟରେ ସାମିଲହୋଇସାରିଲାଣି।ଦୂଷିତ ଟ୍ୟାପ ପାଣିପିଇବା ପରେ ଏଠାକାରବାସିନ୍ଦାମାନେ ଗ୍ୟାସ ସମସ୍ୟାକିମ୍ବା ଜ୍ୱରରେ ପୀଡ଼ିତହେଉଛନ୍ତି।ଜୁନ୍ ୨୦୨୪ ପରଠାରୁସ୍ଥାନୀୟ ଅଞ୍ଚଳର ୧,୦୦୦ ପରିବାରର ପ୍ରାୟତଃସମସ୍ତେ ପୌରପାଳିକା ଜରିଆରେ ଯୋଗାଣହେଉଥିବା ଦୁର୍ଗନ୍ଧଯୁକ୍ତ ପାଣି ପାଉଛନ୍ତି।
ପୀରାଗଢ଼ୀରରାସ୍ତାରେ ଅନେକଗୁଡ଼ିଏ ଛୋଟ ଏବଂବଡ଼ କାରଖାନା ସବୁ ରହିଛି। ଦୁଇ ଦଶନ୍ଧି ପୂର୍ବରୁଏଠାରେ ମୁଖ୍ୟତଃ ପ୍ଲାଷ୍ଟିକ ସାମଗ୍ରୀ ନିର୍ମାଣ କାରଖାନା ରହିଥିଲା। ତେବେ, ସମୟକ୍ରମେ ଏଠାରେ ରଙ୍ଗ, ଡାଏ, ଜୋତା, ଇଲେକ୍ଟ୍ରୋନିକ୍ସ ଓମୋଟର ଆଦି ବିଭିନ୍ନସାମଗ୍ରୀର ଶିଳ୍ପ ଉତ୍ପାଦନୟୁନିଟଗୁଡ଼ିକ ମୁଣ୍ଡ ଟେକିଥିଲା।
ଏଥିମଧ୍ୟରୁଗୋଟିଏ କାରଖାନାରେ ରୋଶନଙ୍କ ପିତା ବିଶ୍ୱନାଥଜଣେ ଦିନ ମଜୁରିଆଶ୍ରମିକ ଭାବେ କାମକରନ୍ତି।୧୫ ବର୍ଷ ପୂର୍ବରୁସେ ବିହାରରୁ ଦିଲ୍ଲୀକୁ ଚାଲି ଆସିଥିଲେ। ପୀରାଗଢ଼ୀ ଗ୍ରାମ ତାଙ୍କରନିଯୁକ୍ତି, ଖାଦ୍ୟ ଓ ପାଣି ଭଳି ମୌଳିକଆବଶ୍ୟକତା ପୂରଣ କରିବାକାରଣରୁ ସେ ଏହାକୁନିଜର ଘର ବନେଇଦେଇଥିଲେ।
ପୀରାଗଢ଼ୀରେଅନ୍ୟ ପରିବାର ଭଳିବିଶ୍ୱନାଥଙ୍କ ପରିବାର ମଧ୍ୟସେମାନଙ୍କର ମାସିକ ଆୟରପାଖାପାଖି ୧୦ ପ୍ରତିଶତ, ଦୈନିକ ହାରାହାରୀ ୧୦୦ ଟଙ୍କା ସ୍ୱଚ୍ଛପାନୀୟ ଜଳ ଉପରେଖର୍ଚ୍ଚ କରିଥା’ନ୍ତି।














