“ଆଲୁମିନିୟା ପାତିରମ (ଆଲୁମିନିୟମ ବାସନ)!
“ମୋ ଦେହରୁ ଯେତିକି ଶବ୍ଦ ବାହାରିପାରିବ, ମୁଁ ତାକୁ ହିଁ ବ୍ୟବହାର କରେ । ମୁଁ ସ୍ପିକର ବ୍ୟବହାର କରେନି । ଏଇଟା ପୂରା ମୋର ନିଃଶ୍ୱାସର ବଳ ।
“ମୋ ନାଁ ଗଣେଶନ । ମୁଁ ମୋ ସାଇକେଲରେ ନେଇ ଜିନିଷପତ୍ର ବିକ୍ରି କରେ । ପ୍ଲାଷ୍ଟିକ୍ରେ ତିଆରି ଘରକରଣା ଜିନିଷ ଏବଂ ଧାତୁ ତିଆରି ବାସନକୁସନ ବିକ୍ରି କରି ମୁଁ ମୋ ପିଲାଛୁଆଙ୍କ ପେଟ ପୋଷେ । ଆଜି ଖାଇବା ଦରକାର ତ ଆମକୁ କେଇଟା (ପାଣି) ମାଠିଆ ନିଶ୍ଚିତ ବିକିବାକୁ ପଡ଼ିବ । ଚାଲନ୍ତୁ, ଆମେ ବାହାରିବା !”
ଗଣେଶନଙ୍କୁ ମୁଁ ଭେଟିଥିଲି କାରାଇକୁଡ଼ି ନିକଟ କନାଡୁକଟନରେ । ଫଟୋଚିତ୍ର ମାଧ୍ୟମରେ ଜଣେ ବ୍ୟକ୍ତିଙ୍କର ଜୀବନ କାହାଣୀ ଲିପିବଦ୍ଧ କରିବାକୁ ମୁଁ ଚାହୁଁଥିଲି । ଯେଉଁଦିନ ମୁଁ ଏହି ୬୧ ବର୍ଷୀୟ ବ୍ୟକ୍ତିଙ୍କୁ ଭେଟିଥିଲି, ସେଦିନ ମୁଁ କୋଟାମଙ୍ଗଳମ ଗାଁକୁ ଯାଇଥିଲି । ହସହସ ମୁହଁରେ, ସେ ମୋର ଅନୁରୋଧ ରକ୍ଷା କରିବାକୁ ରାଜି ହେଲେ ।






















