ମେହବୁବ୍ ତାଙ୍କ ପରିବାର ସହ ଇଦ୍ ଅଲ୍-ଆଧା (ଜୁନ୍ ଆରମ୍ଭରେ) ପାଳନ କରିବା ପାଇଁ ଏହି ମେ’ ମାସରେ ବାଲିଆର ହସନ୍ନଗରକୁ ଫେରିଥିଲେ। ତାଙ୍କର ଅଢ଼େଇ ମହଲା ଘର ଏହି ପରିବାରର ରାଜମିସ୍ତ୍ରୀମାନଙ୍କ ଦ୍ୱାରା ବର୍ଷ ପରେ ବର୍ଷ ଗୋଟିଏ ଗୋଟିଏ ଇଟା ଯୋଡ଼ି ତିଆରି ହୋଇଥିଲା। ଏଥିରେ ପାଞ୍ଚୋଟି ବଖରା ଅଛି ଏବଂ ଭବିଷ୍ୟତରେ ଏକ ଦୋକାନ କରିବା ପାଇଁ ତଳ ମହଲାରେ କିଛି ଜାଗା ଅଛି। ଏହି ଭାଗରେ ମେହବୁବ୍ ତାଙ୍କ ପତ୍ନୀ ତଥା ଗୃହିଣୀ ସୁର୍ନା ବିବି, ୩୦ ଏବଂ ସେମାନଙ୍କ ତିନି ପିଲାଙ୍କ ସହ ରହନ୍ତି। ସେମାନଙ୍କର ବଡ଼ ପୁଅ ବକୁଲ୍ ଶେଖ୍, ୧୬ ସ୍କୁଲ୍ ପାଠପଢ଼ା ଛାଡ଼ିଛି, ନିକଟରେ ଥିବା ଏକ ଦୋକାନରେ କାମ କରୁଛି। ସାନ ପୁଅ ଦୁଇ ଜଣ- ସାଗର ଶେଖ୍, ୧୨ ଏବଂ ରେହାନ୍ ଶେଖ୍, ୭ ଏକ ସ୍ଥାନୀୟ ବିଦ୍ୟାଳୟରେ ପାଠ ପଢ଼ୁଛନ୍ତି। ପବିତ୍ର କୁର୍ବାନି ଏବଂ ମେହବୁବ୍ ଘରକୁ ଫେରିବା ଅବସରରେ ତାଙ୍କ ପରିବାର ବଳି ରୀତି ନିମନ୍ତେ ମଧ୍ୟ ବ୍ୟବସ୍ଥା କରିଥିଲେ।
ଏହା ହୋଇପାରୁନଥିଲା। ‘‘ଥାନେଠାରେ ଥିବା ନିର୍ମାଣ ସ୍ଥଳରୁ ବାରମ୍ବାର ଫୋନ୍ ଆସିଥିଲା’’, ତାଙ୍କୁ ଫେରିଯିବାକୁ କୁହାଯାଇଥିଲା।’’ ପରିବାର ଏବଂ ଉତ୍ସବ ପାଳନକୁ ପଛରେ ଛାଡ଼ି ମେହବୁବ୍ ମହାରାଷ୍ଟ୍ର ଫେରିଯାଇଥିଲେ ଏବଂ ତାଙ୍କର କାମ ଆରମ୍ଭ କରିଥିଲେ।
ଜୁନ୍ ୯ରେ ଏକ ସ୍ଥାନୀୟ ଦୋକାନରେ ଚା’ ପିଉଥିବା ସମୟରେ କୌଣସି କଥା ନ ଶୁଣି ପୋଲିସ ତାଙ୍କୁ ଉଠାଇ ନେଇଥିଲା ଏବଂ ତାଙ୍କୁ ଥାନେର ମୀରା ରୋଡ୍ରେ ଥିବା ଶ୍ରୀ ଏଲ୍ ଆର୍ ତିୱାରୀ କଲେଜ୍ ଅଫ୍ ଇଞ୍ଜିନିୟରିଂ ନିକଟରେ ଥିବା ସେମାନଙ୍କର ଏକ ଆଉଟ୍ପୋଷ୍ଟ୍କୁ ନେଇଥିଲା। ରାତିରେ ତାଙ୍କୁ ମୀରା ରୋଡ୍ ପୋଲିସ ଷ୍ଟେସନ୍କୁ ଅଣାଯାଇଥିଲା ଯେଉଁଠାରେ ତାଙ୍କୁ ତାଙ୍କର ନାଗରିକତା ପ୍ରମାଣ କରିବା ପାଇଁ କାଗଜପତ୍ର ଦେଖାଇବାକୁ କୁହାଯାଇଥିଲା।
ଅଧିକାରୀ ଜଣକ ହିନ୍ଦୀରେ ମୋତେ କହିଲେ, ‘‘ତୁମେ ଜଣେ ବାଂଲାଦେଶୀ, ଠିକ୍ ତ? ମୁଁ କହିଲି, ‘ମୁଁ ପଶ୍ଚିମବଙ୍ଗର’ ଏବଂ ସେମାନଙ୍କୁ ମୋର ଆଧାର ଏବଂ ପ୍ୟାନ୍ କାର୍ଡ ଦେଖାଇଲି। ସେମାନେ କହିଲେ, ‘ଆଜିକାଲି ଏଗୁଡ଼ାକ ପାଞ୍ଚ ଟଙ୍କାରେ କିଣି ହେବ’, ମେହବୁବ୍ ଏହି ସମ୍ବାଦଦାତାଙ୍କୁ କହିଥିଲେ।
କୌଣସି ମତେ ସେ ଲୁଚି କରି ବାଲିଆ ହସନ୍ନଗରରେ ତାଙ୍କ ପରିବାରକୁ ଫୋନ୍ କରିଥିଲେ ଯେଉଁମାନେ ତୁରନ୍ତ ମହିଶାସ୍ଥଳିରେ ଥିବା ସ୍ଥାନୀୟ ଗ୍ରାମ ପଞ୍ଚାୟତ ସହ ଯୋଗାଯୋଗ କରିଥିଲେ ଏବଂ ମୀରା ରୋଡ୍ ପୋଲିସ ଷ୍ଟେସନ୍କୁ ସମସ୍ତ ଆବଶ୍ୟକୀୟ କାଗଜପତ୍ର ପଠାଇଥିଲେ। ମେହବୁବ୍ କହନ୍ତି, ‘‘ଚାରି ଦିନ ପର୍ଯ୍ୟନ୍ତ, ମୁଁ ଭୀଷଣ ମାନସିକ ଯନ୍ତ୍ରଣା ସହିଛି।’’ ସାରା ଦିନ ମୋତେ ଥାନା ବାହାରେ ବସା ଯାଉଥିଲା ଏବଂ ରାତିରେ ଏକ ପୋଲିସ କ୍ୟାମ୍ପ୍ରେ ରଖାଯାଉଥିଲା।’’
ମୀରା ରୋଡ୍ ପୋଲିସ ସେମାନଙ୍କ ପକ୍ଷରୁ ଭୁଲ୍ ହୋଇଥିବା ସମ୍ପର୍କରେ ମେହବୁବ୍ଙ୍କ ଅଭିଯୋଗକୁ ଖାରଜ କରନ୍ତି। ବରିଷ୍ଠ ଇନ୍ସ୍ପେକ୍ଟର୍ ମେଘ୍ନା ବୁରାଦେ ଦର୍ଶାଇଛନ୍ତି ଯେ ସେମାନଙ୍କର ‘‘କୌଣସି ଭୁଲ୍ ନଥିଲା’’। ଏବଂ ମେହବୁବ୍ ଶେଖ୍ ଏବଂ ଅନ୍ୟମାନଙ୍କୁ ଅଟକ ରଖିବା ଜଣେ ପୋଲିସ କମିଶନରଙ୍କ ଆଦେଶ ଦ୍ୱାରା କରାଯାଇଥିଲା।