“ମୋ ମା’ ତାଙ୍କୁ ଥରେ ଭେଟିଥିଲେ”।
ଶାନ୍ତିନିକେତନରେ ସମସ୍ତେ ଜାଣନ୍ତି ‘ସେ’ କିଏ।
ବିପିନ କର୍ମକାରଙ୍କ ଅଭ୍ୟସ୍ତ ହାତ ସେ କହୁଥିବା ଉତ୍ତୁଙ୍ଗ ବ୍ୟକ୍ତିତ୍ଵ ସମ୍ପନ୍ନ ସାଂସ୍କୃତିକ ପ୍ରତୀକ ରବୀନ୍ଦ୍ରନାଥ ଟାଗୋରଙ୍କ କ୍ଷୁଦ୍ର ପ୍ରତିମାକୁ ରୂପଦିଏ। “ଯେଉଁ ପର୍ଯ୍ୟଟକମାନେ ଶାନ୍ତିନିକେତନ ଆସନ୍ତି ସେମାନେ ନିଶ୍ଚୟ ଗୋଟିଏ ରବୀନ୍ଦ୍ରନାଥଙ୍କୁ ନିଅନ୍ତି – ତାହା ପ୍ରତିମା ହେଉ କି ଚିତ୍ରପଟ୍ଟ। ଯେମିତି ଆମେ ପୁରୀ ଗଲେ ଜଗନ୍ନାଥଙ୍କ ପ୍ରତିମାଟିଏ କିଣିଆଣୁ”, ସମ୍ମାନ ସହକାରେ ସେହି ହିନ୍ଦୁ ଦେବତାଙ୍କ ସହ ଏହି ବିଂଶ ଶତାବ୍ଦୀରେ ସାହିତ୍ୟିକ ବ୍ୟକ୍ତିତ୍ଵଙ୍କୁ ତୁଳନା କରି ସେ କହନ୍ତି। ପ୍ରସଙ୍ଗ କ୍ରମେ, କବିଙ୍କର ଶେଷ ନାମର ବଙ୍ଗଳା ଉଚ୍ଚାରଣ ମଧ୍ୟ ହେଉଛି ଏହି ଭାଷାରେ ‘ଦିବ୍ୟ’, ଯେଉଁ ଭାଷାରେ ସେ ତାଙ୍କ କବିତା ଓ ସଂଗୀତକୁ ରୂପ ଦେଇଛନ୍ତି।
ଟାଗୋର ତାଙ୍କର ଏହି ଆଶ୍ରମ ବିଦ୍ୟାଳୟ ଓ ବିଶ୍ଵବିଦ୍ୟାଳୟ (ବିଶ୍ଵ ଭାରତୀ) ସେତେବେଳେ ଗୋଟିଏ ଗାଁ ଥିବା ଏଠାରେ ପ୍ରତିଷ୍ଠା କରିବା ପରଠାରୁ ଗୋଟିଏ ଶତାବ୍ଦୀଠାରୁ ଅଧିକ ସମୟ ଅତିକ୍ରମ କରିଗଲାଣି। ବର୍ତ୍ତମାନ ଶାନ୍ତିନିକେତନ ହେଉଛି ପଶ୍ଚିମ ବଙ୍ଗର ବୀରଭୂମ ଜିଲ୍ଲାରେ ଏକ ବ୍ୟସ୍ତବହୁଳ ସହର ଓ ପର୍ଯ୍ୟଟନସ୍ଥଳୀ, ଯେଉଁଠାରେ କଲିକତାରୁ ଏକ ଦ୍ରୁତଗାମୀ ଟ୍ରେନରେ ତିନି ଘଣ୍ଟାରୁ କମ୍ ସମୟରେ ପହଞ୍ଚି ହୁଏ।
ଶାନ୍ତିନିକେତନର ସର୍ବତ୍ର ଏହି ନୋବେଲ ପୁରସ୍କାର ବିଜେତା ପରିଦୃଶ୍ୟ – ଦୋକାନ, କାନ୍ଥରେ ଟଙ୍ଗା ହୋଇଥିବା ଚିତ୍ର, କ୍ଷୁଦ୍ର ଚିତ୍ରସମୂହ, କପଡ଼ା, ସିନେମା ହଲ, ସମସ୍ତ ପ୍ରକାରର ସ୍ମାରକୀ ସାମଗ୍ରୀ ଓ ତହିଁରୁ ଅଧିକ ସବୁକିଛିରେ ତାଙ୍କୁ ଦେଖିବାକୁ ମିଳେ ବା ତାଙ୍କର ଉଲ୍ଲେଖ ଥାଏ। ଶାନ୍ତିନିକେତନରେ ଗୋଟିଏ ପାଦ ଆଗକୁ ପକାଇବା ବେଳେ ଟାଗୋରଙ୍କ ସମ୍ମୁଖୀନ ନହେବା ଅସମ୍ଭବ।

























